ଶ୍ରୀଲଙ୍କା ସ୍ଥିତିକୁ ନେଇ ଟୁଇଟ୍ କଲା ଆମେରିକା

କଲମ୍ବୋ,୧୦ ।୫: ଶ୍ରୀଲଙ୍କାରେ ଆର୍ଥିକ ଓ ରାଜନୈତିକ ସଙ୍କଟ କାରଣରୁ ସ୍ଥିତି ଏକଦମ ବିଗିଡି ଯାଇଛି । ଦେଶବ୍ୟାପି ଏବେ ସରକାରଙ୍କ ବିରୋଧରେ ପ୍ରଦର୍ଶନ ଜାରି ରହିଛି । ପ୍ରଧାନମନ୍ତ୍ରୀ ମହିନ୍ଦା ରାଜପାକ୍‌ସେ ଇସ୍ତଫା ଦେବା ପରେ ବି ପ୍ରଦର୍ଶନକାରୀ ମନ୍ତ୍ରୀଙ୍କ ଘରେ ନିଆଁ ଲଗାଇଦେବା ଫଳରେ ୫ ଜଣଙ୍କ ମୃତ୍ୟୁ ହୋଇଥିବା ସୂଚନା ମିଳିଛି । ଏହାକୁ ନେଇ ଏବେ ଆମେରିକାର ପ୍ରତିକ୍ରିୟା ସାମ୍ନାକୁ ଆସିଛି । ନିର୍ଦ୍ଦୋଷ ଦର୍ଶକ ଓ ଶାନ୍ତିପୂର୍ଣ୍ଣ ପ୍ରଦର୍ଶନକାରୀଙ୍କ ବିରୋଧରେ ହିଂସାକୁ ନେଇ ଆମେରିକା ଚିନ୍ତା ପ୍ରକଟ କରିଛି । ଏହାସହ ସମସ୍ତ ଶ୍ରୀଲଙ୍କାବସୀଙ୍କୁ ଦେଶର ରାଜନୈତିକ ଓ ଆର୍ଥିକ ସ୍ଥିତିର ଦୀର୍ଘକାଳୀନ ସମାଧାନ ଖୋଜିବାକୁ ଓ ସକ୍ଷମ କରିବା ଉପରେ ନଜର ଦେବାକୁ ଆମେରିକା ଅପିଲ କରିଛି ।
ସୂଚନାଯୋଗ୍ୟ, ସାରା ଦେଶରେ ଚାଲିଥିବା ବିରୋଧ ପ୍ରଦର୍ଶନ ମଧ୍ୟରେ ପ୍ରର୍ଶନକାରୀ ରାଗରେ କେତେଜଣ ନେତାଙ୍କ ଘରେ ନିଆଁ ଲଗାଇଦେବା ଫଳରେ ୫ ଜଣଙ୍କ ମୃତ୍ୟୁ ହୋଇଥିବା ସୂଚନା ମିଳିଛି ।

Share