୨ ନଦୀର ସଙ୍ଗମସ୍ଥଳରେ ହେବ ଆନିକଟ୍‌, ନିର୍ମାଣ ସ୍ଥଳ ପରିଦର୍ଶନ କରି ବିଧାୟକ କହିଲେ…

ବରଗଡ଼,୧୧ା୨(ପ୍ରେମାନନ୍ଦ ଖମାରୀ): ବରଗଡ଼ ବିଧାନସଭା ନିର୍ବାଚନ ମଣ୍ଡଳୀ ଅନ୍ତର୍ଗତ ଗ୍ରୀଣ୍ଡୋଲା ନିକଟରେ ପ୍ରବାହିତ ଜୀରାନଦୀ ଏବଂ ରାଞ୍ଜ ନଦୀର ସଂଯୋଗସ୍ଥଳୀ ଦୋ ମୁହାଣିରେ ନଦୀସ୍ଥ ଜଳ ସଂରକ୍ଷଣ ତଥା ଆନିକଟ୍‌(ଆଇଏସସ୍‌- ଇନ୍‌ ଷ୍ଟ୍ରିମ ଷ୍ଟୋରେଜ) ହେବ। ଏଥିପାଇଁ ବୁଧବାର ସର୍ଭେକ୍ଷଣ ସରିଛି। ବରଗଡ଼ ବିଧାୟକ ଅଶ୍ୱିନୀ ଷଡ଼ଙ୍ଗୀଙ୍କ ଉପସ୍ଥିତିରେ ହୋଇଥିବା ଏହି ସର୍ଭେକ୍ଷଣ ସମୟରେ ଗ୍ରୀଣ୍ଡୋଲା ଗ୍ରାମବାସୀଙ୍କ ସମେତ ବିଭାଗୀୟ ଅଧିକାରୀମାନେ ଉପସ୍ଥିତ ଥିଲେ। ନଦୀରେ ଆନିକଟ୍‌ ହେବା ସହିତ ପୋଲ ନିର୍ମାଣ ହେବ ଏବଂ ଏହାଦ୍ୱାରା ପଡ଼ୋଶୀ ସୁବର୍ଣ୍ଣପୁର ଜିଲାକୁ ରାସ୍ତା ସଂଯୋଗ ହେବ ବୋଲି ଜାଣି ଅଞ୍ଚଳବାସୀଙ୍କ ମଧ୍ୟରେ ଖୁସିର ଲହରୀ ଦେଖିବାକୁ ମିଳିଥିଲା।
ସୂଚନାନୁଯାୟୀ, ନୂଆ ସରକାର ଆସିବା ପରେ ବରଗଡ଼ ସହର ଉପକଣ୍ଠରେ ବହି ଯାଇଥିବା ଜୀରାଦୀରେ ଏକ ଆନିକଟ୍‌ ହେବା ପ୍ରକ୍ରିୟା ଆରମ୍ଭ ହୋଇ ଯାଇଛି। ତେବେ ଗତ ଧନୁଯାତ୍ରା ମହୋତ୍ସବ ସମୟରେ ରାଜ ଅତିଥି ଭାବେ ଯୋଗ ଦେଇ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ ଜୀରାନଦୀରେ ଗ୍ରୀଣ୍ଡୋଲା ଗ୍ରାମ ନିକଟରେ ଆଉ ଏକ ଆନିକଟ୍‌ ହେବ ବୋଲି ଘୋଷଣା କରିଥିଲେ। ଏହାପରେ ଉକ୍ତ ଗ୍ରାମ ସନ୍ନିକଟରେ ବହି ଯାଇଥବା ଜୀରାନଦୀର କେଉଁଠି ଆନିକଟ୍‌ ନିର୍ମାଣ କରାଯିବ, ତାକୁ ନେଇ ସ୍ଥାନୀୟ ବିଧାୟକ ଏବଂ ଗ୍ରାମବାସୀଙ୍କ ମଧ୍ୟରେ ଆଲୋଚନା ଚାଲିଥିଲା। ଏହି କ୍ରମରେ ବୁଧବାର ସକାଳୁ ବରଗଡ଼ ବିଧାୟକ ଷଡ଼ଙ୍ଗୀ ଗ୍ରୀଣ୍ଡୋଲା ଗ୍ରାମକୁ ଗସ୍ତ କରିଥିଲେ ଏବଂ ଗ୍ରାମବାସୀ ଓ ବିଭାଗୀୟ ଅଧିକାରୀଙ୍କ ଉପସ୍ଥିତିରେ ଆନିକଟ୍‌ ନିର୍ମାଣ ପାଇଁ ସ୍ଥାନ ନିରୂପଣ କରିଥିଲେ। ତେବେ ଗ୍ରୀଣ୍ଡୋଲା ଗ୍ରାମ ନିକଟରେ ପ୍ରବାହିତ ଜୀରାନଦୀ ଏବଂ ରାଞ୍ଜ ନଦୀର ମିଳନ ସ୍ଥଳୀରେ ଆନିକଟ ନିର୍ମାଣ ପାଇଁ ସମସ୍ତେ ସହମତି ପ୍ରକାଶ କରିଥିଲେ। ଏହାପରେ ଉପସ୍ଥିତ ଅଧିକାରୀବୃନ୍ଦ ସେଠାରେ ଡିପିଆର ପ୍ରସ୍ତୁତ ଆରମ୍ଭ କରିଥିଲେ।

ତେବେ ଏ ସମ୍ପର୍କରେ ବରଗଡ଼ ବିଧାୟକ ଷଡ଼ଙ୍ଗୀ କହିଛନ୍ତି, ଧନୁଯାତ୍ରାରେ ରାଜ ଅତିଥି ଭାବେ ଯୋଗ ଦେବା ସମୟରେ କଂସ ମହାରାଜଙ୍କ ନିର୍ଦ୍ଦେଶକ୍ରମେ ମୁଖ୍ୟମନ୍ତ୍ରୀ ଗ୍ରୀଣ୍ଡୋଲାଠାରେ ଜୀରାନଦୀ ଉପରେ ଆଉଏକ ଆନିକଟ୍‌(ଆଇଏସସ୍‌) ପାଇଁ ଘୋଷଣା କରିଥିଲେ। ଏହି ପରିପ୍ରେକ୍ଷୀରେ ଗ୍ରାମବାସୀଙ୍କ ଉପସ୍ଥିତିରେ ସ୍ପଟ ଭିଜିଟ୍‌ କରି ସର୍ଭେକାର୍ଯ୍ୟ ହୋଇଥିଲା। ତେବେ ସମସ୍ତଙ୍କ ସହମତିକ୍ରମେ ଆନିକଟ୍‌ ନିର୍ମାଣ ପାଇଁ ଏଭଳି ଏକ ସ୍ଥାନ ନିରୂପିତ ହୋଇଛି, ଯାହାକି ୨ ନଦୀର ସଙ୍ଗମସ୍ଥଳୀ। ସମ୍ପୃକ୍ତ ସ୍ଥାନର ଗୋଟିଏ ପାର୍ଶ୍ୱରେ ଅତାବିରା ନିର୍ବାଚନ ମଣ୍ଡଳୀର ଭେଡ଼େନ ବ୍ଲକ ତ ଆଉଏକ ପାର୍ଶ୍ୱରେ ବିଜେପୁର ନିର୍ବାଚନ ମଣ୍ଡଳୀ, ଏପରିକି ନିକଟରେ ସୁବର୍ଣ୍ଣପୁର ଜିଲା ରହିଛି। ଏଠାରେ ଆନିକଟ୍‌ ହେବା ଦ୍ୱାରା କେବଳ ପର୍ଯ୍ୟଟନ ବୃଦ୍ଧି ପାଇବ ତାହା ନୁହେଁ, ଏକ ବ୍ରିଜ ହେବ ଏବଂ ଅଞ୍ଚଳବାସୀଙ୍କ ପାଇଁ ଅତାବିରା, ବିଜେପୁର ନିର୍ବାଚନ ମଣ୍ଡଳୀ ସହିତ ପଡ଼ୋଶୀ ଛତିଶଗଡ଼କୁ ଯାତାୟାତ ପଥ ସୁଗମ ହେବ।

ସେହିପରି ଗୋଟିଏ ପଟେ ଗ୍ରୀଣ୍ଡୋଲାର ସିଦ୍ଧେଶ୍ୱର ବାବାଙ୍କ ମନ୍ଦିର ଏବଂ ଅନ୍ୟପଟେ ବରିକେଲ ପର୍ଯ୍ୟଟନ ପୀଠ ରହିଛି। ବୋଟିଂ ବ୍ୟବସ୍ଥା ମଧ୍ୟ ହେବ। ଏହି ଦୃଷ୍ଟିରୁ ଏଠାରେ ଆନିକଟ୍‌ ସହିତ ବ୍ରିଜ ମଧ୍ୟ ହେବ ଏବଂ ଏହି ସ୍ଥାନ ଏକ ପ୍ରସିଦ୍ଧ ପର୍ଯ୍ୟଟନସ୍ଥଳୀ ପାଲଟିବ। ସେହିପର ସ୍ଥାନୀୟ ସମିତିସଭ୍ୟା ଯାମିନୀ ପ୍ରଧାନ କହିଛନ୍ତି, ବରଗଡ଼ ବିଧାୟକଙ୍କ ଉଦ୍ୟମରୁ ଆନିକଟ୍‌ ହେବ। ଆମ ଅଞ୍ଚଳ ଏକ ପର୍ଯ୍ୟଟନସ୍ଥଳୀ ପାଲଟିବ। ରାସ୍ତାଘାଟ ମଧ୍ୟ ଭଲ ହେବ। ଏହି ଆନିକଟ ଦ୍ୱାରା ୩ ବିଧାନସଭା ନିର୍ବାଚନ ମଣ୍ଡଳୀର ସଂଯୋଗ ହେବ ଏବଂ ପଡ଼ୋଶୀ ସୁବର୍ଣ୍ଣପୁର ଜିଲାକୁ ମଧ୍ୟ ସଂଯୋଗ ହେବ। ଏହା ଉପଲବ୍ଧି କରି ଖୁସି ଲାଗୁଛି।

Dharitri – Odisha’s No.1 Odia Daily

Enter your email to get our daily news in your inbox.

All Right Reserved By Dharitri.Com

ବିବାହ ପ୍ରତିଶ୍ରୁତି ଦେଇ ପ୍ରତାରଣା, ଯୁବକ ଗିରଫ

ଗୋପାଳପୁର,୧।୪(ନବୀନ ରାଜ ଆଚାରୀ): ବରଗଡ଼ ଜିଲା ଯୁବତୀଙ୍କୁ ବିବାହ ପ୍ରତିଶ୍ରୁତ ଦେଇ ବଳତ୍କାର କରିବା ଅଭିଯୋଗରେ ଗୋଳନ୍ଥରା ପୋଲିସ ମଙ୍ଗଳବାର ବଳାତ୍କାରୀକୁ ଗିରଫ କରି କୋର୍ଟଚାଲାଣ କରିଛି।…

ମୃତ ବ୍ୟକ୍ତିଙ୍କ ନାମରେ ଜାଲ ଆଧାର କାର୍ଡ କରି ଜମି ବିକ୍ରି: ୨୦ ଭରଣ ଜମି ହଡପ

ସୋରଡା,୧।୪(ରଜନୀ ମହାପାତ୍ର): ଗଞ୍ଜାମ ଜିଲା ସୋରଡା ଉପନିବନ୍ଧକଙ୍କ କାର୍ଯ୍ୟାଳୟରେ ଜମି କିଣାବିକାରେ ଜାଲିଆତି ହେଉଥିବା ଅଭିଯୋଗ ହେଉଛି। ଜାଲ୍‌ ଆଧାରକାର୍ଡ ପ୍ରସ୍ତୁତ କରି ଜାଲ ଦସ୍ତଖତରେ ଜଣେ…

ବିଜୟ ପରେ ମଧ୍ୟ BCCI ଶ୍ରେୟସ ଆୟରଙ୍କ ଉପରେ କାହିଁକି ଲଗାଇଲା ଜରିମାନା? ହେଲା ୧୨ ଲକ୍ଷର କ୍ଷତି

ନୂଆଦିଲ୍ଲୀ,୧।୪: ୨୦୨୬ ଇଣ୍ଡିଆନ ପ୍ରିମିୟର ଲିଗର ଆରମ୍ଭ ପଞ୍ଜାବ କିଙ୍ଗ୍ସ ପାଇଁ ଚମତ୍କାର ପ୍ରମାଣିତ ହୋଇଥିଲା, କାରଣ ସେମାନେ ଗୁଜରାଟ ଟାଇଟାନ୍ସ ବିପକ୍ଷରେ ଶେଷ ଓଭରରେ ଏକ…

ବିଧାନସଭାରେ ୧୧ ଘୋଡ଼ାର ନାଁ କହିଲେ ଅରୁଣ କୁମାର: ଚିହ୍ନିପାରିଲେନି ବିଧାୟକ ସିଦ୍ଧାନ୍ତ, ଜାଣନ୍ତୁ ରୋଚକ ଘଟଣା ବିଷୟରେ…

ଭୁବନେଶ୍ୱର, ୧।୪(ସୁନିତ୍‌ ମିଶ୍ର):ବିଧାନସଭାରେ ୨୦୨୬-୨୭ ଆର୍ଥିକ ବର୍ଷର ବ୍ୟୟ ମଞ୍ଜୁର ବିଧେୟକ ଉପରେ ଆଲୋଚନା ହେବା ସମୟରେ ବିଜେଡିର ବରିଷ୍ଠ ବିଧାୟକ ଅରୁଣ କୁମାର ସାହୁଙ୍କ ଘୋଡ଼ା…

ଶେଷରେ ନଇଁଲେ ଟ୍ରମ୍ପ୍‌! ‘ଏତିକି ସପ୍ତାହ ମଧ୍ୟରେ ଶେଷ କରିବେ ଯୁଦ୍ଧ’

ଓ୍ବାଶିଂଟନ,୧।୪: ପଶ୍ଚିମ ଏସିଆରେ ଚାଲିଥିବା ସଂଘର୍ଷ ମଧ୍ୟରେ, ଆମେରିକାର ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ ଏକ ଗୁରୁତ୍ୱପୂର୍ଣ୍ଣ ବିବୃତ୍ତି ଜାରି କରିଛନ୍ତି। ସେ କହିଛନ୍ତି ଯେ ଆମେରିକୀୟ ସୈନ୍ୟମାନେ…

କୁଏଟ୍‌ରୁ ସ୍ବତନ୍ତ୍ର ବିମାନରେ କେରଳ ଆସିଲା ୨୦ ଭାରତୀୟଙ୍କ ମୃତଦେହ, ହେଲେ କିଏ ଏମାନେ କେମିତି ହେଲା ଏମାନଙ୍କ ମୃତ୍ୟୁ? ଜାଣନ୍ତୁ ସମ୍ପୂର୍ଣ୍ଣ ଖବର

ନୂଆଦିଲ୍ଲୀ,୧।୪: କୁଏତରେ ବିଭିନ୍ନ ଘଟଣାରେ ପ୍ରାଣ ହରାଇଥିବା ୨୦ ଜଣ ଭାରତୀୟ ନାଗରିକଙ୍କ ପାର୍ଥିବ ଶରୀର ବୁଧବାର କେରଳର କୋଚିନ ଅନ୍ତର୍ଜାତୀୟ ବିମାନବନ୍ଦରରେ ପହଞ୍ଚିଛି। ଅଧିକାରୀଙ୍କ ଅନୁଯାୟୀ,…

ବ୍ରାହ୍ମଣୀଗାଁରେ ବିଏସଏନଏଲ ନେଟୱାର୍କ ଫେଲ୍‌: ସପ୍ତାହେ ହେଲା ବିକାଶ କାର୍ଯ୍ୟ ଠପ୍‌

ଦାରିଙ୍ଗବାଡି, ୧।୪ (ଅରୁଣ ସାହୁ): କନ୍ଧମାଳ ଜିଲା ଦାରିଙ୍ଗବାଡି ବ୍ଲକ ବ୍ରାହ୍ମଣୀଗାଁରେ ବିଏସଏନଏଲ ମୋବାଇଲ ସେବା ସହ ଇଣ୍ଟରନେଟ ସେବା ସମ୍ପୂର୍ଣ୍ଣ ଅଚଳ ହୋଇପଡିଛି। ପ୍ରାୟ ସପ୍ତାହେ…

କୁବେର ଡେପୁଟି ମ୍ୟାନେଜର: ଘରୁ ମିଳିଲା ପୁଳାପୁଳା ଟଙ୍କା-ସୁନା, ବାବୁଙ୍କ ରହିଛି…

ଭୁବନେଶ୍ୱର,୧।୪: ଓଡ଼ିଶା ପୋଲିସ ହାଉସିଂ ଆଣ୍ଡ ୱେଲ୍‌ଫେୟାର କର୍ପୋରେଶନ (ଓପିଏଚ୍‌ଡବ୍ଲ୍ୟୁସି) ସମ୍ବଲପୁର ଡିଭିଜନର ଡେପୁଟି ମ୍ୟାନେଜର ବିଦ୍ୟୁତ୍‌ ରଞ୍ଜନ ଭୋଳ ଭିଜିଲାନ୍ସ ଜାଲରେ ଧରାପଡ଼ିଛନ୍ତି। ୫.୧୮ଲକ୍ଷ ଲାଞ୍ଚ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri