ଲଣ୍ଡନ କୋର୍ଟଙ୍କୁ ଅନିଲ ଅମ୍ବାନୀଙ୍କ ଉତ୍ତର: ବିଳାସପୂର୍ଣ୍ଣ ଜୀବନଠାରୁ ଦୂରରେ ଅଛି

ନୂଆଦିଲ୍ଲୀ: ବିଳାସପୂର୍ଣ୍ଣ ଜୀବନ ବଞ୍ଚିବାଠାରୁ ବହୁ ଦୂରରେ ରହିଛି। ମୋ ଜୀବନ ଶୃଙ୍ଖଳିତ ଢଙ୍ଗରେ ଚାଲିଛି। ଦିନେ ୪୫ ହଜାର କୋଟି ସହ ବିଶ୍ୱର ଶ୍ରେଷ୍ଠ ୧୦ ଧନୀଙ୍କ ମଧ୍ୟରେ ସାମିଲ ଥିବା ଅନିଲ ଅମ୍ବାନୀ ଲଣ୍ଡନ କୋର୍ଟଙ୍କୁ ଏଭଳି ଉତ୍ତର ରଖିଛନ୍ତି। ବର୍ତ୍ତମାନ ତାଙ୍କ କମ୍ପାନୀ ରିଲାଏନ୍ସ କମ୍ୟୁନିକେଶନ ଦେବାଳିଆ ହୋଇଯାଇଥିବା ବେଳେ ସେ ବ୍ୟାଙ୍କଗୁଡ଼ିକର କରଜ ଶୁଝିବାକୁ ସକ୍ଷମ ହେଉନାହାନ୍ତି। ଚାଇନା ବ୍ୟାଙ୍କଗୁଡିକର ପ୍ରାୟ ୫ ହଜାର କୋଟି ଟଙ୍କାର ଋଣ ମାମଲା ଏବେ ଲଣ୍ଡନ କୋର୍ଟରେ ଚାଲିଛି। ଏହି ମାମଲାର ଶୁଣାଣି କରୁଥିବା ବିଚାରପତି କହିଥିଲେ ଯେ, ଅନିଲ ବିଳାସପୂର୍ଣ୍ଣ ଜୀବନ ବଞ୍ଚୁଛନ୍ତି। ଶନିବାର ସେ ନ୍ୟାୟାଳୟଙ୍କୁ ଉତ୍ତରରେ ଏଭଳି କହିଥିବା ଜଣାପଡିଛି।
ଭିଡିଓ ଲିଙ୍କ୍‌ ଯୋଗେ ଅନିଲ ଶୁଣାଣିରେ ଯୋଗ ଦେଇଥିଲେ। ତାଙ୍କ ନେଟ୍‌ଓ୍ବର୍ଥ ଜିରୋ ବୋଲି ସେ ପୂର୍ବରୁ କହିଥିଲେ। ଅନିଲ ଏସିଆର ସବୁଠାରୁ ଧନୀ ବ୍ୟକ୍ତି ମୁକେଶ ଅମ୍ବାନୀଙ୍କର ସାନଭାଇ। ଓକିଲ ଫି’ ଦେବା ତାଙ୍କ ଲାଗି ବର୍ତ୍ତମାନ କଷ୍ଟକର ହେଉଛି। ଗହଣା ବିକି ଓକିଲଙ୍କ ଫି’ ଦେଇଥିବା ଅନିଲ କହିଛନ୍ତି। ଆୟ ସମ୍ପୂର୍ଣ୍ଣ ଶୂନ ରହିଛି। ତାଙ୍କ ଖର୍ଚ୍ଚ ତାଙ୍କ ପରିବାର ଲୋକେ ଉଠାଉଛନ୍ତି। ବ୍ୟକ୍ତିଗତ ଆକାଉଣ୍ଟରେ ମାତ୍ର ୨୧ଲକ୍ଷ ଟଙ୍କା ପଡିଥିବା ସେ ସ୍ପଷ୍ଟ କରିଛନ୍ତି। ପାଖରେ ଗୋଟିଏ ମାତ୍ର କାର ରହିଛି। ତାଙ୍କ ମା’ଙ୍କର ଅନୀଲଙ୍କ ଉପରେ ୫୦୦ କୋଟି ଏବଂ ପୁଅର ୩୦୦ କୋଟି ଋଣ ରହିଥିବା ମଧ୍ୟ ସେ କହିଛନ୍ତି। ଅନୀଲଙ୍କ ବଡ଼ଭାଇ ମୁକେଶ ଅମ୍ବାନୀ ବିଶ୍ୱର ଶ୍ରେଷ୍ଠ ୧୦ଧନୀଙ୍କ ମଧ୍ୟରେ ରହିଛନ୍ତି। ରିଲାଏନ୍ସ ଗ୍ରୁପ୍‌ ପ୍ରତିଷ୍ଠାତା ଧୀରୁ ଭାଇ ଅମ୍ବାନୀଙ୍କ ମୃତ୍ୟୁ ପରେ ତାଙ୍କ ୨ ପୁଅ ଅନିଲ ଏବଂ ମୁକେଶଙ୍କ ମଧ୍ୟରେ ସମ୍ପତ୍ତି ବିବାଦ ଆରମ୍ଭ ହୋଇଥିଲା। ୨୦୦୫ରେ ସମ୍ପତ୍ତି ଭାଗବଣ୍ଟା ହୋଇଯାଇଥିଲା।


Enter your email to get our daily news in your inbox.

All Right Reserved By Dharitri.Com

UPI ନେଣଦେଣରେ PPI ଚାର୍ଜ କ’ଣ? କାହାର ଲାଭ-କାହାର କ୍ଷତି ଜାଣନ୍ତୁ…

ନୂଆଦିଲ୍ଲୀ,୨୬।୪: ଆଜିକାଲି ସମୟରେ ୟୁପିଆଇ ନେଣଦେଣ ସାମାନ୍ୟ କଥାରେ ପରିଣତ ହୋଇଗଲାଣି। ରାସ୍ତାକଡ଼ ବୁଲା ବେପାରୀଙ୍କଠାରୁ ଆରମ୍ଭ କରି ବଡ଼ ବଡ଼ ମଲ୍‌ରେ ମଧ୍ୟ ଏହାର...

୧୭ ହଜାର କ୍ରେଡିଟ୍‌ କାର୍ଡକୁ ବ୍ଲକ କଲା ICICI, ପ୍ରଭାବିତ ହୋଇଥିଲେ ଜାଣନ୍ତୁ କାରଣ…

ନୂଆଦିଲ୍ଲୀ,୨୬।୪: ବେସରକାରୀ ବ୍ୟାଙ୍କ ଆଇସିଆଇସିଆଇ ୧୭ ହଜାର କ୍ରେଡିଟ୍‌ କାର୍ଡକୁ ବ୍ଲକ୍‌ କରିଦେଇଛି। ନିକଟରେ କାର୍ଡଗୁଡ଼ିକ ଜାରି କରାଯାଇଥିବା ବେଳେ ଭୁଲ ୟୁଜର୍ସ ଥିବା ମାମଲା...

ଏହି କାରଣ ପାଇଁ ଦୁବେଙ୍କ ବଦଳରେ ହାର୍ଦ୍ଦିକଙ୍କୁ ଟି-୨୦ ବିଶ୍ୱକପ ଦଳରେ ମିଳିବ ସ୍ଥାନ: ରିପୋର୍ଟ

ନୂଆଦିଲ୍ଲୀ,୨୬।୪: ଭାରତ ଷ୍ଟାର ଅଲରାଉଣ୍ଡର ହାର୍ଦ୍ଦିକ ପାଣ୍ଡ୍ୟା ଭଲ ଫର୍ମ ନଥାଇ ପାରନ୍ତି କିନ୍ତୁ ତାଙ୍କର ପୂର୍ବ ପ୍ରଦର୍ଶନ ବଳରେ ବା ତାଙ୍କ ପ୍ରତିବଦଳ ଖେଳାଳି...

ଅନେକ ଦିନର ହ୍ରାସ ପରେ ବଦଳିଲା ଟ୍ରେଣ୍ଡ, ପୁଣି ବୃଦ୍ଧି ପାଇଲା ସୁନା ଏବଂ ରୂପା ମୂଲ୍ୟ

ନୂଆଦିଲ୍ଲୀ,୨୬।୪: ଗତ କିଛି ଦିନ ହେବ ସୁନା ମୂଲ୍ୟରେ ହ୍ରାସ ଘଟିଥିଲା, କିନ୍ତୁ ଶୁକ୍ରବାର ସୁନା ଓ ରୂପା ମୂଲ୍ୟ ବୃଦ୍ଧି ପାଇଛି। ବଜାରରେ ସୁନା...

ଚଳିତ ବର୍ଷ ୬୦୦୦ ଫ୍ରେଶରଙ୍କୁ ନିଯୁକ୍ତି ଦେବ ଟେକ୍ ମହିନ୍ଦ୍ରା

ମୁମ୍ବାଇ,୨୬ା୪: ପ୍ରମୁଖ ଆଇଟି କମ୍ପାନୀ ଟେକ୍ ମହିନ୍ଦ୍ରା, ଏପ୍ରିଲ୍ ୨୫ ରେ ଘୋଷଣା କରିଛି ଯେ ଏହା ୨୦୨୫ ଆର୍ଥିକ ବର୍ଷରେ ୬,୦୦୦ ଫ୍ରେଶର୍ ନିଯୁକ୍ତ...

ଏଚ୍‌ଏମ୍‌ଏସ୍‌ଆଇର ନୂତନ ମାଇଲଖୁଣ୍ଟ

ଭୁବନେଶ୍ୱର,୨୬ା୪: ହୋଣ୍ଡା ମୋଟରସାଇକେଲ ଆଣ୍ଡ ସ୍କୁଟର ଇଣ୍ଡିଆ (ଏଚ୍‌ଏମ୍‌ଏସ୍‌ଆଇ)କୁ ନିକଟରେ ଆଉ ଏକ ସଫଳତା ସହ ପୂର୍ବ ଭାରତ ବଜାରରେ କମ୍ପାନୀ ନୂତନ ମାଇଲଖୁଣ୍ଟ ହାସଲ...

ଅଟୋ ଏଜ୍‌-୨୦୨୪ ସମ୍ମିଳନୀ: ଅଟୋ ଉଦ୍ୟୋଗର ଆବଶ୍ୟକତା ପୂରଣ

ଭୁବନେଶ୍ୱର,୨୬ା୪: ବେଦାନ୍ତ ଆଲୁମିନିୟମର ବହୁ ପ୍ରତୀକ୍ଷିତ ତଥା ଜାତୀୟ ଅଟୋ ଦିବସ ଉପଲକ୍ଷେ ନୂଆଦିଲ୍ଲୀଠାରେ ‘ଅଟୋ ଏଜ୍‌-୨୦୨୪’ ସମ୍ମିଳନୀ ଆୟୋଜିତ ହୋଇଯାଇଛି। ଏଥିରେ ଶିଳ୍ପ ବିଶେଷଜ୍ଞ...

ଆକ୍ସିସ୍‌ ବ୍ୟାଙ୍କର ବାର୍ଷିକ ଫଳାଫଳ

ଭୁବନେଶ୍ୱର,୨୬ା୪: ଆକ୍ସିସ୍‌ ବ୍ୟାଙ୍କର ନିର୍ଦ୍ଦେଶକ ମଣ୍ଡଳୀ ବୈଠକ ନିକଟରେ ଅନୁଷ୍ଠିତ ହୋଇଯାଇଛି। ଉକ୍ତ ବୈଠକରେ ବ୍ୟାଙ୍କର କାରବାର ଓ ଆଗାମୀ କାର୍ଯ୍ୟକଳାପ ସହ ୨୦୨୩-୨୪ ଆର୍ଥତ୍କ...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri