Posted inଜାତୀୟ

ଡ୍ରାଫ୍ଟ ପ୍ରାଣୀ ବିଲକୁ ପ୍ରାଣୀପ୍ରେମୀ-କାର୍ଯ୍ୟକର୍ତ୍ତାଙ୍କ ବିରୋଧ, ଦେଶୀୟ ପ୍ରାଣୀଙ୍କର ଜିନ୍‌ ପୁଲକୁ ପ୍ରଭାବିତ କରିବା ଆଶଙ୍କା…

ନୂଆଦିଲ୍ଲୀ,୧୮।୬ : ପ୍ରାଣୀପାଳନ ଏବଂ ଦୁଗ୍ଧ ମନ୍ତ୍ରଣାଳୟର ୱେବସାଇଟରେ ୭ ଜୁନରେ ଜନସାଧାରଣଙ୍କ ଯାଞ୍ଚ ପାଇଁ ରଖାଯାଇଥିବା ପ୍ରାଣୀପାଳନ ବିଲ ଡ୍ରାଫ୍ଟକୁ ପ୍ରାଣୀପ୍ରେମୀ ତଥା କାର୍ଯ୍ୟକର୍ତ୍ତାମାନଙ୍କ ପକ୍ଷରୁ ବିରୋଧ କରାଯାଇଛି। ବିଲ ପ୍ରତ୍ୟାହାର କରିବାକୁ ସେମାନେ ଦାବି କରିଛନ୍ତି। ପ୍ରାଣୀପାଳନ ତାଲିକାରେ କୁକୁର ଏବଂ ବିଲେଇଙ୍କୁ ଅନ୍ତର୍ଭୁକ୍ତ କରିବାକୁ ନେଇ କାର୍ଯ୍ୟକର୍ତ୍ତାମାନେ ମଧ୍ୟ ବିରୋଧ କରିଛନ୍ତି।

ଲାଇଭ-ଷ୍ଟକ ଏବଂ ଲାଇଭ-ଷ୍ଟକ ଉତ୍ପାଦ (ଆମଦାନୀ ଏବଂ ରପ୍ତାନୀ) ବିଲ, ୨୦୨୩ ପରାମର୍ଶ / ଆପତ୍ତି ଦାଖଲ କରିବାର ଶେଷ ତାରିଖ ୧୭ ଜୁନ ରଖାଯାଇଛି। ଏହା ବର୍ତ୍ତମାନର ଲାଇଭ ଷ୍ଟକ ଆମଦାନୀ ଅଧିନିୟମ, ୧୮୯୮ଏବଂ ୨୦୦୧ର ଲାଇଭ ଷ୍ଟକ ଆମଦାନୀ (ସଂଶୋଧନ) ଅଧିନିୟମର ଏକ ପୁନଃପ୍ରଣୟନ ଅଟେ।

ଡ୍ରାଫ୍ଟ ବିଲ ଅନୁଯାୟୀ, ନୂତନ ପ୍ରସ୍ତାବିତ ଆଇନ ଲାଇଭ ଷ୍ଟକ ଏବଂ ଲାଇଭ ଷ୍ଟକ ଉତ୍ପାଦ ଆମଦାନୀକୁ ନିୟନ୍ତ୍ରଣ କରିବା ସହିତ ପ୍ରାଣୀପାଳନ ଏବଂ ଲାଇଭ ଷ୍ଟକ ଉତ୍ପାଦର ରପ୍ତାନୀର ପ୍ରୋତ୍ସାହନ ତଥା ବିକାଶ ପାଇଁ ଲକ୍ଷ୍ୟ ଧାର୍ଯ୍ୟ କରାଯାଇଛି।
ଏହି ବିଲକୁ ବିରୋଧ କରି କାର୍ଯ୍ୟକର୍ତ୍ତାମାନେ କହିଛନ୍ତି ଏହା ଏକ ଅନିୟନ୍ତ୍ରିତ ବିଲ। ଏହା ବହୁ ସଂଖ୍ୟକ ପ୍ରାଣୀ ଆମଦାନୀ ତଥା ରପ୍ତାନୀ ପାଇଁ ଦ୍ୱାର ଖୋଲିବ। ଏହାଦ୍ୱାରା ଦେଶୀୟ ପ୍ରାଣୀମାନଙ୍କର ଜିନ୍‌ ପୁଲକୁ ମଧ୍ୟ ପ୍ରଭାବିତ କରିବାର ଆଶଙ୍କା ରହିଛି।

