ଏହି ଲୋକପ୍ରିୟ ଅଭିନେତ୍ରୀଙ୍କ ଉପରେ ରାଗିଥିଲେ ଭାଇଜାନ୍‌

ବଲିଉଡ୍ର ସୁପରଷ୍ଟାର ହେଉଛନନ୍ତି ଭାଇଜାନ୍‌ ସଲମାନ ଖାଁ । ମାତ୍ର ଫିଲ୍ମ ଜଗତକୁ ଏଣ୍ଟ୍ରି ସମୟରେ ତାଙ୍କର ରହିଛି ଅନେକ ରୋଚକ କାହାଣୀ ରହିଛି। ଜାଣନ୍ତୁ ସେ ସମ୍ପର୍କରେ …
ସଲମାନ ଫିଲ୍ମ ‘ବିବିି ହୈ ତୋ ଏସି’ରେ ବଲିଉଡରେ ପାଦ ଦେଇଥିଲେ। ସଲମାନଙ୍କ ଚୟନର କାହାଣୀ ମଧ୍ୟ ବହୁତ ଆକର୍ଷଣୀୟ। ଏହି ଫିଲ୍ମ ପାଇଁ ରେଖା, ଫାରୁକ ଶେଖ, କାଦର ଖାନ, ଅସରାନୀ ଏବଂ ବିନ୍ଦୁ ସାଇନ୍‌ କରିଥିଲେ। ରେଖାଙ୍କ ଦିଅର ପାଇଁ କେବଳ ଜଣେ ଯୁବ କଳାକାର ଖୋଜୁଥିଲେ। ଏ ନେଇ ଫିଲ୍ମର ନିର୍ଦ୍ଦେଶକ ଜୟ କୁମାର ବିହାରୀ ବହୁତ ଟେନ୍‌ଶନ୍‌ରେ ରହିଥିବା ବେଳେ ସେ ଭାବିଲେ ଯେ ଆଜି ପ୍ରଥମ ଯେଉଁ ଷ୍ଟ୍ରଗଲର୍‌ କାମ ମାଗିବାକୁ ଆସିବେ,ତାଙ୍କୁ ଏଥିରେ ନିଆଯିବ। ସେଦିନ ସଲମାନ ତାଙ୍କ ପାଖରେ ପହଞ୍ଚିଥିଲେ। କେସି ବୋକାଡିଆର ପ୍ରଡକ୍ସନ ମ୍ୟାନେଜରଙ୍କ ସୁପାରିଶ କ୍ରମେ ସଲମାନ ସେଠାରେ ପହଞ୍ଚିଥିଲେ। ବୋକାଡିଆ ଏହି ଚଳଚ୍ଚିତ୍ର ଉପସ୍ଥାପନ କରିଛନ୍ତି ।

ଫିଲ୍ମ ‘ବିବିି ହୈ ତୋ ଏସି’ରେ ଜୁହି ଚାୱଲା ସଲମାନଙ୍କ ହିରୋଇନ ହୋଇଥାନ୍ତେ। କିନ୍ତୁ, ସେ ଫିଲ୍ମରେ ଦସ୍ତଖତ କରିବାକୁ ପହଞ୍ଚିବା ବେଳକୁ ରେଣୁ ଆର୍ଯ୍ୟ ଫାଇନାଲ୍‌ ହୋଇଯାଇଥିଲୋ। ତେବେ ସଲମାନ ବହୁ ବର୍ଷ ଧରି ଭାବୁଥିଲେ ଯେ, ଜୁହି ତାଙ୍କ ସହ କାମ କରିବାକୁ ମନା କରିଦେଇଥିଲେ। ଏହି ବିଷୟରେ ସେମାନଙ୍କ ମଧ୍ୟରେ ବିବାଦ ମଧ୍ୟ ହୋଇଥିଲା।

Share