ପୋଷା କୁକୁରକୁ ‘କୁକୁର’ କହିବାରୁ ବୃଦ୍ଧଙ୍କୁ ହତ୍ୟା କଲେ ପଡ଼ୋଶୀ

ଚେନ୍ନାଇ,୨୧ା୧: ପୋଷା କୁକୁରକୁ ଜଣେ ବୃଦ୍ଧ କୁକୁର କହିବାରୁ ତାଙ୍କୁ ଅତ୍ୟନ୍ତ ନିର୍ମମ ଭାବେ ହତ୍ୟା କରାଯାଇଛି। ଏପରି ଅଭାବନୀୟ ଘଟଣା ଦେଖିବାକୁ ମିଳିଛି ତାମିଲନାଡୁର ଡିନଡିଗୁଲ ଜିଲାରେ।

ପୋଲିସର ସୂଚନାନୁସାରେ, ତାମିଲନାଡୁର ଡିଣ୍ଡିଗୁଲ ଜିଲାର ତାଡିକମ୍ବୁ ଥାନା ଅନ୍ତର୍ଗତ ଉଲାଗାମ୍ପାଟିଆର୍କୋଟାମର ବାସିନ୍ଦା ରାୟପ୍ପନ (୬୨) ପଡ଼ୋଶୀଙ୍କ କୁକୁରର ଦିଆଯାଇଥିବା ନାଁରେ ନ ଡାକି କେବଳ କୁକୁର ବୋଲି ସମ୍ବୋଧନ କରୁଥିଲେ। କୁକୁରର ମାଲିକ ନିର୍ମଳା ଫାତିମା ରାନୀ, ତାଙ୍କ ପୁଅ ଡାନିଏଲ ଏବଂ ଭିନ୍ସେଣ୍ଟ ଏପରି ନ ଡାକିବାକୁ ବାରମ୍ବାର ଚେତାବନୀ ଦେଉଥିଲେ। କିନ୍ତୁ ରାୟପ୍ପନ କୁକୁରକୁ ଏକ ବେଲ୍ଟରେ ବାନ୍ଧି ରଖିବାକୁ କହୁଥିଲେ। ସେମାନେ କୁକୁରକୁ ଖୋଲା ଛାଡ଼ି ଦେଉଥିବାରୁ କୁକୁରକୁ ବାନ୍ଧି ରଖ ବୋଲି ରାୟପ୍ପନ କହୁଥିଲେ।

ତେବେ ଗୁରୁବାର ତାଙ୍କ ନାତି କେଲଭିନଙ୍କୁ ତାଙ୍କ ନିକଟସ୍ଥ ଚାଷଜମିରେ ବୋରଓ୍ବେଲ ବନ୍ଦ କରିବାକୁ କହିଥିଲେ। ପଡ଼ୋଶୀଙ୍କ କୁକୁର ବାହାରେ ବୁଲୁଛି ସାବଧାନରେ ଯିବାକୁ ସେ ତାଙ୍କ ନାତିଙ୍କୁ କହିଥିଲେ। ଏହା ଶୁଣିଦେଇଥିଲେ ପଡ଼ୋଶୀ ନିର୍ମଳା ଏବଂ ତାଙ୍କ ଦୁଇ ପୁଅ। ଏଥିରେ ନିର୍ମଳାଙ୍କ ପୁଅ କ୍ରୋଧିତ ହୋଇ ରାୟପ୍ପନଙ୍କ ଛାତିରେ ଏକ ପଥର ଫିଙ୍ଗିଥିଲେ। ତାଙ୍କୁ କହିଥିଲେ ତୁମକୁ କେତେଥର କହିଛୁ ଆମ କୁକୁର ନାଁ ଧରି ଡାକିବ। କୁକୁର କହିବନି। ରାୟପ୍ପନ ପଡ଼ିଯାଇ ଘଟଣାସ୍ଥଳରେ ମୃତ୍ୟୁବରଣ କରିଥିଲେ। ଘଟଣା ପରଠାରୁ ନିର୍ମଳାଙ୍କ ପରିବାର ଫେରାର ଥିଲେ। ସୂଚନା ପାଇବା ପରେ ପୋଲିସ ନିର୍ମଳାଙ୍କ ପରିବାରକୁ ଟ୍ରାକ୍‌ କରି ଶୁକ୍ରବାର ୩ ଜଣଙ୍କୁ ଗିରଫ କରିଛି।


Enter your email to get our daily news in your inbox.

All Right Reserved By Dharitri.Com

ଐତିହାସିକ ରେକର୍ଡସ୍ତରରେ ରୁପା ମୂଲ୍ୟ: ପ୍ରଥମଥର ଟପିଲା ୨.୫ ଲକ୍ଷ

ନୂଆଦିଲ୍ଲୀ,୨୯।୧୨:ବର୍ଷ ଶେଷ ହେବାର କିଛି ଦିନ ପୂର୍ବରୁ ରୁପା ମୂଲ୍ୟ ଇତିହାସ ସୃଷ୍ଟି କରିଛି। ଦେଶର ଫ୍ୟୁଚର୍ସ ବଜାରରେ ପ୍ରଥମ ଥର ପାଇଁ ରୂପା ମୂଲ୍ୟ...

ଏହି ପ୍ରସିଦ୍ଧ କ୍ରିକେଟର୍‌ଙ୍କ ପରଲୋକ: କ୍ରିକେଟ୍‌ ଜଗତରେ ଖେଳିଗଲା ଶୋକର ଛାୟା

ଲଣ୍ଡନ,୨୯।୧୨: ଇଂଲଣ୍ଡ କ୍ରିକେଟକୁ ଏକ ବଡ଼ ଝଟକା ଲାଗିଛି। ପୂର୍ବତନ ଇଂଲଣ୍ଡ କ୍ରିକେଟର ଏବଂ ଇଂଲଣ୍ଡ ଏବଂ ୱେଲ୍ସ କ୍ରିକେଟ ବୋର୍ଡ (ECB)ର ପୂର୍ବତନ ସିଇଓ...

ରାତି ଅନିଦ୍ରା ହୋଇ ୪ ଚୋରଙ୍କୁ ଧରିଲେ ଗ୍ରାମବାସୀ, ଆଉ ତା’ ପରେ…

ଜଗନ୍ନାଥପ୍ରସାଦ,୨୯ା୧୨: ଗଞ୍ଜାମ ଜିଲା ଜଗନ୍ନାଥପ୍ରସାଦ ଥାନା ଅନ୍ତର୍ଗତ ଅଳସୁ ଗ୍ରାମରେ ୪ ଜଣଙ୍କୁ ଚୋର ଭାବି ଗାଁ ଲୋକେ ଧରି ପୋଲିସ ଜିମା ଦେଇଛନ୍ତି। ୪...

ବଡ଼ ଟ୍ରେନ ଦୁର୍ଘଟଣା: ୧୩ ମୃତ୍ୟୁ, ଟ୍ରେନ୍‌ରେ ଥିଲେ ୨୪୧ ଯାତ୍ରୀ

ମେକ୍ସିକୋ,୨୯।୧୨: ମେକ୍ସିକୋରେ ଏକ ବଡ଼ ଟ୍ରେନ ଦୁର୍ଘଟଣା ଘଟିଛି। ଦେଶର ଓଆକ୍ସାକା ରାଜ୍ୟରେ ଏକ ଅନ୍ତଃସାଗରୀୟ ଟ୍ରେନ ଲାଇନଚ୍ୟୁତ ହେବା ଫଳରେ ଅତି କମରେ ୧୩...

ବନ୍ଦ ହେବ ରୁଷିଆ-ୟୁକ୍ରେନ ଯୁଦ୍ଧ! ୩ ଘଣ୍ଟା ଚାଲିଲା ଟ୍ରମ୍ପ-ଜେଲେନସ୍କି ସାକ୍ଷାତ, ଜାଣନ୍ତୁ କ’ଣ କହିଲେ ଟ୍ରମ୍ପ

ଓ୍ବାଶିଂଟନ୍‌,୨୯।୧୨:ଆମେରିକା ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ ଏବଂ ୟୁକ୍ରେନ ରାଷ୍ଟ୍ରପତି ଭୋଲୋଡିମିର ଜେଲେନସ୍କି ଏକ ଗୁରୁତ୍ୱପୂର୍ଣ୍ଣ ବୈଠକ କରିଛନ୍ତି। ଏହି ବୈଠକ ୟୁକ୍ରେନ-ରୁଷିଆ ଯୁଦ୍ଧର ଅନ୍ତ ପାଇଁ...

ବିବାହ କରିବାକୁ ଯାଉଥିଲେ ନିଶ୍ଚିତ ଯାଞ୍ଚ କରନ୍ତୁ ଏସବୁ, ନଚେତ୍‌ ପରେ କରିବେ ପଶ୍ଚାତାପ

ବିବାହ ହେଉଛି ଜୀବନର ସବୁଠାରୁ ବଡ଼ ତଥା ଗୁରୁତ୍ୱପୂର୍ଣ୍ଣ ନିଷ୍ପତ୍ତି ମଧ୍ୟରୁ ଗୋଟିଏ। ଏହା କେବଳ ଦୁଇଟି ଲୋକ ମଧ୍ୟରେ ସୀମିତ ସମ୍ପର୍କ ନୁହେଁ। ଦୁଇଟି...

କଂସ ବ୍ୟସ୍ତବିବ୍ରତ, ଆଜି ରଙ୍ଗସଭା

ମଥୁରାନଗରୀ/ଗୋପପୁର,୨୯ା୧୨ (ପ୍ରେମାନନ୍ଦ ଖମାରୀ:ରବିବାର ଥିଲା ବୃହତ୍‌ ମୁକ୍ତାକାଶ ରଙ୍ଗମଞ୍ଚ ବରଗଡ଼ ଧନୁଯାତ୍ରା ମହୋତ୍ସବର ପଞ୍ଚମ ଦିବସ। ଉଭୟ ମଥୁରାନଗରୀ ଏବଂ ଗୋପପୁର ଦୃଶ୍ୟାଭିନୟ ଚିତ୍ତାକର୍ଷକ ଥିଲା।...

ଫ୍ରେଞ୍ଚ ଅଭିନେତ୍ରୀ ବ୍ରିଗିଟ୍ଟେ ବାର୍ଡୋଟଙ୍କ ପରଲୋକ

ପ୍ୟାରିସ୍‌,୨୯ା୧୨:୫୦ ଦଶକରେ ଫ୍ରେଞ୍ଚ୍‌ ସିନେମାରେ ବିପ୍ଳବ ଆଣିବା ସହ ଯୌନ ଉଦାରତାର ପ୍ରତୀକ ପାଲଟିଥିବା ଅଭିନେତ୍ରୀ ବ୍ରିଗିଟ୍ଟେ ବାର୍ଡୋଟଙ୍କର ପରଲୋକ ହୋଇଯାଇଛି। ତାଙ୍କୁ ୯୧ ବର୍ଷ...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri