ମା’ ହେବା ନେଇ ଏମିତି କହିଲେ ଅଙ୍କିତା

ମୁମ୍ବାଇ: ବଲିଉଡ୍‌ର ଦିବଂଗତ ଅଭିନେତା ସୁଶାନ୍ତ ସିଂହ ରାଜପୁତଙ୍କ ଏକ୍ସ-ଗର୍ଲଫ୍ରେଣ୍ଡ ତଥା ପବିତ୍ର ରିସ୍ତା ଫେମ୍‌ ଅଙ୍କିତା ଲୋଖଣ୍ଡେ ମା’ ହେବା ନେଇ ଖୁଲାସା କରିଛନ୍ତି। ନିକଟରେ ବୟଫ୍ରେଣ୍ଡ୍‌ ବିକ୍କି ଜୈନଙ୍କୁ ବିବାହ କରିଥିବା ଅଙ୍କିତା ବିବାଦ କୁଇନ୍‌ କଙ୍ଗନା ରାଣାଓ୍ବତ୍‌ଙ୍କ ‘ଲକ୍‌ ଅପ୍‌’ ଶୋ’ରେ ଏହି ସିକ୍ରେଟ ଉପରୁ ପରଦା ହଟାଇଛନ୍ତି।

ନିକଟରେ ଅଙ୍କିତା ନିଜ ଅପ୍‌କମିଂ ଓ୍ବେବ୍‌ ସିରିଜ ‘ପବିତ୍ର ରିସ୍ତା’ର ପ୍ରମୋଶନ ପାଇଁ କଙ୍ଗନାଙ୍କ ଶୋ’କୁ ଆସିଥିଲେ। କଙ୍ଗନା ତାଙ୍କୁ ତାଙ୍କ ଲାଇଫ୍‌ର ଏକ ସିକ୍ରେଟ ରିଭିଲ୍‌ କରିବା ପାଇଁ କହିଥିଲେ। ଏହାର ଉତ୍ତରରେ ଅଙ୍କିତା ତାଙ୍କର କୌଣସି ସିକ୍ରେଟ ନାହିଁ ବୋଲି କହିଥିଲେ। କିନ୍ତୁ ପରେ କଙ୍ଗନା ଯେତେବେଳେ ଅଙ୍କିତାଙ୍କୁ ବାରମ୍ବାର ଚାପ ପାକାଇଥିଲେ ସେତେବେଳେ ସେ ଖୁଲାସା କରିଥିଲେ।

ଅଙ୍କିତା କହିଥିଲେ,‘ ବିକ୍କି ବି ଏହା ଜାଣି ନାହାନ୍ତି। ମୁଁ ହେବାକୁ ଯାଉଛି। ମୋତେ ଶୁଭେଚ୍ଛା ଜଣାଅ।’ ଏହା ଶୁଣି ଶୋ’ର ପ୍ରତିଯୋଗୀ ଓ କଙ୍ଗନା ଚକିତ ହୋଇଯାଇଥିଲେ। କିନ୍ତୁ ପରେ ଅଙ୍କିତା ‘ ଏପ୍ରିଲ ଫୁଲ୍‌’ ବୋଲି କହି ସମସ୍ତଙ୍କୁ ବୋକା ବନାଇ ଦେଇଥିଲେ। ତେବେ ଅଙ୍କିତା ପ୍ରକୃତରେ ଗର୍ଭବତୀ ନାହାନ୍ତି। ସେ କେବଳ ଦର୍ଶକଙ୍କୁ ଓ ଶୋ’ର ପ୍ରତିଯୋଗୀଙ୍କୁ ଏପ୍ରିଲ ଫୁଲ୍‌ ବନାଇବା ପାଇଁ ଏଭଳି କହିଥିଲେ।

ଗତବର୍ଷ ଡିସେମ୍ବର ୧୪ରେ ଅଙ୍କିତା-ବିକ୍କିଙ୍କ ବିବାହ ହୋଇଥିଲା।

Share