ଶନିବାର ଟୁଇଟରରେ ଏକ ହ୍ୟାସଟ୍ୟାଗ # saynotolivestockbill2023 ଆରମ୍ଭ ହୋଇଥିଲା ଏବଂ ଅଭିନେତ୍ରୀ ଜୟା ଭଟ୍ଟାଚାର୍ଯ୍ୟ, ଦିବ୍ୟା ସେଠ, ଜୈନ ନେତା ଆଚାର୍ଯ୍ୟ ଲୋକେଶ ମୁନିଙ୍କ ସମେତ ଅନେକ ସେଲିବ୍ରିଟି ଏହି ବିଲ ବିରୋଧରେ କହିଥିଲେ ଏବଂ ଏହାକୁ ବିରୋଧ କରିବାକୁ ଜନସାଧାରଣଙ୍କୁ କହିଥିଲେ।

ହ୍ୟାସଟ୍ୟାଗରେ କୁହାଯାଇଛି ଆମର ପାଖରେ ଘରେ ଥିବା ଆମ ପୋଷା କୁକୁର ଏବଂ ବିଲେଇ କୌଣସି ସାମଗ୍ରୀ ନୁହନ୍ତି। ଏଭଳି ଏକ ହତ୍ୟାକାଣ୍ଡ ଆରମ୍ଭ କରା ନ ଯାଉ, ଯାହା ସେମାନଙ୍କ ଜୀବନରେ ଅଧିକ ବିପଦ ସୃଷ୍ଟି କରିବ । ସେମାନଙ୍କ ଜୀବନ ପାଇଁ ସୁରକ୍ଷା ସୃଷ୍ଟି କରିବାକୁ ବିଲ ପାସ କରିବା ପରିବର୍ତ୍ତେ ଏହା ଅଧିକ ସଙ୍କଟ ଆଣିବ। ଦୟାକରି ଏହାକୁ ବନ୍ଦ କରିବାକୁ ଅଭିନେତ୍ରୀ ଜୟା ଭଟ୍ଟାଚାର୍ଯ୍ୟ ଟୁଇଟ କରି ପ୍ରଧାନମନ୍ତ୍ରୀଙ୍କ କାର୍ଯ୍ୟାଳୟ, ପ୍ରାଣୀପାଳନ ମନ୍ତ୍ରଣାଳୟ ଏବଂ ପ୍ରାଣୀପାଳନ ବିଭାଗ ଉଦ୍ଦେଶ୍ୟରେ କହିଛନ୍ତି। ଏହା ଦ୍ୱାରା ସଭ୍ୟ ମାନବ ସମାଜର ଗତି କେଉଁ ଆଡେ ହେଉଛି ବୋଲି ସେ ପ୍ରଶ୍ନ କରିଛନ୍ତି।

ଜେଏନୟୁର ଅବସରପ୍ରାପ୍ତ ପ୍ରଫେସର ଅମିତା ସିଂ ଟୁଇଟ କରି ତୁରନ୍ତ ଏହି ବିଲକୁ ପ୍ରତ୍ୟାହାର କରିବାକୁ କହିଛନ୍ତି,। ବିଲେଇ, କୁକୁର, ପକ୍ଷୀ ଇତ୍ୟାଦି ପାଳନ ଏବଂ ଅନ୍ୟ ପଶୁମାନଙ୍କର ଆମଦାନୀ ତଥା ରପ୍ତାନୀ ପାଇଁ ଏହା ଏକ ଜାତୀୟ ବିରୋଧୀ, ମନମୁଖୀ ଏବଂ ସନ୍ଦେହ ଜନକ ବିଲ।

ପ୍ରାଣୀ କଲ୍ୟାଣ ଗୋଷ୍ଠୀ ତଥା କାର୍ଯ୍ୟକର୍ତ୍ତାଙ୍କ ଦ୍ୱାରା ଟୁଇଟ ହୋଇଥିବା ଏକ ଅଡିଓ ବାର୍ତ୍ତାରେ ଜିନତ ଅମନ କହିଛନ୍ତି, ମୁଁ ପ୍ରତ୍ୟେକଙ୍କୁ ଏହି ଟୁଇଟରଥନରେ ଭାଗ ନେବାକୁ ଅନୁରୋଧ କରୁଛି। ଏହି ବିଲ ଏକ ଲୋମଟାଙ୍କୁରା କ୍ରୁରତା ସହିତ ଜୀବନ୍ତ ପ୍ରାଣୀ ପରିବହନକୁ ଆଇନଗତ କରିବ। ଏହାକୁ ଅଧିକରୁ ଅଧିକ ଟୁଇଟ କରନ୍ତୁ। ଯାହାଦ୍ୱାରା ଆମେ ପ୍ରାଣୀପାଳନ ବିଲ ୨୦୨୩କୁ ନା କହିପାରିବ।

ପ୍ରାଣୀପ୍ରେମୀ ଏବଂ କାର୍ଯ୍ୟକର୍ତ୍ତାମାନେ ଏହାକୁ ବିରୋଧ କରୁଥିବାବେଳେ ସରକାରୀ ଅଧିକାରୀମାନେ କହିଛନ୍ତି ପରେ ଏନେଇ ନିୟମାବଳୀ ପ୍ରସ୍ତୁତ କରାଯିବ।

ପ୍ରାଣୀପାଳନ ଏବଂ ଦୁଗ୍ଧ ମନ୍ତ୍ରଣାଳୟର ପୂର୍ବତନ ସଚିବ ତରୁଣ ଶ୍ରୀଧର କହିଛନ୍ତି, ଏହା କେବଳ ଏକ‘ସକ୍ଷମ’ ଆଇନ, ଅର୍ଥାତ ଏଥିରେ କୌଣସି ଆଇନ ନାହିଁ କିନ୍ତୁ କେବଳ ସରକାରଙ୍କୁ ଉପଯୁକ୍ତ ନିୟମ ଲାଗୁ କରିବାକୁ ସକ୍ଷମ କରାଇବ। ଏପରି ନିୟମ ଆବଶ୍ୟକ। ଏହା ଦ୍ୱାରା ଜୈବ ନିରାପତ୍ତା ଏବଂ ସ୍ବଦେଶୀ ଜୈବ ବିବିଧତାର ସଂରକ୍ଷଣ ପାଇଁ ମଧ୍ୟ ଜରୁରୀ। କାହିଁକି ଏହାର ବିରୋଧୀ କରାଯାଉଛି ମୁଁ ଜାଣିପାରୁ ନାହିଁ। ଜୈବ ନିରାପତ୍ତାର ଆବଶ୍ୟକତା ବଦଳିବାରେ ଲାଗିଛି, ତେଣୁ ସମୟ ସମୟରେ ନିୟମାବଳୀ ଏବଂ ପ୍ରତିବନ୍ଧକ ଜାରି କରିବାକୁ ସରକାରୀ ଆଇନରେ ନମନୀୟତା ରହିବା ଆବଶ୍ୟକ।


Enter your email to get our daily news in your inbox.

All Right Reserved By Dharitri.Com

ବିଜୁବାବୁଙ୍କ ପ୍ରତି ଅଶାଳୀନ ମନ୍ତବ୍ୟର ପ୍ରତିବାଦ, ଏମ୍‌ପି ନିଶିକାନ୍ତ ଦୁବେଙ୍କ କୁଶପୁତ୍ତଳିକା ଦାହ କରି…

ଦେବଗଡ଼,୨ା୪(ଶଶାଙ୍କ ଶେଖର ଝାଙ୍କର): ପ୍ରବାଦପୁରୁଷ ବିଜୁ ପଟ୍ଟନାୟକଙ୍କ ପ୍ରତି ଭାଜପା ଏମ୍‌ପି ନିଶିକାନ୍ତ ଦୁବେ ଦେଇଥିବା ଅପମାନ ଜନକ ମନ୍ତବ୍ୟକୁ ଦେବଗଡ଼ ଜିଲା ବିଜେଡି ପକ୍ଷରୁ ଦୃଢ଼…

IPL ୨୦୨୬: ଲକ୍ଷ୍ନୌକୁ ଲଗାତାର ୫ମ ଥର ପାଇଁ ହରାଇଲା ଦିଲ୍ଲୀ କ୍ୟାପିଟାଲ୍ସ; ଦଳକୁ ଦମ୍‌ଦାର ବିଜୟ ଦେଲେ ସମୀର ରିଜଭୀ…

ଲକ୍ଷ୍ନୌ, ୧ା୪: ଆଇପିଏଲ ୨୦୨୬ରେ ଦିଲ୍ଲୀ କ୍ୟାପିଟାଲ୍ସ ବିଜୟ ଅଭିଯାନ ଆରମ୍ଭ କରିଛି। ଲକ୍ଷ୍ନୌ ସୁପର ଜାଏଣ୍ଟସ (LSG) ବିପକ୍ଷ ମ୍ୟାଚରେ ଦିଲ୍ଲୀ ୧୪୨ ରନର ଲକ୍ଷ୍ୟକୁ…

ବ୍ୟାକଫୁଟରେ ସୁପରପାୱାର ଆମେରିକା, ଇରାନ ସହ ଯୁଦ୍ଧରୁ ଓହରିବ! ଟ୍ରମ୍ପଙ୍କ ବଡ଼ ବୟାନ…

ୱାଶିଂଟନ, ୧ା୪:ଇରାନ ଏବଂ ଆମେରିକା ମଧ୍ୟରେ ଚାଲିଥିବା ସଂଘର୍ଷ ଏବେ ଏକ ନୂଆ ମୋଡ଼ ନେଇଛି। ସୁପରପାୱାର ଆମେରିକାର ରଣନୀତି ଫେଲ ମାରୁଥିବା ବେଳେ ରାଷ୍ଟ୍ରପତି ଡୋନାଲ୍ଡ…

ବଲାଙ୍ଗୀରରେ ଓଡ଼ିଶା ଦିବସ ପାଳନକୁ ବିରୋଧ: ସଂସ୍କୃତି ଭବନରେ କୋଶଲ ସମର୍ଥକଙ୍କ ହଙ୍ଗାମା, ୮ ଅଟକ

ବଲାଙ୍ଗୀର,୧।୪(ସୁନିଲ କୁମାର ମହାନ୍ତି): ଆଜି ସମଗ୍ର ରାଜ୍ୟରେ ଓଡ଼ିଶା ଦିବସ ବା ଉତ୍କଳ ଦିବସ ପାଳିତ ହେଉଥିବା ବେଳେ ବଲାଙ୍ଗୀରରେ ଏହାକୁ ନେଇ ଅଭାବନୀୟ ପରିସ୍ଥିତି ସୃଷ୍ଟି…

ଲଜ୍ଜା: ୧୩ ବର୍ଷର ନାବାଳିକାଙ୍କୁ ଗର୍ଭବତୀ କଲେ ଦୁଇ ସନ୍ତାନର ବାପା, ଅଭିଯୁକ୍ତଙ୍କୁ ପୋଲିସ ବାନ୍ଧି…

ପାତ୍ରପୁର, ୧।୪ (ଉମା ଚରଣ ନେପାକ): ବ୍ରହ୍ମପୁର ପୋଲିସ ଜିଲା ଅନ୍ତର୍ଗତ ଜରଡ଼ା ଥାନା ଅଞ୍ଚଳରେ ଏକ ଅଭାବନୀୟ ଘଟଣା ଘଟିଛି। ଆଙ୍କୁଲି ପଞ୍ଚାୟତର ଜଣେ ୧୩…

ମହିଳା ଚଲାଉଥିଲେ ନିଶା କାରବାର: ମାଡ଼ି ବସିଲା ପୋଲିସ, ୬ ଲକ୍ଷରୁ ଅଧିକ ଟଙ୍କା ସହ…

ବରଗଡ଼,୧।୪(ପ୍ରେମାନନ୍ଦ ଖମାରୀ): ବରଗଡ଼ ଜିଲାରେ ବଢ଼ୁଥିବା ନିଶା କାରବାରକୁ ରୋକିବା ପାଇଁ ପୋଲିସ ନିଜର ଅଭିଯାନକୁ ଜୋରଦାର କରିଛି। ଏହି କ୍ରମରେ ଭଟଲି ଥାନା ପୋଲିସ ବୁଧବାର…

ଟାର୍ଗେଟରେ ଭାଜପା ଅଫିସ୍: ପାର୍କିଂରେ ଥିବା ସ୍କୁଟିରେ ହେଲା ବୋମା ବିସ୍ଫୋରଣ, ହାଇ ଆଲର୍ଟରେ…

ଚଣ୍ଡିଗଡ଼,୧।୪: ଭାଜପା କାର୍ଯ୍ୟାଳୟ ବାହାରେ ବିସ୍ଫୋରଣ। ଚଣ୍ଡିଗଡ଼ର ସେକ୍ଟର-୩୭ ସ୍ଥିତ ପଞ୍ଜାବ ଭାଜପା କାର୍ଯ୍ୟାଳୟ ବାହାରେ ଥିବା ପାର୍କିଂ ଅଞ୍ଚଳରେ ଏକ ବୋମା ବିସ୍ଫୋରଣ ଘଟିଛି। ଏହି…

ବନ୍ଦ ହୋଇଯିବ କି ଯୁଦ୍ଧ? ବଡ଼ ଦାବି କଲେ ଟ୍ରମ୍ପ, ଯୁଦ୍ଧବିରତି ଲାଗି….

ନୂଆଦିଲ୍ଲୀ,୧।୪:  ଆମେରିକାର ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ୍ ଚାଲିଥିବା ସଂଘର୍ଷ ମଧ୍ୟରେ ଏକ ବଡ଼ ଦାବି କରିଛନ୍ତି । ସେ କହିଛନ୍ତି ଯେ ଇରାନର ନୂତନ ରାଷ୍ଟ୍ରପତି ତାଙ୍କ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri