Posted inଖେଳ

ଅଙ୍କିତା, ଋତୁଜା ସେମିଫାଇନାଲରେ

ବେଙ୍ଗାଲୁରୁ, ୧୧ା୩ (ପି.ଟି.): ଭାରତ ଅଙ୍କିତା ରାଇନା ଓ ଋତୁଜା ଭୋସେଲ ଏଠାରେ ଚାଲିଥିବା ଆଇଟିଏଫ୍‌ ଓମେନ୍ସ ଓପନ ସିଙ୍ଗଲ୍ସ ସେମିଫାଇନାଲରେ ପ୍ରବେଶ କରିଛନ୍ତି। ଟୁର୍ନାମେଣ୍ଟରେ ଚତୁର୍ଥ ସିଡ୍‌ ରାଇନା ବୋସନିଆ ହର୍ଜଗୋଭିନାର ଦିଆ ହର୍ଜେଲାସ୍‌ଙ୍କୁ ୬-୧, ୬-୭ (୭), ୭-୫ରେ ପରାସ୍ତ କରିଥିବା ବେଳେ କେଏସ୍‌ଏଲ୍‌ଟିଏ ଷ୍ଟାଡିୟମରେ ଭୋସଲେ୍‌ ୮ମ ସିଡ୍‌ ବ୍ରିଟେନର ଇଡେନ୍‌ ସିଲ୍‌ଭାଙ୍କୁ ୩-୬, ୭-୬ (୫), ୬-୪ରେ ହରାଇ ଦେଇଛନ୍ତି। ରାଇନା ଶନିବାର ଏକ ଅଲ୍‌ ଇଣ୍ଡିଆନ ସେମିଫାଇନାଲରେ ଭୋସେଲ୍‌ଙ୍କୁ ଭେଟିବେ। ଆଇଟିଏଫ୍‌ ଓମେନ୍ସ ଓ୍ବାଲର୍‌ଡ ଟେନିସ ଟୁର୍‌ର ଏକ ଅଂଶବିଶେଷ ଏହି ଟୁର୍ନାମେଣ୍ଟର ଆୟୋଜକ ହେଉଛି କର୍ନାଟକ ରାଜ୍ୟ ଲନ୍‌ ଟେନିସ ଆସୋସିଏଶନ (କେଏସ୍‌ଏଲ୍‌ଟିଏ)। ପୂର୍ବରୁ ଚେକ୍‌ ରିପବ୍ଲିକର ବ୍ରେଣ୍ଡା ଫ୍ରୁଭିର୍ତ୍ତୋଭା ୬ଷ୍ଠ ସିଡ୍‌ ଇଣ୍ଡୋନେସିଆର ମେଡ୍‌ଲିନ୍‌ ନୁଗ୍ରୋହୋଙ୍କ ବିପକ୍ଷରେ ୬-୦, ୭-୫ରେ ବିଜୟ ହାସଲ କରି ସେମିଫାଇନାଲରେ ପ୍ରବେଶ କରିଥିଲେ। ଅନ୍ୟଏକ କ୍ୱାର୍ଟରଫାଇନାଲରେ ୫ମ ସିଡ୍‌ ଡାଲିଲା ଜାକୁପୋଭିଚ୍‌ ୬-୨, ୬-୦ ସିଧାସଳଖ ସେଟ୍‌ରେ ଇକୁମି ୟାମାଜାକିଙ୍କୁ ହରାଇ ଦେଇଛନ୍ତି। ପରେ ଏକ ଡବଲ୍ସ ସେମିଫାଇନାଲରେ ଭୋସେଲ୍‌ ଓ ତାଙ୍କ ସ୍ବିଡିଶ ପାର୍ଟନର ଜାକ୍ୱିଲିନ୍‌ ଆଓ୍ବାଦ ନମ୍ବର ଓ୍ବାନ ସିଡ୍‌ ଯୋଡ଼ି ଜର୍ଜ ଫ୍ରାନ୍‌ସିକା ଓ ଜର୍ଜ ମାଟିଲ୍‌ଡିଙ୍କଠାରୁ ୬-୨, ୩-୬, ୮-୧୦ରେ ପରାଜିତ ହୋଇଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

ଶୀତ ମହୋତ୍ସବରେ ଯୋଗଦେବେ ନବରଙ୍ଗପୁର ବିଧାୟକ ଗୌରୀ ଶଙ୍କର: ଭାଜପା କର୍ମକର୍ତ୍ତଙ୍କୁ ଭେଟି …

ଦାରିଙ୍ଗବାଡି,୨୭।୧୨(ଅରୁଣ ସାହୁ ): ଦାରିଙ୍ଗବାଡିରେ ଆସନ୍ତା ଜାନୁଆରୀ ୮ରୁ୧୧ ପର୍ଯ୍ୟନ୍ତ ଶୀତ ମହୋତ୍ସବ ଅନୁଷ୍ଠିତ ହେବାକୁ ଯାଉଛି। ଗତ ୨୦୧୫ରୁ ପ୍ରଥମଥର ପାଇଁ ତାଜ୍ୟ ସ୍ତରୀୟ...

