ବିଲୁପ୍ତି ପଥେ ପ୍ରାଣୀ

ମାନେକା ଗାନ୍ଧୀ

ମୋତେ ସାହାଯ୍ୟ କର। ମୋତେ ପ୍ରତାରିତ କରାଯାଉଛି। ମାଂସ ଶିଳ୍ପ, କୀଟନାଶକ ପ୍ରଦୂଷଣକାରୀ ଓ ଶିକାରୀମାନଙ୍କ ସହ କଳକାରଖାନାଗୁଡ଼ିକ ମିଳିତ ଭାବେ ଏକ ଧ୍ୱଂସର ବୂ୍ୟହ ରଚନା କରିଛନ୍ତି। ଏମାନେ ବହୁ ଚମକତ୍ାରୀ ଜୀବଙ୍କୁ ବିଲୁପ୍ତ କରିଦେଉଛନ୍ତି, ଯାହାଙ୍କୁ ମୁଁ ଆଖି ପୂରାଇ ଦେଖିବାର ସୁଯୋଗ ପାଇପାରୁନାହିଁ। ସ୍ମୁଥ ହ୍ୟାଣ୍ଡ୍‌ଫିଶ୍‌ ଏକ ଅସାଧାରଣ ମାଛ। ଏହି ମାଛ ସମୁଦ୍ର ପୃଷ୍ଠରେ ପକ୍ଷ ସାହାଯ୍ୟରେ ଚାଲୁଥିଲା। ଏହାକୁ ଇଣ୍ଟର୍‌ନ୍ୟାଶନାଲ ୟୁନୟନ୍‌ ଫର୍‌ କଞ୍ଜରଭେଶନ ଅଫ୍‌ ନେଚର( ଆଇୟୁସିଏନ୍‌)ବିଲୁପ୍ତ ବୋଲି ଘୋଷଣା କରିଛି। ତାସ୍‌ମାନିଆ ସମୁଦ୍ରର ଅଗଭୀର ଜଳରେ କିଛି ଦଶକ ପୂର୍ବରୁ ଏହି ମାଛ ପ୍ରଚୁର ମିଳୁଥିଲା। ଏବେ ଏହି ବଂଶର କେବଳ ଗୋଟିଏ ପ୍ରଜାତି ମାଛ ରହିଛି ଓ ଏହାକୁ ୧୮୦୨ରେ ଠାବ କରାଯାଇଥିଲା। ଏହି ବଂଶର ଆଉ ଏକ ପ୍ରଜାତି ମାଛ ରେଡ୍‌ ହ୍ୟାଣ୍ଡଫିସ୍‌ ସମୁୁଦ୍ର ତଳେ ରହେ ଓ ହାତ ସଦୃଶ ପକ୍ଷ ସାହାଯ୍ୟରେ ଚାଲେ । ବର୍ତ୍ତମାନ ଏମାନଙ୍କ ସଂଖ୍ୟା ୧୦୦ରୁ କମ୍‌ ରହିଛି। ମାଛଧରା, ପ୍ରଦୂଷଣ ଓ ବାସସ୍ଥାନ ନଷ୍ଟ କରାଯିବା ଯୋଗୁ ଏମାନେ ବହୁସଂଖ୍ୟାରେ ମରିଯାଇଛନ୍ତି ବୋଲି ଅନୁମାନ କରାଯାଏ।
ଧଳା ଜିରାଫ ଖୁବ୍‌ ସୁନ୍ଦର ତଥା ଆକର୍ଷକ । ଶେଷକୁ କେନିଆରେ ଗୋଟିଏ ମା’ ଜିରାଫ ଓ ତା ଶାବକ ବଞ୍ଚିଥିଲେ। ୨୦୨୦ରେ ଏ ଦୁହିଁଙ୍କୁୁ ଶିକାରୀମାନେ ମାରିଦେବା ପରେ ଏହି ପ୍ରଜାତିକୁ ବିଲପ୍ତ ଘୋଷଣା କରାଯାଇଛି। ଆଗାମୀ ଦଶବର୍ଷରେ ଆଉ ସବୁ ପ୍ରଜାତିର ଜିରାଫ ମଧ୍ୟ ଶେଷ ହୋଇଯିବେ । ୧୯୮୫ ପରଠାରୁୁ ୪୦ ପ୍ରତିଶତ ଜିରାଫଙ୍କୁ ଶିକାର କରାଯାଇଛି। କେବଳ ପୂର୍ବଆଫ୍ରିକାରେ ପାଖାପାଖି ୮୬,୦୦୦ ଜିରାଫ୍‌ଙ୍କୁ ମାରିଦିଆଯାଇଛି। ଜିରାଫ୍‌ଙ୍କ ଚରାଭୂଇଁରେ ଘର କରିବା କିମ୍ବା ଚାଷ ପାଇଁ କୃଷକମାନେ ମଧ୍ୟ ଏମାନଙ୍କୁ ମାରିଦେଉଛନ୍ତି। ଏବେ ଆଉ ମାତ୍ର ୧୬,୦୦୦ ଜିରାଫ ବଞ୍ଚିଛନ୍ତି। ଲୋନେସମ୍‌ ଜର୍ଜ ନାମକ ମେଲ୍‌ ପିଣ୍ଟା ଟର୍‌ଟଏଜ (ଏକ ବିଶାଳ ଓ ଓଜନଦାର କଇଁଛ) ର ଶେଷରେ ମୃତ୍ୟୁ ହୋଇଛି। ସେ ଏତେ ବଡ଼ ଥିଲା ଯେ ମୋତେ ପିଠିରେ ବସାଇ ନେବାର କ୍ଷମତା ତା’ର ଥିଲା। ବର୍ତ୍ତମାନ ଏଭଳି ବିଶାଳ କଇଁଛ ଆଉ ଦେଖିତ୍ବାକୁ ପାଇବି ନାହିଁ। ପ୍ରଶାନ୍ତ ମହାସାଗରରେ ଥିବା ନିର୍ଜନ ଗାଲାପାଗୋସ ଦ୍ୱୀପସମୂହରେ ଏହି ବିଶାଳ କଇଁଛ ଦେଖିବାକୁ ମିଳୁଥିଲା। ପରେ ଅନ୍ବେଷଣକାରୀ ଓ ତିମି ଶିକାରୀମାନେ ସେଠାରେ ପହଞ୍ଚି କଇଁଛଙ୍କୁୁ ଶିକାର କରି ଖାଇଯିବା ଦ୍ୱାରା ଏମାନଙ୍କ ବଂଶ ଲୋପ ପାଇଗଲା।
ଭାରି ସୁନ୍ଦର ଦେଖାଯାଉଥିବା ଫର୍ମୋସାନ କ୍ଲାଉଡେଡ୍‌ ଲିଓପାଡ୍‌( ଏକ ପ୍ରକାର ଚିତା ବାଘ, ଯାହା ଚମଡାରେ ବାଦଲ ଭଳି ଛାପ ରହିଥାଏ)ର ଚାରି ଗୋଡ଼ଯାକ ଅଜଗର ଭଳି ଦେଖାଯାଏ। ଏହି ବାଘ ଏବେ ବିଲୁପ୍ତ ହୋଇଗଲେଣି। ଚମଡ଼ା ପାଇଁ ଶିକାର କରି ସେମାନଙ୍କୁ ଶେଷ କରିଦିଆଗଲା। ଯେଉଁମାନେ ସେମାନଙ୍କୁ ମାରିଦେଲେ ସେମାନେ ସରକାରୀ କାର୍ଯ୍ୟାନୁଷ୍ଠାନ ଭୟରେ ଆକର୍ଷଣୀୟ ଚମଡାଗୁଡିକୁ ପୋଡିଦେଲେ। ଏଣୁ କେବଳ କେତୋଟି ଫଟୋ ବ୍ୟତୀତ ତୁମେ ସେମାନଙ୍କ ଚମଡାର ବାସ୍ତବ ସୌନ୍ଦର୍ଯ୍ୟ ଦେଖିବାକୁ ସକ୍ଷମ ହୋଇପାରିବ ନାହିଁ।
ଆମେରିକାରେ ଲକ୍ଷ ଲକ୍ଷ ପାସେଞ୍ଜର ପିଜିଅନ୍‌ ଥିଲେ। ଗୋଲାପି ଶରୀର ଓ ନୀଳ-ଧୂଷର ରଙ୍ଗର ମୁଣ୍ଡ ଥିବା ଏହି ପାରା ଗଛ ଡାଳରେ ବସାବାନ୍ଧିି ଗୋଟିଏ ମାତ୍ର ଧଳା ଅଣ୍ଡା ଦେଉଥିଲେ। ଏହି ପାରାଙ୍କୁ କିଏ ଅଧିକ ଗୁଳି କରି ମାରିପାରିବ – ପିଲାମାନଙ୍କର ଏଭଳି ପ୍ରତିଯୋଗୀ ମନୋଭାବ ଯୋଗୁ ଏମାନଙ୍କୁ ପୂରା ମାରିଦିଆଗଲା। ପାରାମାନେ ଉଡି ଗଲାବେଳେ ଛାତ ଉପରେ ରହି ଲୋକମାନେ ମଧ୍ୟ ଏମାନଙ୍କୁ ଗୁଳିକରି ମାରିଦେଲେ। ଖାଇବାକୁ ନୁହେଁ କି ଆଉ କିଛି କାରଣ ପାଇଁ ନୁହେଁ, ବରଂ ମାରିବାରେ ପାଉଥିବା ଟିକିଏ ଆନନ୍ଦ ଲାଗି ଏମାନଙ୍କୁ ଶେଷ କରିଦିଆଗଲା। କାରବିୟାନ ମଙ୍କ ସିଲ୍‌ ବିଲୁପ୍ତ ହେବା ପଛରେ ଖ୍ରୀଷ୍ଟୋଫର କଲମ୍ବସଙ୍କ ହାତ ରହିଛି। ସେ ଏହି ନିରୀହ ଜୀବର ଡାକ ନାମ ସି’ ଉଭସ୍‌ ଦେଇଥିଲେ ଓ ୧୯୪୯ରେ ଶହ ଶହ ସିଲ୍‌କୁ ମାରିଦେଇଥିଲେ। ଯାହା କିଛି ସେ ଛାଡିଦେଇଥିଲେ ପରେ ମାଂସ ଓ ତେଲ ଲାଗି ମାଛଧରାଳିମାନେ ଶିକାର କଲେ। ୨୦୦୮ ଜୁନ୍‌ରେ ଏହି ଜୀବକୁ ବିଲୁପ୍ତ ଘୋଷଣା କରାଗଲା। ଡୋଡୋ(ବତକ ଭଳି ଉଡିପାରୁ ନ ଥିବା ପକ୍ଷୀ)ବଂଶର ଆକର୍ଷଣୀୟ ସବୁଜ ଚିହ୍ନର ପର ଥିବା ଲିଭରପୁଲ ପିଜିଅନ୍‌ଙ୍କୁ ମରିସସ୍‌ରେ ନାବିକମାନେ ରହିବା ସମୟରେ ମାରି ଖାଇବା ଯୋଗୁ ଏମାନଙ୍କ ବଂଶ ଲୋପ ପାଇବାରେ ଲାଗିଲା। ତାହାତିରେ ବି ଏହି ପକ୍ଷୀ ରହୁଥିଲେ , କିନ୍ତୁ ଏମାନଙ୍କୁ ସ୍ଥାନୀୟ ଲୋକମାନେ ଶିକାର କରି ଖାଇଦେଲେ। ଯେଉଁ ପାଶ୍ଚାତ୍ୟବାସୀ ସେଠାରେ ଘର କରି ରହିଲେ ସେମାନେ ଘୁଷୁରି ରଖିଲେ । ଘୁଷୁରି ପାରାଙ୍କ ବସା ନଷ୍ଟ କରିଦେଲେ। ତୁମେ ଦେଖିବା ଲାଗି ଲିଭରପୁଲ ଚିଡିଆଖାନାରେ ଏହି ପ୍ରଜାତିର କେବଳ ଗୋଟିଏ ପାରା ରହିଥିବାରୁ ଏହାକୁ ଲିଭର୍‌ପୁଲ ପିଜିଅନ କୁହାଯାଉଛି। ଆଫ୍ରିକା ମହାଦେଶରେ କଳା ଗଣ୍ଡା ଦେଖାଯାଉଥିଲେ। ୧୯୬୦ରେ ଜାଲ୍‌ ଓ୍ୟଷଧ ବ୍ୟବସାୟ ପାଇଁ ଏମାନଙ୍କୁ ହତ୍ୟା କରି ଶିଙ୍ଗକୁ ଚାଇନାକୁ ବିକ୍ରି କରାଗଲା। ଏମାନେ ଏବେ ଆଉ ନାହାନ୍ତି। ଦୁଃଖର ବିଷୟ , ଏମାନଙ୍କ ଶିଙ୍ଗରୁ ପ୍ରସ୍ତୁତ ଓ୍ୟଷଧରେ ଜଣେ ହେଲେ ବି ଉପକୃତ ହୋଇନାହାନ୍ତି।
ଧୂସର ରଙ୍ଗର ବାଦୁଡ଼ି ଟିନି ଓ୍ବିନିକୁ ପିପିଷ୍ଟ୍ରେଲିସ କୁହାଯାଏ। ରାତିରେ ଶାନ୍ତ ସମୁଦ୍ରରେ ଏମାନଙ୍କ ଉଚ୍ଚସ୍ବର ବହୁ ଦୂରକୁ ଶୁଭାଯାଏ। ଭାରତ ମହାସାଗରର କେବଳ ଖ୍ରୀଷ୍ଟମାସ ଦ୍ୱୀପରେ ଏମାନେ ଦେଖାଯାଆନ୍ତି। ଏହି ଦ୍ୱୀପରେ ଦେଖାଯାଉଥିବା ଏକ ପ୍ରକାର ପିମ୍ପୁଡିଙ୍କୁ ମାରିବା ଲାଗି ବ୍ୟବହାର କରାଯାଉଥିବା କୀଟନାଶକ ଦ୍ୱାରା ଏମାନେ ଲୋପ ପାଇଯାଇଛନ୍ତିିି। ମାଡାଗାସ୍କାରରେ ଦେଖାଯାଉଥିତ୍ବା ତିନି ପ୍ରକାର ଜଳହସ୍ତୀଙ୍କ ମଧ୍ୟରୁ ଯେଉଁ ଗୋଟିଏ ବଞ୍ଚିଥିଲା ତାହାକୁ ୨୦୧୪ରେ ମାରିଦିଆଗଲା। ଏକଦା ୟାଙ୍ଗତେଜ୍‌ ରିଭର୍‌ ଡଲ୍‌ଫିନ୍‌କୁ ନଦୀର ଦେବୀ ଭାବେ ପୂଜା କରାଯାଉଥିଲା। ଏହାର ଦୃଷ୍ଟଶକ୍ତି ନ ଥିଲା ଓ ପାଣିରେ ଶବ୍ଦବାରି ଶିକାର କରୁଥିଲେ। ଏମାନଙ୍କ ସଂଖ୍ୟା ଥିଲା ଚାଇନା ଜନସଂଖ୍ୟାର ଏକ ତୃତୀୟାଂଶ। ସମୟକ୍ରମେ ପ୍ରଦୂଷଣ, ଡ୍ୟାମ ନିର୍ମାଣ ଓ ଶିକାର ଯୋଗୁ ଏହି ଡଲଫିନ୍‌ ଏବେ ବିଲୁପ୍ତ ହୋଇଯାଇଛି। ଜାପାନର ରିଭର୍‌ ଓଟ୍ଟର୍‌ ଲକ୍ଷ ଲକ୍ଷ ସଂଖ୍ୟାରେ ଥିଲେ। ପ୍ରତିଦିନ ଶହ ଶହ ସଂଖ୍ୟାରେ ଶିକାର କରି ଏମାନଙ୍କୁ ୧୯୮୦ ସୁଦ୍ଧା ଲୋପ କରିଦିଆଗଲା। ଏବେ ଏମାନଙ୍କୁ ନେଇ କବିତା ଲେଖାଯାଉଛି। ସେପ୍ଟେମ୍ବର ୧୯କୁ ରିଭର୍‌ ଓଟ୍ଟର୍‌ ଦିବସ ଭାବେ ପାଳନ କରାଯାଉଛି।
ବିଲୁପ୍ତ ପ୍ରଜାତିର ତାଲିକାରେ ସ୍ଥାନ ପାଇଥିବା ପ୍ରତ୍ୟେକ ପ୍ରାଣୀ ମଣିଷର ଅପାରଗତାକୁ ସୂଚାଉଛି, ଏକ ଚେତାବନୀ ବି ଦେଉଛି। ଏହା ମଧ୍ୟ ଆମ ନିଷ୍ଠୁରତା ବା କ୍ରୂରତା ଏବଂ ଲୋଭକୁ ସ୍ମରଣ କରାଇଦେଉଛି। ବୈଜ୍ଞାନିକମାନେ ୧୩ ଲକ୍ଷ ଯାଏ ବିଭିନ୍ନ ପ୍ରଜାତିର ଜୀବଙ୍କୁ ଆବିଷ୍କାର କରିଛନ୍ତି। କିନ୍ତୁ ଏବେ ଏହାର ମାତ୍ର ୨୦ ପ୍ରତିଶତ ପ୍ରଜାତିର ଜୀବ ପୃଥିବୀରେ ରହିଛନ୍ତି। ଆହୁରି ଲକ୍ଷ ଲକ୍ଷ ପ୍ରଜାତିର ଜୀବଙ୍କୁ ସନ୍ଧାନ କରିବାକୁ ବାକି ରହିଛି। କିନ୍ତୁ ଆମେ ଏମାନଙ୍କୁ ଖୁବ୍‌ ଶୀଘ୍ର ମାରି ଦେଉଛୁ । ପୃଥିବୀରେ ଦେଖାଯାଉଥିବା ସବୁ ପ୍ରଜାତିର ଜୀବଙ୍କ ମଧ୍ୟରୁ ୯୦ ପ୍ରତିଶତ ବିଲୋପ ହୋଇଯିବା ମନେ ହେଉଛି। ୧୯୬୪ରେ କୋଷ୍ଟାରିକାରେ ଠାବ କରାଯାଇଥିବା ଗୋଲ୍ଡେନ ଟୋଡ( ସୁନା ରଙ୍ଗର ଛୋଟ ବେଙ୍ଗ) ୧୯୮୯ ସୁଦ୍ଧା ବି ଲୋପ ପାଇଗଲା। କି ଅଦ୍ଭୁତ ଓ ଆନନ୍ଦମୟ ଥିଲା ଏ ପୃଥିବୀ। ମାତ୍ର ୩୦୦ ବର୍ଷ ମଧ୍ୟରେ ଏତେ ସବୁ ଜୀବଙ୍କୁ ବିଲୁପ୍ତ କରିଦେଇଛି। ଆମ ପିଲାମାନେ ଡାଏନୋସର ବିଷୟରେ ପଢୁଛନ୍ତି ଓ ମ୍ୟୁଜିୟମରେ ଡାଏନୋସରର କଙ୍କାଳ ଦେଖାଇବା ଲାଗି ଆମେ ସେମାନଙ୍କୁ ନେଉଛେ। କିନ୍ତୁ ଆମେ ପ୍ରତିବର୍ଷ ମାରି ଶେଷ କରିଦେଉଥିବା ପ୍ରାଣୀଙ୍କ ସମ୍ପର୍କରେ ସେମାନଙ୍କୁ କିଛି ବି କହୁନାହଁୁ। ପ୍ରାୟତଃ ଏକ ଶୂନ୍ୟ ପୃଥିବୀକୁ ସେମାନେ ଉତ୍ତରାଧିକାରୀ ଭାବେ ପାଇବାକୁ ଯାଉଛନ୍ତି।
ଗତ ଦଶନ୍ଧିରେ ୪୬୭ ପ୍ରଜାତି ବିଲୁପ୍ତ ହୋଇଯାଇଥିବା ଆଇୟୁସିଏନ୍‌ ଘୋଷଣା କରିଛି। ମୋ ଜୀବଦ୍ଦଶାରେ ପୃଥିବୀ ମଧ୍ୟ ପୋଲାର ବିୟର,ଲିଦରବ୍ୟାକ ଟର୍‌ଟଲ,ବାଘ, ଏସୀୟ ହସ୍ତୀ,ଜାଭାର ଗଣ୍ଡା, ସମୁତ୍ରାର ଓରାଗୁଟାନ, ପାହାଡ଼ୀ ଗରଲା ଓ ବ୍ଲୁଫିନ୍‌ ଟୁନା ଆଦି ଅଦ୍ଭୁତ ଜୀବଙ୍କୁ ହରାଇବାକୁ ଯାଉଛି। ମଣିଷ ଲୋପ ପାଇବା ପୂର୍ବରୁ ମହୁମାଛି ଶେଷ ଜୀବ ଭାବେ ବିଲୁପ୍ତ ହୋଇଯିବ। କାରଣ,ସେମାନଙ୍କ ଉପରେ ଆମ ଖାଦ୍ୟ ନିର୍ଭର କରେ। କିନ୍ତୁ ୨୦୦୩ରେ ନେଓନିକୋଟିନୋଏଡ୍‌ ନାମକ କୀଟନାଶକ ବ୍ୟବହାର କରାଯିବା ପରେ ୭୦ ପ୍ରତିଶତ ମହୁମାଛି ବିଲପ୍ତ ହୋଇଗଲେଣି।
Email: gandhim@nic.in


Enter your email to get our daily news in your inbox.

All Right Reserved By Dharitri.Com

ଏଇ ଭାରତରେ

ଅସହାୟ ପିଲାଙ୍କ ଆଶାବାଡ଼ି ପୋର୍ତ୍ତିଆ ପୁଟାଟୁଣ୍ଡା। ସେ ତାଙ୍କ ପିତାଙ୍କ ସ୍ମୃତିରେ ଏକ ଆବାସିକ ସ୍କୁଲ ଖୋଲି ମାଗଣାରେ ପିଲାମାନଙ୍କୁ ପଢାଉଛନ୍ତି। ସେମାନଙ୍କୁ ଖାଦ୍ୟ, ଚିକିତ୍ସା, ପୋଷାକ…

ଅଦୃଶ୍ୟ ଈଶ୍ୱରଙ୍କ ଦୃଶ୍ୟ ପ୍ରତିମା

ଭୁ ଯିଶୁଖ୍ରୀଷ୍ଟ ଦୁଇ ହଜାରରୁ ଅଧିକ ବର୍ଷ ତଳେ, ରୋମୀୟ ସାମ୍ରାଜ୍ୟ ସମୟରେ, ନିଜର ପରିଚୟ ଓ ବ୍ୟକ୍ତିତ୍ୱକୁ ଖୋଲାଖୋଲି ଭାବେ ପ୍ରକାଶ କରିଥିଲେ। ତାଙ୍କ ବିରୋଧରେ…

