ଅଙ୍କିତା କହିଲେ ଭାଡ୍‌ ମେ ଗୟା ପ୍ୟାର୍‌ ବ୍ୟାର, ଭିଡିଓ ଦେଖି ପ୍ରେମିକଙ୍କ…

ଅଭିନେତ୍ରୀ ଅଙ୍କିତା ଲୋଖଣ୍ଡେ ଏବେ କ୍ରମାଗତ ଭାବରେ ଚର୍ଚ୍ଚାରେ ରହି ଆସୁଛନ୍ତି। ବର୍ତ୍ତମାନ ସେ ‘ପବିତ୍ରରିସ୍ତା’ର ସିଜନ ୨ ରେ ନଜର ଆସୁଛନ୍ତି। ଏଥି ସହିତ ଅଭିନେତା ଶାହିର ଶେଖ୍‌ ସିରିଏଲରେ ମାନବ ତଥା ସୁଶାନ୍ତ ସିଂ ରାଜପୁତଙ୍କ ଚରିତ୍ରରେ ଅଭିନୟ କରୁଛନ୍ତି। ପ୍ରଥମ ସିଜନରେ ସୁଶାନ୍ତ ସିଂ ରାଜପୁତ ଏବଂ ଅଙ୍କିତାଙ୍କ ଯୋଡିକୁ ଦର୍ଶକ ବେଶ୍‌ ପସନ୍ଦ କରିଥିଲେ। ଅଙ୍କିତା ମଧ୍ୟ ଇନଷ୍ଟାଗ୍ରାମରେ ବହୁତ ସକ୍ରିୟ ଏବଂ ଅନେକ ସମୟରେ ସେ ମଜାଳିଆ ରିଲ୍‌ ଶେୟାର କରନ୍ତି । ନିକଟରେ ସେ ଏକ ଭିଡିଓ ଶେୟାର କରିଛନ୍ତି। ଯାହା ସୋସିଆଲ ମିଡିଆରେ ଭାଇରାଲ ହେଉଛି। ଏହାକୁ ଦେଖି ପ୍ରେମିକ ବିକି ଜୈନଙ୍କ ହୋସ ଉଡିଯିବା ଭଳି ଲାଗୁଛି। ଏହି ରିଲରେ ଅଙ୍କିତା ‘ଭାଡ୍‌ ମେ ଗୟା ପ୍ୟାର୍‌ ବ୍ୟାର୍‌, ୟେ ଲଭ ବଭ୍‌ କା କ୍ୟାରେକ୍ଟର ଆପନୋକୋ ଶୁଟ ନେହିଁ କରତା ’ ଦେଖିବାକୁ ମିଳୁଛି। ଧନୁଷ ଏବଂ କାଜଲ ଅଗ୍ରୱାଲଙ୍କ ଫିଲ୍ମ ‘ମାରି’ରେ ରିଲ୍‌ କରିଛନ୍ତି। ଏହି ଗୀତ ପରେ ଅଙ୍କିତା ପଞ୍ଜାବୀ ଗୀତ ‘ବ୍ରାଉନ ମୁଣ୍ଡେ’ରେ ନାଚିବା ଆରମ୍ଭ କରନ୍ତି। ଏଥିରେ ଅଙ୍କିତା ଏକ ବାଦାମୀ ଅନାରକଲୀ ଶୁଟରେ ନଜର ଆସିଛନ୍ତି । ଅଙ୍କିତାଙ୍କ ପ୍ରଶଂସକମାନେ ତାଙ୍କ ରିଲକୁ ବହୁତ ପସନ୍ଦ କରୁଛନ୍ତି। ଜଣେ ପ୍ରଶଂସକ ଲେଖିଛନ୍ତି, ‘ମୁଁ ଏହାକୁ ଏକ ଲୁପ୍‌ରେ ଦେଖୁଛି।’ ସେହି ସମୟରେ ଅନ୍ୟ ଜଣେ ୟୁଜର୍ସ ‘ବେବି କା ଜାଲୱା ଫିର ସେ’ ଲେଖିଛନ୍ତି। ଅଙ୍କିତା ବର୍ତ୍ତମାନ ବିକି ଜୈନଙ୍କୁ ଡେଟ କରୁଛନ୍ତି। ଉଭୟ ଶୀଘ୍ର ବିବାହ କରିବେ ବୋଲି ଚର୍ଚ୍ଚା ହେଉଛି।

Share