ପ୍ରଥମ ଫିଲ୍ମରେ ଏହି ଅଭିନେତାଙ୍କ ସହ ରୋମାନ୍ସ କରିବେ ଶିଳ୍ପା

ରିଆଲିଟି ଶୋ’ ‘ବିଗ୍‌ ବସ୍‌’-୧୧ ର ବିଜେତା ଶିଳ୍ପା ଶିନ୍ଦେ ଅନେକ ଦିନ ହେବ ଛୋଟ ପରଦାରୁ ଦୂରେଇ ଯାଇଛନ୍ତି। କିଛି ଦିନ ପୂର୍ବେ ତାଙ୍କୁ କମେଡି ଶୋ’ ‘ଗ୍ୟାଙ୍ଗସ୍‌ ଅଫ୍‌ ଫିଲ୍ମସ୍ତାନ’ରେ ଦେଖିବାକୁ ମିଳିଥିଲା। କେତୋଟି ଏପିିସୋଡ୍‌ରେ କାମ କରିବା ପରେ ଏହାକୁ ମଧ୍ୟ ସେ ଛାଡିଦେଇଥିଲେ। ପରେ ତାଙ୍କୁ ‘ପୌରୁଷପୁର’ ନାମକ ଏକ ଓ୍ବେବ୍‌ ସିରିଜ୍‌ରେ ଦେଖିବାକୁ ମିଳିଥିଲା। ଏହାରି ମଧ୍ୟରେ ଏବେ ଶୁଣିବାକୁ ମିଳୁଛି ଯେ, ଶିଳ୍ପା ଶୁବ୍‌ଶୀଘ୍ର ବଲିଉଡ୍‌ରେ ଡେବ୍ୟୁ କରିବାକୁ ଯାଉଛନ୍ତି। ଫ୍ୟାମିଲି ଡ୍ରାମା ଫିଲ୍ମ ‘ବୁନ୍ଦି ରାଇତା’ରେ ତାଙ୍କୁ ଦେଖିବାକୁ ମିଳିବ। ଏହି ଫିଲ୍ମରେ ଶିଳ୍ପା ଭୋଜପୁରୀ ଫିଲ୍ମର ସୁପରଷ୍ଟାର ରବି କିଶନଙ୍କ ସହ ରୋମାନ୍ସ କରିବେ। ‘ବୁନ୍ଦି ରାଇତା’ରେ ଶିଳ୍ପା ନେହା କକ୍କରଙ୍କ ପୂର୍ବତନ ପ୍ରେମିକ ହିମାଂଶ କୋହଲିଙ୍କ ବଡ଼ ଭଉଣୀ ଚରିତ୍ରରେ ଅଭିନୟ କରିବେ।
ଏ ନେଇ ଶିଳ୍ପା କୁହନ୍ତି, ମୁଁ ଏକ ଫ୍ୟାମିଲି ଡ୍ରାମା ଫିଲ୍ମରେ କାମ କରିବାକୁ ଯାଉଛି। ଏଥିରେ ମୁଁ ହିମାଂଶ କୋହଲିଙ୍କ ବଡ଼ ଭଉଣୀ ଚରିତ୍ରରେ ଅଭିନୟ କରିବି ଏବଂ ଭାଇକୁ ପୁରା ସପୋର୍ଟ କରିବି। ଏଥିସହ ରବି କିଶନଙ୍କ ସହ ରୋମାନ୍ସ କରିବି ବୋଲି ସେ କହିଛନ୍ତି। କମଲ ଚନ୍ଦ୍ରାଙ୍କ ନିର୍ଦ୍ଦେଶିତ ଏହି ଫିଲ୍ମରେ ଶିଳ୍ପାଙ୍କ ସହ ବଙ୍ଗାଳୀ ଫିଲ୍ମ ଅଭିନେତ୍ରୀ ଦର୍ଶନା ବାନିକଙ୍କୁ ମଧ୍ୟ ଦେଖିବାକୁ ମିଳିବ।

Share