Categories: ଜାତୀୟ

ସଞ୍ଜୟ ରାଉତ, ନୱାବ ମଲିକଙ୍କ ସମେତ ଏମଭିଏ ମେଣ୍ଟର ୩ ବଡ ନେତା ଜେଲରେ

ମୁମ୍ବାଇ,୧୪ ।୮: ଏନସିପି ନେତା ଅନିଲ ଦେଶମୁଖ ଓ ନୱାବ ମଲିକଙ୍କ ପରେ ଏବେ ଶିବସେନା ନେତା ସଞ୍ଜୟ ରାଉତଙ୍କ ନୂଆ ଠିକଣା ମୁମ୍ବାଇର ଆର୍ଥର ରୋଡ ଜେଲ ହୋଇଯାଇଛି । ଏହି ୩ ବଡ ବଡ ନେତାଙ୍କୁ ପ୍ରବର୍ତ୍ତନ ନିର୍ଦ୍ଦେଶାଳୟ(ଇଡି) ମନି ଲଣ୍ଡରିଂ ମାମଲାରେ ଗିରଫ କରି ଜେଲ ପଠାଇ ଦେଇଛି । ସୁରକ୍ଷା ଦୃଷ୍ଟିରୁ ୩ ଜଣଙ୍କୁ ଆର୍ଥର ରୋଡ ଜେଲର ଭିନ୍ନ ଭିନ୍ନ ବାରାକରେ ରଖାଯାଇଛି । ଏମାନଙ୍କୁ ଟେଲିଭିଜନ, କ୍ୟାରମ, ପୁସ୍ତକ ଓ ଅନ୍ୟ ଆବଶ୍ୟକ ସାମଗ୍ରୀ ଯୋଗାଇ ଦିଆଯାଉଛି ।
ସୂଚନାଯୋଗ୍ୟ, ଫେବୃୟାରୀରେ ମନି ଲଣ୍ଡରିଂ ମାମଲାରେ ଗିରଫ ହୋଇଥିବା ନୱାବ ମଲିକ ଏବେ କୁର୍ଲାର କ୍ରିତି ହସ୍ପିଟାଲରେ ଚିକିତ୍ସିତ ହେଉଛନ୍ତି । ଗତ ୨ ମାସ ହେବ ସେ ଘରୋଇ ହସ୍ପିଟାଲରେ ଭର୍ତ୍ତି ଥିଲେ । ଜେଲରେ ବନ୍ଦଥିବା ଅନ୍ୟ କଏଦୀମାନଙ୍କ ଭଳି ଏମାନଙ୍କ ନିକଟକୁ ବି ପ୍ରତି ମାସରେ ୬ହଜାର ଟଙ୍କାର ମନିଅର୍ଡର ମିଳୁଛି । ଏହି ଟଙ୍କାରେ ସେମାନ ଜେଲ ଭିତରେ ମିଳୁଥିବା ଆବଶ୍ୟକ ସାମଗ୍ରୀ କିଣି ପାରିବେ ।

Share