ଦୁଇ ଦିନରେ ହିଁ ଚିଡିଗଲେଣି ଅଙ୍କିତା, ଶୋ’ ଛାଡ଼ିବାକୁ ଧରିଛନ୍ତି ଜିଦ୍‌

ବମ୍ବେ: ଆରମ୍ଭରୁ ଚର୍ଚ୍ଚାରେ ‘ବିଗ୍‌ ବସ୍‌ ସିଜନ୍‌ ୧୭’। ସବୁଥର ଭଳି ଏଥର ମଧ୍ୟ ଅନେକ ଚର୍ଚ୍ଚିତ ସେଲିବ୍ରିଟି ଶୋ’ରେ ଭାଗ ନେଇଛନ୍ତି। ସେମାନଙ୍କ ମଧ୍ୟରେ ରହିଛନ୍ତି ପବିତ୍ର ରିସ୍ତା ଫେମ୍‌ ଅଙ୍କିତା ଲୋଖଣ୍ଡେ ଏବଂ ସ୍ବାମୀ ବିକ୍କି ଜୈନ। ଗୋଟିଏ ପଟେ ଅଙ୍କିତାଙ୍କ ପ୍ରଶଂସକ ବିଗବସ୍‌ରେ ଏହି ହିଟ୍‌ ଯୋଡ଼ିକୁ ଦେଖି ଖୁସି ପ୍ରକାଶ କରୁଥିବା ବେଳେ ଦୁଇ ଦିନ ନ ବିତୁଣୁ ଘର ଛାଡ଼ିବାକୁ ଜିଦ୍‌ ଧରି ବସିଛନ୍ତି ଅଙ୍କିତା।

ଘଟଣାଟି ଏଭଳି। ଶୋ’ର ସବୁଠୁ ମହଙ୍ଗା ପ୍ରତିଯୋଗୀ ଅଙ୍କିତା ସ୍ବାମୀ ବିକ୍କିଙ୍କ ଉପରେ ଖପ୍ପା ହୋଇଛନ୍ତି। କାରଣ ସେ ଅନ୍ୟ ପ୍ରତିଯୋଗୀଙ୍କ ସହ ବନ୍ଧୁ ହେବାକୁ ଚେଷ୍ଟା କରୁଥିବା ବେଳେ ତାଙ୍କୁ ଭୁଲିଯାଇଛନ୍ତି। ବିକ୍କି ବିଗ୍‌ବସ୍‌କୁ ଏକୁଟିଆ ଖେଳିବାକୁ ଚାହାନ୍ତି, ଏଣୁ ତାଙ୍କୁ ରହିବାକୁ ଦିଆଯାଉ। ବାକି ସେ ଏହି ଶୋ’ ଛାଡ଼ିବାକୁ ଚାହାନ୍ତି ବୋଲି ଅଭିନେତ୍ରୀ ଜିଦ୍‌ ଧରି ବସିଛନ୍ତି। ଏହାକୁ ଶୁଣିବା ପରେ ପ୍ରଶଂସକଙ୍କ ହୃଦ୍‌ ସ୍ପନ୍ଦନ ବଢ଼ିଛି। ତେବେ ସେ ଶୋ’ରେ ରହୁଛନ୍ତି ଅବା ପ୍ରଥମ ଦିନ ହିଁ ବାଦ୍‌ ପଡ଼ୁଛନ୍ତି ତାହା ଆଗାମୀ ଦିନରେ ଜଣାପଡ଼ିବ।

Share