ମା’ ହେବାକୁ ଯାଉଛନ୍ତି ଅଙ୍କିତା !

ବମ୍ବେ: ମା’ ହେବେ କି ଲୋକପ୍ରିୟ ଅଭିନେତ୍ରୀ ଅଙ୍କିତା ଲୋଖଣ୍ଡେ। କିଛି ଏଭଳି ପ୍ରଶ୍ନ ଏବେ ତାଙ୍କ ପ୍ରଶଂସକଙ୍କ ମନରେ ଉଙ୍କି ମାରୁଛି। ଅଭିନେତ୍ରୀ ଶେୟାର କରିଥିବା କିଛି ଫଟୋକୁ ନେଇ ଏଭଳି କିଛି ଚର୍ଚ୍ଚା ବଢ଼ିବାରେ ଲାଗିଛି।

ନିକଟରେ ଅଙ୍କିତା ସ୍ବାମୀ ବିକ୍କି ଜୈନଙ୍କ ସହ କିଛି ଫଟୋ ଇନଷ୍ଟାଗ୍ରାମରେ ଶେୟାର କରିଥିଲେ। ଫଟୋରେ ଅଙ୍କିତାଙ୍କ ବେବି ବମ୍ପ ନଜର ଆସିବା ପରି ମନେ ହୋଇଥିଲା। ସୋସିଆଲ ମିଡିଆରେ ଫଟୋଗୁଡ଼ିକ ଭାଇରାଲ ହେବା ପରେ ଅଙ୍କିତା ମା’ ହେବାକୁ ଯାଉଥିବା ନେଇ ଜଣାଇବାକୁ ଚାହୁଁଥିବା କୁହାଯାଉଛି। ଏପରିକି କିଛି ବ୍ୟବହାରକାରୀ ଅଙ୍କିତା ଗର୍ଭବତୀ ଅଛନ୍ତି କି ବୋଲି ପ୍ରଶ୍ନ କରୁଛନ୍ତି। ଅଭିନେତ୍ରୀ କିନ୍ତୁ ଏଯାଏ ଖବର ଉପରେ ମୋହର ମାରି ନାହାନ୍ତି।

Share