ଲଣ୍ଡନ କୋର୍ଟଙ୍କୁ ଅନିଲ ଅମ୍ବାନୀଙ୍କ ଉତ୍ତର: ବିଳାସପୂର୍ଣ୍ଣ ଜୀବନଠାରୁ ଦୂରରେ ଅଛି

ନୂଆଦିଲ୍ଲୀ: ବିଳାସପୂର୍ଣ୍ଣ ଜୀବନ ବଞ୍ଚିବାଠାରୁ ବହୁ ଦୂରରେ ରହିଛି। ମୋ ଜୀବନ ଶୃଙ୍ଖଳିତ ଢଙ୍ଗରେ ଚାଲିଛି। ଦିନେ ୪୫ ହଜାର କୋଟି ସହ ବିଶ୍ୱର ଶ୍ରେଷ୍ଠ ୧୦ ଧନୀଙ୍କ ମଧ୍ୟରେ ସାମିଲ ଥିବା ଅନିଲ ଅମ୍ବାନୀ ଲଣ୍ଡନ କୋର୍ଟଙ୍କୁ ଏଭଳି ଉତ୍ତର ରଖିଛନ୍ତି। ବର୍ତ୍ତମାନ ତାଙ୍କ କମ୍ପାନୀ ରିଲାଏନ୍ସ କମ୍ୟୁନିକେଶନ ଦେବାଳିଆ ହୋଇଯାଇଥିବା ବେଳେ ସେ ବ୍ୟାଙ୍କଗୁଡ଼ିକର କରଜ ଶୁଝିବାକୁ ସକ୍ଷମ ହେଉନାହାନ୍ତି। ଚାଇନା ବ୍ୟାଙ୍କଗୁଡିକର ପ୍ରାୟ ୫ ହଜାର କୋଟି ଟଙ୍କାର ଋଣ ମାମଲା ଏବେ ଲଣ୍ଡନ କୋର୍ଟରେ ଚାଲିଛି। ଏହି ମାମଲାର ଶୁଣାଣି କରୁଥିବା ବିଚାରପତି କହିଥିଲେ ଯେ, ଅନିଲ ବିଳାସପୂର୍ଣ୍ଣ ଜୀବନ ବଞ୍ଚୁଛନ୍ତି। ଶନିବାର ସେ ନ୍ୟାୟାଳୟଙ୍କୁ ଉତ୍ତରରେ ଏଭଳି କହିଥିବା ଜଣାପଡିଛି।
ଭିଡିଓ ଲିଙ୍କ୍‌ ଯୋଗେ ଅନିଲ ଶୁଣାଣିରେ ଯୋଗ ଦେଇଥିଲେ। ତାଙ୍କ ନେଟ୍‌ଓ୍ବର୍ଥ ଜିରୋ ବୋଲି ସେ ପୂର୍ବରୁ କହିଥିଲେ। ଅନିଲ ଏସିଆର ସବୁଠାରୁ ଧନୀ ବ୍ୟକ୍ତି ମୁକେଶ ଅମ୍ବାନୀଙ୍କର ସାନଭାଇ। ଓକିଲ ଫି’ ଦେବା ତାଙ୍କ ଲାଗି ବର୍ତ୍ତମାନ କଷ୍ଟକର ହେଉଛି। ଗହଣା ବିକି ଓକିଲଙ୍କ ଫି’ ଦେଇଥିବା ଅନିଲ କହିଛନ୍ତି। ଆୟ ସମ୍ପୂର୍ଣ୍ଣ ଶୂନ ରହିଛି। ତାଙ୍କ ଖର୍ଚ୍ଚ ତାଙ୍କ ପରିବାର ଲୋକେ ଉଠାଉଛନ୍ତି। ବ୍ୟକ୍ତିଗତ ଆକାଉଣ୍ଟରେ ମାତ୍ର ୨୧ଲକ୍ଷ ଟଙ୍କା ପଡିଥିବା ସେ ସ୍ପଷ୍ଟ କରିଛନ୍ତି। ପାଖରେ ଗୋଟିଏ ମାତ୍ର କାର ରହିଛି। ତାଙ୍କ ମା’ଙ୍କର ଅନୀଲଙ୍କ ଉପରେ ୫୦୦ କୋଟି ଏବଂ ପୁଅର ୩୦୦ କୋଟି ଋଣ ରହିଥିବା ମଧ୍ୟ ସେ କହିଛନ୍ତି। ଅନୀଲଙ୍କ ବଡ଼ଭାଇ ମୁକେଶ ଅମ୍ବାନୀ ବିଶ୍ୱର ଶ୍ରେଷ୍ଠ ୧୦ଧନୀଙ୍କ ମଧ୍ୟରେ ରହିଛନ୍ତି। ରିଲାଏନ୍ସ ଗ୍ରୁପ୍‌ ପ୍ରତିଷ୍ଠାତା ଧୀରୁ ଭାଇ ଅମ୍ବାନୀଙ୍କ ମୃତ୍ୟୁ ପରେ ତାଙ୍କ ୨ ପୁଅ ଅନିଲ ଏବଂ ମୁକେଶଙ୍କ ମଧ୍ୟରେ ସମ୍ପତ୍ତି ବିବାଦ ଆରମ୍ଭ ହୋଇଥିଲା। ୨୦୦୫ରେ ସମ୍ପତ୍ତି ଭାଗବଣ୍ଟା ହୋଇଯାଇଥିଲା।


Enter your email to get our daily news in your inbox.

All Right Reserved By Dharitri.Com

ପୂର୍ବତନ ବିଧାୟକଙ୍କ ଘରବାହୁଡା: ଆଜି କଂଗ୍ରେସରେ ସାମିଲ ହେବେ ସାଧୁ ନେପାକ

ବରଗଡ଼,୧୧।୪( ପ୍ରେମାନନ୍ଦ ଖମାରୀ) : ବରଗଡ଼ର ପୂର୍ବତନ ବିଧାୟକ ସାଧୁ ନେପାକ ଶନିବାର କଂଗ୍ରେସକୁ ଫେରୁଥିବା ସୂଚନା ମିଳିଛି। ସୂଚନା ଅନୁଯାୟୀ, ପୂର୍ବାହ୍ନ ୧୧ଟାରେ ସେ ଭୁବନେଶ୍ବରସ୍ଥିତ…

ଆମେରିକା-ଇରାନ ଶାନ୍ତି ବାର୍ତ୍ତା ପୂର୍ବରୁ ପାକିସ୍ତାନ ରାଜଧାନୀରେ ହାଇଆଲର୍ଟ: ଗଳିକନ୍ଦିରେ ପୋଲିସ ଛାଉଣି,୧୦ ହଜାର ଯବାନ… 

ଇସଲାମାବାଦ,୧୦।୪: ପାକିସ୍ତାନର ରାଜଧାନୀ ଇସଲାମାବାଦରେ ଆମେରିକା ଏବଂ ଇରାନ ମଧ୍ୟରେ ହେବାକୁ ଥିବା ଗୁରୁତ୍ୱପୂର୍ଣ୍ଣ ଶାନ୍ତି ବାର୍ତ୍ତା ପୂର୍ବରୁ ସୁରକ୍ଷା ବ୍ୟବସ୍ଥାକୁ ବହୁତ କଡ଼ାକଡ଼ି କରାଯାଇଛି। ସହରରେ…

ଲୋକକଳା ପାଇଁ ଦିନଟିଏ

ଖଜୁରିପଡ଼ା,୧୦ା୪ (ବିଦୁର ବେହେରା): ଖଜୁରିପଡ଼ା ବ୍ଲକ୍‌ ପକ୍ଷରୁ ସ୍ଥାନୀୟ ହାଇସ୍କୁଲ ପଡ଼ିଆଠାରେ ଶୁକ୍ରବାର ସାରେ ଲୋକକଳା ପାଇଁ ଦିନଟିଏ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଛି। ଏଥିରେ ବିଡିଓ ଶୁଭ…

ହାତୀ ଆକ୍ରମଣରେ ଜଣେ ଗୁରୁତର

ରୁପ୍ରାରୋଡ୍‌,୧୦ା୪(ସଞ୍ଜୀବ ଦାସ): ହାତୀ ଆକ୍ରମଣରେ କଳାହାଣ୍ଡି ଜିଲା ନର୍ଲା ବ୍ଲକ୍‌ର ଜଣେ ବ୍ୟକ୍ତି ଗୁରୁତର ହୋଇଛନ୍ତି। ସେ ହେଲେ କୁରମେଲ ପଞ୍ଚାୟତ ବୁଦେଲଗୁମା ଗ୍ରାମର ସୀମାଞ୍ଚଳ ନାଏକ…

ମୁଖ୍ୟମନ୍ତ୍ରୀ ବସ୍‌କୁ ଅଟକାଇ କର୍ମଚାରୀଙ୍କୁ ମାଡ଼ ମାରିଲେ ଯୁବକ,ପରେ…

ଆନନ୍ଦପୁର,୧୦।୪(ସୁଶାନ୍ତ କୁମାର ସାହୁ ): କେନ୍ଦୁଝର ଜିଲା ଘସିପୁରା ବ୍ଲକ କେଶଦୁରାପାଳଠାରୁ ଘସିପୁରା ଯାଉଥିବା ମୁଖ୍ୟମନ୍ତ୍ରୀ ବସ୍‌କୁ ଦେଓଗାଁ ଚିକିତ୍ସାଳୟ ସମ୍ମୁଖରେ ଜଣେ ଯୁବକ ଶୁକ୍ରବାର ଅଚାନକ…

୪ଟି ଶ୍ରେଣୀଗୃହରେ ଅଷ୍ଟମ ଶ୍ରେଣୀ ପର୍ଯ୍ୟନ୍ତ ପାଠପଢ଼ା

ଗଞ୍ଜାମ,୧୦ା୪(ବିଦ୍ୟାଧର ସାହୁ): ଗଞ୍ଜାମ ଏନ୍‌ଏସି ଅନ୍ତର୍ଗତ ଦାମୋଦରପୁର ଉଚ୍ଚ ପ୍ରାଥମିକ ବିଦ୍ୟାଳୟରେ ପାଠପଢ଼ାରେ ବ୍ୟଘାତ ସୃଷ୍ଟି ହେଉଛି। ୧୯୭୫ ମସିହାରେ ପ୍ରତିଷ୍ଠିତ ଏହି ବିଦ୍ୟାଳୟରେ ଶିଶୁ ବାଟିକା…

ଥଲାପତି ବିଜୟଙ୍କୁ ବଡ଼ ଝଟ୍‌କା: ଅନୁରୋଧ କରି କହିଲେ…

ଦକ୍ଷିଣ ଭାରତୀୟ ସୁପରଷ୍ଟାର ଥଲାପତି ବିଜୟଙ୍କ ଫିଲ୍ମ ‘ଜନ ନାୟାଗନ’ ମୁକ୍ତିଲାଭ ଅପେକ୍ଷାରେ ଅଛି। ପ୍ରଥମେ ଜାନୁଆରୀ ୨୦୨୬ରେ ରିଲିଜ ହେବାର ଯୋଜନା ଥିଲା, କିନ୍ତୁ ବିଭିନ୍ନ…

ସ୍କୁଲରେ ଆଡମିଶନ ପାଇଁ ରାତି ଅନିଦ୍ରା

ଖଇରା,୧୦।୪(ଉତ୍କଳବନ୍ଧୁ ପଣ୍ଡା): ବାଲେଶ୍ୱର ଜିଲା ଖଇରା ବ୍ଲକ ଅଡା ହାଇସ୍କୁଲରେ ନବମ ଶ୍ରେଣୀରେ ଆଡମିଶନ ପାଇଁ ଅଭିଭାବକ ଓ ଛାତ୍ରୀଛାତ୍ରମାନଙ୍କୁ ରାତି ଅନିଦ୍ରା ହୋଇ ଅପେକ୍ଷା କରୁଥିବା…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri