Categories: ଜାତୀୟ

ଭାରତୀୟ କୃଷକ ସଂଗଠନରୁ ବିଦା ହେଲେ ରାକେଶ ଟିକାଏତ

ନୂଆଦିଲ୍ଲୀ,୧୫।୫: ବିବାଦୀୟ କୃଷି ଆଇନ ବିରୋଧରେ ଦୀର୍ଘ ଦିନ ଧରି ଚାଷୀଙ୍କ ଆନ୍ଦୋଳନର ସ୍ଥାପତ୍ୟ ରହିଆସିଥିବା ଭାରତୀୟ କୃଷକ ସଂଗଠନରେ ଫାଟ ଦେଖାଦେଇଛି। ଦେଶର ଏହି ବଡ କୃଷକ ସଂଗଠନ ଏବେ ଦୁଇ ଭାଗ ହୋଇଯାଇଛି। ସବୁଠାରୁ ଗୁରୁତ୍ୱପୂର୍ଣ୍ଣ କଥା ହେଉଛି କୃଷକ ଆନ୍ଦୋଳନର ପ୍ରମୁଖ ଚେହେରା ଥିବା ରାକେଶ ଟିକାଏତ ଏବଂ ତାଙ୍କ ଭାଇ ନରେଶ ଟିକାଏତଙ୍କୁ ସଂଗଠନରୁ ଅଲଗା କରିଦିଆଯାଇଛି। ଚୌଧୁରୀ ମହେନ୍ଦ୍ର ସିଂ ଟିକାଏତଙ୍କ ଶ୍ରାଦ୍ଧବାର୍ଷିକୀ ଅବସରରେ ସଂଗଠନରେ ବଡ଼ ପରିବର୍ତ୍ତନ କରାଯାଇଛି।
ରାଜେଶ ସିଂ ଚୌହାନଙ୍କ ଅଧ୍ୟକ୍ଷତାରେ ଲକ୍ଷ୍ନୌରେ ଭାରତ କୃଷକ ସଂଗଠନର ଏକ ବୈଠକ ଅନୁଷ୍ଠିତ ହୋଇଥିଲା। ଏଥିରେ ଭାରତ କୃଷକ ସଂଗଠନ (ଆପୋଲିଟିକାଲ) ଗଠନ କରିବାକୁ ନିଷ୍ପତ୍ତି ନିଆଯାଇଛି। ଏହି ସଂଗଠନର ସଭାପତି ନିଜେ ରାଜେଶ ସିଂ ଚୌହାନ ରହିବେ ବୋଲି ଜଣାପଡିଛି। ଏ ପର୍ଯ୍ୟନ୍ତ ନରେଶ ସିଂ ଟିକାଏତ ଭାରତ କୃଷକ ସଂଗଠନର ସଭାପତି ଥିଲେ। ଭାରତ କୃଷକ ସଂଗଠନର ଏହି ବୈଠକରେ ନରେଶ ଟିକାଏତ ଏବଂ ରାକେଶ ଟିକାଏତ ଉପସ୍ଥିତ ନ ଥିଲେ।
ରାଷ୍ଟ୍ରୀୟ କାର୍ଯ୍ୟର୍ନିବାହୀ ଏହି ବୈଠକରେ ଅଂଶଗ୍ରହଣ କରିଥିବା ସମସ୍ତ କୃଷକ ନେତା ବିଶେଷ କରି ରାକେଶ ଟିକାଇଏଙ୍କ ଉପରେ ଅସନ୍ତୋଷ ପ୍ରକାଶ କରିଛନ୍ତି। ରାକେଶ କୃଷକ ଆନ୍ଦୋଳନରେ ବ୍ୟକ୍ତିଗତ ଲାଭ ଉଠାଇଥିବା ସେମାନେ ଅଭିଯୋଗ କରିଛନ୍ତି।

Share