ହ୍ରାସ ପାଉଛି ପ୍ରାଣୀଧନ ସଂଖ୍ୟା

କେନ୍ଦ୍ରାପଡ଼ା ଅଫିସ, ୨୪ା୨:ପ୍ରାଣୀଧନ ବିକାଶ ପାଇଁ ରାଜ୍ୟ ଓ କେନ୍ଦ୍ର ସରକାର ଗୁରୁତ୍ୱ ଦେଉଛନ୍ତି। ଏଥିପାଇଁ ରାଷ୍ଟ୍ରୀୟ ଓ ରାଜ୍ୟସ୍ତରୀୟ କୃଷି ବିଭାଗ ପକ୍ଷରୁ ଏକାଧିକ ଯୋଜନା ପ୍ରସ୍ତୁତ ସହ ଅର୍ଥବ୍ୟୟ କରାଯାଉଛି ା ତେବେ କୃଷିଭିତ୍ତିକ କେନ୍ଦ୍ରାପଡ଼ା ଜିଲାରେ ଏହାର ପ୍ରଭାବ ଦେଖିବାକୁ ମିଳୁନାହିଁ। ଗୋଚର ଜମି ଜବରଦଖଲକାରୀଙ୍କ ନିକଟକୁ ଚାଲି ଯାଉଥିବା ବେଳେ ପ୍ରାଣୀଧନ ଡାକ୍ତରଖାନା କର୍ତ୍ତୃପକ୍ଷ ଚିକିତ୍ସାରେ ଅବହେଳା କରୁଛନ୍ତ। ଯାହା ଜିଲାର ଅର୍ଥନୀତି ଓ ପରିବେଶ ଉପରେ ପ୍ରଭାବ ପକାଉଛି ବୋଲି ବୁଦ୍ଧିଜୀବୀ ଓ ଚାଷୀମାନେ ମତବ୍ୟକ୍ତ କରିଛନ୍ତି ା
ଅନୁଯାୟୀ, ୨୦୦୦ ମସିହାରେ ମିଳିଥିବା ତଥ୍ୟ ଅନୁଯାୟୀ ଜିଲାରେ ୯,୨୪,୩୯୬ ଗୋମହିଷାଦି, ୧,୨୪,୫୯୦ ଛେଳି, ୩୮,୮୮୬ ମେଣ୍ଢା ଓ ୧,୩୮,୫୦୦ କୁକୁଡା ବତକ ଥିଲେ। ୨୦୧୨ରେ ୩,୬୫,୮୯୦ ଗୋମହିଷାଦି, ୧,୦୭,୮୨୯ ଛେଳି, ୧୪,୮୮୫ ମେଣ୍ଢା ଓ ୧,୩୦,୮୨୯ କୁକୁଡା ବତକ ଥିବା ଗଣନାରୁ ସ୍ପଷ୍ଟ ହୋଇଥିଲା। ତେବେ ସଦ୍ୟ ପ୍ରକାଶିତ ତଥ୍ୟ ଅନୁଯାୟୀ ୧୨ ପ୍ରତିଶତରୁ ଅଧିକ ପ୍ରାଣୀଧନ ହ୍ରାସ ପାଇଛି। ଜିଲାର ୩,୨୧,୯୩୪ ପରିବାର ମଧ୍ୟରୁ ଗ୍ରାମାଞ୍ଚଳରେ ରହୁଥିବା ୩,୦୫,୮୬୮ ପରିବାର ପାଇଁ ଗୃହପାଳିତ ପ୍ରାଣୀ ରୋଜଗାରର ମୁଖ୍ୟ ବିକଳ୍ପ ସାଜିଛନ୍ତି। ଏହି ପରିବାର ପ୍ରାଣୀଧନ ଦ୍ୱାରା ନିଜର ଆର୍ଥିକ ଆବଶ୍ୟକତା କିଛିମାତ୍ରାରେ ପୂରଣ କରିଥାନ୍ତ। ସେହିପରି ପ୍ରାଣୀଧନର ମଳମୂତ୍ର ବ୍ୟବହାର କରି ଚାଷୀ କ୍ଷେତକୁ ଉର୍ବର କରିବା ସହ କୀଟନାଶକ ଭାବେ ବ୍ୟବହାର କରିଥାନ୍ତି। ଫଳରେ ପରିବେଶର ସନ୍ତୁଳନ ରକ୍ଷା ପାଇଥାଏ। ୧୯୯୯ ମହାବାତ୍ୟା ପ୍ରାଣୀଧନ ପାଇଁ ବିପତ୍ତି ଆଣିଥିଲା। ଏହା ପରଠାରୁ କେନ୍ଦ୍ର ଓ ରାଜ୍ୟ ସରକାରଙ୍କ ଉଦ୍ୟମ ସତ୍ତ୍ୱେ ପ୍ରାଣୀଧନ ହ୍ରାସ ରୋକିବାକୁ ବିଭାଗୀୟ ଅଧିକାରୀ ଅଧିକ ନଜର ଦେଉନାହାନ୍ତି। ଏ ସମ୍ପର୍କରେ ସାମାଜିକ କର୍ମୀ ସୁନୀଲ କୁମାର ଗନ୍ତାୟତ କୁହନ୍ତି, କେନ୍ଦ୍ରାପଡ଼ାର କୁଜି ମେଣ୍ଢାକୁ ସ୍ବତନ୍ତ୍ର ମାନ୍ୟତା ୨୦୧୬ରେ ମିଳିଛି। ଏହି ମେଣ୍ଢାର ପ୍ରଜନନ କ୍ଷମତା ଅଧିକ। ଏହି ପ୍ରଜାତିର ମେଣ୍ଢା ପାଳନ ଦ୍ୱାରା ଚାଷୀକୁ ଅଳ୍ପ ଅବଧି ମଧ୍ୟରେ ଅଧିକ ଲାଭ ମିଳିଥାଏ। ତେବେ ଏହି ଧରଣର ମେଣ୍ଢା ପାଇଁ କୌଣସି ପ୍ରୋତ୍ସାହନ ନାହିଁ। ସେହିପରି କୁକୁଡ଼ା ବତକ ଚାଷ ପାଇଁ ଜିଲାରେ ଉପଯୁକ୍ତ ପରିବେଶ ଅଛି। ତେବେ ତାଲିମ, ପ୍ରୋତ୍ସାହନ, ସଚେତନତା ଆଦି ନାହିଁ। କୃଷିଭିତ୍ତିକ ଏହି ଜିଲାରେ ଗୋ ମହିଷାଦିଙ୍କ ଗୁରୁତ୍ୱ ଅଧିକ। ଫସଲଠାରୁ ଦୁଗ୍ଧଜାତ ପଦାର୍ଥ ଉପତ୍ାଦନ କ୍ଷେତ୍ରରେ ଏମାନଙ୍କ ଭୂମିକା ଅତୁଳନୀୟ। ଦୁଗ୍ଧଜାତ ପଦାର୍ଥ ବାହାର ଜିଲାରୁ ଏଠାକୁ ଆସୁଥିବା ବେଳେ ଚାରଣ ଭୂମି ଏବେ ଜବରଦଖଲକାରୀଙ୍କ ହାତକୁ ଚାଲିଯାଉଛି। ଏସବୁ ବ୍ୟତିକ୍ରମ ଫଳରେ ପ୍ରାଣୀଧନ ହ୍ରାସ ହେଉଥିବା ସେ ମତ ରଖିଛନ୍ତି। ଡେରାବିଶର ମନୋଜ ନାୟକ କହିଛନ୍ତି, ଓଡ଼ିଆ ସଂସ୍କୃତି ଗୃହପାଳିତ ପ୍ରାଣୀ ପକ୍ଷୀକୁ ଆର୍ଥିକ ବିକାଶ ସହିତ ପରିବେଶ ସୁରକ୍ଷା ସହ ଯୋଡ଼ା ଯାଉଥିଲା। କେନ୍ଦ୍ରାପଡ଼ା ପରି ପ୍ରାକୃତିକ ବିପର୍ଯ୍ୟୟ ଭରା ଜିଲାରେ ଏହାର ଗୁରୁତ୍ୱ ମଧ୍ୟ ଅଧିକ। ପ୍ରାଣୀଧନ ଏବେ ପରିବାରର ଭରଣପୋଷଣ ଓ ଚାଲିଚଳଣ ପାଇଁ ଉପଯୋଗୀ ହୋଇ ରହିନାହିଁ। ପ୍ରାୟ ୧ ହଜାର ହେକ୍ଟର ଗୋଚର ଭୂଇଁ ଜବରଦଖଲକାରୀ ମାଡ଼ି ବସିଛନ୍ତି। ଏ ନେଇ ଜିଲା ପ୍ରଶାସନର ଦୃଷ୍ଟି ଆକର୍ଷଣ କରାଯାଉଥିଲେ ମଧ୍ୟ ସେହି ଜମିକୁ ଉଦ୍ଧାର କରାଯାଉ ନ ଥିବା ସେ କ୍ଷୋଭ ପ୍ରକାଶ କରିଛନ୍ତି। ବୁଦ୍ଧିଜୀବୀ ଚିତ୍ତରଞ୍ଜନ ସାହୁ କୁହନ୍ତି, ଜିଲାର ପ୍ରତି ବ୍ଲକ ହେଡ଼କ୍ୱାର୍ଟର ସମେତ ମୋଟ ୧୪ଟି ପ୍ରାଣୀ ଚିକିତ୍ସାଳୟ ଅଛି। ସେହିପରି ବିଭିନ୍ନ ପଞ୍ଚାୟତରେ ୯୬ଟି ଏଲ୍‌ଆଇ ସେଣ୍ଟର ଅଛି। ଏଗୁଡିକ ନିୟମିତ ଖୋଲୁ ନ ଥିବା ସେ ଅଭିଯୋଗ କରିଛନ୍ତି। ଜିଲା ପ୍ରାଣୀ ଚିକିତ୍ସା ଅଧିକାରୀ ଦୀପ୍ତି ମହାପାତ୍ର କହିଛନ୍ତି, ପ୍ରାଣୀଧନ ବିକାଶ ପାଇଁ ବିଭାଗ କାର୍ଯ୍ୟ କରୁଛି। ଜିଲାରେ ବିଭିନ୍ନ ଯୋଜନା କାର୍ଯ୍ୟକାରୀ ହେଉଥିବାରୁ ପ୍ରାଣୀଧନ ହ୍ରାସ ହାର ଆଗ ଅପେକ୍ଷା କମିଛି। ବିଭିନ୍ନ ଫାର୍ମରେ କୁକୁଡ଼ା, ବତକ, ଗୋମହିଷାଦି ପାଳନ କରାଯାଉଛି ା


Enter your email to get our daily news in your inbox.

All Right Reserved By Dharitri.Com

ରାଉରକେଲାକୁ ୮୮୮୪ କୋଟିର ଭେଟି, ବମ୍ପର ନିଯୁକ୍ତି ସୃଷ୍ଟି ହେବ କହିଲେ ମୁଖ୍ୟମନ୍ତ୍ରୀ

ଭୁବନେଶ୍ବର,୨୮।୧: ରାଉରକେଲାରେ ଏଣ୍ଟରପ୍ରାଇଜ ଓଡ଼ିଶାର ରଜତ ଜୟନ୍ତୀ ସଂସ୍କରଣ ଉଦଘାଟନ କଲେ ମୁଖ୍ୟମନ୍ତ୍ରୀ ମୋହନ ମାଝୀ । ରାଉରକେଲା ଗସ୍ତ ସମୟରେ ମୁଖ୍ୟମନ୍ତ୍ରୀ ଆଜି ବଡ଼ ଘୋଷଣା…

ଅଜିତ ପାୱାରଙ୍କ ମୃତ୍ୟୁ ପରେ ମୁହଁ ଖୋଲିଲେ VSR Aviation ମାଲିକ, ସମସ୍ୟା….

ମୁମ୍ବାଇ,୨୮।୧: ମହାରାଷ୍ଟ୍ରର ଉପମୁଖ୍ୟମନ୍ତ୍ରୀ ଅଜିତ ପାୱାର VSR ଆଭିଏସନ୍ ଦ୍ୱାରା ପରିଚାଳିତ ଏକ ବମ୍ବାର୍ଡିୟର୍ ଲିୟରଜେଟ ୪୫ ବିମାନରେ ଯାତ୍ରା କରୁଥିଲେ । ବାରାମତି ବିମାନବନ୍ଦରରେ ଅବତରଣ…

ଅଜିତ ପାୱାରଙ୍କ ମୃତ୍ୟୁ ପରେ ସ୍ତ୍ରୀ ସୁନେତ୍ରା ପାୱାର ହେବେ କି NCP ର ନୂଆ ଶକ୍ତିକେନ୍ଦ୍ର?

ପୁଣେ,୨୮।୧: ଅଜିତ ପାୱାରଙ୍କ ମୃତ୍ୟୁ ପରେ ମହାରାଷ୍ଟ୍ରରେ ନୂଆ ରାଜନୈତିକ ଦୃଶ୍ୟପଟ ଦେଖିବାକୁ ମିଳିପାରେ। ବିମାନ ଦୁର୍ଘଟଣାରେ ଅଜିତଙ୍କ ଆକସ୍ମିକ ବିୟୋଗ ପରେ ଏବେ ସାରା ରାଜ୍ୟର…

ଏଭଳି ସ୍ତ୍ରୀଙ୍କୁ ବିବାହ କଲେ ଧନ୍ୟ ହୁଏ ପୁରୁଷ

ବିବାହକୁ ସମସ୍ତଙ୍କର ଚିନ୍ତାଧାରା ଅଲଗା। ହେଲେ ବହୁତ ଭଲପାଉଥିବା ଏବଂ ମନର କଥାକୁ ସହଜରେ ବୁଝିପାରୁଥିବା ଜୀବନସାଥୀଟିଏ ଚାହାନ୍ତି ସମସ୍ତେ। ଚାଣକ୍ୟ ନୀତିରେ ଏପରି କିଛି ସ୍ତ୍ରୀଙ୍କ…

ଅଜିତ ପାୱାରଙ୍କ କେବେ ଏବଂ କେଉଁଠି ଶେଷକୃତ୍ୟ ହେବ ଜାଣନ୍ତୁ

ମୁମ୍ବାଇ,୨୮ା୧: ମହାରାଷ୍ଟ୍ରର ଉପମୁଖ୍ୟମନ୍ତ୍ରୀ ତଥା ଏନସିପି ନେତା ଅଜିତ ପାୱାରଙ୍କ ବିମାନ ଦୁର୍ଘଟଣାରେ ମୃତ୍ୟୁ ହୋଇଛି । ତାଙ୍କ ଅନ୍ତିମ ସଂସ୍କାର ଗୁରୁବାର ସକାଳ ୧୧ଟାରେ ବାରାମତିରେ…

ନବୀନଙ୍କୁ ଭେଟିବେ ପିସିସି ସଭାପତି ଭକ୍ତ ଦାସ, କହୁକହୁ କହିଦେଲେ ଏହି ବଡ଼ କଥା…

ଭୁବନେଶ୍ୱର,୨୮ା୧: ରାଜ୍ୟ ସଭା ନିର୍ବାଚନ ନେଇ ନବୀନଙ୍କ କୋର୍ଟକୁ ବଲ୍‌ ଫିଙ୍ଗିଛନ୍ତି ପିସିସି ସଭାପତି ଭକ୍ତ ଦାସ। ସେ କହିଛନ୍ତି, ମିଶିକି ଆଲୋଚନା କରିବା ପାଇଁ ମୁଁ…

ସାମ୍ନାକୁ ଆସିଲା ଅଜିତ ପାୱାରଙ୍କ ବିମାନ ଦୁର୍ଘଟଣାର ସିସିଟିଭି ଭିଡିଓ, ଶେଷ ମୁହୂର୍ତ୍ତ…

ମୁମ୍ବାଇ,୨୮ା୧: ମହାରାଷ୍ଟ୍ରର ଉପମୁଖ୍ୟମନ୍ତ୍ରୀ ଅଜିତ ପାୱାରଙ୍କ ବିମାନ ଦୁର୍ଘଟଣାର ସିସିଟିଭି ଫୁଟେଜ୍ ସାମ୍ନାକୁ ଆସିଛି । ଫୁଟେଜରେ ସ୍ପଷ୍ଟ ଭାବରେ ଦେଖାଯାଉଛି ଯେ ବିମାନଟି ଖସିପଡ଼ିବା ମାତ୍ରେ ଅଗ୍ନିପିଣ୍ଡୁଳା…

୨୯ରେ ଗଞ୍ଜାମରେ କୃଷ୍ଣସାର ମୃଗ ଗଣନା, କୌଣସି ଫଟୋ କି ତଥ୍ୟ ପ୍ରଘଟ କରିବେ ନାହିଁ ଛାତ୍ରୀଛାତ୍ର

ଭଞ୍ଜନଗର,୨୮ା୧(ବାବୁଲା ପ୍ରଧାନ): ଗଞ୍ଜାମ ଜିଲାର ଗର୍ବ ଓ ଗୌରବ ହେଉଛି କୃଷ୍ଣସାର ମୃଗ। ଏହି ମୃଗ ଘୁମୁସର ଦକ୍ଷିଣ ବନଖଣ୍ଡରେ ବହୁ ବର୍ଷ ପୂର୍ବେ ଦେଖା ଦେଇଥିଲା।…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri