ବଂଶଧାରା ଉପର ମୁଣ୍ଡରେ ଆନିକଟ ଦାବି କରି ଶପଥ ନେଲା ସୁରକ୍ଷା ସମିତି

ଗୁଣପୁର,୧୨ା୪(ସୁଜାତା ପାଢ଼ୀ): ବଂଶଧାରା ଉପର ମୁଣ୍ଡରେ ଆନିକଟ ଦାବି ନେଇ ଏକ ଅଭିନବ ଢଙ୍ଗରେ ନଦୀ ତଟବର୍ତ୍ତୀ ଗ୍ରାମ ଗଜପତି ଜିଲା ସାରା ଗ୍ରାମରେ ଜଳସଂକଳ୍ପ ଯାତ୍ରା ରବିବାର ଅନୁଷ୍ଠିତ ହୋଇଥିଲା। ବଂଶଧାରା ଅବବାହିକା ସୁରକ୍ଷା ସମିତି କାର୍ଯକାରୀ ସଭାପତି ଅକ୍ଷୟ ଦାଶଙ୍କ ନେତୃତ୍ୱରେ ଗୁଣପୁର ପୌର ଉପାଧ୍ୟକ୍ଷ ଶିବପ୍ରସାଦ ଗୌଡ଼, ସାରା ପଞ୍ଚାୟତ ସମିତିସଭ୍ୟ ଜଗନ୍ନାଥ ଦୋରା, ସୁରକ୍ଷା ସମିତି ସଦସ୍ୟ ବ୍ରଜ ନାୟକ, ଭୁବନେଶ୍ୱର ନାୟକ, ଦିବାକର ପାତ୍ର, ଭାଜପାର ରାଷ୍ଟ୍ରୀୟ ପରିଷଦ ସଭ୍ୟ ଓ୍ବାଇ. ଗଣପତି, ଗୁଣପୁର ଓକିଲ ସଂଘ ସଭାପତି ରମେଶ ଲିମା ଏଂ ବିଜେଡି ସମ୍ପାଦକ ଏସ୍‌. ବାବା ପ୍ରସାଦ, ଯୁବନେତା ରାମ ପଣ୍ଡା, ଓକିଲ ଏସ୍‌. ଶିବାଜୀ, ରାଜେଶ ପାଢ଼ୀ, କିରଣ ପାଣିଗ୍ରାହୀ, ଶିବ ଡାକୁଆ, କେ. ରବିକୁମାରପ୍ରମୁଖ ସଂକଳ୍ପ ଯାତ୍ରାରେ ଭାଗ ନେଇଥିଲେ। ସେମାନଙ୍କ ସହ ସଂକଳ୍ପ କାର୍ଯ୍ୟକ୍ରମରେ ସାରା, ବାଡ଼ିଗାଁ ଗାଦିଆଖଳା ଓ ଗୁଣପୁରର ଶତାଧିକ ଜଳ ସୁରକ୍ଷାକର୍ମୀ ଓ ଜନସାଧାରଣ ଯୋଗ ଦେଇ ପୁଣ୍ୟତୋୟା ବଂଶଧାରାର ପବିତ୍ର ଜଳକୁ ହାତରେ ଧରି ନଦୀଜଳକୁ ଆନ୍ଧ୍ର ଗୁପ୍ତ ଶୋଷଣରୁ ମୁକ୍ତ କରିବା ସହ ଏକଜୁଟ୍‌ ହୋଇ ନଦୀ ଅବବାହିକା ସୁରକ୍ଷା କରିବାକୁ ଶପଥ ନେଇଥିଲେ। ଏଥିସହ ବଂଶଧାରା ଉପର ମୁଣ୍ଡରେ ଜଳ ଆନିକଟ ନିର୍ମାଣ କରି ଓଡ଼ିଶାର ୫୦ ଭାଗ ଜଳରାଶି ସଂରକ୍ଷଣ ପାଇଁ ଉପଯୁକ୍ତ ପଦକ୍ଷେପ ନେବାକୁ ଦୃଷ୍ଟି ଆକର୍ଷଣ କରି ଓଡ଼ିଶା ସରକାରଙ୍କୁ ଦାବି ଉପସ୍ଥାପନ କରିଥିଲେ। ଦାବି ହାସଲ ପର୍ଯ୍ୟନ୍ତ ଅନୁରୂପ ଦୃଷ୍ଟି ଆକର୍ଷଣ ପଦକ୍ଷେପ ଗହଣ କରିବାକୁ ସହମତି ପ୍ରକାଶ କରିଥିଲେ।

