ଟେଲି ପରଦାରେ ଡେବ୍ୟୁ କରିବାକୁ ଯାଉଛନ୍ତି ଅଙ୍କିତାଙ୍କ ସ୍ବାମୀ ବିକି ଜୈନ

ମୁମ୍ବାଇ: ଟିଭି ପରଦାର ବେଶ୍‌ ଲୋକପ୍ରିୟ ଅଭିନେତ୍ରୀ ଅଙ୍କିତା ଲୋଖଣ୍ଡେ ସୋସିଆଲ ମିଡିଆରେ ବେଶ୍‌ ଆକ୍ଟିଭ୍‌। ପ୍ରାୟ ସମୟରେ ସେ ଅନେକ ଫଟୋ ଓ ଭିଡିଓମାନ ଶେୟାର କରିଥାନ୍ତି। ନିକଟରେ ଅଙ୍କିତା ନିଜର ଓ ସ୍ବାମୀ ବିକି ଜୈନଙ୍କ ସହ ରୋମାଣ୍ଟିକ ଫଟୋ ଶେୟାର କରିଥିଲେ। ଯାହା ସୋସିଆଲ ମିଡିଆରେ ଭାଇରାଲ ହୋଇଥିବା ବେଳେ ପ୍ରଶଂସକ ମଧ୍ୟ ବେଶ୍‌ ପସନ୍ଦ କରିଥିଲେ। ଇତିମଧ୍ୟରେ ଅଙ୍କିତାଙ୍କ ସ୍ବାମୀ ବିକି ଜୈନଙ୍କୁ ନେଇ ଏକ ବଡ଼ ଖବର ସାମ୍ନାକୁ ଆସିଛି। ବିକି ଜୈନ ଅଭିନୟ ଜଗତରେ ପାଦ ଥାପିବାକୁ ଯାଉଛନ୍ତି। ଅର୍ଥାତ୍‌ ଟିଭି ପରଦାରେ ଡେବ୍ୟୁ କରିବେ ବିକି। ବିକିଙ୍କ ଅଭିନୟକୁ ଦେଖି ଅଙ୍କିତା ମଧ୍ୟ ଆଶ୍ଚର୍ଯ୍ୟ ହୋଇଯାଇଛନ୍ତି। ଅଙ୍କିତା ତାଙ୍କର ଆଗାମୀ ଶୋ’ର ପ୍ରୋମୋ ଶେୟାର କରିବା ସହ ଲାଇଟ କ୍ୟାମେରା ଏବଂ ଆକ୍ସନ ଦୁନିଆରେ ତାଙ୍କ ସ୍ବମୀ ବିକି ଜୈନଙ୍କୁ ସ୍ବାଗତ କରିଛନ୍ତି। ଉକ୍ତ ପ୍ରୋମୋରେ ଅଙ୍କିତା ଚିଲି ଆଇସ୍‌କ୍ରିମ୍‌ ଖାଉଥିବା ବେଳେ ପରେ ବିକି ମଧ୍ୟ ଚିଲି ଆଇସ୍‌କ୍ରିମ ଖାଉଥିବାର ଦେଖିବାକୁ ମିଳିଛି। ଦୁହିଁଙ୍କ ପସନ୍ଦ କେତେ ସମାନ ତାହା ଏଥିରେ ଦର୍ଶାଯାଇଛି। ସୂଚନାଯୋଗ୍ୟ, ଷ୍ଟାରପ୍ଲସରେ ଆରମ୍ଭ ହେବାକୁ ଯାଉଥିବା ସିରିଏଲ୍‌ ‘ସ୍ମାର୍ଟ ଯୋଡି’ରେ ଦୁହେଁ ନଜର ଆସିବେ। ଏହାପୂର୍ବରୁ ଭାଗ୍ୟଶ୍ରୀ ଓ ରାହୁଲ ମହାଜନ ମଧ୍ୟ ସେମାନଙ୍କର ପ୍ରୋମୋ ଶେୟାର କରିସାରିିଛନ୍ତି। ଫେବୃଆରୀ ୨୬ରୁ ଏହି ଶୋ’ ଆରମ୍ଭ ହେବାକୁ ଯାଉଥିବା ବେଳେ ମନୀଷ ପଲ୍‌ ଏହାକୁ ହୋଷ୍ଟ କରିବେ ବୋଲି ଜଣାପଡ଼ିଛି।

Share