Posted inଖେଳ

ୟୁଏସ୍‌ ଆମେଚର ଗଲ୍ଫରେ ଭାଗ ନେବେ ଅନିକା

ନୂଆଦିଲ୍ଲୀ,୧୮।୭(ପି.ଟି.): ଭାରତୀୟ ଉଦୀୟମାନ ମହିଳା ଆମେଚର ଗଲ୍ଫର ଅନିକା ବର୍ମା ଏବେ ଏକ ବିଶ୍ୱସ୍ତରୀୟ ଚାମ୍ପିୟନଶିପ୍‌ରେ ଅଂଶଗ୍ରହଣ କରିବାକୁ ଯାଉଛନ୍ତି। ଅଗଷ୍ଟ ୬ରୁ ୯ ତାରିଖ ମଧ୍ୟରେ ରକ୍‌ଭିଲେର ଉଡ୍‌ମୋଣ୍ଟ କଣ୍ଟ୍ରି କ୍ଲବ ନଥ କୋର୍ସରେ ଆୟୋଜନ ହେବାକୁ ଥିବା ୧୨୦ତମ ୟୁଏସ୍‌ ମହିଳା ଆମେଚର ଚାମ୍ପିୟନଶିପ୍‌ରେ ଅଂଶଗ୍ରହଣ କରିବେ। କୋଭିଡ୍‌-୧୯ ମହାମାରୀ କାରଣରୁ ଆୟୋଜକମାନେ କ୍ୱାଲିଫାଇଂ ଟୁର୍ନାମେଣ୍ଟକୁ ବାତିଲ କରିବାକୁ ବାଧ୍ୟ ହୋଇଛନ୍ତି। ତେଣୁ ଏହି ଟୁର୍ନାମେଣ୍ଟ ସବୁ ଖେଳାଳିଙ୍କୁ ଅଂଶଗ୍ରହଣ କରିବାର ସୁଯୋଗ ମିଳିବ। ଅଗଷ୍ଟ ୩ ଓ ୪ରେ ଦୁଇ ରାଉଣ୍ଡର ଷ୍ଟ୍ରୋକ୍‌ ପ୍ଲେ ଖେଳାଯିବା ପରେ ଶ୍ରେଷ୍ଠ ୬୪ ଜଣ ଖେଳାଳି ମ୍ୟାଚ୍‌- ପ୍ଲେ ପର୍ସନକୁ ଅଗ୍ରଗତି କରିବେ।
୧୬ ବର୍ଷୀୟା ଅନିକା ଏବେ ଆମେରିକାରେ ରହୁଛନ୍ତି। କୋଭିଡ୍‌-୧୯ ବିପତ୍ତିରେ ସେ ଆମେରିକାରେ ରହିବାକୁ ଶ୍ରେୟସ୍କର ମଣିଛନ୍ତି। ୨୦୨୦ ଜୁନ୍‌ ୨୪ ସୁଦ୍ଧା ମହିଳା ବିଶ୍ୱ ଆମେଚର ଗଲ୍ଫ ର଼୍ୟାଙ୍କିଙ୍ଗ୍‌ (ଡବ୍ଲ୍ୟୁଜିଏଆର)ର ଶ୍ରେଷ୍ଠ ୭୫ ଜଣ ଖେଳାଳି ଚାମ୍ପିୟନଶିପ୍‌ରେ ଅଂଶଗ୍ରହଣ କରିବେ। ଏଣ୍ଟ୍ରି ଫାଇଲ କରିବାକୁ ଆମକୁ କୁହାଯାଇଥିଲା। ଏବେ ଟୁର୍ନାମେଣ୍ଟର ଅଂଶଗ୍ରହଣ କରିବାକୁ ସୁଯୋଗ ପାଇଛୁ ବୋଲି ଆୟୋଜକ ସୂଚନା ଦେଇଛନ୍ତି। ଆମେରିକାର ରୋଜଭିଲେ ଗ୍ରାନାଇଟ୍‌ ବେ ହାଇସ୍କୁଲ୍‌ରେ ଅନିକା ଏବେ ପଢୁଛନ୍ତି। ମହାମାରୀ ଦ୍ୱାରା ଅଭ୍ୟାସ ପ୍ରଭାବିତ ହୋଇଛି ବୋଲି କହିଛନ୍ତି। ଏହି ଟୁର୍ନାମେଣ୍ଟରେ ଅଂଶଗ୍ରହଣ କରିବାର ସୁଯୋଗ ମିଳିଥିବାରୁ ସେ ଖୁସି ଜାହିର କରିଛନ୍ତି। ଆମେରିକାରେ ରହିବା ବେଳେ ଅନିକା କାକ୍‌ଟସ୍‌ ଟୁରରେ ନିୟମିତ ଭାବେ ଅଂଶଗ୍ରହଣ କରିଆସୁଥିଲେ। ୨୦୧୯ରେ ଲେଡିଜ୍‌ ୟୁରୋପିଆନ ଟୁର (ଏଲ୍‌ଇଟି) ଇଭେଣ୍ଟରେ ପଞ୍ଚମ ସ୍ଥାନରେ ରହିଥିଲେ। ଭାରତୀୟ ଦୃଷ୍ଟିକୋଣରୁ ଦେଖିବାକୁ ଗଲେ ସେ ଶ୍ରେଷ୍ଠ ଆମେଚର ଗଲ୍ଫର ବିବେଚିତ ହେଉଛନ୍ତି। ଏହି ଚାମ୍ପିୟନଶିପ୍‌ରେ ବିଶ୍ୱର ଶ୍ରେଷ୍ଠ ଗଲ୍ଫର ଅଂଶଗ୍ରହଣ କରିବାର କାର୍ଯ୍ୟକ୍ରମ ରହିଛି।


Enter your email to get our daily news in your inbox.

All Right Reserved By Dharitri.Com

ଯୁବକଙ୍କୁ ସଂଘବଦ୍ଧ ଆକ୍ରମଣ, ବଗିଚା ଭିତରୁ ମୁର୍ମୁଷୁ ଅବସ୍ଥାରେ ଉଦ୍ଧାର

ଦେବଗଡ,୧୭।୨(ଶଶାଙ୍କ ଶେଖର ଝାଙ୍କର): ତିଲେଇବଣି ବ୍ଲକ ତଥା ଦେବଗଡ ଥାନା ଅନ୍ତର୍ଗତ ଟାଇଁସର ସ୍ଥିତ ଏକ ବଗିଚା ଭିତରୁ ମୁର୍ମୁଷୁ ଅବସ୍ଥାରେ ଜଣେ ଯୁବକଙ୍କୁ ଉଦ୍ଧାର କରାଯାଇଛି…

T20 ବିଶ୍ୱକପ୍‌ରୁ ବାଦ୍ ପଡ଼ିବ କି ଅଷ୍ଟ୍ରେଲିଆ? ଦମଦାର ବିଜୟ ସହ ସୁପର-୮ରେ ଶ୍ରୀଲଙ୍କା

ନୂଆଦିଲ୍ଲୀ,୧୬।୨: ଚଳିତ T20 ବିଶ୍ୱକପ୍ ୨୦୨୬ରେ ଦେଖିବାକୁ ମିଳିଛି ଏକ ବଡ଼ ବିପର୍ଯ୍ୟୟ। ଓପନର ପଥୁମ ନିସାଙ୍କାଙ୍କ ବିଧ୍ୱଂସକାରୀ ଶତକ ବଳରେ ଶ୍ରୀଲଙ୍କା ୮ ୱିକେଟ୍‌ରେ ଅଷ୍ଟ୍ରେଲିଆକୁ…

ପୂର୍ବତନ ବିଧାୟିକା ଡା. ରାସେଶ୍ବରୀ ପାଣିଗ୍ରାହୀଙ୍କ ପରଲୋକ; ମୁଖ୍ୟମନ୍ତ୍ରୀଙ୍କ ଶୋକ

ଭୁବନେଶ୍ୱର,୧୬।୨: ସମ୍ବଲପୁରର ପୂର୍ବତନ ବିଧାୟିକା ତଥା ବିଶିଷ୍ଟ ଚିକିତ୍ସିକା ଡା. ରାସେଶ୍ବରୀ ପାଣିଗ୍ରାହୀଙ୍କର ଦେହାନ୍ତ ହୋଇଯାଇଛି। ମୃତ୍ୟୁ ବେଳକୁ ତାଙ୍କୁ ୭୯ ବର୍ଷ ବୟସ ହୋଇଥିଲା। ସମ୍ବଲପୁର…

ନକଲି ମାଓବାଦୀ ଆତ୍ମସମର୍ପଣ ଯୋଜନା ପଣ୍ଡ: ଖବରଦାତାଙ୍କ ସହ ୪ ଗିରଫ

ରାୟଗଡ଼ା,୧୬।୨(ଆଶିଷ ରଞ୍ଜନ ପଣ୍ଡା) ମାଓବାଦୀଙ୍କ ନାଁରେ ପୋଷ୍ଟର ମାରିବା ଏବଂ ନକଲି ମାଓବାଦୀଙ୍କୁ ଆତ୍ମସମର୍ପଣ କରାଇ ସରକାରୀ ଅର୍ଥ ଲୁଟ ପାଇଁ ଉଦ୍ୟମ କରିବା ଘଟଣାରେ ରାୟଗଡ଼ା…

ବଟେଶ୍ୱର ଜାଗର ମହୋତ୍ସବ: ମୋହିଲା ଛାତ୍ରୀଛାତ୍ରଙ୍କ ନୃତ୍ୟ

ଗଞ୍ଜାମ,୧୬ା୨(ବିଦ୍ୟାଧର ସାହୁ): ଗଞ୍ଜାମ ବ୍ଲକ ଅନ୍ତର୍ଗତ ପାଳିବନ୍ଧ ପଞ୍ଚାୟତର ପ୍ରସିଦ୍ଧ ବଟେଶ୍ୱର ମନ୍ଦିର ବାଲିଯାତ୍ରା ପଡିଆରେ ମହାଶିବରାତ୍ରି ଉପଲକ୍ଷେ ପ୍ରଥମଥର ପାଇଁ ଜାଗର ମହୋତ୍ସବ ଅନୁଷ୍ଠିତ ହୋଇଯାଇଛି।…

ପାଠ ଗଲା ଚୁଲିକୁ, କ୍ରିକେଟରୁ ମିଳୁଛି ଟଙ୍କା

ନୂଆଦିଲ୍ଲୀ,୧୬।୨: ଭାରତୀୟ କ୍ରିକେଟ ଜଗତରେ ଏବେ ଟଙ୍କାର ବର୍ଷା ହେଉଛି। ବହୁତ କମ୍ ବୟସରୁ ଉଦୟମାନ କ୍ରିକେଟର ମାନଙ୍କୁ କୋଟି କୋଟି ଟଙ୍କାରେ IPL ଟିମ୍ ସବୁ…

ଏହି ଷ୍ଟେସନର ବଦଳିବ କାୟାକଳ୍ପ: ଏତିକି କୋଟି ମଞ୍ଜୁର କଲେ କେନ୍ଦ୍ର ସରକାର

ଭୁବନେଶ୍ୱର,୧୬।୨: ଓଡ଼ିଶାର ରେଳ ଭିତ୍ତିଭୂମି ପାଇଁ ୯୩.୧୯ କୋଟି ଟଙ୍କା ଅନୁମୋଦନ କରିଛନ୍ତି କେନ୍ଦ୍ର ସରକାର। ଏହି ଟଙ୍କାରେ ବ୍ରହ୍ମପୁର ରେଳ ଷ୍ଟେସନର ପୁନଃ ବିକାଶ କରାଯିବ।…

ମହିଳାଙ୍କୁ ଗୋଡାଇ କାମୁଡ଼ିଲା ବିଲୁଆ

ଦିଗପହଣ୍ଡି,୧୬।୨(ଅଶେଷ ନାଥ ମିଶ୍ର): ଗଞ୍ଜାମ ଜିଲା ଦିଗପହଣ୍ଡି ସହର ୫ ନଂ ୱାର୍ଡ ପଠାଣ ଗଳି ବାସିନ୍ଦା କେ.ପାର୍ୱତୀ ଦୋରା(୪୦) ବିଲୁଆ କାମଡ଼ାରେ ଗୁରୁତର ଆହତ ହୋଇଛନ୍ତି।…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri