ଗର୍ଭଧାରଣ ଖବର ଉପରେ ନୀରବତା ଭାଙ୍ଗିଲେ ଅଙ୍କିତା

ମୁମ୍ବାଇ: ଅଭିନେତ୍ରୀ ଅଙ୍କିତା ଲୋଖଣ୍ଡେ ଆଜିକାଲି ତାଙ୍କର ଚଳଚ୍ଚିତ୍ର ‘ଦ ଲାଷ୍ଟ କଫି’ ପାଇଁ ଲାଇମ ଲାଇଟରେ ଅଛନ୍ତ। ବୃତ୍ତିଗତ ଜୀବନ ବ୍ୟତୀତ ଅଙ୍କିତା ତାଙ୍କ ବ୍ୟକ୍ତିଗତ ଜୀବନ ହେତୁ ଅନେକ ଲାଇମଲାଇଟରେ ରୁହନ୍ତି। ଅଭିନେତ୍ରୀ ବିବାହ ପରଠାରୁ ତାଙ୍କ ଗର୍ଭଧାରଣକୁ ନେଇ ଅନେକ ଚର୍ଚ୍ଚା ଚାଲିଛି। ଏବେ ଅଭିନେତ୍ରୀ ଏହା ଉପରେ ନୀରବତା ଭାଙ୍ଗିଛନ୍ତି।ଅଙ୍କିତା ଲୋଖଣ୍ଡେ ୧୪ ଡିସେମ୍ବର ୨୦୨୧ରେ ବ୍ୟବସାୟୀ ବିକି ଜୈନଙ୍କୁ ବିବାହ କରିଥିଲେ। ସେବେଠାରୁ ତାଙ୍କ ଗର୍ଭଧାରଣ ସମ୍ପର୍କରେ ଖବର ସାମ୍ନାକୁ ଆସୁଛି। ନିକଟରେ ପିଙ୍କଭିଲ୍ଲାଙ୍କ ସହ ବାର୍ତ୍ତାଳାପରେ ଅଭିନେତ୍ରୀ ଏହାକୁ ନେଇ ନୀରବତା ଭାଙ୍ଗିଛନ୍ତି। ଅଙ୍କିତା କହିଛନ୍ତି, ପୂର୍ବରୁ କେବଳ ବିବାହ, ପରେ ଗର୍ଭଧାରଣ ଏବଂ ପରେ ଛାଡପତ୍ର ବିଷୟରେ ଖବର ଆସିଥିଲା, କିନ୍ତୁ ଏହା ମୋ ପାଇଁ ଗୁରୁତ୍ୱପୂର୍ଣ୍ଣ ନୁହେଁ। ସେ ଆହୁରି କହିଛନ୍ତି, ଲୋକମାନେ ଏହା ବିଷୟରେ କହିବେ, କିନ୍ତୁ ଯେ ପର୍ଯ୍ୟନ୍ତ ସେମାନେ ଭଲ କଥା କହୁଛନ୍ତି, ଠିକ୍‌ ଅଛି। ଯେତେବେଳେ ସେମାନେ ବିବ୍ରତ ହେଲା ଭଳି କଥା ହୁଅନ୍ତି, ଏହା ମୋତେ ଟିକେ ପ୍ରଭାବିତ କରିବ। ଯଦି ସେମାନେ ମୋର ଗର୍ଭଧାରଣ ବିଷୟରେ କଥାବାର୍ତ୍ତା କରୁଛନ୍ତି, ତେବେ ମୁଁ ବହୁତ ଖୁସି, କାରଣ ମୁଁ ନିଶ୍ଚିତ ଭାବରେ ଦିନେ ଗର୍ଭବତୀ ହେବି ଏବଂ ଏହାକୁ ମୁଁ ଲୋକଙ୍କୁ କହିବି।

Share