ଅନିଲଙ୍କ ନାତିଙ୍କୁ ପୂରିଲା ୬ ମାସ, ଫଟୋ ଶେୟାର କରି ସୋନମ ଲେଖିଲେ ଏମିତି…

ମୁମ୍ବାଇ: ଅଭିନେତ୍ରୀ ସୋନମ କପୁର କିଛି ଦିନ ହେବ ପୁଅ ‘ବାୟୁ’ଙ୍କ ସହ ବ୍ୟସ୍ତ ଥିଲେ। ଆଜି ଅର୍ଥାତ୍‌ ଫେବୃୟାରୀ ୨୦ରେ ‘ବାୟୁ’ଙ୍କୁ ୬ ମାସ ପୂରଣ ହୋଇଛି। ସୋନମ ତାଙ୍କ ଇନଷ୍ଟାଗ୍ରାମରେ ଏକ ସ୍ନେହପୂର୍ଣ୍ଣ ବାର୍ତ୍ତା ଦେଇ ପୁଅ ‘ବାୟୁ’ଙ୍କର ଏକ ଝଲକ ଦେଖାଇଛନ୍ତି। ପୁଅକୁ ସବୁଠାରୁ ବଡ଼ ଆଶୀର୍ବାଦ ବୋଲି ଲେଖିଛନ୍ତି ସୋନମ।

ସୋନମ କପୁର ଏବଂ ଆନନ୍ଦ ଆହୁଜା ୨୦୧୮ରେ ବିବାହ କରିଥିଲେ। ଏହା ପରେ ଗତ ବର୍ଷ ଅଗଷ୍ଟ ୨୦ରେ ପୁଅ ‘ବାୟୁ’ ଜନ୍ମ ହୋଇଥିଲେ। ପୁଅ ଜନ୍ମ ପରେ ଅଭିନେତ୍ରୀ ବହୁତ ଖୁସି ଏବଂ ପୁଅ ସହ ଜଡ଼ିତ ଫଟୋ ସୋସିଆଲ ମିଡିଆରେ ଶେୟାର କରି ଅନେକ ସମୟରେ ଖୁସି ବ୍ୟକ୍ତ କରନ୍ତି। ବର୍ତ୍ତମାନ ପୁଅର ୬ ମାସ ପୂରଣ ହେବା ପରେ ସୋନମ ଏକ ଫଟୋ ଶେୟାର କରିଛନ୍ତି।

ଯେଉଁଥିରେ ସୋନମ ଏକ ହଳଦିଆ ରଙ୍ଗର ଡ୍ରେସ୍‌ ପିନ୍ଧିଥିବା ବେଳେ ପୁଅ ତାଙ୍କ କୋଳରେ ବସିଥିବାର ନଜର ଆସିଛନ୍ତି। ସୋନମ ଏବଂ ବାୟୁଙ୍କର ଏହି ଫଟୋ ଉପରୁ ନିଆଯାଇଛି, ଯେଉଁଥିରେ ଉଭୟଙ୍କ ଚେହେରା ଦେଖାଯାଉନାହିଁ। ଫଟୋରେ ସେ ଏୟାର ବଲ୍‌ ସହିତ ଖେଳୁଥିବା ନଜର ଆସିଛନ୍ତି। ସୋନମ ଏହି ଫଟୋରେ ଲେଖିଛନ୍ତି, ‘ବାୟୁ’୬ ମାସର। ମୋ ଜୀବନର ସବୁଠାରୁ ବଡ଼ ଆଶୀର୍ବାଦ। ମୁଁ ତୁମକୁ ବହୁତ ଭଲ ପାଏ। ମୁଁ ଏବଂ ତୁମ ବାପା ଏହାଠାରୁ ଅଧିକ କିଛି ମାଗି ପାରି ନ ଥାନ୍ତୁ। ସୋନମ ପୁଅର ଏକ ଭିଡିଓ ମଧ୍ୟ ଶେୟାର କରିଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

ଘରେ ଶୋଇଥିବାବେଳେ ଲାଗିଲା ନିଆଁ, ଜଳିଗଲା ସ୍ପେୟାର ପାଟର୍‌ସ ଦୋକାନ ସହ ଦୋକାନୀଙ୍କ ଘର

ନନ୍ଦପୁର/ପାଡୁଆ,୧୧ା୬(ତୁଷାରକାନ୍ତ ମହାନ୍ତି/ଶଙ୍କର ପୂଜାରୀ): କାଳବୈଶାଖୀ ପ୍ରଭାବରେ ଗଛ ଉପୁଡ଼ି କୋରାପୁଟ ଜିଲା ନନ୍ଦପୁର ବ୍ଲକ ଅଞ୍ଚଳରେ ବିଦ୍ୟୁତ୍‌ ସରବରାହ ବନ୍ଦ ଥିବାବେଳେ ବୁଧବାର ରାତିରେ ପାଡୁଆ ବଜାରରେ…

ଆଜିଠୁ ଫିଫା ବିଶ୍ୱକପ୍‌: ଭାଗନେବେ ୪୮ ଦେଶ

ମେକ୍ସିକୋ ସିଟି (ମେକ୍ସିକୋ), ୧୧ା୬:ବିଶ୍ୱର ସର୍ବାଧିକ ଲୋକପ୍ରିୟ କ୍ରୀଡ଼ା ଭାବେ ବିବେଚନା କରାଯାଉଥିବା ଫିଫା ବିଶ୍ୱକପ୍‌ ଗୁରୁବାରଠାରୁ ଆରମ୍ଭ ହେବାକୁ ଯାଉଛି। ଇତିହାସରେ ପ୍ରଥମଥର ପାଇଁ ଫୁଟ୍‌ବଲ…

