ସିମୁଳିଆରେ ପ୍ରାଣୀ ସ୍ବାସ୍ଥ୍ୟସେବା ବିପର୍ଯ୍ୟସ୍ତ

ସିମୁଳିଆ,୨୪ା୭(ସନ୍ତୋଷ କୁମାର ନାୟକ): ସମଗ୍ର ଜୀବସମାଜ ପାଇଁ ପ୍ରାଣୀମାନଙ୍କ ଅବଦାନ ଅତୁଳନୀୟ। କଥା କହିପାରୁ ନ ଥିବା ଏହି ପ୍ରାଣୀଙ୍କୁ ସରକାର ସମ୍ପଦ ରୂପେ ଗ୍ରହଣ କରିବା ସହିତ ଉଭୟ ପ୍ରାଣୀ ଓ ପାଳନକର୍ତ୍ତାମାନଙ୍କ ନିମନ୍ତେ ବିଭିନ୍ନ ଯୋଜନା ପ୍ରଣୟନ କରିଛନ୍ତି।
ଓ ଲୋକ ପ୍ରତିନିଧିମାନଙ୍କ ଆନ୍ତରିକତା ଅଭାବରୁ ବାଲେଶ୍ୱର ଜିଲା ସିମୁଳିଆ ବ୍ଲକରେ ପ୍ରାଣୀସେବା ବିପର୍ଯ୍ୟସ୍ତ ହୋଇପଡିଛି। ଗତ ୧୯୬୧ରେ ସିମୁଳିଆର ଗୋରୁ, ଛେଳି, କୁକୁଡା, ବତକମାନଙ୍କ ଚିକିତ୍ସା ପାଇଁ ବ୍ଲକର ସଦରମହକୁମା ମାର୍କୋଣାରେ ୧ଏକର ୫୨ଡେସିମିଲ ଜମିରେ ବ୍ଲକର ନାମକରଣ ଅନୁସାରେ ସିମୁଳିଆ ପ୍ରାଣୀ ଚିକିତ୍ସା କେନ୍ଦ୍ର ସ୍ଥାପିତ ହୋଇଥିଲା। ଏବେ ସିମୁଳିଆରେ ୪୦ହଜାର ଗୋରୁଙ୍କ ସମେତ ୧୮ହଜାର ଛେଳି, ୧ଲକ୍ଷରୁ ଅଧିକ କୁକୁଡା, ୪୦ଟି ଗାଈ ଫାର୍ମ ଓ ୧୨୧ଟି କୁକୁଡା ଫାର୍ମ ରହିଛି। ସମଗ୍ର ବ୍ଲକର ୨୨ଟି ପଞ୍ଚାୟତରେ ପ୍ରାଣୀମାନଙ୍କୁ ସ୍ବାସ୍ଥ୍ୟସେବା ଯୋଗାଇଦେବା ପାଇଁ ଦୁଇଟି କେନ୍ଦ୍ରସ୍ଥଳୀ ସିମୁଳିଆ ଓ ବାଲିଖଣ୍ଡକୁ ଚୟନ କରାଯାଇ ପ୍ରାଣୀ ଚିକିତ୍ସା କରାଯାଉଛି।
ଗ୍ରାମାଞ୍ଚଳରେ ପ୍ରାଣୀମାନଙ୍କୁ ପ୍ରାଥମିକ ସ୍ବାସ୍ଥ୍ୟସେବା ଯୋଗାଇଦେବା ପାଇଁ ସିମୁଳିଆ ସ୍ବାସ୍ଥକେନ୍ଦ୍ର ଅଧୀନରେ ୫ଟି ଅଡା, ମଇତାପୁର, ବାଉରିପଦା, ଜାମୁଝାଡି ଓ କ୍ଷୀରକୋଣା ପ୍ରାଣୀ ସହାୟକ କେନ୍ଦ୍ର ସ୍ଥାପିତ ହୋଇଛି। ସେହିପରି ବାଲିଖଣ୍ଡ ଅଧୀନରେ ୩ଟି କହ୍ନେଇବିନ୍ଧା, ଅଣ୍ଡରାଇ ଓ କାଞ୍ଚପଡା ପ୍ରାଣୀଧନ ସହାୟକ କେନ୍ଦ୍ର ସ୍ଥାପିତ ହୋଇଛି। ମୁଖ୍ୟ ଗୋଷ୍ଠୀ ପ୍ରାଣୀ ଚିକିତ୍ସା ଅଧିକାରୀ ରୂପେ ସିମୁଳିଆରେ ଡା. ଅକ୍ଷୟ କୁମାର ମହାଳିକ ଓ ବାଲିଖଣ୍ଡରେ ଡା. ସ୍ବରୂପାନନ୍ଦ ପତି ରହିବା ସହିତ ଭ୍ରାମ୍ୟମାଣ ପ୍ରାଣୀ ଚିକିତ୍ସକ ରୂପେ ଡା. ସୁନୀଲ କୁମାର ଦୀକ୍ଷିତ ଅଛନ୍ତି।
ଗ୍ରାମାଞ୍ଚଳରେ ସେବା ଯୋଗାଇଦେବା ପାଇଁ ୬ଜଣ ପ୍ରାଣୀଧନ ନିରୀକ୍ଷକ ଅଛନ୍ତି। ସେହିପରି ଦୁଗ୍ଧ ଚାଷୀମାନଙ୍କୁ ପ୍ରୋତ୍ସାହନ ଯୋଗାଇ ଦେବା ପାଇଁ ଗତ ୧୬ା୫ା୦୪ରେ ସିମୁଳିଆ ପ୍ରାଣୀ ଚିକିତ୍ସାଳୟ ପରିସରରେ ସରକାରଙ୍କ ଓମ୍‌ଫେଡ ବିଭାଗର ଦୁଗ୍ଧ ଶୀତଳୀକରଣ ଭଣ୍ଡାର ଖୋଲାଯାଇ ଦୈନିକ ପ୍ରାୟ ୨ ହଜାର ଲିଟର କ୍ଷୀର ଆମଦାନୀ ହେଉଛି। ବାଲେଶ୍ୱର ଓ ଭଦ୍ରକ ଜିଲା ସମବାୟ ଦୁଗ୍ଧ ଉପତ୍ାଦନ ସଂଘ ଦ୍ୱାରା ଗତ ୨୦ା୬ା୧୯ରେ ପରୀକ୍ଷାଗାର ନିର୍ମାଣ କରାଯାଇଛି। ସରକାରଙ୍କ ବିଭିନ୍ନ ଯୋଜନା ସତ୍ତ୍ୱେ ପ୍ରାଣୀ ଚିକିତ୍ସା କେନ୍ଦ୍ର ଅବହେଳିତ ଅବସ୍ଥାରେ ରହିଛି। ଆରମ୍ଭରୁ ବାଲିଖଣ୍ଡରେ ପ୍ରାଣୀ ଚିକିତ୍ସାଳୟ ନିର୍ମାଣ କରା ନ ଯିବା ଯୋଗୁ ସ୍ଥାନୀୟ ପଞ୍ଚାୟତର ଏକ ପରିତ୍ୟକ୍ତ ଗୃହରେ କାର୍ଯ୍ୟାଳୟ ପରିଚାଳିତ ହେଉଛି। ଫଳରେ ଅସରାଏ ବର୍ଷାରେ ଘର ମଧ୍ୟରେ ଆଣ୍ଠୁଏ ପାଣି ଜମୁଥିବା ଡା. ସୂରୂପାନନ୍ଦ ପତି ସୂଚନା ଦେଇଛନ୍ତି। ୧୬ନଂ. ଜାତୀୟ ରାଜପଥ ପାର୍ଶ୍ୱରେ ସିମୁଳିଆ ପ୍ରାଣୀ ଚିକିତ୍ସାଳୟ ସ୍ଥାପିତ ହୋଇଛି। ରାଜପଥରୁ ପ୍ରାୟ ୧୦ଫୁଟ ଖାଲୁଆ ସ୍ଥାନରେ ଏହି ସ୍ବାସ୍ଥ୍ୟକେନ୍ଦ୍ର ନିର୍ମିତ ହୋଇଥିବାରୁ ରାସ୍ତା ଓ ପରିବେଶ ସମସ୍ୟା ରହିଥିବା ଡା. ସୁନୀଲ ଦୀକ୍ଷିତ ସୂଚନା ଦେଇଛନ୍ତି। ସିମୁଳିଆ ସ୍ବାସ୍ଥ୍ୟକେନ୍ଦ୍ରର ରାସ୍ତା ପାଣିରେ ବୁଡିଯାଇଥିବା ବେଳେ ଘାସ, ଜଙ୍ଗଲ ସହିତ ପଙ୍କୁଆ ପରି ଅସ୍ବାସ୍ଥ୍ୟକର ପରିବେଶ ସମ୍ପର୍କରେ ମୁଖ୍ୟ ଚିକିତ୍ସାଧିକାରୀ ଡା. ଅକ୍ଷୟ କୁମାର ମହାଳିକ କହନ୍ତି ସ୍ବାସ୍ଥ୍ୟକେନ୍ଦ୍ର ପରିସରରେ ୨ଟି ପରିତ୍ୟକ୍ତ ଘର ରହିଛି। ଗତ ୨୦୧୦ରେ ନିର୍ମିତ ହୋଇଥିବା ନୂତନ ଘର ସମ୍ପୂର୍ଣ୍ଣ ଅସୁରକ୍ଷିତ ହୋଇପଡିଛି। ଏହାର ଝରକା କବାଟ ଗଳି ପଡିଥିବା ବେଳେ ଛାତରୁ ପାଣି ଗଳୁଛି। ସ୍ବାସ୍ଥ୍ୟକେନ୍ଦ୍ରର ପାଚେରି ନାହିଁ। ପ୍ରାଣୀମାନଙ୍କୁ ସେବା ଯୋଗାଇଦେବା ପାଇଁ ୨ଜଣ ଡାକ୍ତରଙ୍କ ଅଭାବ ସହିତ ୮ଜଣ ଚତୁର୍ଥ ଶ୍ରେଣୀ କର୍ମଚାରୀ ଓ ୨ଜଣ ପ୍ରାଣୀଧନ ନିରୀକ୍ଷକଙ୍କ ପଦବୀ ଖାଲି ରହିଛି। ସେହିପରି କ୍ଷୀରକୋଣାରେ ପ୍ରାଣୀଧନ ସହାୟକ କେନ୍ଦ୍ର ନିର୍ମାଣ ପାଇଁ ସ୍ଥାନ ନିରୂପଣ ହୋଇ ପଡିରହିଛି।
ଅଣ୍ଡରାଇ, କାଞ୍ଚପଡା ଓ ବାଉରିପଦା ପ୍ରାଣୀଧନ ସହାୟକ କେନ୍ଦ୍ରର ଅବସ୍ଥା ଶୋଚନୀୟ ହୋଇପଡିରହିଥିବା ବେଳେ ବିଭାଗୀୟ ଅଧିକାରୀ ଓ ଲୋକପ୍ରତିନିଧିମାନେ ଏଥିପ୍ରତି ଆଖିବୁଜି ଦେଇଥିବାର ଜଣାଯାଇଛି।


Enter your email to get our daily news in your inbox.

All Right Reserved By Dharitri.Com

ସଡ଼କ ଦୁର୍ଘଟଣାରେ ଯାତ୍ରା କଳାକାର ଗୁରୁ ପୃଷ୍ଟିଙ୍କ ପରଲୋକ

ଭଦ୍ରକ,୭ା୧୨: ଓଡ଼ିଶାର ଜଣାଶୁଣା ଯାତ୍ରା କଳାକାର ଗୁରୁ ପୃଷ୍ଟିଙ୍କର ଆଜି ଏକ ମର୍ମନ୍ତୁଦ ସଡ଼କ ଦୁର୍ଘଟଣାରେ ପରଲୋକ ଘଟିଛି। ମିଳିଥିବା ସୂଚନା ଅନୁଯାୟୀ, ଗୁରୁ ପୃଷ୍ଟି...

ନୂଆପଡ଼ା ସହରରେ ବୁଲୁଛନ୍ତି ଭାଲୁ

ନୂଆପଡ଼ା,୭।୧୨(ମକାରୁ ବେମାଲ): ନୂଆପଡ଼ା ସହରକୁ ୨ଟି ଭାଲୁ ପଶି ଆସିଥିଲେ। ସହରର ବିଭିନ୍ନ ସ୍ଥାନରେ ବୁଲାବୁଲି କରି ଅଇଠାପତ୍ର, ଫଳ ଦୋକାନରେ ଫିଙ୍ଗି ଦିଆଯାଉଥିବା ଫଳ...

RSFI ରାଜ୍ୟ ଚାମ୍ପିଅନସିପରେ ଗଜପତି ସ୍କେଟର୍ସଙ୍କ ଚମକ: ଜାତୀୟ ପାଇଁ ୭ ଜଣ ଯୋଗ୍ୟତା ହାସଲ

ଗଜପତି,୭ା୧୨(ଗିରିଧାରୀ ପରିଛା): ଜିଲା ପାଇଁ ଏକ ଗର୍ବର ମୁହୂର୍ତ୍ତରେ, ଗଜପତିର ସ୍କେଟର୍ସମାନେ RSFI ରାଜ୍ୟ ସ୍କେଟିଂ ଚାମ୍ପିଅନସିପରେ ଉତ୍କୃଷ୍ଟ ପ୍ରଦର୍ଶନ କରି ଅନେକ ପଦକ ହାସଲ...

ରାଜ୍ୟସ୍ତରୀୟ କ୍ରୀଡ଼ା ପ୍ରତିଯୋଗିତାରେ ଦିଗପହଣ୍ଡିର ସାଇକ୍ରିଷ୍ଣା

ଦିଗପହଣ୍ଡି,୭।୧୨(ଅଶେଷ ନାଥ ମିଶ୍ର) ଜଗତସିଂହପୁରରେ ଆୟୋଜିତ ୬୯ତମ ଆନ୍ତଃ ରାଜ୍ୟସ୍ତରୀୟ ବିଦ୍ୟାଳୟ ସମୂହ କ୍ରୀଡ଼ା ପ୍ରତିଯୋଗିତାରେ ଦିଗପହଣ୍ଡି ବ୍ଳକ ଅଧୀନ ବମକୋଇ ଗ୍ରାମ ଶିବାନନ୍ଦ ନୋଡାଲ...

ଡକାୟତି, ହତ୍ୟା ଉଦ୍ୟମ: ୨ବର୍ଷ ପରେ ଧରାପଡ଼ିିଲେ ଫେରାର ଅଭିଯୁକ୍ତ

ଦିଗପହଣ୍ଡି,୭ା୧୨(ଅଶେଷ ନାଥ ମିଶ୍ର): ଦିଗପହଣ୍ଡି ବ୍ଲକ ଜକର ପଞ୍ଚାୟତ ଅଧୀନ ତେଣ୍ଟୁଆପଡା ଗ୍ରାମରେ ୨୦୨୩ରେ ଘଟିଥିବା ଏକ ଡକାୟତି ଓ ହତ୍ୟା ଉଦ୍ୟମ ମାମଲାର ଅଭିଯୁକ୍ତଙ୍କୁ...

ମହମ୍ମଦ ସାହେବ ପୁଣି କଳାହାଣ୍ଡି କଂଗ୍ରେସ ଯୁବ ସଭାପତି

ଭବାନୀପାଟଣା,୭।୧୧(ଉତ୍ତମ କୁମାର ଦାଶ): କଳାହାଣ୍ଡି ଜିଲା କଂଗ୍ରେସ ଯୁବ ସଭାପତି ଭାବେ ରବିବାର ପୁଣି ଥରେ ମହମ୍ମଦ ଅବଦୁଲ ମୋହସିନ(ମହମ୍ମଦ ସାହେବ) ନିଯୁକ୍ତ ହୋଇଛନ୍ତି। ଏ...

ଯେଉଁ ହାତରେ ଗଢିଥିଲି, ସେହି ହାତରେ ଶ୍ରଦ୍ଧାଞ୍ଜଳୀ ଦେଲି: ପ୍ରେମାନନ୍ଦ

ବଲାଙ୍ଗୀର,୭।୧୨(ସୁନିଲ କୁମାର ମହାନ୍ତି): ଯେଉଁ ହାତରେ ଗଢିଥିଲି ଆଜି ସେହି ହାତରେ ଶ୍ରଦ୍ଧାଞ୍ଜଳୀ ଦେଲି। ହ୍ୟୁମାନ ସବୁ ସମୟରେ ମୋତେ ଟିଟିଲାଗଡ଼ ଆସିବାକୁ କହୁଥିଲା। ହ୍ୟୁମାନ...

ଚାଷୀ ସଂଗଠନର ରଣହୁଙ୍କାର: ମଣ୍ଡିରୁ ଧାନ ଉଠା ନ ଗଲେ ଆନ୍ଦୋଳନ

ବରଗଡ଼,୭।୧୨(ପ୍ରେମାନନ୍ଦ ଖମାରୀ): ବରଗଡ଼ ଜିଲାରେ ଗତମାସ ୨୮ ତାରିଖରୁ ଖରିଫ ଧାନ ସଂଗ୍ରହ ପ୍ରକ୍ରିୟା ଚାଲିଛି। କିନ୍ତୁ ଏପର୍ଯ୍ୟନ୍ତ ଧାନ ବିକ୍ରିରେ ଅଚଳାବସ୍ଥା ଜାରି ରହିଛି।...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri