ସିମୁଳିଆରେ ପ୍ରାଣୀ ସ୍ବାସ୍ଥ୍ୟସେବା ବିପର୍ଯ୍ୟସ୍ତ

ସିମୁଳିଆ,୨୪ା୭(ସନ୍ତୋଷ କୁମାର ନାୟକ): ସମଗ୍ର ଜୀବସମାଜ ପାଇଁ ପ୍ରାଣୀମାନଙ୍କ ଅବଦାନ ଅତୁଳନୀୟ। କଥା କହିପାରୁ ନ ଥିବା ଏହି ପ୍ରାଣୀଙ୍କୁ ସରକାର ସମ୍ପଦ ରୂପେ ଗ୍ରହଣ କରିବା ସହିତ ଉଭୟ ପ୍ରାଣୀ ଓ ପାଳନକର୍ତ୍ତାମାନଙ୍କ ନିମନ୍ତେ ବିଭିନ୍ନ ଯୋଜନା ପ୍ରଣୟନ କରିଛନ୍ତି।
ଓ ଲୋକ ପ୍ରତିନିଧିମାନଙ୍କ ଆନ୍ତରିକତା ଅଭାବରୁ ବାଲେଶ୍ୱର ଜିଲା ସିମୁଳିଆ ବ୍ଲକରେ ପ୍ରାଣୀସେବା ବିପର୍ଯ୍ୟସ୍ତ ହୋଇପଡିଛି। ଗତ ୧୯୬୧ରେ ସିମୁଳିଆର ଗୋରୁ, ଛେଳି, କୁକୁଡା, ବତକମାନଙ୍କ ଚିକିତ୍ସା ପାଇଁ ବ୍ଲକର ସଦରମହକୁମା ମାର୍କୋଣାରେ ୧ଏକର ୫୨ଡେସିମିଲ ଜମିରେ ବ୍ଲକର ନାମକରଣ ଅନୁସାରେ ସିମୁଳିଆ ପ୍ରାଣୀ ଚିକିତ୍ସା କେନ୍ଦ୍ର ସ୍ଥାପିତ ହୋଇଥିଲା। ଏବେ ସିମୁଳିଆରେ ୪୦ହଜାର ଗୋରୁଙ୍କ ସମେତ ୧୮ହଜାର ଛେଳି, ୧ଲକ୍ଷରୁ ଅଧିକ କୁକୁଡା, ୪୦ଟି ଗାଈ ଫାର୍ମ ଓ ୧୨୧ଟି କୁକୁଡା ଫାର୍ମ ରହିଛି। ସମଗ୍ର ବ୍ଲକର ୨୨ଟି ପଞ୍ଚାୟତରେ ପ୍ରାଣୀମାନଙ୍କୁ ସ୍ବାସ୍ଥ୍ୟସେବା ଯୋଗାଇଦେବା ପାଇଁ ଦୁଇଟି କେନ୍ଦ୍ରସ୍ଥଳୀ ସିମୁଳିଆ ଓ ବାଲିଖଣ୍ଡକୁ ଚୟନ କରାଯାଇ ପ୍ରାଣୀ ଚିକିତ୍ସା କରାଯାଉଛି।
ଗ୍ରାମାଞ୍ଚଳରେ ପ୍ରାଣୀମାନଙ୍କୁ ପ୍ରାଥମିକ ସ୍ବାସ୍ଥ୍ୟସେବା ଯୋଗାଇଦେବା ପାଇଁ ସିମୁଳିଆ ସ୍ବାସ୍ଥକେନ୍ଦ୍ର ଅଧୀନରେ ୫ଟି ଅଡା, ମଇତାପୁର, ବାଉରିପଦା, ଜାମୁଝାଡି ଓ କ୍ଷୀରକୋଣା ପ୍ରାଣୀ ସହାୟକ କେନ୍ଦ୍ର ସ୍ଥାପିତ ହୋଇଛି। ସେହିପରି ବାଲିଖଣ୍ଡ ଅଧୀନରେ ୩ଟି କହ୍ନେଇବିନ୍ଧା, ଅଣ୍ଡରାଇ ଓ କାଞ୍ଚପଡା ପ୍ରାଣୀଧନ ସହାୟକ କେନ୍ଦ୍ର ସ୍ଥାପିତ ହୋଇଛି। ମୁଖ୍ୟ ଗୋଷ୍ଠୀ ପ୍ରାଣୀ ଚିକିତ୍ସା ଅଧିକାରୀ ରୂପେ ସିମୁଳିଆରେ ଡା. ଅକ୍ଷୟ କୁମାର ମହାଳିକ ଓ ବାଲିଖଣ୍ଡରେ ଡା. ସ୍ବରୂପାନନ୍ଦ ପତି ରହିବା ସହିତ ଭ୍ରାମ୍ୟମାଣ ପ୍ରାଣୀ ଚିକିତ୍ସକ ରୂପେ ଡା. ସୁନୀଲ କୁମାର ଦୀକ୍ଷିତ ଅଛନ୍ତି।
ଗ୍ରାମାଞ୍ଚଳରେ ସେବା ଯୋଗାଇଦେବା ପାଇଁ ୬ଜଣ ପ୍ରାଣୀଧନ ନିରୀକ୍ଷକ ଅଛନ୍ତି। ସେହିପରି ଦୁଗ୍ଧ ଚାଷୀମାନଙ୍କୁ ପ୍ରୋତ୍ସାହନ ଯୋଗାଇ ଦେବା ପାଇଁ ଗତ ୧୬ା୫ା୦୪ରେ ସିମୁଳିଆ ପ୍ରାଣୀ ଚିକିତ୍ସାଳୟ ପରିସରରେ ସରକାରଙ୍କ ଓମ୍‌ଫେଡ ବିଭାଗର ଦୁଗ୍ଧ ଶୀତଳୀକରଣ ଭଣ୍ଡାର ଖୋଲାଯାଇ ଦୈନିକ ପ୍ରାୟ ୨ ହଜାର ଲିଟର କ୍ଷୀର ଆମଦାନୀ ହେଉଛି। ବାଲେଶ୍ୱର ଓ ଭଦ୍ରକ ଜିଲା ସମବାୟ ଦୁଗ୍ଧ ଉପତ୍ାଦନ ସଂଘ ଦ୍ୱାରା ଗତ ୨୦ା୬ା୧୯ରେ ପରୀକ୍ଷାଗାର ନିର୍ମାଣ କରାଯାଇଛି। ସରକାରଙ୍କ ବିଭିନ୍ନ ଯୋଜନା ସତ୍ତ୍ୱେ ପ୍ରାଣୀ ଚିକିତ୍ସା କେନ୍ଦ୍ର ଅବହେଳିତ ଅବସ୍ଥାରେ ରହିଛି। ଆରମ୍ଭରୁ ବାଲିଖଣ୍ଡରେ ପ୍ରାଣୀ ଚିକିତ୍ସାଳୟ ନିର୍ମାଣ କରା ନ ଯିବା ଯୋଗୁ ସ୍ଥାନୀୟ ପଞ୍ଚାୟତର ଏକ ପରିତ୍ୟକ୍ତ ଗୃହରେ କାର୍ଯ୍ୟାଳୟ ପରିଚାଳିତ ହେଉଛି। ଫଳରେ ଅସରାଏ ବର୍ଷାରେ ଘର ମଧ୍ୟରେ ଆଣ୍ଠୁଏ ପାଣି ଜମୁଥିବା ଡା. ସୂରୂପାନନ୍ଦ ପତି ସୂଚନା ଦେଇଛନ୍ତି। ୧୬ନଂ. ଜାତୀୟ ରାଜପଥ ପାର୍ଶ୍ୱରେ ସିମୁଳିଆ ପ୍ରାଣୀ ଚିକିତ୍ସାଳୟ ସ୍ଥାପିତ ହୋଇଛି। ରାଜପଥରୁ ପ୍ରାୟ ୧୦ଫୁଟ ଖାଲୁଆ ସ୍ଥାନରେ ଏହି ସ୍ବାସ୍ଥ୍ୟକେନ୍ଦ୍ର ନିର୍ମିତ ହୋଇଥିବାରୁ ରାସ୍ତା ଓ ପରିବେଶ ସମସ୍ୟା ରହିଥିବା ଡା. ସୁନୀଲ ଦୀକ୍ଷିତ ସୂଚନା ଦେଇଛନ୍ତି। ସିମୁଳିଆ ସ୍ବାସ୍ଥ୍ୟକେନ୍ଦ୍ରର ରାସ୍ତା ପାଣିରେ ବୁଡିଯାଇଥିବା ବେଳେ ଘାସ, ଜଙ୍ଗଲ ସହିତ ପଙ୍କୁଆ ପରି ଅସ୍ବାସ୍ଥ୍ୟକର ପରିବେଶ ସମ୍ପର୍କରେ ମୁଖ୍ୟ ଚିକିତ୍ସାଧିକାରୀ ଡା. ଅକ୍ଷୟ କୁମାର ମହାଳିକ କହନ୍ତି ସ୍ବାସ୍ଥ୍ୟକେନ୍ଦ୍ର ପରିସରରେ ୨ଟି ପରିତ୍ୟକ୍ତ ଘର ରହିଛି। ଗତ ୨୦୧୦ରେ ନିର୍ମିତ ହୋଇଥିବା ନୂତନ ଘର ସମ୍ପୂର୍ଣ୍ଣ ଅସୁରକ୍ଷିତ ହୋଇପଡିଛି। ଏହାର ଝରକା କବାଟ ଗଳି ପଡିଥିବା ବେଳେ ଛାତରୁ ପାଣି ଗଳୁଛି। ସ୍ବାସ୍ଥ୍ୟକେନ୍ଦ୍ରର ପାଚେରି ନାହିଁ। ପ୍ରାଣୀମାନଙ୍କୁ ସେବା ଯୋଗାଇଦେବା ପାଇଁ ୨ଜଣ ଡାକ୍ତରଙ୍କ ଅଭାବ ସହିତ ୮ଜଣ ଚତୁର୍ଥ ଶ୍ରେଣୀ କର୍ମଚାରୀ ଓ ୨ଜଣ ପ୍ରାଣୀଧନ ନିରୀକ୍ଷକଙ୍କ ପଦବୀ ଖାଲି ରହିଛି। ସେହିପରି କ୍ଷୀରକୋଣାରେ ପ୍ରାଣୀଧନ ସହାୟକ କେନ୍ଦ୍ର ନିର୍ମାଣ ପାଇଁ ସ୍ଥାନ ନିରୂପଣ ହୋଇ ପଡିରହିଛି।
ଅଣ୍ଡରାଇ, କାଞ୍ଚପଡା ଓ ବାଉରିପଦା ପ୍ରାଣୀଧନ ସହାୟକ କେନ୍ଦ୍ରର ଅବସ୍ଥା ଶୋଚନୀୟ ହୋଇପଡିରହିଥିବା ବେଳେ ବିଭାଗୀୟ ଅଧିକାରୀ ଓ ଲୋକପ୍ରତିନିଧିମାନେ ଏଥିପ୍ରତି ଆଖିବୁଜି ଦେଇଥିବାର ଜଣାଯାଇଛି।


Enter your email to get our daily news in your inbox.

All Right Reserved By Dharitri.Com

ମିଠା ଦୋକାନରେ ଭୟଙ୍କର ଅଗ୍ନିକାଣ୍ଡ

ଛତ୍ରପୁର,୧।୧୦,(ଦିଲ୍ଲୀପ ସାମଲ/ଦ୍ୱାରିକା ପଟ୍ଟନାୟକ): ଗୁରୁବାର ରାତି ପ୍ରାୟ ସାଢ଼େ ୧୦ଟାରେ ଛତ୍ରପୁର ମେନ୍‌ ରୋଡ଼ସ୍ଥିତ ଏକ ରାଜସ୍ଥାନ ମିଠା ଦୋକାନରେ ଭୟଙ୍କର ଅଗ୍ନିକାଣ୍ଡ ଘଟିଛି। ଫ୍ରିଜ୍‌ରରେ ସର୍ଟସର୍କିଟ…

ଦେଢ଼ମାସ ହେଲା ପିଇବା ପାଣିରୁ ବଞ୍ଚିତ ଗ୍ରାମବାସୀ, ପଞ୍ଚାୟତରେ ତାଲା ପକାଇଲେ ଗ୍ରାମବାସୀ

ନିରାକାରପୁର,୧ା୧୦(ମାନସ ଚନ୍ଦ୍ର ପଟ୍ଟନାୟକ): ଖୋର୍ଦ୍ଧା ବ୍ଲକ ଓରବରସିଂହ ପଞ୍ଚାୟତ ଅନ୍ତର୍ଗତ କୃଷ୍ଣପୁରରେ ଥିବା ପାନୀୟଜଳ ପ୍ରକଳ୍ପର ପାଇପ୍‌ ଅନେକ ସ୍ଥାନରେ ଫାଟି ଯାଇଥିବାରୁ ଦୀର୍ଘ ଦେଢ଼ମାସ ଧରି…

ବନ୍ୟା ପାଣିଘେରରେ ୧୫ପରିବାର, ପ୍ରଶାସନ ନୀରବ…

ମାର୍ଶାଘାଇ, ୧ା୧୦(ଶୁଭେନ୍ଦୁ ପ୍ରସାଦ ଚୌଧୁରୀ): ଲୁଣାନଦୀରେ ବନ୍ୟା ଆସି ମାର୍ଶଘାଇ ବ୍ଲକ ମଣିକୁଣ୍ଡା ପଞ୍ଚାୟତ ବାଲିକଷୋଟି ଘୋଲ ଅଞ୍ଚଳର ୧୫ପରିବାର ଗତ ୫ଦିନ ହେବ ପାଣିଘେରରେ ରହିଛନ୍ତି।…

ବନ୍ୟା ପ୍ରଭାବିତ ଅଞ୍ଚଳ ପରିଦର୍ଶନ କଲେ ମନ୍ତ୍ରୀ

ବରଗଡ଼,୧।୧୦(ପ୍ରେମାନନ୍ଦ ଖମାରୀ): ବରଗଡ଼ ଜିଲା ଅମ୍ବାଭୋନା ବ୍ଲକ ଅନ୍ତର୍ଗତ ଚିଖିଲି ସମେତ ବିଭିନ୍ନ ଗ୍ରାମରେ ଗତ ୨୭ ତାରିଖରୁ ବନ୍ୟା ପରିସ୍ଥିତି ସୃଷ୍ଟି ହୋଇଥିଲା। ଉପରମୁଣ୍ଡରେ ପ୍ରବଳ…

ଜେଜେବାପା ହେଲେ ନବଜୋତ ସିଂହ ସିଦ୍ଧୁ; ଘରକୁ ଆସିଲା ଲକ୍ଷ୍ମୀ

ଚଣ୍ଡିଗଡ଼,୧।୧୦: ପୂର୍ବତନ କ୍ରିକେଟର୍‌ ତଥା ରାଜନେତା ନବଜୋତ ସିଂହ ସିଦ୍ଧୁ ଏକ ଖୁସିର ମୁହୂର୍ତ୍ତ ପାଳନ କରୁଛନ୍ତି: ସେ ଏବେ ଜେଜେବାପା ହୋଇଛନ୍ତି। ତାଙ୍କ ପରିବାରରେ ଏକ…

ନବୀନଙ୍କୁ ଭେଟିଲେ ହିଞ୍ଜିଳିର ବରିଷ୍ଠ ନେତା, କର୍ମୀ

ହିଞ୍ଜିଳିକାଟୁ,୧।୧୦ (ଦ୍ବିତୀକୃଷ୍ଣ ପଣ୍ଡା): ଗଞ୍ଜାମ ଜିଲା ହିଞ୍ଜିଳି ନିର୍ବାଚନ ମଣ୍ଡଳୀ ଅନ୍ତର୍ଗତ ଶେରଗଡ଼ ବ୍ଲକ, ହିଞ୍ଜିଳି ବ୍ଲକ ଓ ହିଞ୍ଜିଳିକାଟୁ ପୌରାଞ୍ଚଳର ବିଜୁ ଜନତା ଦଳ (ବିଜେଡି)ର…

ଅପେକ୍ଷାର ହେଲା ଅନ୍ତ, ICC ଦ୍ୱାରା ୨୦୨୭ ଦିନିକିଆ ବିଶ୍ୱକପର କାର୍ଯ୍ୟସୂଚୀ ଘୋଷଣା; ବର୍ଷକ ପରେ ଲଢିବେ ଭାରତ-ପାକିସ୍ତାନ

କେପ ଟାଉନ,୧।୧୦: ଆନ୍ତର୍ଜାତୀୟ କ୍ରିକେଟ ପରିଷଦ (ICC) ୨୦୨୭ ODI ବିଶ୍ୱକପ ପାଇଁ କାର୍ଯ୍ୟସୂଚୀ ଘୋଷଣା କରିଛି। କ୍ରିକେଟର ଏହି ବୃହତ ଆୟୋଜନ ୨୦୨୭ ମସିହା ଅକ୍ଟୋବର…

ଓଡ଼ିଶା କୃଷକ ସଭା ପକ୍ଷରୁ ସାଙ୍ଗଠନିକ ବୈଠକ; କର୍ମକର୍ତ୍ତା ଚୟନ, ଏ. ହରି ସଭାପତି , କୁରେଶୁ ସମ୍ପାଦକ

ଦିଗପହଣ୍ଡି,୧।୧୦(ଅଶେଷ ନାଥ ମିଶ୍ର): ଗଞ୍ଜାମ ଜିଲା ଦିଗପହଣ୍ଡି ସ୍ଥିତ ଶ୍ରୀ ଚନ୍ଦ୍ର ଚୁଡେଶ୍ୱର ଶୈବପୀଠ ସଭା ମଣ୍ଡପରେ ଓଡ଼ିଶା କୃଷକ ସଭା ଦିଗପହଣ୍ଡି ଶାଖା ପକ୍ଷରୁ ଗୁରୁବାର…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala


ଛୁଟିଦିନ
ପିଲାଙ୍କ ଧରିତ୍ରୀ
Trending
Let's Pledge For A 'Plastic Free' Odisha Join The Movement Of 'Plastic Free' Odisha

Akash Das Nayak, supports a Plastic Free Odisha. Do you?