Categories: ଜାତୀୟ

ଅନୀଲ ଦେଶମୁଖ ଜାମିନ ମାମଲା, ସୁପ୍ରିମ୍‌କୋର୍ଟରେ ସିବିଆଇ…

ନୂଆଦିଲ୍ଲୀ,୧୭।୧୨ : ଦୁର୍ନୀତି ମାମଲାରେ ଅଭିଯୁକ୍ତ ମହାରାଷ୍ଟ୍ରର ପୂର୍ବତନ ଗୃହମନ୍ତ୍ରୀ ତଥା ଏନସିପି ନେତା ଅନୀଲ ଦେଶମୁଖଙ୍କୁ ଜାମିନ ପ୍ରଦାନ କରିବାକୁ ବମ୍ବେ ହାଇକୋର୍ଟ ଦେଇଥିବା ନିଷ୍ପତ୍ତିକୁ ସିବିଆଇ ସୁପ୍ରିମକୋର୍ଟରେ ଚ୍ୟାଲେଞ୍ଜ କରିଛି। ଡିସେମ୍ବର ୧୨ରେ ବମ୍ବେ ହାଇକୋର୍ଟ ୭୩ ବର୍ଷିୟ ଏନସିପି ନେତାଙ୍କୁ ଜାମିନ ପ୍ରଦାନ କରିଥିଲେ। କିନ୍ତୁ କୋର୍ଟ କହିଥିଲେ ଯେ ଏହି ଆଦେଶ ୧୦ ଦିନ ପରେ କାର୍ଯ୍ୟକାରୀ ହେବ, କାରଣ ସିବିଆଇ ଏହାକୁ ସର୍ବୋଚ୍ଚ ଅଦାଲତରେ ଚ୍ୟାଲେଞ୍ଜ କରିବାକୁ ସମୟ ମାଗିଥିଲା।

ଅନୀଲଙ୍କୁ ଜାମିନ ପ୍ରଦାନ କରି ବମ୍ବେ ହାଇକୋର୍ଟ ଉଲ୍ଲେଖ କରିଥିଲେ ଯେ ବରଖାସ୍ତ ହୋଇଥିବା ପୋଲିସ ଅଧିକାରୀ ସଚିନ ୱାଜେଙ୍କ ବିବୃତ୍ତିକୁ ଛାଡ଼ି ଅନ୍ୟ କୌଣସି ବୟାନରେ ଉଲ୍ଲେଖ ନାହିଁ ଯେ ତତ୍କାଳୀନ ଗୃହମନ୍ତ୍ରୀ ଅନୀଲଙ୍କ ନିର୍ଦ୍ଦେଶରେ ମୁମ୍ବାଇରେ ବାର ମାଲିକଙ୍କୁ ଅପହରଣ କରାଯାଇଛି।

ସୁପ୍ରିମକୋର୍ଟରେ ଦାଖଲ ହୋଇଥିବା ଆବେଦନରେ କେନ୍ଦ୍ରୀୟ ଅନୁସନ୍ଧାନକାରୀ ଏଜେନ୍ସି ଦାବି କରିଛି ଯେ ସିବିଆଇର ଆପତ୍ତି ସତ୍ତ୍ୱେ ଅନୀଲଙ୍କୁ ଜାମିନ ପ୍ରଦାନ ବେଳେ ହାଇକୋର୍ଟ ଗୁରୁତର ତ୍ରୁଟି କରିଛନ୍ତି। ସିବିଆଇ କହିଛି ଯେ ହାଇକୋର୍ଟ ଧ୍ୟାନ ଦେଇନାହାଁନ୍ତି ଯେ ଅର୍ଥନୈତିକ ଅପରାଧ ଏକ ଭିନ୍ନ ବର୍ଗରେ ଅଛି ଏବଂ ନିୟମିତ ଅପରାଧ ପରି ଏଭଳି ଅପରାଧରେ ଜାମିନ ଦିଆଯିବାର ଆବଶ୍ୟକତା ନାହିଁ। ସେହିପରି ଅର୍ଥନୈତିକ ଅପରାଧ ଅଧିକ ଦୋଷାବହ।

Share