ଡାକ୍ତରୀ ଛାତ୍ରୀ ଚନ୍ଦ୍ରିକା ହେମ୍ବ୍ରମଙ୍କ ମୃତ୍ୟୁ ଘଟଣା: ଆଗୁଆ ଜାମିନ ପାଇଁ ହାଇକୋର୍ଟରେ ପୁରୁଷବନ୍ଧୁ

କଟକ,୧୦।୬(କାର୍ତ୍ତିକ ସାହୁ): ଡାକ୍ତରୀ ଛାତ୍ରୀ ଚନ୍ଦ୍ରିକା ହେମ୍ବ୍ରମଙ୍କ ମୃତ୍ୟୁ ଘଟଣାରେ ନୂଆ ନୂଆ ତଥ୍ୟ ସାମ୍ନାକୁ ଆସୁଥିବା ବେଳେ ପୋଲିସ ଗିରଫଦାରିରୁ ରକ୍ଷା ପାଇବା ପାଇଁ ତାଙ୍କ…

ମାରପିଟ୍ ସହିନପାରି ଘର ଛାଡ଼ିଥିଲେ ସ୍ତ୍ରୀ, ରାଗରେ ପେଟ୍ରୋଲ ଢାଳି ଶାଶୁ-ଶ୍ୱଶୁରଙ୍କୁ ଜାଳିଦେବାକୁ ଜ୍ୱାଇଁଙ୍କ ଉଦ୍ୟମ

ବାରିପଦା/ମୋରଡା,୧୦/୬(ନୀଳାଦ୍ରି ବିହାରୀ ଦଣ୍ଡପାଟ/ସ୍ମାରକ ମାଜୀ)- ମୟୂରଭଞ୍ଜ ଜିଲା ଶୁଳିଆପଦା ଥାନା ଅଞ୍ଚଳରେ ଏକ ଅଭାବନୀୟ ଘଟଣା ସାମ୍ନାକୁ ଆସିଛି। ଜଣେ ଜ୍ୱାଇଁ ନିଜ ଶାଶୁ ଓ ଶ୍ୱଶୁରଙ୍କୁ…

ନନ୍ଦପୁରରେ କାଳବୈଶାଖୀର ତାଣ୍ଡବଲୀଳା: ୩ ଘର ଭାଙ୍ଗିଲା, ୭ ସ୍ଥାନରେ ଗଛ ଉପୁଡ଼ି ଯାତାୟାତ ଠପ୍

ନନ୍ଦପୁର, ୧୦।୬(ତୁଷାର କାନ୍ତ ମହାନ୍ତି): ନନ୍ଦପୁରରେ କାଳବୈଶାଖୀର ତାଣ୍ଡବଲୀଳା ଦେଖିବାକୁ ମିଳିଛି। ବୁଧବାର ଅପରାହ୍ନରେ ପ୍ରାୟ ଘଣ୍ଟାଏ ଧରି ଚାଲିଥିବା ପ୍ରବଳ ବର୍ଷା ଓ ପବନ ଯୋଗୁ…

ତଦନ୍ତ କମିଶନ ଫାଇଲ ଗାଏବ, କ୍ୟାପିଟାଲ ଥାନାରେ FIR ଦେଲେ…

ଭୁବନେଶ୍ବର,୧୦।୬:  ତଦନ୍ତ କମିଶନ ଫାଇଲ ଗାଏବକୁ ନେଇ ବର୍ତ୍ତମାନ ଚର୍ଚ୍ଚା ବଢ଼ିବାରେ ଲାଗିଛି । ଏନେଇ କ୍ୟାପିଟାଲ ଥାନାରେ ମାମଲା ରୁଜୁ ହୋଇଛି । ଗୃହ ବିଭାଗ…

ଛାତ୍ରୀଛାତ୍ରଙ୍କ ପାଇଁ ବଡ଼ ଖବର: ବଢ଼ିଲା ସ୍ନାତକ ନାମଲେଖା ଅବଧି, ୨୨ରେ ପ୍ରକାଶ ପାଇବ ପ୍ରଥମ ମେଧା ତାଲିକା

ଭୁବନେଶ୍ବର,୧୦।୬: ସ୍ନାତକ ପାଠ୍ୟକ୍ରମରେ ନାମଲେଖା ପାଇଁ ଆବେଦନ ସମୟସୀମା ବୃଦ୍ଧି ପାଇଛି । ଜୁନ୍‌ ୧୬ ତାରିଖ ଯାଏଁ ସାମ୍ସ ପୋର୍ଟାଲରେ ଆବେଦନ କରିପାରିବେ ଛାତ୍ରୀଛାତ୍ର ।…

ଜୁନ୍ ୩୦ରୁ ବନ୍ଦ ହେବକି କାଗଜ ନୋଟ୍? ଆସିଲା କେନ୍ଦ୍ର ସରକାରଙ୍କ ବଡ଼ ବୟାନ

ନୂଆଦିଲ୍ଲୀ,୧୦।୬: ଗତ କିଛି ଦିନ ଧରି ସୋସିଆଲ ମିଡିଆରେ RBI ସମ୍ପର୍କରେ ବିଭିନ୍ନ ରିପୋର୍ଟ ଭାଇରାଲ ହେଉଛି । ଏପରି ଏକ ରିପୋର୍ଟରେ ଦାବି କରାଯାଇଛି ଯେ RBI…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri