ଏଭରଗ୍ରୀନ୍ ଅଭିନେତା ଅନିଲ କପୁର ଫିଲ୍ମ ‘ସୁବେଦାର’ରେ ନଜର ଆସିବାକୁ ଯାଉଛନ୍ତି। ଏହି ଫିଲ୍ମରେ ସେ ଏକ ଶକ୍ତିଶାଳୀ ଭୂମିକାରେ ଅଭିନୟ କରିବେ। ଫିଲ୍ମର ପ୍ରଭାବଶାଳୀ ଟ୍ରେଲର ରିଲିଜ ହୋଇଛି। ଦର୍ଶକ ଏହାକୁ ପ୍ରଶଂସା କରୁଛନ୍ତି। ଟ୍ରେଲର ଲଞ୍ଚରେ ଅନିଲ କପୁର ନାୟିକାମାନଙ୍କ ସହିତ କାମ କରିବା ନେଇ ଖୋଲାଖୋଲି ନିଜ ମତ ରଖିଥିଲେ।
‘ସୁବେଦାର’ର ଟ୍ରେଲର ଲଞ୍ଚରେ ଅନିଲ ମଜାରରେ କହିଥିଲେ, ଆଜିକାଲି କୌଣସି ନାୟିକା ମୋ ସହିତ କାମ କରିବାକୁ ପ୍ରସ୍ତୁତ ନୁହଁନ୍ତି। ସେମାନେ କେବଳ ୟଙ୍ଗ୍ ଆକ୍ଟରଙ୍କ ସହିତ କାମ କରିବାକୁ ଚାହାଁନ୍ତି। ସିନିୟର ନାୟିକା ମାନେ ମଧ୍ୟ ମୋ ସହିତ କାମ କରିବାକୁ ଇଚ୍ଛୁକ ନୁହଁନ୍ତି। ତେଣୁ ମୁଁ କରିବି ଭାବୁଛି। ଏହା ବେଶ୍ ଦୁଃଖଦାୟକ।
‘ସୁବେଦାର’ ଫିଲ୍ମଟି ସୁରେଶ ତ୍ରିବେଣୀଙ୍କ ଦ୍ୱାରା ନିର୍ଦ୍ଦେଶିତ। ଏହା ମାର୍ଚ୍ଚ ୫ରେ ମୁକ୍ତିଲାଭ କରିବ।
Dharitri – Odisha’s No.1 Odia Daily

