ଡାକ୍ତରଖାନାରେ ପନ୍ତଙ୍କୁ ଭେଟିଲେ ଅନିଲ କପୁର-ଅନୁପମ ଖେର

ଡେରାଡୁନ,୩୧।୧୨: ଭାରତୀୟ କ୍ରିକେଟର ଋଷଭ ପନ୍ତ ଦୁର୍ଘଟଣାର ଶିକାର ହୋଇ ଚିକିତ୍ସିତ ହେଉଛନ୍ତି। ଏହି କ୍ରମରେ ଅଭିନେତା ଅନିଲ କପୁର ଏବଂ ଅନୁପମ ଖେର ପ୍ରମୁଖ ଶନିବାର ଡାକ୍ତରଖାନା ଯାଇ କ୍ରିକେଟରଙ୍କୁ ଭେଟିଛନ୍ତି। ସେଠାରେ ସେ କ୍ରିକେଟରଙ୍କ ସ୍ବାସ୍ଥ୍ୟାବସ୍ଥା ପଚାରି ବୁଝିବା ସହ ପରିବାରଲୋକଙ୍କୁ ଭେଟିଛନ୍ତି।

ଡାକ୍ତରଖାନାରୁ ବାହାରି ଅନୁପମ ଖବରଦାତାମାନଙ୍କୁ କହିଛନ୍ତି, ପନ୍ତଙ୍କୁ ଡେରାଡୁନର ଡାକ୍ତରଖାନାରେ ଭର୍ତ୍ତି କରାଯାଇଥିବା ଜାଣିବାକୁ ପାଇଲୁ, ଏଥିଲାଗି ପ୍ରଶଂସକ ଭାବେ ଆମେ ତାଙ୍କୁ ଭେଟିବାକୁ ଆସିଥିଲୁ। ଆମେ ତାଙ୍କ ମା’ଙ୍କୁ ଭେଟିଲୁ। ପନ୍ତଙ୍କ ସ୍ବାସ୍ଥ୍ୟାବସ୍ଥା ଭଲ ରହିଛି। ତାଙ୍କ ମନୋବଳ ଦୃଢ଼ ରହିଛି। ସାରା ଭାରତ ତାଙ୍କ ସହ ରହିଛି। ସମସ୍ତେ ପନ୍ତଙ୍କ ଲାଗି ପ୍ରାର୍ଥନା କରୁଛନ୍ତି। ସେ ଶୀଘ୍ର ସୁସ୍ଥ ହୋଇଯିବେ। ପନ୍ତଙ୍କ ସମ୍ପର୍କୀୟଙ୍କୁ ମଧ୍ୟ ଭେଟି କିଛି ସମୟ ସେମାନଙ୍କୁ ହସାଇବାକୁ ଚେଷ୍ଟା କଲୁ। ଦେଶର ସମସ୍ତ ନାଗରିକଙ୍କୁ ଏତିକି କହିବି ଗାଡ଼ି ଧ୍ୟାନର ସହ ଚଳାନ୍ତୁ। କାରଣ ବାହାରେ ବହୁତ କୁହୁଡ଼ି ପଡ଼ୁଛି। ଏହାଛଡ଼ା ସେ ସମସ୍ତଙ୍କୁ ନବ ବର୍ଷର ଅଭିନନ୍ଦନ ମଧ୍ୟ ଜଣାଇଛନ୍ତି।

ସେହିଭଳି ଅନିଲ କପୁର କହିଛନ୍ତି, ଆମେ ପନ୍ତଙ୍କ ମା’ଙ୍କୁ ଭେଟିଲୁ। ସେ ଶୀଘ୍ର ସୁସ୍ଥ ହୋଇଯିବେ। ସମସ୍ତଙ୍କୁ ନିବେଦନ କରୁଛୁ ଯେ ତାଙ୍କ ପାଇଁ ପ୍ରାର୍ଥନା କରନ୍ତୁ, ଫଳରେ ସେ ଶୀଘ୍ର ଖେଳୁଥିବାର ଆମେ ଦେଖିବା ବୋଲି ସେ କହିଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

ଜାତୀୟ ଚୟନକର୍ତ୍ତା ଦୌଡ଼ରେ ଅଗରକର ସାମିଲ

ନୂଆଦିଲ୍ଲୀ, ୨୫ା୧ (ପି.ଟି.)-ଜାତୀୟ କ୍ରିକେଟର ଚୟନକର୍ତ୍ତା ପାଇଁ ଶୁକ୍ରବାର ଆବେଦନର ଅନ୍ତିମ ଦିବସ ଥିଲା। ପୂର୍ବତନ ଭାରତୀୟ ପେସ୍‌ ବୋଲର ଅଜିତ ଅଗରକର ଶେଷ ମୁହୂର୍ତ୍ତରେ...

ପିଏସଏଲରୁ ଓହରିଲେ ଲିନ

ଲାହୋର,୧୬।୩- ଲାହୋର କ୍ୱାଲାଣ୍ଡର୍ସ ଦଳକୁ ସେମିଫାଇନାଲରେ ପହଞ୍ଚାଇଥିବା ଅଷ୍ଟ୍ରେଲିଆନ ଟପ୍‌ ଅର୍ଡର ବ୍ୟାଟ୍ସମ୍ୟାନ କ୍ରିସ ଲିନ ପିଏସ୍‌ଏଲରୁ ଓହରିବାକୁ ନିଷ୍ପତ୍ତି ନେଇଛନ୍ତି। କରୋନା ଭାଇରସ ଯୋଗୁ...

ସେମିଫାଇନାଲରେ ପହଞ୍ଚିଲେ ହିମା

ବର୍ମିଂହାମ୍‌, ୪ା୮: ରାଜ୍ୟଗୋଷ୍ଠୀ କ୍ରୀଡ଼ା ମହିଳା ୨୦୦ ମିଟର ଦୌଡ଼ ସେମିଫାଇନାଲରେ ଭାରତର ସ୍ପ୍ରିଣ୍ଟର ହିମା ଦାସ ପ୍ରବେଶ କରିଛନ୍ତି। ୨୩.୪୨ ସେକେଣ୍ଡ ଟାଇମିଂ ସହ...

ପୁଣି ପରଦାକୁ ଫେରିବେ ଅନୁଷ୍କା

ମୁମ୍ବାଇ: ବଲିଉଡ୍‌ ଅଭିନେତ୍ରୀ ଅନୁଷ୍କା ଶର୍ମାଙ୍କର ଫିଲ୍ମକୁ ଦେଖିବା ପାଇଁ ପ୍ରଶଂସକମାନେ ଉତ୍ସାହର ସହିତ ଅପେକ୍ଷା କରିଥାନ୍ତି। ୨୦୨୨ରେ ଫିଲ୍ମ ଇଣ୍ଡଷ୍ଟ୍ରିକୁ ଅନୁଷ୍କା ପୁଣି ଫେରିବେ।...

ସୋସିଆଲ ମିଡିଆରେ କରାଯାଉଛି ବଦ୍‌ନାମ: ଥାନାର ଦ୍ୱାରସ୍ଥ ହେଲେ ପ୍ରକୃତି ମିଶ୍ର; ଜାଣନ୍ତୁ..

ଭୁବନେଶ୍ୱର,୩୦।୭(ବ୍ୟୁରୋ): ଥାନାର ଦ୍ୱାରସ୍ଥ ହେଲେ ଅଭିନେତ୍ରୀ ପକୃତି ମିଶ୍ର। ସୋସିଆଲ ମିଡିଆରେ ତାଙ୍କୁ ବଦନାମ କରାଯାଉଥିବା ଅଭିଯୋଗ ଆଣି ମଞ୍ଚେଶ୍ୱର ଥାନାରେ ସେ ଏକ ଓ୍ବେବ୍‌...

ଅକ୍ଟୋବର ମାସର ଶ୍ରେଷ୍ଠ କ୍ରିକେଟର: ବାଜି ମାରିଲେ ଏହି ଦୁଇ ଖେଳାଳି

ଦୁବାଇ,୯।୧୧: ପାକିସ୍ତାନ ବ୍ୟାଟ୍ସମ୍ୟାନ ଆସିଫ ଅଲି ଏବଂ ଆୟର୍ଲାଣ୍ଡର ଅଲରାଉଣ୍ଡର ଲୌରା ଡେଲାନିଙ୍କୁ ଅକ୍ଟୋବର ମାସ ପାଇଁ ଅନ୍ତର୍ଜାତୀୟ କ୍ରିକେଟ ପରିଷଦର (ଆଇସିସି)ର ଯଥାକ୍ରମେ ଶ୍ରେଷ୍ଠ...

ଦଳ ଚାମ୍ପିଅନ୍‌ ହେବା ପରେ କାହାକୁ ପ୍ରଥମେ ଫୋନ କରିଥିଲେ ଧୋନୀ

ଶାରଜା,୧୭।୧୦: ଆଇପିଏଲ୍‌ ୨୦୨୧ରେ ଚେନ୍ନାଇ ସୁପର୍‌ କିଙ୍ଗ୍ସ ବାଜି ମାରି ନେଇଛି। ମହେନ୍ଦ୍ର ସିଂ ଧୋନୀଙ୍କ ନେତୃତ୍ୱରେ ଚେନ୍ନାଇ ଚତୁର୍ଥଥର ଆଇପିଏଲ୍‌ ଚାମ୍ପିଅନ୍‌ ହୋଇଛି। ମ୍ୟାଚ୍‌...

ନୂଆ ଜର୍ସିରେ ବିରାଟ ବାହିନୀ

ବର୍ମିଂହାମ,୨୯।୬- ଭାରତୀୟ ଅଧିନାୟକ ବିରାଟ କୋହଲି ଓ ଉଇକେଟକିପର ବ୍ୟାଟ୍ସମ୍ୟାନ ମହେନ୍ଦ୍ର ସିଂ ଧୋନୀଙ୍କ ସମେତ ଦଳର ଅନ୍ୟ ସଦସ୍ୟମାନେ ପ୍ରଥମ ଥର ଲାଗି ନୂଆ...

Advertisement
Archives

Model This Week