ଆନ୍ତଃ ବାଟାଲିୟନ କମାଣ୍ଡୋ ପ୍ରତିଯୋଗିତା: ଭଞ୍ଜନଗର ଆଇଆରବି ବାଟାଲିୟନ ରନର୍ସ ଅପ୍‌

ଭଞ୍ଜନଗର, ୨ ୮।୧୨(ବାବୁଲା ପ୍ରଧାନ): ସ୍ପେଶାଲ ଅପରେଶନ ଗ୍ରୁପ (ଏସଓଜି) ଚନ୍ଦକା ଠାରେ ୮ମ ରାଜ୍ୟ ପୋଲିସ ଆନ୍ତଃ ବାଟାଲିୟନ କମାଣ୍ଡୋ ପ୍ରତିଯୋଗିତା ଉଦ୍‌ଯାପିତ ହୋଇଯାଇଛି...

ମ୍ଭାରୀଗୁଡା ରାସ୍ତାପଟେ ବୃଦ୍ଧା ଯାଉଥିବା ବେଳେ ହଠାତ୍‌ ଆସିଲା ଭାଲୁ : ପରେ…

ନୂଆପଡ଼ା/ସିନାପାଲି,୨୮ା୧୨ (ମକାରୁ ବେମାଲ/ମନଫୁଲ ମେହେର): ନୂଆପଡ଼ା ଜିଲା ସିନାପାଲି ଥାନା ଗଣ୍ଡାବାହାଲି ଗାଁରେ ଶୁକ୍ରବାର ଭାଲୁ ଆକ୍ରମଣରେ ଜଣେ ବୃଦ୍ଧାଙ୍କ ମୁତ୍ୟୁ ଘଟିଛି। ସେ ହେଲେ...

ସର୍ୱୋତ୍ତମ ପ୍ରତିନିଧିତ୍ୱ ବ୍ୟବସ୍ଥା

କ୍ଷତା, ଯୋଗ୍ୟତା ଓ ଲୋକପ୍ରିୟତା ନିର୍ୱିଶେଷରେ ହାତୀ ସୁନାକଳସ ଢାଳିଲା ପରି ଆମ ଲୋକପ୍ରତିନିଧିମାନେ ସଦନକୁ ନିର୍ୱାଚିତ ହୋଇଯାଉଛନ୍ତି। ନିର୍ୱାଚନର ନୀତି ନିୟମ ଅନୁଯାୟୀ ଜଣେ...

ସଙ୍କଟରେ ପକ୍ଷୀକୁଳ

ବତ୍ତର୍ର୍ନର ସ୍ତରକୁ ଲକ୍ଷ୍ୟ କଲେ ଜଣାଯାଏ ମଣିଷ ଆଗମନର ଢେର ଆଗରୁ ସୃଷ୍ଟି ହୋଇଥିଲେ ଉଦ୍ଭିଦମାନେ ଆଉ କ୍ରମେ ଉଦ୍ଭବ ହୋଇଥିଲେ ବିବିଧ ପ୍ରାଣୀ। ମଣିଷ...

ଉଦ୍ଦେଶ୍ୟ ଓ ଉଦାସୀନତା

ଭାରତୀୟ ଜନତା ପାର୍ଟି (ଭାଜପା) ଏହାର ବିଚାରଧାରାକୁ କାର୍ଯ୍ୟକାରୀ କରିବା ପାଇଁ ଦୃଢ଼ ସଂକଳ୍ପ ନେଇଛି ଏବଂ ଏହା ତାହାର ମୂଳ ଉଦ୍ଦେଶ୍ୟ। ଦଳ କ୍ଷମତାରେ...

କାଠଗଡ଼ାକୁ ଯିବେ ରହମାନ୍‌ ଡକୈତ

ମୁମ୍ୱାଇ,୨୮ା୧୨: ‘ଧୁରନ୍ଧର’ ଫିଲ୍ମର ସୁପରହିଟ୍‌ ସଫଳତା ପରେ ଅଭିନେତା ଅକ୍ଷୟ ଖାନ୍ନାଙ୍କ ଡିମାଣ୍ଡ ରାତାରାତି ବଢ଼ିଯାଇଛି। ସେ ନିଜ ସାଲାରି ୩ ଗୁଣା ବଢ଼ାଇଦେଇଛନ୍ତି। ଏପରି...

ପୁରୀ, ଭୁବନେଶ୍ୱରରେ ରେଳ ଚଳାଚଳ ଦୁଇଗୁଣା ବଢ଼ିବ

ଭୁବନେଶ୍ୱର,୨୮ା୧୨(ଅନୁରାଧା ମହାରଣା): ଆସନ୍ତା ୫ ବର୍ଷରେ ଅର୍ଥାତ୍‌ ୨୦୩୦ ସୁଦ୍ଧା ଭୁବନେଶ୍ୱର, ପୁରୀ ଏବଂ ବିଶାଖାପାଟଣାରେ ରେଳ ଚଳାଚଳ କ୍ଷମତା ଦ୍ୱିଗୁଣା କରାଯିବ। ଏଥିପାଇଁ ପ୍ରମୁଖ...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri