ବିବନଙ୍କୁ ଚିହ୍ନିଲେ ଅଞ୍ଜନା

ଭୁବନେଶ୍ୱର,(ବ୍ୟୁରୋ): ଦୀର୍ଘ ୨୨ବର୍ଷ ପରେ ଅଞ୍ଜନା ମିଶ୍ର ଗଣବଳାତ୍କାର ମାମଲାର ମୁଖ୍ୟ ଅଭିଯୁକ୍ତ କୁହାଯାଉଥିବା ବିବନ ବିଶ୍ୱାଳଙ୍କ ବୁଧବାର ଟେଷ୍ଟ ଆଇଡେଣ୍ଟିଫିକେଶନ(ଟିଆଇ) ପରେଡ୍‌ ବା ଅଭିଯୁକ୍ତ ଚିହ୍ନଟ ପ୍ରକ୍ରିୟା ସମ୍ପନ୍ନ ହୋଇଛି। ଝାରପଡ଼ା ଜେଲରେ ସିବିଆଇ ପକ୍ଷରୁ କରାଯାଇଥିବା ଟିଆଇ ପରେଡରେ ବିଚାର ବିଭାଗୀୟ ମାଜିଷ୍ଟ୍ରେଟ ପ୍ରଥମ ଶ୍ରେଣୀ(ଜେଏମ୍‌ଏଫ୍‌ସି) ଶୃଜାଲିନ୍‌ ମହାନ୍ତିଙ୍କ ଉପସ୍ଥିତିରେ ଅଞ୍ଜନା ଅଭିଯୁକ୍ତ ବିବନଙ୍କୁ ଚିହ୍ନଟ କରିଥିବା ଜଣାପଡ଼ିଛି। ଏପରି କି ଘଟଣା ଦିନ ଅଞ୍ଜନା ଯେଉଁ କାର୍‌ରେ ଯାଉଥିଲେ ତା’ର ଡ୍ରାଇଭର ନୀଳକଣ୍ଠ ମଧ୍ୟ ଅଭିଯୁକ୍ତଙ୍କୁ ଚିହ୍ନଟ
କରିଥିବା କୁହାଯାଉଛି। ପରପକ୍ଷରେ ସିବିଆଇ ସ୍ବତନ୍ତ୍ର ଅଦାଲତଙ୍କ ଅନୁମତି କ୍ରମେ ବିବନଙ୍କୁ ଗୁରୁବାରଠାରୁ ସିବିଆଇ ୨ଦିନିଆ ରିମାଣ୍ଡରେ ନେବ। ଟିଆଇ ପରେଡ ସମ୍ପର୍କରେ ସୂଚନା ଦେଇ ଅଞ୍ଜନା କହିଛନ୍ତି, ୧୧ଜଣଙ୍କ ମଧ୍ୟରେ ଅଭିଯୁକ୍ତ ଛିଡ଼ା ହୋଇଥିଲେ। ଦୀର୍ଘ ବର୍ଷ ପରେ ଅଭିଯୁକ୍ତଙ୍କୁ ଚିହ୍ନଟ କରିବା କଷ୍ଟକର ଥିଲା। ଜେଏମ୍‌ଏଫ୍‌ସି ଶୃଜାଲିନ୍‌ ଏବଂ ଜେଲ କର୍ତ୍ତୃପକ୍ଷଙ୍କ ଉପସ୍ଥିତିରେ ଅଭିଯୁକ୍ତଙ୍କ ଚିହ୍ନଟ କରାଯାଇଛି। ମାମଲା କୋର୍ଟରେ ବିଚାରାଧୀନ ଥିବାରୁ ବିବନଙ୍କୁ ଚିହ୍ନଟ ସମ୍ପର୍କରେ ଆଗାମୀ ଦିନରେ ଅଦାଲତରେ ନିଜର ମତ ରଖିବେ ବୋଲି କହିଛନ୍ତି। ଏଥିସହ ଗଣବଳାତ୍କାର ପରେ ମୁଖ୍ୟ ଅଭିଯୁକ୍ତ ଓଡ଼ିଶା ଛାଡି ପଳାଇବାରେ କିଏ ସବୁ ସାହାଯ୍ୟ କରିଛନ୍ତି ଏବଂ କାହା ସହଯୋଗରେ ଏତେ ବର୍ଷ ଧରି ସେ ଗିରଫଦାରିରୁ ବର୍ତ୍ତିଲେ, ସେନେଇ ସିବିଆଇ ଅଭିଯୁକ୍ତଙ୍କୁ ପଚରାଉଚରା କରି ସତ୍ୟ ଉନ୍ମୋଚନ କରିବା ଜରୁରୀ ବୋଲି ଅଞ୍ଜନା କହିଛନ୍ତି।
ଘଟଣା ଦିନରୁ ଆଜି ଯାଏ
୧୯୯୯ ଜାନୁୟାରୀ ୯ରେ ଭୁବନେଶ୍ୱରରୁ କାର୍‌ ଯୋଗେ କଟକ ଯାଉଥିବାବେଳେ ବାରଙ୍ଗ ବେଲଗାଛିଆ ନିକଟରେ ଅଞ୍ଜନା ଗଣବଳାତ୍କାରର ଶିକାର ହୋଇଥିଲେ। ଏହି ଘଟଣାରେ ମୁଖ୍ୟ ଅଭିଯୁକ୍ତ ବିବନ ବିଶ୍ୱାଳଙ୍କ ଦୁଇ ସହଯୋଗୀ ପ୍ରଦୀପ ସାହୁ ଓରଫ ପଦିଆ ଓ ଧୀରେନ୍ଦ୍ର ମହାନ୍ତିଙ୍କୁ ଘଟଣାର ୨ସପ୍ତାହ ମଧ୍ୟରେ ଗିରଫ କରିଥିବାବେଳେ ବିବନ କିନ୍ତୁ ନିଜର ପରିଚୟ ବଦଳାଇ ୨୨ବର୍ଷ ଫେରାର ରହିଥିଲେ। ସେ ମହାରାଷ୍ଟ୍ର ଆମ୍ବିଭ୍ୟାଲିରେ ଆତ୍ମଗୋପନ କରିଥିବା ପୋଲିସକୁ ସୂଚନା ମିଳିଥିଲା। ୨୨ ବର୍ଷ ପରେ ଗତ ୨୧ତାରିଖରେ କମିଶନରେଟ୍‌ ପୋଲିସ ପକ୍ଷରୁ ଅପରେଶନ୍‌ ସାଇଲେଣ୍ଟ ଭାଇପର ମାଧ୍ୟମରେ ବିବନଙ୍କୁ ଆମ୍ବିଭ୍ୟାଲିରୁ ଗିରଫ କରାଯାଇ ଭୁବନେଶ୍ୱର ଅଣାଯାଇଥିଲା। ଘଟଣାର ତଦନ୍ତ ସିବିଆଇ କରୁଥିବାରୁ କମିଶନରେଟ ପୋଲିସ ବିବନଙ୍କୁ ସିବିଆଇକୁ ହସ୍ତାନ୍ତର କରିଥିଲା। ପରେ ସ୍ବତନ୍ତ୍ର ସିବିଆଇ ସିଜେଏମ୍‌ କୋର୍ଟରେ ବିବନଙ୍କୁ ହାଜର କରାଯିବା ପରେ ଝାରପଡ଼ା ସ୍ବତନ୍ତ୍ର ଜେଲକୁ ପଠାଇ ଦିଆଯାଇଥିଲା। ଅଭିଯୁକ୍ତ ବିବନଙ୍କୁ ୨ ଦିନିଆ ରିମାଣ୍ଡରେ ନେବା ସହ ଜେଲରେ ଟିଆଇ ପରେଡ ପାଇଁ କୋଲ୍‌କାତାର ଏକ ସିବିଆଇ ଟିମ୍‌ ମଙ୍ଗଳବାର ସ୍ବତନ୍ତ୍ର ସିଜିଏମ୍‌ କୋର୍ଟରେ ଆବେଦନ କରିଥିଲା। ବୁଧବାର ଟିଆଇ ପରେଡ ସହ ଆସନ୍ତା ୪ ଓ ୫ ତାରିଖ ୨ଦିନ ପାଇଁ ବିବନଙ୍କୁ ସିବିଆଇ ରିମାଣ୍ଡରେ ନେବାକୁ କୋର୍ଟ ଅନୁମତି ପ୍ରଦାନ କରିଥିଲେ।
କେମିତି ଥିଲା ଏକ ଘଣ୍ଟାର ଟିଆଇ ପରେଡ
