‘ଅନୁଗୋଳ ବନସାଥୀ’ ଆପ୍‌ ଉଦ୍‌ଘାଟିତ

ଅନୁଗୋଳ ଅଫିସ, ୨୮ା୬: ଚଲାପଥ ଛାଡ଼ି ହାତୀ ଜନବସତି ଆଡ଼େ ଯାଉଥିଲେ ଏବେ ଆଗୁଆ ସତର୍କ କରିହେବ ଲୋକଙ୍କୁ। ଏହାଦ୍ୱାରା ହାତୀ ସହ ମଣିଷର ମୁହାଁ ମୁହିଁ କୁ ଏଡ଼ାଇ ଦିଆଯିବା ସହ ହାତୀକୁ ଜଙ୍ଗଲ ମଧ୍ୟକୁ ତୁରନ୍ତ ଘଉଡ଼ାଇ ଦିଆଯାଇପାରିବ। ତେବେ ଏସବୁ ସମ୍ଭବ କରିବାରେ ବନ ବିଭାଗକୁ ସହଯୋଗ କରିବେ ସ୍ଥାନୀୟ ଜନସାଧାରଣ। ଏଥିପାଇଁ ବନ ବିଭାଗ ପକ୍ଷରୁ ‘ଅନୁଗୋଳ ବନସାଥୀ’ ମୋବାଇଲ୍‌ ଆପ୍‌ ବିକଶିତ କରାଯାଇଥିବା ବେଳେ ଶନିବାର ଅନୁଗୋଳ ବନଖଣ୍ଡରେ ଏହାର ଆରମ୍ଭ କରାଯାଇଛି।
ଅନୁଗୋଳ ବନଖଣ୍ଡ ଅଧିକାରୀ ଭି.କାର୍ତ୍ତିକଙ୍କ ଉପସ୍ଥିତିରେ ଅନୁଗୋଳ ରେଞ୍ଜର କଲେଜ୍‌ରେ ଏହି ମୋବାଇଲ୍‌ ଆପ୍‌ର ଉଦ୍‌ଘାଟନ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଥିଲା। ଏଥିରେ କଲେଜର କର୍ମଚାରୀମାନେ ଉପସ୍ଥିତ ଥିଲେ। ଜିଲାର ଅନୁଗୋଳ, ବଅଁରପାଳ, ତାଳଚେର, କାଣିହଁା ଓ ଛେଣ୍ଡିପଦା ରେଞ୍ଜରେ ଏହି ବନସାଥୀ ଆପ୍‌ କାର୍ଯ୍ୟ କରିବ। ଗୁଗୁଲ ପ୍ଲେ ଷ୍ଟୋରରୁ ଏହି ଆପ୍‌ ମାଗଣାରେ ସ୍ଥାନୀୟ ଲୋକେ ଡାଉନ୍‌ଲୋଡ କରିବା ସହ ଏଥିରେ ଯୋଡ଼ି ହୋଇପାରିବେ ବୋଲି ବନଖଣ୍ଡ ଅଧିକାରୀ କାର୍ତ୍ତିକ ପ୍ରକାଶ କରିଛନ୍ତି। ସେ କହିଛନ୍ତି, ଏହି ଆପ୍‌ ଦ୍ୱାରା ବନ୍ୟଜନ୍ତୁ ଓ ମଣିଷଙ୍କ ମଧ୍ୟରେ ଅନେକ ସମୟରେ ଉପୁଜୁଥିବା ମୁହାଁ ମୁହିଁ  ସ୍ଥିତିକୁ ରୋକିହେବ। ବନ୍ୟଜନ୍ତୁମାନଙ୍କ ଗତିବିଧି ସମ୍ବନ୍ଧୀୟ ସୂଚନା ପ୍ରଭାବିତ ହେଉଥିବା ଗ୍ରାମର ଲୋକଙ୍କ ନିକଟରେ ପହଞ୍ଚାଇହେବ। ସ୍ଥାନୀୟ ଲୋକେ ମଧ୍ୟ ଆପ୍‌ ମାଧ୍ୟମରେ ବନ୍ୟଜନ୍ତୁଙ୍କ ସୂଚନା ବିଭାଗକୁ ଦେଇପାରିବେ। ଏଥିପାଇଁ ଅନୁଗୋଳ ବନଖଣ୍ଡରେ କେନ୍ଦ୍ରୀୟ ନିୟନ୍ତ୍ରଣ କକ୍ଷ ରହିବ। ଲୋକେ ଟୋଲ ଫ୍ରି ନମ୍ବର-୧୮୦୦୩୧୫୫୫୫୫କୁ କଲ୍‌ କରି ଜଙ୍ଗଲ ଓ ବନ୍ୟଜନ୍ତୁଙ୍କ ସମ୍ପର୍କରେ ତଥ୍ୟ ପ୍ରଦାନ କରିପାରିବେ। ଏହି ଆପ୍‌ ବନ୍ୟଜନ୍ତୁଙ୍କ ସମ୍ପର୍କରେ ସୂଚନା, ଅଭିଯୋଗ ପଞ୍ଜୀକରଣ ସହ ସମାଧାନ ଓ ଚାରା ଆବଶ୍ୟକତା ଆଦି ୩ ପ୍ରକାର ସେବା ଦେଇପାରିବ ବୋଲି ବନଖଣ୍ଡ ଅଧିକାରୀ କାର୍ତ୍ତିକ ପ୍ରକାଶ କରିଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

ପର୍ଯ୍ୟଟକଙ୍କୁ ଦୂରଦୂରାନ୍ତରୁ ଟାଣିଆଣୁଛି ଦାରିଙ୍ଗବାଡ଼ି, ମୌଳିକ ସୁବିଧା ପାଇଁ ନିବେଦନ

ଦାରିଙ୍ଗବାଡ଼ି,୧୪ା୧୨(ଅରୁଣ ସାହୁ): ଓଡ଼ିଶାର କଶ୍ମୀର କୁହାଯାଉଥିବା ଦାରିଙ୍ଗବାଡ଼ି ସମେତ ତା’ର ଆଖପାଖରେ ପର୍ଯ୍ୟଟକଙ୍କ ଭିଡ଼ ଦେଖିବାକୁ ମିଳିଛି। ଏଭଳି ଏକ ପର୍ଯ୍ୟଟନକ୍ଷେତ୍ର ଦାରିଙ୍ଗବାଡ଼ିଠାରୁ ମାତ୍ର ୨୨...

ଉଦ୍ଧାର ହାତୀ ଛୁଆ ନନ୍ଦନକାନନ ସ୍ଥାନାନ୍ତର

କେନ୍ଦୁଝର,୧୪।୧୨(ନରେଶ ଚନ୍ଦ୍ର ପଟ୍ଟନାୟକ): କେନ୍ଦୁଝରରୁ ରବିବାର ସକାଳେ ଏକ ହାତୀ ଛୁଆ ଉଦ୍ଧାର ହୋଇଛି। ପିସିସିଏଫ (ବନ୍ୟପ୍ରାଣୀ)ଙ୍କ ନିର୍ଦ୍ଦେଶ ଅନୁଯାୟୀ, ଉକ୍ତ ଛୁଆକୁ ବନ ବିଭାଗ...

ବଡାଖାନା କାର୍ଯ୍ୟକ୍ରମ: ସଫେଇ କର୍ମଚାରୀଙ୍କୁ ଖାଦ୍ୟ ପରଷିଲେ ଅଧ୍ୟକ୍ଷ

କେସିଙ୍ଗା,୧୪।୧୨(ତୁମେଶ୍ୱର ସାହୁ): କଳାହାଣ୍ଡି ଜିଲା କେସିଙ୍ଗା ଏଏନସି ପରିସରରେ ବଡାଖାନା କାର୍ଯ୍ୟକ୍ରମ ରବିବାର ଅନୁଷ୍ଠିତ ହୋଇଯାଇଛି। ଏଥିରେ ଅଧ୍ୟକ୍ଷ ନୃପରାଜ ଯାଦବ ସଭାପତିତ୍ୱ ଭାବେ ଯୋଗଦେଇ...

ବରଗଡ଼ ବିଧାୟକଙ୍କ ମହାନତା: ନବୀନଙ୍କ ପରେ ବର୍ଦ୍ଧିତ ଦରମାକୁ ଜନସେବାରେ ଲଗାଇବେ

ବରଗଡ଼,୧୪।୧୨(ପ୍ରେମାନନ୍ଦ ଖମାରୀ): ରାଜ୍ୟରେ ବିଧାୟକଙ୍କ ଦରମା ବୃଦ୍ଧି ପ୍ରସଙ୍ଗ ଏବେ ସବୁଆଡେ ଚର୍ଚ୍ଚାର ବିଷୟ ହୋଇଛି। ରାଜ୍ୟରେ ପ୍ରଥମଥର ପାଇଁ ଭାଜପା ଶାସନକୁ ଆସିଛି। ତେଵେ...

ସହରର ବିକାଶ ପାଇଁ ଅଣ୍ଟା ଭିଡ଼ିଲେ ନିର୍ବାହୀ ଅଧିକାରୀ, ଜବରଦଖଲକାରୀଙ୍କ ମଧ୍ୟରେ ଛନକା

ପୁରୁଷୋତ୍ତମପୁର,୧୪ା୧୨(ସବିତା ମିଶ୍ର): ଅବହେଳିତ ଭାବରେ ପଡ଼ିରହିଥିବା ଗଞ୍ଜାମ ଜିଲା ପୁରୁଷୋତ୍ତମପୁର ଏନ୍‌ଏସିର ବିକାଶ ଲାଗି ଅଣ୍ଟାଭିଡ଼ିଛନ୍ତି ନିର୍ବାହୀ ଅଧିକାରୀ ସଙ୍ଗୀତା ସେଠୀ। ସହର ମଧ୍ୟରେ ଓ...

ଜି.ଉଦୟଗିରିରେ ତୁଷାରପାତ ସହ ପ୍ରବଳ ଶୀତ

ଜି.ଉଦୟଗିରି,୧୪।୧୨(ଶିଶିର ପଟ୍ଟନାୟକ/ଚିନ୍ମୟ କୁମାର ସେଠୀ): ରଜ୍ୟର ସବୁଠାରୁ ଥଣ୍ଡା ସହର କନ୍ଧମାଳ ଜିଲା ଜି.ଉଦୟଗିରି। ଉକ୍ତ ଅଞ୍ଚଳରେ ହାଡ଼ଭଙ୍ଗା ଶୀତ ଲାଗି ଅସ୍ତବ୍ୟସ୍ତ ଅଞ୍ଚଳବାସୀ। ତୁଷାରପାତ...

ଶ୍ରୀମନ୍ଦିରକୁ ସୁରକ୍ଷା ଦେଉଥିବା ମେଘନାଦ ପାଚେରି ଅସୁରକ୍ଷିତ: ଗଳୁଛି ପାଣି

ପୁରୀ ୧୪।୧୨( ଅଜିତ୍‌ କୁମାର ମହାନ୍ତି ): ଶ୍ରୀମନ୍ଦିର ମେଘନାଦ ପ୍ରାଚୀର ବିପଦରେ ଥିବା ଦେଖିବାକୁ ମିଳିଛି । ମେଘନାଦ ପାଚେରି ଯୋଡେଇ ଫାଟ ହୋଇ...

ଦାରିଙ୍ଗବାଡିରେ ଅସହ୍ୟ ଶୀତ: ଚତୁର୍ଥ ଦିନରେ ତୁଷାରପାତ 

ଦାରିଙ୍ଗବାଡି,୧୪।୧୨ (ଅରୁଣ ସାହୁ): ଓଡିଶାର କଶ୍ମୀର କୁହାଯାଉଥିବା ଦାରିଙ୍ଗବାଡିରେ ଗତ କିଛିଦିନ ହେଲା କାଶ୍ମୀର ଭଳି ପରିସ୍ଥିତି ଦେଖାଯାଇଛି। ରବିବାରକୁ ମିଶାଇ ଗତ ଚାରିଦିନ ଧରି...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri