Categories: ଜାତୀୟ

ରେଲଓ୍ବେ ବୋର୍ଡର ଅଧ୍ୟକ୍ଷ ଭାବେ ଦାୟିତ୍ୱ ଗ୍ରହଣ କଲେ ଅନିଲ

ନୂଆଦିଲ୍ଲୀ,୩।୧: ବରିଷ୍ଠ ରେଳ ପ୍ରଶାସନିକ ଅଧିକାରୀ ଅନିଲ କୁମାର ଲାହୋଟି ନିକଟରେ ଭାରତୀୟ ରେଲଓ୍ବେ ବୋର୍ଡର ଅଧ୍ୟକ୍ଷ ତଥା ସିଇଓ ଭାବେ ଦାୟିତ୍ୱ ଗ୍ରହଣ କରିଛନ୍ତି। ଏହା ପୂର୍ବରୁ ଲାହୋଟି ରେଲଓ୍ବେ ବୋର୍ଡର (ଭିତ୍ତିଭୂମି) ସଦସ୍ୟ ଭାବେ ଦାୟିତ୍ୱ ନିର୍ବାହ କରୁଥିଲେ। ଉଲ୍ଲେଖଯୋଗ୍ୟ ଯେ ୧୯୮୪ ବ୍ୟାଚର ଭାରତୀୟ ରେଳ ଇଞ୍ଜିନିୟର୍ସ ସେବାରେ କୃତକାର୍ଯ୍ୟ ହୋଇ ସେ ରେଳପଥର ବିଭିନ୍ନ ଜୋନ ଓ ବହୁ ବିଭାଗର ବରିଷ୍ଠ ଅଧିକାରୀ ଭାବେ ଦୀର୍ଘ ଦିନ ଧରି କାର୍ଯ୍ୟ କରିବାର ଅଭିଜ୍ଞତା ସହ ଜଣେ ଦକ୍ଷ ଅଧିକାରୀ ଭାବେ ସବୁ ସ୍ତରରେ ପରିଚିତ ହୋଇପାରିଛନ୍ତି।

Share