ସୂଚନାଯୋଗ୍ୟ, ଦୀର୍ଘ ଦଶନ୍ଧି ଧରି ବଂଶଧାରା ଅବବାହିକା ସୁରକ୍ଷା ସମିତି ଉପମୁଣ୍ଡରେ ଜଳ ଆନିକଟ ନିର୍ମାଣ ପାଇଁ ଆନ୍ଦୋଳନ ଚଳାଇ ଆସିଛି l ପୂର୍ବ ସରକାର ସମିତିର କର୍ମକର୍ତ୍ତାମାନଙ୍କୁ ଡାକି ବଂଶଧାରା ଉପର ମୁଣ୍ଡରେ ଆଦିଗର୍ଭ ଆଡ଼ିବନ୍ଧ ହେବ ବୋଲି ଘୋଷଣା କରି ପ୍ରାୟ ୧୧୦୦ କୋଟି ଟଙ୍କା ବ୍ୟୟ ଅଟକଳ କରିଥିଲେ। ତାହା ଏବେ ଶୀତଳଭଣ୍ଡାରରେ। ନଦୀଜଳ ବଣ୍ଟନ ନେଇ ବଂଶଧାରା ଟ୍ରିବ୍ୟୁନାଲ ରାୟପ୍ରକାଶ ପାଇଲା ପରେ ଲୋକଙ୍କ ମଧ୍ୟରେ ଅସନ୍ତୋଷ ପ୍ରକାଶ ପାଇଛି।

Dharitri – Odisha’s No.1 Odia Daily

Enter your email to get our daily news in your inbox.

All Right Reserved By Dharitri.Com

ଟଙ୍କା ଧରି ଘରକୁ ଫେରୁଥିଲେ ଗୁଡ଼ାରି ରେଞ୍ଜର, ରାସ୍ତାରେ ମାଡ଼ିବସିଲା ଭିଜିଲାନ୍ସ

ଗୁଡାରି,୧୨ା୪(ପ୍ରମୋଦ କୁମାର ପତି): ଧରାପଡ଼ିଲେ ଗୁଡ଼ାରି ରେଞ୍ଜର । ଗୁଡାରି ରେଞ୍ଜର ସୁକୁମାର ଦୁଖୁ ଓଡ଼ିଶା ଭିଜିଲାନ୍ସ ଦ୍ୱାରା ଅଟକ ରହିଛନ୍ତି । ତାଙ୍କ ନିକଟରୁ ୨…

ଜଙ୍ଗଲରେ ଲୁଚାଇ ରଖିଥିଲେ ଗଞ୍ଜେଇ, ମାଡ଼ି ବସିଲା ପୋଲିସ

ମୋହନା,୧୨।୪(ମନ୍ମଥ ମିଶ୍ର): ଘଞ୍ଚ ଜଙ୍ଗଲରେ ଲୁଚାଇ ରଖିଥିବା ବିପୁଳ ପରିମାଣର ଗଞ୍ଜେଇକୁ ଅଡ଼ବା ପୋଲିସ ରବିବାର ଜବତ କରିଛି । ଏକ ବିଶେଷ ସୂତ୍ରରୁ ଖବର ପାଇ…

ତାନ୍ତ୍ରିକର ଅମାନବୀୟ କାଣ୍ଡ, ଝଡା ଫୁଙ୍କା କରିବା ବାହାନରେ ମହିଳାଙ୍କୁ ବାରମ୍ବାର ବଳାତ୍କାର

ଲକ୍ଷ୍ନୌ,୧୨ା୪: ଉତ୍ତରପ୍ରଦେଶର ସୋନଭଦ୍ରା ଜିଲାରୁ ଏକ ଅତ୍ୟନ୍ତ ଚାଞ୍ଚଲ୍ୟକର ଘଟଣା ସାମ୍ନାକୁ ଆସିଛି । ଝଡାଫୁଙ୍କା ନାଁରେ ଜଣେ ତାନ୍ତ୍ରିକ ଜଣେ ମହିଳାଙ୍କୁ ବଳାତ୍କାର କରିଥିବା ନେଇ…

ଜଳିଗଲା ୩ ଭାଇଙ୍କ ଘର

ବେଲଗୁଣ୍ଠା,୧୨ା୪(କୃଷ୍ଣ ଚନ୍ଦ୍ର ପଟ୍ଟନାୟକ): ଗଞ୍ଜାମ ଜିଲା ବେଲଗୁଣ୍ଠା ବ୍ଲକ୍‌ ଅନ୍ତର୍ଗତ ଟିକରପଡା ମିଲ ସାହିରେ ଅଗ୍ନିକାଣ୍ଡ ଘଟି ୩ଭାଇଙ୍କ ୩ ବଖରା ଘର ପୋଡି ପାଉଁଶ ହୋଇଯାଇଛି।…

ଶାନ୍ତି ଆଲୋଚନା ବିଫଳ ହେବା ପରେ ରାଗିଗଲେ ଟ୍ରମ୍ପ! ଇରାନକୁ ଚରମବାଣୀ, ‘ପରମାଣୁ ବୋମା…’

ଓ୍ବାଶିଂଟନ,୧୨ା୪: ମଧ୍ୟପ୍ରାଚ୍ୟରେ ଚାଲିଥିବା ସଂଘର୍ଷକୁ ବନ୍ଦ କରିବା ଉଦ୍ଦେଶ୍ୟରେ ପାକିସ୍ତାନର ଇସଲାମାବାଦରେ ଇସ୍ରାଏଲ, ଆମେରିକା ଏବଂ ଇରାନ ମଧ୍ୟରେ ହୋଇଥିବା ଆଲୋଚନା ବୈଠକ ସମ୍ପୁର୍ଣ୍ଣ ଭାବେ ଫେଲ୍…

SBI ଗ୍ରାହକ ହୁଅନ୍ତୁ ସତର୍କ!ଟଙ୍କା ରଖିଥିଲେ ଜାଣି ନିଅନ୍ତୁ…

ଦେଶରେ ସର୍ବବୃହତ ସାର୍ବଜନୀନ ବ୍ୟାଙ୍କ ଭାବରେ ଏସବିଆଇର ଆଦୃତି ରହିଛି । ଅନେକ ଲୋକମାନଙ୍କ ଏହି ବ୍ୟାଙ୍କରେ ବିଭିନ୍ନ ଆକାଉଣ୍ଟ ରହିଛି । ବର୍ତ୍ତମାନ ବ୍ୟାଙ୍କ ଗୋଟିଏ…

ଲକ୍ଷ୍ନୌକୁ ହରାଇଲା ଗୁଜରାଟ

ଲକ୍ଷ୍ନୌ,୧୨ା୪: ପ୍ରସିଦ୍ଧ କ୍ରିଷ୍ଣାଙ୍କ ଦମ୍‌ଦାର ବୋଲିଂ ବଳରେ ଗୁଜରାଟ ଟାଇଟନ୍ସ ୭ ଉଇକେଟରେ ଲକ୍ଷ୍ନୌ ସୁପର ଜାଏଣ୍ଟ୍ସ(ଏଲ୍‌ଏସ୍‌ଜି)କୁ ପରାସ୍ତ କରିଛି। ଏହା ଗୁଜରାଟର ୪ ମ୍ୟାଚ୍‌ରେ ଦ୍ୱିତୀୟ…

ଜଳିଗଲା ୩ ପରିବାରର ଗୁହାଳ ଘର, ୨ ବଳଦ ଜୀବନ୍ତ ଦଗ୍ଧ 

ଦିଗପହଣ୍ଡି,୧୨।୪(ଅଶେଷ ନାଥ ମିଶ୍ର): ଗଞ୍ଜାମ ଜିଲା ଦିଗପହଣ୍ଡି ବ୍ଳକ କଇଠଖଣ୍ଡି ପଞ୍ଚାୟତ ବୋରିପଦର ଗ୍ରାମରେ ଅଗ୍ନିକାଣ୍ଡ । ରବିବାର ଅପରାହ୍ନରେ ନିଆଁ ଲାଗି ୩ଟି ପରିବାରର ଗୁହାଳ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri