ସବୁବେଳେ ଶ୍ରୀଦେବୀଙ୍କ ପାଦ ଧରୁଥିଲେ ଏହି ସୁପରଷ୍ଟାର: କାରଣ ଜାଣିଲେ ହେବେ ଆଶ୍ଚର୍ଯ୍ୟ

ବଲିଉଡ୍‌ର ପ୍ରସିଦ୍ଧ ଅଭିନେତା ଅନିଲ କପୁର ନିଜର ଫିଟ୍‌ନେସ୍‌କୁ ନେଇ ସବୁବେଳେ ସୋସିଆଲ ମିଡିଆରେ ସକ୍ରିୟ ରହିଥାନ୍ତି। ହେଲେ ଏବେ ଅନିଲ ଶ୍ରୀଦେବୀଙ୍କୁ ନେଇ ଏକ ବଡ଼ ରାଜ୍‌ ଖୋଲିଛନ୍ତି।
ଏକ ସାକ୍ଷାତକାରରେ ଅନିଲ କହିିଛନ୍ତି ଯେ, ଶ୍ରୀଦେବୀଙ୍କର ମୃତ୍ୟୁ ହୋଇସାରିଥିଲେ ମଧ୍ୟ ଏବେ ବି ସେ ମୋ ହୃଦୟରେ ଜୀବିତ ଅଛନ୍ତି। ଆହୁରି ମଧ୍ୟ ସେ କହିଛନ୍ତି, ଯେତେବେଳେ ବି ମୁଁ ତାଙ୍କୁ ଦେଖୁଥିଲି ସୁବବେଳେ ତାଙ୍କ ପାଦ ଧରି ମୁଣ୍ଡିଆ ମାରୁଥିଲି। ଖାଲି ସେତିକି ନୁହେଁ ସବୁବେଳେ ପାଦ ଧରୁଥିବାରୁ ଏହାର କାରଣ ମଧ୍ୟ ଶ୍ରୀଦେବୀ ତାଙ୍କୁ ପଚାରିଥିଲେ। ଉତ୍ତରରେ ଅନୀଲ କହିଥିଲେ ଯେ, ଆପଣଙ୍କ ଜ୍ଞାନ ମୋତେ ମିଳିଯାଉ, ସେଥିପାଇଁ ମୁଁ ସବୁବେଳେ ପାଦ ଧରୁଛି।
ଶ୍ରୀଦେବୀଙ୍କ ମୃତ୍ୟୁ ମୋ ପାଇଁ ସବୁଠାରୁ ବେଶି ଯନ୍ତ୍ରଣାଦାୟକ। ଏହାକୁ ଭୁଲିଯିବା ମୋ ପାଇଁ ସହଜ ନୁହେଁ ବୋଲି ଅନିଲ କହିଛନ୍ତି।

Share