ପୁଅ ସହ ସ୍କ୍ରିନ ଶେୟାର କରିବେ ଅନିଲ

ମୁମ୍ବାଇ: ବଲିଉଡର ଏଭର ଗ୍ରୀନ୍ ହିରୋ ଅନିଲ କପୁର ଏବେବି ସେମିତି ହ୍ୟାଣ୍ଡସମ ଅଛନ୍ତି ଯେମିତି ସେ ୮୦ ଦଶକରେ ଥିଲେ । ଅର୍ଥାତ୍ ୬୫ ବର୍ଷ ବୟସରେ ବି ଅନିିଲ ହିରୋ ଭଳି ଲାଗୁଛନ୍ତି । ତାଙ୍କୁ ଦେଖିଲେ ତାଙ୍କ ବୟସର କଳନା କରିବା ମୁସ୍କିଲ । ତେବେ ବଲିଉଡରେ ଅନିଲ ନିଜର ଭିନ୍ନ ଛାପ ଛାଡିଥିବା ବେଳେ ଝିଅ ସୋନମ କପୁର ବି ବଲିଉଡର ଜଣେ ଆଗଧାଡିର ନାୟିକା ଭାବେ ସୃଷ୍ଟି କରିଛନ୍ତି ତାଙ୍କର ଏକ ଭିନ୍ନ ପରିଚୟ । ହେଲେ ଅନିଲଙ୍କ ପୁଅ ହର୍ଷବର୍ଦ୍ଧନ ଏବେ ପର୍ଯ୍ୟନ୍ତ ବଲିଉଡ ଦୁନିଆରେ ସେମିତି କିଛି କମାଲ କରିପାରି ନାହାନ୍ତି । ହର୍ଷବର୍ଦ୍ଧନ କପୁର ‘ମିର୍ଜୟା’ରୁ ତାଙ୍କ ଆକ୍ଟିଙ୍ଗ କ୍ୟାରିୟର ଆରମ୍ଭ କରିଥିବା ବେଳେ ଏହା କିନ୍ତୁ ବକ୍ସ ଅଫିସରେ ଫ୍ଲପ ହୋଇଥିଲା । ଏହାପରେ ସେ ‘ଭାବେଶ ଯୋଶୀ ସୁପରହିରୋ’ରେ ନଜର ଆସିଥିଲେ । ତାହା ବି ଫ୍ଲପ ହେଲା ।
ହେଲେ ଏଥର ହର୍ଷବର୍ଦ୍ଧନ ପିତା ଅନିଲ କପୁରଙ୍କ ସହ ସ୍କ୍ରିନ ଶେୟାର କରିବାକୁ ଯାଉଛନ୍ତି । ଏଥର ପିତା ପୁତ୍ର ଯୋଡି ନେଟଫ୍ଲିକ୍ସରେ ଜଲୱା ଦେଖାଇବେ । ଯାହାର ଏକ ଝଲକ ଅନିଲ ସୋସିଆଲ ମିଡିଆରେ ଶେୟାର କରିଛନ୍ତି । ଅନିଲ କପୁର, ହର୍ଷବର୍ଦ୍ଧନ କପୁର, ଫାତିମା ସନା ଶେଖ ଓ ସତିଶ କୌଶିକ ନେଟଫ୍ଲିକ୍ସରେ ଆସିବାକୁ ଥିବା ରିଭେଞ୍ଜ ଥ୍ରିଲର ‘ଥାର’ରେ ଦେଖାଦେବେ ।
ଅନିଲ କପୁର ଏହାର ପୋଷ୍ଟର ଶେୟାର କରି ଲେଖିଛନ୍ତି, ମରୁଭୂମିର ବାଲିତଳେ ଦବି ହୋଇରହିଥିବା ରାଜ ବି ଆଇନର ଲମ୍ବା ହାତରୁ ବଞ୍ଚି ପାରିବ ନାହିଁ । ଥାର ଦେଖନ୍ତୁ ନିଶ୍ଚୟ । ଖୁବଶୀଘ୍ର ଆସୁଛି ନେଟଫ୍ଲିକ୍ସରେ । ଫିଲ୍ମରେ ୮୦ ଦଶକର କାହାଣୀକୁ ଚିତ୍ରିତ କରାଯାଇଛି । ଏଥିରେ ସିଦ୍ଧାର୍ଥ ଅର୍ଥାତ୍ ହର୍ଷବର୍ଦ୍ଧନ କପୁର ପୁଷ୍କରରେ ଚାକିରି ପାଇଁ ସିପ୍ଟ ହେବା ପରେ, ନିଜ ଅତୀତର ପ୍ରତିଶୋଧ ନେବାକୁ ବାହାରି ପଡିଛନ୍ତି । ଏବେ ସମୟ ଦେଖିବାକୁ ଯେ ହର୍ଷବର୍ଦ୍ଧନ ନେଟଫ୍ଲିକ୍ସରେ ତାଙ୍କର କିଛି ପରିଚୟ ତିଆରି କରୁଛନ୍ତି ନା ନାହିଁ ।