ଜନଜାତୀୟ ଖେଳ ପ୍ରତିଭା: ଆମ ଜାତୀୟ ଗୌରବ

ମୁଁ  ଦେଖିଛି ଯେ ଆମ ଦେଶର ଗ୍ରାମାଞ୍ଚଳ ଓ ବନାଞ୍ଚଳରେ ପିଲାମାନେ ସେମାନଙ୍କ ଦୈନନ୍ଦିନ ଜୀବନର ଅଧିକାଂଶ ସମୟ ପ୍ରକୃତି କୋଳରେ ଅତିବାହିତ କରିଥା’ନ୍ତି। ସେମାନେ ପ୍ରାକୃତିକ…

ଆଣବିକ ପ୍ରତିରୋଧ ଓ ମହାଶକ୍ତି

ଆଣବିକ ଅସ୍ତ୍ରଶସ୍ତ୍ର ଯୋଗୁ ମହାଶକ୍ତିଙ୍କ ମଧ୍ୟରେ ଯୁଦ୍ଧର ବିଜୟ ଅସମ୍ଭବ ହୋଇଯାଇଛି। ଅର୍ଥାତ୍‌ ମହାଶକ୍ତିଙ୍କ ନିକଟରେ ଏତେ ଅଣୁ ଅସ୍ତ୍ରଶସ୍ତ୍ର ରହିଛି ଯେ, ଯଦି ସେମାନଙ୍କ ମଧ୍ୟରେ…

ଏଇ ଭାରତରେ

ଦନ୍ତ ଚିକିତ୍ସକ ଡ. ଶାନ୍ତି ତୁମ୍ମାଲା ଚାକିରି ଛାଡ଼ି ବେଙ୍ଗାଲୁରୁରେ ବର୍ଜ୍ୟ ସମସ୍ୟାର ସମାଧାନ ପାଇଁ ପଦକ୍ଷେପ ନେଇଛନ୍ତି। ଥରେ ଜଣେ ମହିଳା ଏକ ଅଳିଆଗଦା ନିକଟରେ…

ତଳ ଅଫିସର

ଆଜିର ଦିନରେ ସବୁଠି ଗହଳଚହଳ ଅଧିକ। ହାଟରେ ଯେମିତି ଘୋ ଘୋ, ନାହିଁ ନ ଥିବା ଭିଡ଼, ଠିକ୍‌ ସେମିତି ଭିଡ଼ ଦେଖାଯାଏ ସବୁଠି। ଟ୍ରେନ୍‌ରେ ଯାତ୍ରୀଙ୍କ…

ବିଶ୍ୱ ପାଇଁ ଚେତାବନୀ

ମଣିଷ ବିଜ୍ଞାନ-ସଭ୍ୟତାର ଶୀର୍ଷରେ ପହଞ୍ଚତ୍ଥିଲେ ମଧ୍ୟ ଯୁଦ୍ଧ ଓ ହିଂସାକୁ ଛାଡ଼ିପାରିନାହିଁ। ଏବେ ସମଗ୍ର ବିଶ୍ୱରେ ଯେମିତି ସଂଘର୍ଷ, ହିଂସା, ପ୍ରତିଶୋଧର ବାତାବରଣ ସୃଷ୍ଟି ହୋଇଛି ତାହା…

ଜୈନଧର୍ମରେ ମହିଳା

ଜୈନଧର୍ମରେ ୨୪ ସନ୍ନ୍ୟାସୀ (ତୀର୍ଥଙ୍କର)ଙ୍କ ପ୍ରଦର୍ଶିତ ପଥ ଜୈନଧର୍ମ ଅନୁସରଣ କରେ। ଜୈନଧର୍ମର ଶ୍ୱେତାମ୍ବର ବିଚାରରେ ପଶ୍ଚିମ ଭାରତରେ ପାର୍ଶ୍ୱନାଥ ଏବଂ ମହାବୀର ଯଥାକ୍ରମେ ୨୩ ଓ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri