ଉତ୍ତମ ସିଡିପିଓ ଭାବେ ସମ୍ମାନିତ ହେଲେ ଅନୀତା ପାଣିଗ୍ରାହୀ

ଗୁଡାରି,୧୫।୧୦(ପ୍ରମୋଦ କୁମାର ପତି):ରାୟଗଡ଼ା ଜିଲାରେ ଗୁରୁବାର ନବମ ରାଷ୍ଟ୍ରୀୟ ପୋଷଣ ମାହ-୨୦୨୬ ପାଳିତ ହୋଇଯାଇଛି। ଏହି ଅବସରରେ ଜିଲାର ବିଭିନ୍ନ ସରକାରୀ କାର୍ଯ୍ୟକ୍ରମରେ ଉତ୍ତମ ପ୍ରଦର୍ଶନ କରିଥିବା ଗୁଡ଼ାରୀର ସମନ୍ବିତ ଶିଶୁ ବିକାଶ ପ୍ରକଳ୍ପ ଅଧିକାରୀ (ସିଡିପିଓ) ଅନୀତା ପାଣିଗ୍ରାହୀଙ୍କୁ ‘ଉତ୍ତମ ସିଡିପିଓ’ ଭାବେ ସମ୍ମାନିତ କରାଯାଇଛି।୍‌ କାର୍ଯ୍ୟକ୍ରମରେ ଅତିରିକ୍ତ ଜିଲାପାଳ, ଜିଲା ସମାଜ ମଙ୍ଗଳ ଅଧିକାରୀ ଏବଂ ଜିଲା ସ୍ବାସ୍ଥ୍ୟ ବିଭାଗର ଡାକ୍ତରମାନେ ଉପସ୍ଥିତ ରହି ଏହାର ଶୁଭାରମ୍ଭ କରିଥିଲେ। ଏହି ଅବସରରେ ପୋଷଣ ସମ୍ପର୍କିତ ସଚେତନତା କାର୍ଯ୍ୟକ୍ରମ ସହ ବିଭିନ୍ନ ପୁଷ୍ଟିକର ଖାଦ୍ୟର ପ୍ରଦର୍ଶନୀ ଆୟୋଜିତ ହୋଇଥିଲା।

ଜିଲାରେ ବିଭିନ୍ନ ସରକାରୀ ଯୋଜନା ଓ କାର୍ଯ୍ୟକ୍ରମକୁ ସଫଳତାର ସହ କାର୍ଯ୍ୟକାରୀ କରିବା ସହ ଭଲ ପ୍ରଦର୍ଶନ କରିଥିବାରୁ ଅନୀତା ପାଣିଗ୍ରାହୀଙ୍କୁ ଏହି ସମ୍ମାନ ପ୍ରଦାନ କରାଯାଇଛି। ମୁଖ୍ୟ ଅତିଥି ତାଙ୍କୁ ମାନପତ୍ର ଓ ଉତ୍ତରୀୟ ପ୍ରଦାନ କରି ସମ୍ମାନିତ କରିଥିଲେ।

ଉଲ୍ଲେଖଯୋଗ୍ୟ, ଅନୀତା ପାଣିଗ୍ରାହୀ ପୂର୍ବରୁ ମଧ୍ୟ ଜିଲାସ୍ତରରେ ବିଭିନ୍ନ କ୍ଷେତ୍ରରେ ପୁରସ୍କୃତ ହୋଇଛନ୍ତି। ତାଙ୍କର ଏହି ସଫଳତା ଜିଲାର ଶିଶୁ ବିକାଶ ଓ ପୋଷଣ ସମ୍ପର୍କିତ କାର୍ଯ୍ୟକ୍ରମକୁ ଆଗକୁ ବଢ଼ାଇବା ଦିଗରେ ଉତ୍ସାହ ଯୋଗାଇବ ବୋଲି ଆଶା କରାଯାଉଛି।

 

Dharitri – Odisha’s No.1 Odia Daily

 

Share