ବୁଧବାର ଅପରାହ୍ନ ପ୍ରାୟ ୨ଟା ୧୫ ବେଳକୁ ଅଞ୍ଜନା ଝାରପଡ଼ା ଜେଲ ପରିସରରେ ପହଞ୍ଚତ୍ଥିଲେ। ୨୨ବର୍ଷ ପରେ ଟିଆଇ ପରେଡରେ ଅଭିଯୁକ୍ତ ବିବନଙ୍କୁ ଚିହ୍ନିବା କଷ୍ଟକର, ତଥାପି ଚିହ୍ନିବେ ବୋଲି ଅଞ୍ଜନା ଗଣମାଧ୍ୟମକୁ କହି ଜେଲ ଭିତରକୁ ଯାଇଥିଲେ। ସାଢେ ୨ଟା ବେଳେ ଜେଏମ୍‌ଏଫ୍‌ସି ଶୃଜାଲିନ ମହାନ୍ତି ଜେଲ ପରିସରରେ ପ୍ରବେଶ କରିଥିଲେ। ଏହା ପରେ ଟିଆଇ ପରେଡ ଆରମ୍ଭ ହୋଇଥିଲା। ଝାରପଡ଼ା ଜେଲ ସୁପରିଣ୍ଟେଣ୍ଡେଣ୍ଟେ ଧୀରେନ୍ଦ୍ର ନାଥଙ୍କ ସୂଚନା ମୁତାବକ ବିବନଙ୍କ ସମେତ ତାଙ୍କ ରଙ୍ଗ ଉଚ୍ଚତା ଓ ବୟସ ପାଖାପାଖି ଥିବା ୧୧ ଜଣ ବ୍ୟକ୍ତିଙ୍କୁ ଟିଆଇ ପରେଡରେ ଠିଆ କରାଯାଇଥିଲା। ମାଜିଷ୍ଟ୍ରେଟ ଓ ଜେଲ ଅଫିସରଙ୍କ ଉପସ୍ଥିତିରେ ଅଞ୍ଜନା ଓ ଡ୍ରାଇଭର ନୀଳକଣ୍ଠ ବିବନଙ୍କୁ ଚିହ୍ନଟ ପ୍ରକ୍ରିୟା ଆରମ୍ଭ ହୋଇଥିଲା। ପ୍ରାୟ ଏକ ଘଣ୍ଟା ଭିତରେ ଚିହ୍ନଟ ପ୍ରକ୍ରିୟା ସରିବା ସହ ସମସ୍ତ ତଥ୍ୟ ପ୍ରମାଣକୁ ଜେଲ କର୍ତ୍ତୃପକ୍ଷ ଓ କୋର୍ଟଙ୍କ ପକ୍ଷରୁ ରେକର୍ଡ କରାଯାଇଥିଲା।
ଆଜିଠୁ ୨ ଦିନିଆ ରିମାଣ୍ଡରେ ବିବନ
ଅଭିଯୁକ୍ତ ବିବନ ବିଶ୍ବାଳଙ୍କୁ ଗୁରୁବାରଠାରୁ ୨ ଦିନିଆ ରିମାଣ୍ଡରେ ନେବ ସିବିଆଇ। ରିମାଣ୍ଡରେ ନେଇ ମାରାଥନ ଜେରା କରାଯିବ। ସିବିଆଇ ନିକଟରେ ଅଭିଯୁକ୍ତ ୧୯୯୯ ଜାନୁୟାରୀ ୯ରାତିରେ ଘଟିଥିବା ଘଟଣାର ସତ ବଖାଣିବ। ବିବନ ନିଜେ ନା କାହାର ଇସାରାରେ ଏପରି କାର୍ଯ୍ୟ କରିଥିଲେ, ଓଡ଼ିଶା ଛାଡ଼ି ପଳାଇବାରେ କେଉଁମାନେ ତାଙ୍କୁ ସହଯୋଗ କରିଥିଲେ। ଏତେ ବର୍ଷ ଧରି ସେ କିପରି ଗିରଫଦାରିରୁ ବର୍ତ୍ତିଲେ ସେନେଇ ସିବିଆଇ ଅଭିଯୁକ୍ତଙ୍କୁ ପଚରାଉଚରା କରିବ ବୋଲି ଜଣାପଡ଼ିଛି।


Enter your email to get our daily news in your inbox.

All Right Reserved By Dharitri.Com

ଯୁଦ୍ଧ ମଧ୍ୟରେ ଭାରତ ପାଇଁ ଆସିଲା ଖରାପ ଖବର

ନୂଆଦିଲ୍ଲୀ,୧୨।୩: ମଧ୍ୟପ୍ରାଚ୍ୟରେ ଯୁଦ୍ଧ ମଧ୍ୟରେ ଭାରତ ପାଇଁ ଏକ ଖରାପ ଖବର ଆସିଛି। ଏହି ଯୁଦ୍ଧରେ ଆଉ ଜଣେ ଭାରତୀୟଙ୍କ ମୃତ୍ୟୁ ହୋଇଛି। ପୂର୍ବରୁ ଓମାନ ଉପକୂଳରେ…

ସ୍ତ୍ରୀ ଏବଂ ଝିଅଙ୍କୁ ଖଣ୍ଡାରେ ହାଣି ହତ୍ୟା କଲା ସ୍ବାମୀ, କାରଣ ଜାଣିଲେ ଥରି ଉଠିବ….

ଜୟପୁର,୧୨।୩: ରାଜସ୍ଥାନର ରାଜଧାନୀ ଜୟପୁରର ଡୁଡୁରୁ ଏକ ଭୟଙ୍କର ଘଟଣା ସାମ୍ନାକୁ ଆସିଛି। ବିଚୁନ୍ ଗାଁରେ ଜଣେ ବ୍ୟକ୍ତି ଘରୋଇ କଳହକୁ ନେଇ ତାଙ୍କ ସ୍ତ୍ରୀ ଏବଂ…

ଇରାନକୁ ଖୋଲା ଚ୍ୟାଲେଞ୍ଜ ଦେଲା ପାକିସ୍ତାନ. ଚାଇନା-ରୁଷିଆକୁ ଦେଲା ଚକ୍‌ମା!

ନୂଆଦିଲ୍ଲୀ,୧୨।୩: ମଧ୍ୟପ୍ରାଚ୍ୟରେ ଚାଲିଥିବା ଉତ୍ତେଜନା ଏବଂ ସାମରିକ ସଂଘର୍ଷ ମଧ୍ୟରେ, ଜାତିସଂଘ ସୁରକ୍ଷା ପରିଷଦ (ୟୁଏନ୍‌ଏସ୍‌ସି) ବୁଧବାର ଏକ ଗୁରୁତ୍ୱପୂର୍ଣ୍ଣ ପ୍ରସ୍ତାବ ପାସ୍ କରିଛି । ବାହାରିନ…

BCCI Awards: ଶୁଭମନ ଗିଲ୍ ହେଲେ ଶ୍ରେଷ୍ଠ କ୍ରିକେଟର, ରାହୁଲ ଦ୍ରାବିଡ…..

ନୂଆଦିଲ୍ଲୀ,୧୨।୩: ୨୦୨୬ ଟି-୨୦ ବିଶ୍ୱକପ୍ ଜିତିବା ପରେ, ଭାରତୀୟ କ୍ରିକେଟ୍ ଟିମ୍ ଖୁବ୍ ଶୀଘ୍ର ସମ୍ମାନିତ ହେବ। ସୂର୍ଯ୍ୟକୁମାର ଯାଦବଙ୍କ ଅଧିନାୟକତ୍ୱରେ, ଟିମ୍ ଇଣ୍ଡିଆ ରେକର୍ଡ ତୃତୀୟ…

‘ଶୁବମନ ଗିଲ୍‌ଙ୍କ ପାଇଁ ଟିମ ଇଣ୍ଡିଆରେ କୌଣସି ସ୍ଥାନ ନାହିଁ’, ପୂର୍ବତନ କ୍ରିକେଟରଙ୍କ ବିସ୍ଫୋରକ ବୟାନ

ନୂଆଦିଲ୍ଲୀ,୧୨।୩: ଟିମ ଇଣ୍ଡିଆ ୨୦୨୬ ଟି-୨୦ ବିଶ୍ୱକପ ଜିତିଛି। ବିଶ୍ୱକପ ଶେଷ ହେବା ପରେ, କ୍ରିକେଟ ବିଶେଷଜ୍ଞ ଆକାଶ ଚୋପ୍ରା ଯୁବ ଖେଳାଳି ଶୁବମନ ଗିଲ୍‌ଙ୍କ ସମ୍ପର୍କରେ…

ଯୁଦ୍ଧ ପାଇଁ ହେବନାହିଁ ଆଇପିଏଲ! ଆସିଲା ବଡ଼ ଅପଡେଟ୍‌, କ୍ରିକେଟ୍‌ ପ୍ରେମୀଙ୍କୁ ଲାଗିବ ଝଟ୍‌କା

ନୂଆଦିଲ୍ଲୀ,୧୨।୩: IPL ୨୦୨୬ ମାର୍ଚ୍ଚ ୧୮ ତାରିଖରେ ଆରମ୍ଭ ହେବାକୁ ଯାଉଛି। BCCI ମାର୍ଚ୍ଚ ୧୧ ତାରିଖରେ ପ୍ରଥମ ୨୦ ମ୍ୟାଚ ପାଇଁ କାର୍ଯ୍ୟସୂଚୀ ପ୍ରକାଶ କରିଛି।…

ଆଜି ୧୦୦୦ଟଙ୍କା ପାର୍‌ କଲା ସିଲିଣ୍ଡର ଦାମ୍‌, କାଲିଠୁ ଓଡ଼ିଶାରେ…

ନୂଆଦିଲ୍ଲୀ,୧୨।୩: ଯଦି ଆପଣ ଗତ କିଛି ଦିନ ଧରି ଗ୍ୟାସ ସିଲିଣ୍ଡର ବିତରଣରେ ବିଳମ୍ବ ଅନୁଭବ କରୁଛନ୍ତି କିମ୍ବା ଦର ବୃଦ୍ଧି ନେଇ ଚିନ୍ତିତ ଅଛନ୍ତି, ତେବେ…

ଗ୍ୟାସ ସିଲିଣ୍ଡରର ଟେନସନ ଶେଷ! ତେଲ-ଗ୍ୟାସ ପାଇଁ ୫ ନୂଆ ରାସ୍ତା ଖୋଜିଲେ ଭାରତ ସରକାର, ଏଣିକି…

ନୂଆଦିଲ୍ଲୀ,୧୨।୩: ହର୍ମୁଜ ପ୍ରଣାଳୀ ଦେଇ ଉପସାଗରୀୟ ଦେଶଗୁଡ଼ିକରୁ ତୈଳ ଏବଂ ଗ୍ୟାସ ଯୋଗାଣରେ ବାଧା ସୃଷ୍ଟି ହେବା ପରେ ଭାରତ ବିକଳ୍ପ ମାର୍ଗ ଅନୁସନ୍ଧାନ ଆରମ୍ଭ କରିଛି।…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri