Categories: ଫୁରସତ

ଝିଅକୁ କୋଳରେ ଧରି ଫଟୋ ଉଠାଉଥିଲେ ଏହି ବ୍ୟକ୍ତି, ପଛରୁ ଆସି ହାତୀ କଲା ଏମିତି

ଜୀବଜନ୍ତୁଙ୍କ ସହ ଫଟୋ ଉଠାଇବା ବିପଦପୂର୍ଣ୍ଣ। କାରଣ କେତେବେଳେ ଏମାନଙ୍କ ମୁଣ୍ଡକୁ କ’ଣ ଜୁଟେ ତା’ର କଳନା କରିବା କାଠିକର ପାଠ। ଏବେ ଏମିତି ଜଣେ ବ୍ୟକ୍ତିଙ୍କ କ୍ଷେତ୍ରରେ ଘଟିଛି। ବ୍ୟକ୍ତି ଜଣକ ଚିଡ଼ିଆଖାନା ବୁଲିବାକୁ ଯାଇଥିଲେ। ଝିଅକୁ କୋଳରେ ଧରି ଫଟୋ ଉଠାଉଥିଲେ। ଏହି ସମୟରେ ହାତୀଟି ପଛରୁ ରାଗି କି ଆସି ଶୁଣ୍ଢରେ ମାରିବାକୁ ଉଦ୍ୟମ ହେବା ସମୟରେ ବ୍ୟକ୍ତି ଜଣକ ଜାଣିପାରି ଦୌଡ଼ିଥିଲେ। ଫଳରେ ତାଙ୍କ ହାତରୁ ଝିଅଟି ଖସିପଡ଼ିଥିଲା। ସେ ପୁଣି ଝିଅକୁ ନିଜ କୋଳକୁ ଉଠାଇ ଆଣି ଦୌଡ଼ି ପଳାଇ ଆସିଲେ। ଏହି ଦୃଶ୍ୟ ଦେଖି ସେଠାରେ ଉପସ୍ଥିତ ଥିବା ଅନ୍ୟ ପର୍ଯ୍ୟଟକମାନେ ଆଶ୍ଚର୍ଯ୍ୟ ହୋଇଯାଇଥିଲେ।

ଏହାର ଏକ ଭିଡିଓକୁ ଶାନ୍ତି ନାମକ ଜଣେ ୟୁଜର ସୋସିଆଲ ମିଡିଆରେ ଶେୟାର କରିଛନ୍ତି। ପରେ ଏହା ବେଶ୍‌ ଭାଇରାଲ ହେବାରେ ଲାଗିଛି। ଭିଡିଓ ଦେଖିବା ପରେ ଯେ କେହି ଭାବିବ ଜୀବଜନ୍ତୁଙ୍କ ସହ ଫଟୋ ଉଠାଇବା କେତେ ଭୟଙ୍କର। ଭିଡିଓକୁ ବର୍ତ୍ତମାନ ସୁଦ୍ଧା ୫୧୦୦୦ ଲୋକ ଦେଖିସାରିଲେଣି।

Share