ବାଜିବ ଶାହାନାଇ; ପ୍ରେମିକ ବିକ୍କିଙ୍କ ହାତ ଧରିବାକୁ ଯାଉଛନ୍ତି ଏହି ଚର୍ଚ୍ଚିତ ଅଭିନେତ୍ରୀ

ବମ୍ବେ: ଖୁବ୍‌ଶୀଘ୍ର ବାଜିବ ଶାହାନାଇ। ପ୍ରେମିକ ବିକ୍କି ଜୈନଙ୍କ ହାତ ଧରିବେ ଅଭିନେତ୍ରୀ ଅଙ୍କିତା ଲୋଖଣ୍ଡେ। ଦୀର୍ଘଦିନରୁ ଉଭୟ ପରସ୍ପରକୁ ଡେଟ୍‌ କରୁଥିଲେ। ଏବେ କିନ୍ତୁ ଆଉ ପାଦେ ଆଗକୁ ଯାଇ ସମ୍ପର୍କ ଉପରେ ମୋହର ମାରିବାକୁ ଦୁହେଁ ନିଷ୍ପତ୍ତି ନେଇଛନ୍ତି। ବିବାହ ତାରିଖ ମଧ୍ୟ ଧାର୍ଯ୍ୟ ହୋଇସାରିଛି। ଡିସେମ୍ବର ୧୨,୧୩ ନଚେତ ୧୪ ତାରିଖରେ ଅଙ୍କିତା ବିବାହ କରିପାରନ୍ତି ବୋଲି ଚର୍ଚ୍ଚା ହେଉଛି। ଏନେଇ ନିକଟ ସମ୍ପର୍କୀୟ ତଥା ବନ୍ଧୁମାନଙ୍କୁ ସୂଚିତ କରାଯାଇଛି। ବିବାହ ନିମନ୍ତ୍ରଣ କାର୍ଡ ମଧ୍ୟ ଛପା ଆରମ୍ଭ ହୋଇଛି।

କହିରଖୁଛୁ, ୨୦୨୧ର ଶେଷ ମାସରେ ଗୋଟିଏ ପରେ ଗୋଟିଏ ସେଲିବ୍ରିଟି ବିବାହ ବନ୍ଧନରେ ଆବଦ୍ଧ ହୋଇପାରନ୍ତି। ପ୍ରଥମେ ଡିସେମ୍ବରରେ ବିକ୍କି କୌଶଲ-କଟ୍ରିନା କୈଫ ବିବାହ କରିବେ ବୋଲି ଚର୍ଚ୍ଚା ହେଉଥିଲା। ପରେ ରାଜକୁମାର ରାଓ ଏବଂ ପତ୍ରଲେଖାଙ୍କ ବିବାହ ନେଇ ମଧ୍ୟ ଶୁଣିବାକୁ ମିଳୁଛି।

Share