Posted inଭଦ୍ରକ

‘ପ୍ରାଣୀ, ପକ୍ଷୀଙ୍କ ସେବାରୁ ମିଳୁଛି ଆତ୍ମତୃପ୍ତି’

ବନ୍ତ,୧୯।୪ (ଡି.ଏନ.ଏ.)-ଭଦ୍ରକ ଜିଲା ବନ୍ତରୁ ପୁରୀ ୨୩୦ କି.ମି. ମାତ୍ର ୨୮ ଘଣ୍ଟାରେ ଦୌଡ଼ି ଚର୍ଚ୍ଚାରେ ଥିଲେ ଯୁବ ଧାବକ ସୌରଭ ସେଠୀ। ମାନସିକ ଅନଗ୍ରସର, ଦିବ୍ୟାଙ୍ଗ, କ୍ଷୁଦାର୍ତ୍ତ, ରୋଗୀ ଓ ଅସହାୟ ଲୋକଙ୍କୁ ସହାୟତା କରିଆସୁଥିବା ବେଳେ ବିଶେଷ କରି ବିଭିନ୍ନ ପ୍ରାଣୀ ଓ ପକ୍ଷୀଙ୍କୁ ଖାଇବାକୁ ଦେବା ସହ ଯତ୍ନ ନେଇ ସୌରଭ ପୁଣି ଚର୍ଚ୍ଚା ପରିସରକୁ ଆସିଛନ୍ତି। ଏଥିପାଇଁ ତାଙ୍କୁ ବିଭିନ୍ନ ମହଲରୁ ପ୍ରଶଂସାର ସୁଅ ଛୁଟିଛି।
ସୌରଭଙ୍କ ଘର ବନ୍ତ ଗ୍ରାମରେ। ବୟସ ୨୩। ଯୁକ୍ତ ୨ ଯାଏ ପାଠ ପଢ଼ିଛନ୍ତି। ଏହା ପରଠାରୁ ସେ ଆର୍ମିରେ ଚାକିରି କରିବା ପାଇଁ ପ୍ରସ୍ତୁତ ହେଉଛନ୍ତି। ମା’, ବାପା ଓ ୪ ଭାଇଙ୍କୁ ନେଇ ତାଙ୍କ ପରିବାର। ସେ ସ୍ଥାନୀୟ ଅଞ୍ଚଳର ଅସହାୟ ଲୋକଙ୍କୁ ଖାଦ୍ୟ, ବସ୍ତ୍ର ପ୍ରଦାନ କରିବା ସହ କରୋନା ମହାମାରୀ ସମୟରେ ମାସ୍କ ଯୋଗାଇ ଦେଇଛନ୍ତି। ଏହାଛଡ଼ୀ ପ୍ରାଣୀ ପକ୍ଷୀଙ୍କ ପ୍ରତି ତାଙ୍କ ହୃଦୟରେ ଅନନ୍ୟ ପ୍ରେମଭାବ ରହିଛି। ଦୀର୍ଘବର୍ଷ ହେବ ସେ ରାସ୍ତାରେ ବୁଲୁଥିବା ୪୦ରୁ ୫୦ ଷଣ୍ଢଙ୍କ ପାଇଁ ନିୟମିତ ଦୁଇଓଳି ଖାଦ୍ୟ ଯୋଗାଡ଼ କରିବା ସହ ଦୁର୍ଘଟଣା ଓ ଆକ୍ରମଣରେ ଆହତ ଷଣ୍ଢମାନଙ୍କ ପାଇଁ ଡାକ୍ତର ଡକାଇ ଚିକିତ୍ସା କରାଇବା ଏବଂ ଔଷଧ ଦେବା ଭଳି ମହତ୍‌ କାର୍ଯ୍ୟ କରି ଆସୁଛନ୍ତି। ବୁଲା କୁକୁର, କାଉ, ପାରା ଏବଂ ଅନ୍ୟ ଜୀବଜନ୍ତୁଙ୍କୁ ଦୈନନ୍ଦିନ ଖାଦ୍ୟ ଦେବା ସହ ସେମାନଙ୍କ ସେବା କରିଆସୁଛନ୍ତି। ଏଥିପାଇଁ ସେ ନିଜ ପକେଟ୍‌ରୁ ଟଙ୍କା ଖର୍ଚ୍ଚ କରିବା ସହ ସ୍ଥାନୀୟ ବଦାନ୍ୟ ବ୍ୟକ୍ତିମାନଙ୍କ ସହଯୋଗ ଲୋଡ଼ିଥାନ୍ତି। ନିଜର କର୍ତ୍ତବ୍ୟ ଭାବି ସେ ଏସବୁ କାର୍ଯ୍ୟ କରନ୍ତି। ପ୍ରାଣୀପକ୍ଷୀଙ୍କ ସେବା କରି ତାଙ୍କୁ ଆତ୍ମତୃପ୍ତି ମିଳେ ବୋଲି ସୌରଭ କହନ୍ତି। ପୋଲିସ, ବ୍ୟବସାୟୀ, ପ୍ରାଣୀ ଚିକିତ୍ସାଳୟ କର୍ତ୍ତୃପକ୍ଷ, ଶିକ୍ଷକ ରାଜନେତା ପ୍ରମୁଖ ମହଲରୁ ସୌରଭଙ୍କୁ ସହଯୋଗ କରିବା ସହ ତାଙ୍କର ଏଭଳି ସେବା ପାଇଁ ପ୍ରଶଂସା କରାଯାଇଛି।


Enter your email to get our daily news in your inbox.

All Right Reserved By Dharitri.Com

ଆଖଣ୍ଡଳମଣି ପୀଠରେ ଲକ୍ଷାଧିକ ଶ୍ରଦ୍ଧାଳୁଙ୍କ ଭିଡ଼

ଧୂଷୁରୀ,୧୫ା୨(ଦୀପ୍ତି ରଞ୍ଜନ ନାୟକ): ପବିତ୍ର ମହାଶିବରାତ୍ରିରେ ଭଦ୍ରକ ଜିଲାର ପ୍ରସିଦ୍ଧ ଶୈବପୀଠ ଆରଡ଼ି ହୋଇ ଉଠିଛି ଚଳଚଞ୍ଚଳ। ଭୋର୍‌ ୪ଟାରେ ମନ୍ଦିର ପହୁଡ଼ ଖୋଲିବା ପରେ ମଙ୍ଗଳ…

ମିଲର ଉଠାଉନାହାନ୍ତି ଧାନ: ଜିଲାପାଳଙ୍କ କାର୍ଯ୍ୟାଳୟରେ ଧାନ ବସ୍ତା ରଖି ପ୍ରତିବାଦ, ସମସ୍ୟାର ସମାଧାନ ନ ହେଲେ…

ଭଦ୍ରକ, ୧୩।୨(ସନାତନ ରାଉତ): ଭଦ୍ରକ ଜିଲାରେ ଧାନ କିଣା ଓ ମଣ୍ଡିରୁ ଧାନ ଉଠାଇବା ମିଲରମାନେ ବନ୍ଦ କରିଥିବାରୁ ଜିଲାରେ ଧାନ କିଣା ସମ୍ପୂର୍ଣ୍ଣ ଠପ୍‌ ହୋଇଯାଇଛି…

୧୨ ଘଣ୍ଟିଆ ଭାରତ ବନ୍ଦ: ଭଦ୍ରକରେ ଜୋରଦାର ପ୍ରଭାବ

ଭଦ୍ରକ, ୧୨।୨(ସନାତନ ରାଉତ):କେନ୍ଦ୍ରୀୟ ଟ୍ରେଡ଼ ୟୁନିୟନ ଡାକରାରେ ବିଭିନ୍ନ ଶ୍ରମିକ ସଂଗଠନ ପକ୍ଷରୁ ଗୁରୁବାର ଭାରତ ବନ୍ଦ କରାଯାଇଛି l ଭଦ୍ରକ ସହରରେ ଏହାର ଜୋରଦାର ପ୍ରଭାବ…

ଯାତ୍ରା ଚାଲୁଥିବା ବେଳେ ଘରେ ପଶି ଲୁଟ: ଉତ୍ତମମଧ୍ୟମ ଦେଇ ପୋଲିସକୁ ହସ୍ତାନ୍ତର କଲେ ଗ୍ରାମବାସୀ

ଭଦ୍ରକ,୧୧।୨(ସନାତନ ରାଉତ): ଅପେରା ଚାଲୁଥିବାବେଳେ ଘରେ ପଶି ଲୁଟ। ଧରାପଡି ନିର୍ଧୁମ ଛେଚା ଖାଇବା ପରେ ପୋଲିସକୁ ୪ ଯୁବକଙ୍କୁ ହସ୍ତାନ୍ତର କଲେ ଗ୍ରାମବାସୀ l ଏପରି…

ପେଟ୍ରୋଲ ପକାଉ ଥିବାବେଳେ ହଠାତ୍‌ ଜଳିଗଲା ବାଇକ୍‌

ବାସୁଦେବପୁର,୯।୧: ରାସ୍ତାରେ ଜଳିଗଲା ବାଇକ। ଭଦ୍ରକ ଜିଲା ବାସୁଦେବପୁରର ବ୍ଲକ ରୋଡରୁ ସୁଦର୍ଶନ ପୁରକୁ ସଂଯୋଗ କରୁଥିବା ରାସ୍ତାର ଗୋପାଳପୁର ଛକଠାରେ ସୋମବାର  ପୂର୍ବାହ୍ନ ସାଢ଼େ ୧୨ଟାବେଳେ…

ପ୍ରେମ କରୁଥିଲେ ଝିଅ; ମାଡ଼ ଖାଇଲେ ମା’-ମାଉସୀ

ଭଦ୍ରକ,୯।୨(ସନାତନ ରାଉତ):ପ୍ରେମ ବିବାହକୁ ବିରୋଧ କରିବାରୁ ଝିଅର ଶାଶୁଘର ଲୋକଙ୍କଠାରୁ ମାଡ଼ ଖାଇଲେ ମା’ ଓ ମାଉସୀ। ଅକ୍ରମଣରେ ମା’, ମାଉସୀଙ୍କ ସମେତ ୪ଜଣ ଆହତ ହୋଇଛନ୍ତି।…

 ୭୨ ବର୍ଷୀୟ ବୃଦ୍ଧଙ୍କ ନାଁରେ ଅସଦାଚରଣ ଅଭିଯୋଗ: କୋର୍ଟ ଚାଲାଣ ପରେ ଥାନା ଘେରିଲେ ଗ୍ରାମବାସୀ 

ତିହିଡ଼ି,୧।୨(ସଞ୍ଜିତ ବଳ): ତିହିଡି଼ ଥାନା ମୁକୁନ୍ଦପୁର ପଞ୍ଚାୟତ ଅଧୀନ ଆରସା ଗ୍ରାମର ଶତାଧିକ ଅଧିବାସୀ ରବିବାର ପୂର୍ବାହ୍ନରେ ଥାନା ଘେରାଉ କରିଛନ୍ତି l ଗ୍ରାମର ଜଣେ ବୃଦ୍ଧଙ୍କୁ…

ଆଜି ଓଡ଼ିଶା ବନ୍ଦ: ଜାତୀୟ ରାଜପଥ ଅବରୋଧ, ଗାଡି ଚଳାଚଳ ଠପ୍‌

ଭଦ୍ରକ, ୨୮।୧(ସନାତନ ରାଉତ): ଭଦ୍ରକରେ ବନ୍ଦ ପାଳନ ଜୋରଦାର ହେଉଛି । ୧୬ ନମ୍ବର ଜାତୀୟ ରାଜପଥ ବନ୍ଦ ରହିଥିବାବେଳେ ଦୋକାନ ବଜାର ମଧ୍ୟ ବନ୍ଦ ରହିଛି…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri