Categories: ଖେଳ

କ୍ରିକେଟ୍‌ରେ ବିରଳ ରେକର୍ଡ

ଫେବୃୟାରୀ ୭, ଭାରତୀୟ କ୍ରିକେଟ ପାଇଁ ଏକ ସ୍ବତନ୍ତ୍ର ଦିନ। ଆଜିକୁ ଠିକ୍‌ ୨୩ ବର୍ଷ ପୂର୍ବେ ପ୍ରସିଦ୍ଧ ସ୍ପିନ୍‌ ବୋଲର୍‌ ଅନିଲ କୁମ୍ବଲେ ଭାରତ ପାଇଁ ଇତିହାସ ରଚିଥିଲେ। ୧୯୯୯, ଫେବୃୟାରୀ ୭ରେ ଦିଲ୍ଲୀର ତତ୍କାଳୀନ ଫିରୋଜ ଶାହା କୋଟଲା ମୈଦାନ(ବର୍ତ୍ତମାନ ଅରୁଣ ଜେଟଲୀ ଷ୍ଟାଡିୟମ)ରେ ପାକିସ୍ତାନ ବିପକ୍ଷ ଟେଷ୍ଟରେ କୁମ୍ବଲେ ଗୋଟିଏ ଇନିଂସରେ ୧୦ଟି ଉଇକେଟ୍‌ ନେଇ ଏକ ବିରଳ ରେକର୍ଡ ହାସଲ କରିଥିଲେ। ୪ରୁ ୭ ଫେବୃୟାରୀ ପର୍ଯ୍ୟନ୍ତ ଖେଳାଳିଥିବା ଏହି ଟେଷ୍ଟରେ କୁମ୍ବଲେ ଗୋଟିଏ ଇନିଂସରେ ୨୬.୩ ଓଭର ବୋଲିଂ କରି ୯ଟି ମେଡେନ ସହ ୭୪ ରନ୍‌ ଦେଇ ୧୦ଟି ଉଇକେଟ ହାସଲ କରିଥିଲେ। ଫଳରେ ଭାରତ ପାକିସ୍ତାନକୁ ୨୧୨ରନରେ ପରାସ୍ତ କରିଥିଲା। ତାଙ୍କ ପୂର୍ବରୁ ଇଂଲଣ୍ଡର ଅଫ୍‌ ସ୍ପିନର୍‌ ଜିମ୍‌ ଲେକର ୧୯୫୬ରେ ଅଷ୍ଟ୍ରେଲିଆ ବିପକ୍ଷରେ ମଞ୍ଜେଷ୍ଟର ଟେଷ୍ଟରେ ଗୋଟିଏ ଇନିଂଶରେ ୧୦ଟି ଉଇକେଟ ନେଇଥିଲେ। କୁମ୍ବଲେ ପ୍ରଥମ ଭାରତୀୟ ଏବଂ ବିଶ୍ୱର ଦ୍ୱିତୀୟ ବୋଲର ଭାବେ ଏହି କୃତିତ୍ୱ ଅର୍ଜନ କରିଥିଲେ।

Share