ମଣିଷଙ୍କ ପୂର୍ବରୁ ପ୍ରଥମେ ଏହି ଜୀବକୁ ଦିଆଯାଇଥିଲା କରୋନା ଟିକା

ଓ୍ବାଶିଂଟନ,୭।୧: କରୋନା ଟିକା ପାଇଁ ସମଗ୍ର ବିଶ୍ୱବାସୀ ଚାତକ ପରି ଚାହିଁ ରହିଛନ୍ତି। କିଛି ସ୍ଥାନରେ ଲୋକେ ଏହି ଟିକା ନେଲେଣି ମଧ୍ୟ। ମାତ୍ର ଜାଣନ୍ତି କି ମଣିଷକୁ କରୋନା ଟିକା ଦିଆଯିବା ପୂର୍ବରୁ ଏକ ଜୀବ ଦେହରେ ଦିଆଯାଇଥିଲା। ଏହି ଜୀବ ସାଧାରଣତଃ ଆମେରିକାର କଲରାଡୋ ସହରରେ ଦେଖିବାକୁ ମିଳଥାନ୍ତି। ଜାଣନ୍ତୁ ଏହି ଜୀବ ବିଷୟରେ…
ଏହି ଜୀବର ନାମ ହେଉଛି ଫେରେଟ୍ସ। ଏହା ମୁସ୍ତାଲା ନିଗରାଇପ୍ସ ପ୍ରଜାତିର। ଗ୍ରୀଷ୍ମ ଦିନରେ ପରୀକ୍ଷାମୂଳକ ଭାବେ ଏହି ଜୀବକୁ ଟିକା ପ୍ରଥମେ ଦିଆଯାଇଥିଲା। ଫୋର୍ଟ କଲନ୍ସ ନିକଟରେ ଥିବା ନ୍ୟାଶନାଲ ବ୍ଲାକ ଫୁଟେଡ ସଂରକ୍ଷଣ କେନ୍ଦ୍ରରେ ଏହି ଟିକା ଦିଆଯାଇଥିଲା।
ସଂରକ୍ଷଣ କେନ୍ଦ୍ର ପକ୍ଷରୁ ପ୍ରକାଶ ଯେ, ଫେରେଟ୍ସଙ୍କ କରୋନା କେସ୍‌ ସାମ୍ନାକୁ ଆସିନାହିଁ। ମାତ୍ର ଏପରି ଜୀବଙ୍କଠାରେ ଭୂତାଣୁ ସହଜରେ ସଂକ୍ରମିତ ହୋଇପାରନ୍ତି। ତେଣୁ ମଣିଷଙ୍କ ପୂର୍ବରୁ ସେମାନଙ୍କୁ ପ୍ରଥମେ କରୋନା ଟିକା ଦିଆଯାଇଥିଲା। କାରଣ ୪ ଦଶନ୍ଧି ଧରି ଏହି ପ୍ରଜାତି ବିଲୁପ୍ତ ହେବାକୁ ଯାଉଥିଲେ। ତେଣୁ ସେମାନେ କେମିତି ବଞ୍ଚି ରହିବେ ତାଙ୍କୁ ଆଗେ ଟିକା ଦିଆଯାଇଥିଲା।

Share