Enter your email to get our daily news in your inbox.

All Right Reserved By Dharitri.Com

ନାଗାବଳି ନଦୀରେ ବୁଡି ଯୁବକ ମୃତ, ସ୍ନାନ ପାଇଁ ଯାଇଥିଲେ…

କଲ୍ୟାଣସିଂହପୁର,୮।୪ ( ଦୀପକ କୁମାର ପରିଡା ): ରାୟଗଡା ଜିଲା କଲ୍ୟାଣସିଂହପୁର ଅଞ୍ଚଳରେ ଘଟିଛି ଏକ ଦୁଃଖଦ ଘଟଣା। ନାଗାବଳି ନଦୀରେ ବୁଡି ଜଣେ ୩୬ ବର୍ଷୀୟ…

ଜଙ୍ଗଲରେ ଚାଲିଥିଲା ଜୁଆ ଖେଳ, ମାଡ଼ି ବସିଲା ବରପାଲି ପୋଲିସ: ୧୬ ଗିରଫ ସହ ଲକ୍ଷାଧିକ …

ବରପାଲି, ୮ ।୪(ଚିତ୍ତରଞ୍ଜନ ସାହୁ): ବରଗଡ଼ ଜିଲା ବରପାଲି ଥାନା ଅନ୍ତର୍ଗତ ବରମକେଲା ଗ୍ରୀଣ୍ଡୋଲା ଜଙ୍ଗଲରେ ଚାଲିଥିବା ଏକ ବଡ଼ ଧରଣର ଜୁଆ ଆଡ୍ଡା ଉପରେ ପୋଲିସ…

ଦିଗପହଣ୍ଡିରେ ଆଇନ ମନ୍ତ୍ରୀଙ୍କୁ ସମ୍ବର୍ଦ୍ଧନା, ଉନ୍ନତିକରଣ କାର୍ଯ୍ୟ…

ଦିଗପହଣ୍ଡି,୮।୪(ଅଶେଷ ନାଥ ମିଶ୍ର): ଦିଗପହଣ୍ଡି ଗସ୍ତରେ ମନ୍ତ୍ରୀ ପୃଥ୍ୱୀରାଜ ହରିଚନ୍ଦନ । ଗଞ୍ଜାମ ଜିଲା ଦିଗପହଣ୍ଡି ଠାରେ ବୁଧବାର ରାଜ୍ୟ ଆଇନ, ପୂର୍ତ୍ତ ଓ ଅବକାରୀ ମନ୍ତ୍ରୀ…

ବଚସା ହେଲା କାଳ….ଏୟାର ଗନ୍ ବ୍ୟବହାର କରି ବ୍ୟକ୍ତିଙ୍କ ଗୁପ୍ତାଙ୍ଗରେ ଭରିଦେଲେ ପବନ, ତାପରେ….

ଚଣ୍ଡିଗଡ଼,୮ା୪: ହରିୟାଣାର ଗୁରୁଗ୍ରାମରେ ଏକ ଆଶ୍ଚର୍ଯ୍ୟଜନକ ଘଟଣା ସାମ୍ନାକୁ ଆସିଛି । ଏୟାର ଗନ୍ ବ୍ୟବହାର କରି ଜଣେ ବ୍ୟକ୍ତିଙ୍କ ଗୁପ୍ତାଙ୍ଗରେ ବାୟୁ ପ୍ରବେଶ କରିବାରୁ ତାଙ୍କର…

ଗ୍ୟାସ କଳାବଜାର ନେଇ ଅସୁରାଳିରେ ଚଢ଼ାଉ, ୧୭ ସିଲିଣ୍ଡର ଜବତ

ଧାମନଗର,୮।୪( ସନ୍ତୋଷ କୁମାର ମହାପାତ୍ର): ବେଆଇନ ଗ୍ୟାସ ସିଲିଣ୍ଡର କଳାବଜାରୀ ବିରୋଧରେ ବ୍ଲକ ପ୍ରଶାସନ ପକ୍ଷରୁ ଚଡାଉ କରି ୧୭ ଟି ଗ୍ୟାସ ସିଲିଣ୍ଡର ଜବତ କରାଯାଇଛି…

ବନ୍ତରେ କାଳବୈଶାଖୀର ତାଣ୍ଡବ; ଉଜୁଡ଼ିଲା ଫସଲ, ମୁଣ୍ଡରେ ହାତଦେଲେ ଚାଷୀ

ବନ୍ତ,୮।୪(କିଶୋର କୁମାର ସେଠୀ ): ଗତ ମଙ୍ଗଳବାର ଦିନ କାଳବୈଶାଖୀ ପ୍ରଭାବରେରେ ଭଦ୍ରକ ଜିଲା ବନ୍ତ ବ୍ଲକର ବିଭିନ୍ନ ପଞ୍ଚାୟତରେ ବ୍ୟାପକ ପନି ପରିବା ଏବଂ ଡାଲି…

ଇରାନକୁ ଅସ୍ତ୍ରଶସ୍ତ୍ର ଯୋଗାଉଥିବା ଦେଶ ଉପରେ ଲାଗିବ ୫୦% ଟାରିଫ, ଯୁଦ୍ଧବିରତି ପରେ ଟ୍ରମ୍ପଙ୍କ ଘୋଷଣା

ଓ୍ବାଶିଂଟନ୍‌,୮।୪:  ଯୁଦ୍ଧବିରତି ପରେ, ଆମେରିକା ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ ଏକ ଗୁରୁତ୍ୱପୂର୍ଣ୍ଣ ବିବୃତ୍ତି ଜାରି କରିଛନ୍ତି । ସେ ଦୃଢ଼ତାର ସହିତ କହିଛନ୍ତି ଯେ ଇରାନରେ ନେତୃତ୍ୱର ଏକ…

ଯୁଦ୍ଧବିରତିର ସତ କହିଦେଲା ରୁଷିଆ, ଟ୍ରମ୍ପ କରିଥିଲେ…

ନୂଆଦିଲ୍ଲୀ,୮।୪: ମଧ୍ୟପ୍ରାଚ୍ୟରେ ଦୁଇ ସପ୍ତାହ ପାଇଁ ଯୁଦ୍ଧବିରତି ପାଇଁ ଆମେରିକା ଏବଂ ଇରାନ ରାଜି ହୋଇଛନ୍ତି, ଯାହା ଉଭୟ ପକ୍ଷ ଦ୍ୱାରା ଘୋଷଣା କରାଯାଇଛି। ଡୋନାଲ୍ଡ ଟ୍ରମ୍ପଙ୍କ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri