ଟ୍ରୋଲ ହେଉଛନ୍ତି ଅଙ୍କିତା

ବମ୍ବେ: ଭିନ୍ନ କାରଣକୁ ନେଇ ଚର୍ଚ୍ଚାରେ ଟେଲି ପରଦାର ଲୋକପ୍ରିୟ ଅଭିନେତ୍ରୀ ଅଙ୍କିତା ଲୋଖଣ୍ଡେ। ନିକଟରେ ବନ୍ଧୁ ନତାଲ୍ୟା ମହାଜନଙ୍କ ଜନ୍ମଦିନ ପାର୍ଟିରେ ଯୋଗଦେବାକୁ ସ୍ବାମୀ ବିକ୍କି ଜୈନଙ୍କ ସହ ପହଞ୍ଚିଥିଲେ ସେ। ଉଭୟ କଳା ରଙ୍ଗର ପୋଷାକକୁ ବାଛିଥିଲେ ହେଁ ଅଙ୍କିତାଙ୍କ ମେକ୍‌ଅପ୍‌ ସେତେଟା ଖାସ୍‌ ନ ଥିଲା। ଏହାକୁ ନେଇ ଅଙ୍କିତାଙ୍କୁ ଏବେ ଟ୍ରୋଲର ଶିକାର ହେବାକୁ ପଡ଼ୁଛି।

ରାହୁଲ ମହାଜନ ସ୍ତ୍ରୀ ନତାଲ୍ୟାଙ୍କ ଜନ୍ମଦିନ ପାଇଁ ପାର୍ଟି ରଖିଥିଲେ। ଏଥିଲାଗି ଅଙ୍କିତାଙ୍କୁ ନିମନ୍ତ୍ରଣ କରାଯାଇଥିଲା। ଖାସ୍‌ ଦିନରେ ସ୍ବାମୀଙ୍କ ସହ କଳା ରଙ୍ଗର ପୋଷାକ ପିନ୍ଧି ଟ୍ବିନିଂ କରିଥିଲେ ସେ। ମାତ୍ର ଅଙ୍କିତା ଠିକ୍‌ ଭାବେ ମେକ୍‌ଅପ୍‌ ନେଇ ନ ଥିଲେ।

ଅଙ୍କିତାଙ୍କ ପାର୍ଟିକୁ ଯିବା ସମୟର କିଛି ଫଟୋ ଭାଇରାଲ ହୋଇଥିଲା। ଏପରିକି ସେ ନିଜେ ମଧ୍ୟ ସୋସିଆଲ ଆକାଉଣ୍ଟରେ ଫଟୋ ଶେୟାର କରିଥିଲେ। ଏହା ପରେ ତାଙ୍କୁ ଅନେକ ଲୋକ କରୁଛନ୍ତି ଟ୍ରୋଲ। କିଛି ବ୍ୟବହାରକାରୀ ତାଙ୍କୁ ଭୂତୁଣୀ, ରାକ୍ଷସୀ ଭଳି ଦେଖାଯାଉଥିବା କହିବାକୁ ପଛାଇ ନାହାନ୍ତି। ବିନା ମେକ୍‌ଅପ୍‌ରେ ସେ ସୁନ୍ଦର। ଏଣୁ ଏଭଳି ବିଚିତ୍ର ଧରଣର ମେକ୍‌ଅପ୍‌ ନ କରିବାକୁ ତାଙ୍କୁ ଅନେକ ପରାମର୍ଶ ମଧ୍ୟ ଦେଇଛନ୍ତି।

Share