Posted inଭଦ୍ରକ

‘ପ୍ରାଣୀ, ପକ୍ଷୀଙ୍କ ସେବାରୁ ମିଳୁଛି ଆତ୍ମତୃପ୍ତି’

ବନ୍ତ,୧୯।୪ (ଡି.ଏନ.ଏ.)-ଭଦ୍ରକ ଜିଲା ବନ୍ତରୁ ପୁରୀ ୨୩୦ କି.ମି. ମାତ୍ର ୨୮ ଘଣ୍ଟାରେ ଦୌଡ଼ି ଚର୍ଚ୍ଚାରେ ଥିଲେ ଯୁବ ଧାବକ ସୌରଭ ସେଠୀ। ମାନସିକ ଅନଗ୍ରସର, ଦିବ୍ୟାଙ୍ଗ, କ୍ଷୁଦାର୍ତ୍ତ, ରୋଗୀ ଓ ଅସହାୟ ଲୋକଙ୍କୁ ସହାୟତା କରିଆସୁଥିବା ବେଳେ ବିଶେଷ କରି ବିଭିନ୍ନ ପ୍ରାଣୀ ଓ ପକ୍ଷୀଙ୍କୁ ଖାଇବାକୁ ଦେବା ସହ ଯତ୍ନ ନେଇ ସୌରଭ ପୁଣି ଚର୍ଚ୍ଚା ପରିସରକୁ ଆସିଛନ୍ତି। ଏଥିପାଇଁ ତାଙ୍କୁ ବିଭିନ୍ନ ମହଲରୁ ପ୍ରଶଂସାର ସୁଅ ଛୁଟିଛି।
ସୌରଭଙ୍କ ଘର ବନ୍ତ ଗ୍ରାମରେ। ବୟସ ୨୩। ଯୁକ୍ତ ୨ ଯାଏ ପାଠ ପଢ଼ିଛନ୍ତି। ଏହା ପରଠାରୁ ସେ ଆର୍ମିରେ ଚାକିରି କରିବା ପାଇଁ ପ୍ରସ୍ତୁତ ହେଉଛନ୍ତି। ମା’, ବାପା ଓ ୪ ଭାଇଙ୍କୁ ନେଇ ତାଙ୍କ ପରିବାର। ସେ ସ୍ଥାନୀୟ ଅଞ୍ଚଳର ଅସହାୟ ଲୋକଙ୍କୁ ଖାଦ୍ୟ, ବସ୍ତ୍ର ପ୍ରଦାନ କରିବା ସହ କରୋନା ମହାମାରୀ ସମୟରେ ମାସ୍କ ଯୋଗାଇ ଦେଇଛନ୍ତି। ଏହାଛଡ଼ୀ ପ୍ରାଣୀ ପକ୍ଷୀଙ୍କ ପ୍ରତି ତାଙ୍କ ହୃଦୟରେ ଅନନ୍ୟ ପ୍ରେମଭାବ ରହିଛି। ଦୀର୍ଘବର୍ଷ ହେବ ସେ ରାସ୍ତାରେ ବୁଲୁଥିବା ୪୦ରୁ ୫୦ ଷଣ୍ଢଙ୍କ ପାଇଁ ନିୟମିତ ଦୁଇଓଳି ଖାଦ୍ୟ ଯୋଗାଡ଼ କରିବା ସହ ଦୁର୍ଘଟଣା ଓ ଆକ୍ରମଣରେ ଆହତ ଷଣ୍ଢମାନଙ୍କ ପାଇଁ ଡାକ୍ତର ଡକାଇ ଚିକିତ୍ସା କରାଇବା ଏବଂ ଔଷଧ ଦେବା ଭଳି ମହତ୍‌ କାର୍ଯ୍ୟ କରି ଆସୁଛନ୍ତି। ବୁଲା କୁକୁର, କାଉ, ପାରା ଏବଂ ଅନ୍ୟ ଜୀବଜନ୍ତୁଙ୍କୁ ଦୈନନ୍ଦିନ ଖାଦ୍ୟ ଦେବା ସହ ସେମାନଙ୍କ ସେବା କରିଆସୁଛନ୍ତି। ଏଥିପାଇଁ ସେ ନିଜ ପକେଟ୍‌ରୁ ଟଙ୍କା ଖର୍ଚ୍ଚ କରିବା ସହ ସ୍ଥାନୀୟ ବଦାନ୍ୟ ବ୍ୟକ୍ତିମାନଙ୍କ ସହଯୋଗ ଲୋଡ଼ିଥାନ୍ତି। ନିଜର କର୍ତ୍ତବ୍ୟ ଭାବି ସେ ଏସବୁ କାର୍ଯ୍ୟ କରନ୍ତି। ପ୍ରାଣୀପକ୍ଷୀଙ୍କ ସେବା କରି ତାଙ୍କୁ ଆତ୍ମତୃପ୍ତି ମିଳେ ବୋଲି ସୌରଭ କହନ୍ତି। ପୋଲିସ, ବ୍ୟବସାୟୀ, ପ୍ରାଣୀ ଚିକିତ୍ସାଳୟ କର୍ତ୍ତୃପକ୍ଷ, ଶିକ୍ଷକ ରାଜନେତା ପ୍ରମୁଖ ମହଲରୁ ସୌରଭଙ୍କୁ ସହଯୋଗ କରିବା ସହ ତାଙ୍କର ଏଭଳି ସେବା ପାଇଁ ପ୍ରଶଂସା କରାଯାଇଛି।


Enter your email to get our daily news in your inbox.

All Right Reserved By Dharitri.Com

ସଡ଼କ ଦୁର୍ଘଟଣାରେ ଯାତ୍ରା କଳାକାର ଗୁରୁ ପୃଷ୍ଟିଙ୍କ ପରଲୋକ

ଭଦ୍ରକ,୭ା୧୨: ଓଡ଼ିଶାର ଜଣାଶୁଣା ଯାତ୍ରା କଳାକାର ଗୁରୁ ପୃଷ୍ଟିଙ୍କର ଆଜି ଏକ ମର୍ମନ୍ତୁଦ ସଡ଼କ ଦୁର୍ଘଟଣାରେ ପରଲୋକ ଘଟିଛି। ମିଳିଥିବା ସୂଚନା ଅନୁଯାୟୀ, ଗୁରୁ ପୃଷ୍ଟି...

ଧାମରାରେ ବୁଲୁଛି ମହାବଳ ବାଘ: ଭିଡିଓ ଭାଇରାଲ ପରେ ବନ ବିଭାଗ ନାକେଦମ୍‌

ଚାନ୍ଦବାଲି,୭।୧୨(ଅଶୋକ ପଣ୍ଡା): ଭଦ୍ରକ ଜିଲା ଚାନ୍ଦବାଲି ବ୍ଲକର ଧାମରା ଅଞ୍ଚଳରେ ଏକ ମହାବଳ ବାଘ ବୁଲୁଛି। ଏହାର ଏକ ଭିଡିଓ ସୋସିଆଲ ମିଡିଆରେ ଭାଇରାଲ ହେବା...

ବିଜେଡିକୁ ଶକ୍ତ ଝଟ୍‌କା: ଭାଜପାରେ ଯୋଗଦେଲେ ପ୍ରଫୁଲଙ୍କ ଦୁଇ ପୁଅ

ଭୁବନେଶ୍ୱର/ଭଦ୍ରକ,୬।୧୨(ସନାତନ ରାଉତ): ଭଦ୍ରକ ବିଜେଡି କନ୍ଦଳ ନେଇ ରାଜନୀତି ସରଗରମ ଥିବାବେଳେ ଶେଷରେ ବିଜେଡିକୁ ଶକ୍ତ ଝଟ୍‌କା । ଭାଜପାରେ ମିଶିଲେ ପ୍ରଫୁଲ୍ଲ ସାମଲଙ୍କ ୨...

ବିଜେଡିରୁ ଇସ୍ତଫା ଦେଲେ କାଉନସିଲର ଶୁଚିସ୍ମିତା, ହୋଇପାରନ୍ତି ଭାଜପାରେ ସାମିଲ

ବାସୁଦେବପୁର,୬।୧୨ (କାଳିପଦ ରାୟ ): ବାସୁଦେବପୁର ପୌରାଞ୍ଚଳର ଏକ ନମ୍ବର ୱାର୍ଡର କାଉନସିଲର ଶୁଚିସ୍ମିତା ଗିରି ଶନିବାର ସକାଳେ ବିଜେଡିରୁ ଇସ୍ତଫା ଦେଇଛନ୍ତି। ଶୁକ୍ରବାର ସନ୍ଧ୍ୟାରେ...

ଖେଳୁଖେଳୁ ପୋଖରୀରେ ପଡ଼ିଗଲା ଶିଶୁପୁତ୍ର, ଖୋଜାଖୋଜି କରିବାରୁ…

ତିହିଡ଼ି,୫ା୧୨(ସଞ୍ଜିତ ବଳ): ଭଦ୍ରକ ଜିଲା ତିହିଡ଼ି ଥାନା କାଁପଡ଼ା ପଞ୍ଚାୟତ ଅଧୀନ ଚିଲପଦା ଗ୍ରାମରେ ଶୁକ୍ରବାର ଏକ ଦୁଃଖଦ ଘଟଣା ଘଟିଛି। ଏକ ପୋଖରୀରୁ ଆଜି...

ଟ୍ରାକ୍ଟର ଧକ୍କାରେ କଲେଜ ଛାତ୍ରୀଙ୍କ ମୃତ୍ୟୁ: NH-୧୬ରେ ଅବରୋଧ କଲେ ଲୋକେ

ଭଦ୍ରକ,୪ା୧୨: ଭଦ୍ରକ ଜିଲା ଭଣ୍ଡାରିପୋଖରୀ ନିକଟରେ ଗୁରୁବାର ଏକ ମର୍ମନ୍ତୁଦ ସଡ଼କ ଦୁର୍ଘଟଣାରେ ଜଣେ କଲେଜ ଛାତ୍ରୀଙ୍କ ମୃତ୍ୟୁ ଘଟିଛି। ଏହାକୁ ନେଇ ଜାତୀୟ ରାଜପଥ-୧୬...

ମଦ ପିଇବାକୁ ଟଙ୍କା ଦେଲେନି ମା’, ପେଟ୍ରୋଲ ଢାଳି ଜାଳିଦେଲେ ପୁଅ

ତିହିଡି଼, ୪।୧୨(ସଞ୍ଜିତ ବଳ): ଗୁରୁବାର ସକାଳୁ ସକାଳୁ ମା’କୁ ଟଙ୍କା ମାଗିଥିଲେ ପୁଅ । ପୁଅ ଟଙ୍କା ନେଇ ମଦ ପିଇବ ବୋଲି ମା’ ଜାଣିଥିଲେ।...

୮ଙ୍କୁ ବାଂଲାଦେଶୀ ଭାବି ଉଠାଇ ନେିଥିଲେ, ପରେ…

ଭଦ୍ରକ,୩।୧୨(ସନାତନ ରାଉତ): ଭଦ୍ରକ ଜିଲାରେ ଏବେ ବାଂଲାଦେଶୀ ଚିହ୍ନଟ ପ୍ରକ୍ରିୟା ଜୋରଦାର ଚାଲିଥିବା ବେଳେ ବାସୁଦେବପୁର ପୋଲିସ ମଙ୍ଗଳବାର ରାତିରେ ସହରରେ ବିଭିନ୍ନ ସ୍ଥାନରେ ଘରଭଡା...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri