Categories: ଜାତୀୟ

ଅନିଲ ବିଜଙ୍କ ନିକଟରେ ଆଡଭାନ୍ସ କରୋନା ଲକ୍ଷଣ

ଚଣ୍ଡିଗଡ଼,୧୪ ।୧୨: ହରିୟାଣାର ସ୍ୱାସ୍ଥ୍ୟମନ୍ତ୍ରୀ ଅନିଲ ବିଜ କରୋନାରେ ସଂକ୍ରମିତ ହୋଇଥିଲେ । ରବିବାର ତାଙ୍କୁ ପିଜିଆଇଏମ୍‌ଏସ୍ ହସ୍ପିଟାଲର ଭର୍ତ୍ତି କରାଯାଇଛି । ତାଙ୍କ ନିକଟରେ ଆଡଭାନ୍ସ କରୋନା ଲକ୍ଷଣ ଦେଖା ଦେବାରୁ ତାଙ୍କୁ ପିଜିଆଇଏମ୍‌ଏସ୍ ରେ ଭର୍ତ୍ତି କରାଯାଇଥିବା ସୂଚନା ମିଳିଛି । ପିଜିଆଇ ରୋହତକର ପିଆର୍‌ଓ ଡା. ଗଜେନ୍ଦ୍ର ସିଂ କହିଛନ୍ତି ଏବେ ସ୍ୱାସ୍ଥ୍ୟମନ୍ତ୍ରୀଙ୍କ ସ୍ୱିସ୍ଥ୍ୟାବସ୍ଥା ସ୍ଥିର ରହିଛି । ତେବେ ତାଙ୍କ ନିକଟରେ କରୋନାର ଆଡଭାନ୍ସ ଲକ୍ଷଣ ଦେଖାଦେଇଥିବାରୁ ତାଙ୍କୁ ପ୍ଲାଜମା ଥେରାପି ଦିଆଯିବ କି ନା ଏ ନେଇ ସୋମବାର ଡାକ୍ତର ସ୍ଥିର କରିବେ । ଡାକ୍ତରଙ୍କ କହିବା କଥା ବିଜଙ୍କ ଫୁସ୍‌ଫୁସ୍ ସାମନ୍ୟ ସଂକ୍ରମିତ ହୋଇଛି । ଏହାସହ ତାଙ୍କର ଦ୍ୱିତୀୟ କରୋନା ରିପୋର୍ଟ ବି ପଜିଟିଭ ଆସିଛି । ସୂଚନାଯୋଗ୍ୟ, ୧୨ ଦିନ ପୂର୍ବରୁ ତାଙ୍କ ନିକଟରେ କରୋନା ଲକ୍ଷଣ ଦେବାଦେବାରୁ ଟେଷ୍ଟ କରାଯିବା ପରେ ରିପୋର୍ଟ ପଜିଟିଭ ଆସିଥିଲା ।

Share