ଖୁବ୍‌ଶୀଘ୍ର ବାଜିବ ସାହାନାଇ: ହାତକୁ ଦୁଇ ହାତ ହେବାକୁ ଯାଉଛନ୍ତି ଏହି ଲୋକପ୍ରିୟ ଅଭିନେତ୍ରୀ

ବମ୍ବେ: ବିବାହ କରିବାକୁ ଯାଉଛନ୍ତି ଲୋକପ୍ରିୟ ଅଭିନେତ୍ରୀ ଅଙ୍କିତା ଲୋଖଣ୍ଡେ। ପ୍ରେମିକ ବିକ୍କି ଜୈନଙ୍କ ସେ ହାତ ଧରିବେ। ଦୀର୍ଘ ୩ ବର୍ଷ ଧରି ଉଭୟ ଡେଟ୍‌ କରି ଆସୁଛନ୍ତି। ହେଲେ ଏବେ ଆଗକୁ ବଢ଼ିବାର ସମୟ ଉପନୀତ ବୋଲି ସେ ହୃଦୟଙ୍ଗମ କଲେଣି। ବାସ୍‌। ଖାଲି ତିଥି, ବାର, ଲଗ୍ନକୁ ଅପେକ୍ଷା। ସବୁକିଛି ଠିକ୍‌ ହୋଇଗଲେ ଖୁବ୍‌ଶୀଘ୍ର ବିବାହ ସମ୍ପନ୍ନ ହୋଇଯିବ।

୨୦୧୬ରେ ପୂର୍ବ ପ୍ରେମିକ ତଥା ଦିବଂଗତ ଅଭିନେତା ସୁଶାନ୍ତ ସିଂହ ରାଜପୁତଙ୍କଠାରୁ ଅଲଗା ହୋଇଥିଲେ ଅଙ୍କିତା। ଏହାପରେ ମାନସିକସ୍ତରରେ ଭାଙ୍ଗି ପଡ଼ିଥିଲେ ସେ। ସେତେବେଳେ ସାହାରା ଦେଇଥିଲେ ବିକ୍କି। ଜଣେ ବନ୍ଧୁଙ୍କ ଯୋଗୁ ବିକ୍କିଙ୍କୁ ଭେଟିଥିଲେ ଅଙ୍କିତା। ପେସାରେ ବିକ୍କି ଜଣେ ବ୍ୟବସାୟୀ ଏବଂ ଫିଲ୍ମ ପ୍ରଯୋଜକ ମଧ୍ୟ। ଦୁହେଁ ଦୁହିଁଙ୍କୁ ଭେଟିବା ପରେ ବାରମ୍ବାର ଏକାଠି ସମୟ ବିତାଇଥିଲେ। ଧିରେ ଧିରେ ଏହା ପ୍ରେମର ରୂପ ନେଇଥିଲା।

ନିକଟରେ ଏକ ସାକ୍ଷାତକାରରେ ବିକ୍କିଙ୍କ ସହ ବିବାହକୁ ନେଇ ଅଙ୍କିତା ଉତ୍ସାହିତ ଥିବା କହିଛନ୍ତି। ସେ ରାଜସ୍ଥାନର ଜୋଧପୁର ଅଥବା ଜୟପୁରରେ ବିବାହ କରିବାକୁ ଚାହଁନ୍ତି। ବନ୍ଦୋବସ୍ତ ମଧ୍ୟ ସେଭଳି ଢ଼ଙ୍ଗରେ ହୋଇପାରେ। ହେଲେ ଏବେ ଯାଏ କୌଣସି ପ୍ରସ୍ତୁତି ହୋଇନାହିଁ। ଝିଅଟିଏ ପାଇଁ ବିବାହ ଏକ ସୁନ୍ଦର ସ୍ବପ୍ନ ସତ ହେବା ପରି। ତାହା ଶୀଘ୍ର ହେବାକୁ ଯାଉଥିବା ଅଙ୍କିତା କହିଛନ୍ତି।

Share