Categories: ଜାତୀୟ

ରାଗି ଖରାପ ମାଇକ୍‌କୁ ମଞ୍ଚରେ ବଙ୍କା କରିଦେଲେ ମନ୍ତ୍ରୀ, ଭିଡ଼ିଓ ଭାଇରାଲ…

ବକ୍ସର,୧୩।୧୧ : ବକ୍ସରରେ ଶ୍ରୀ ରାମ କର୍ମଭୂମି ନ୍ୟାସ ଦ୍ୱାରା ଆୟୋଜିତ ଏକ କାର୍ଯ୍ୟକ୍ରମରେ କେନ୍ଦ୍ର ମନ୍ତ୍ରୀ ଅଶ୍ୱିନୀ ଚୌବେ ତାଙ୍କ ମାଇକ କାମ ନ କରିବାରୁ ରାଗି ଯାଇଥିଲେ। ଏବେ ତାଙ୍କର ଏହି ଭିଡିଓ ସୋସିଆଲ ମିଡ଼ିଆରେ ଭାଇରାଲ ହେବାରେ ଲାଗିଛି। ସନ୍ଥଙ୍କ ଦ୍ୱାରା କରାଯାଉଥିବା ପ୍ରଜ୍ଞା ପରବାହ ପରିଚାଳନା କରୁଥିବା ଜିଆର୍‌ ସ୍ବାମୀଙ୍କ ଦ୍ୱାରା ଚୌବେଙ୍କୁ କହିବା ପାଇଁ ଦୁଇ ମିନିଟ ସମୟ ଦିଆଯାଇଥିଲା।

ସେ ମାଇକ ନିକଟରେ ପହଞ୍ଚିବା ମାତ୍ରେ ମାଇକ କାମ କରି ନ ଥିଲା। ତେବେ ସେଠାରେ ତୁରନ୍ତ ଦ୍ୱିତୀୟ ମାଇକ ବ୍ୟବସ୍ଥା କରାଯାଇଥିଲା। କିନ୍ତୁ ଏନେଇ କ୍ରୋଧିତ ହୋଇ ସେ ସେଠାରେ ଉପସ୍ଥିତ ଥିବା ବ୍ୟକ୍ତିଙ୍କୁ ତାଗିଦ କରି ଧକ୍କା ଦେଇଥିଲେ। ଏହା ସହିତ ସେ ରାଗରେ ମାଇକ୍‌କୁ ବଙ୍କା କରି ଦେଇଥିଲେ।

Share