ସମସ୍ୟାରେ ଚାଲିଛି ଅଙ୍ଗନଓ୍ବାଡି

ରାଉରକେଲା ଅଫିସ,୧୦ା୫: ରାଉରକେଲା ସହରାଞ୍ଚଳ ସମନ୍ବିତ ଶିଶୁ ବିକାଶ ପ୍ରକଳ୍ପ ଅଧୀନ ଅଙ୍ଗନଓ୍ବାଡି କେନ୍ଦ୍ରଗୁଡିକରେ କୋମଳମତି ଶିଶୁମାନଙ୍କୁ ଶିକ୍ଷା ପ୍ରଦାନ କରାଯାଉଛି। ତେବେ ଏହି ଅଙ୍ଗନଓ୍ବାଡି କେନ୍ଦ୍ରଗୁଡିକ ମଧ୍ୟରୁ କେଉଁ କେନ୍ଦ୍ରରେ ଶୌଚାଳୟ ନାହିଁ ତ ଆଉ କେଉଁଠି ପାନୀୟ ଜଳ ଓ ବିଦ୍ୟୁତ୍‌ ସମସ୍ୟା ରହିଛି। ଫଳରେ ଏଠାରେ ଶିଶୁ ବିକାଶ ଯୋଜନା ଦିଗହରା ହୋଇପଡିଛି।
ରାଉରକେଲା ସହରାଞ୍ଚଳରେ ମୋଟ୍‌ ୧୬୦ ଅଙ୍ଗନଓ୍ବାଡି କେନ୍ଦ୍ର ରହିଥିବା ବେଳେ ୧୫୯ଜଣ କର୍ମୀ କାର୍ଯ୍ୟରତ ଅଛନ୍ତି। ମୋଟ୍‌ ୧୦,୩୩୫ ଶିଶୁଙ୍କ ବୌଦ୍ଧିକ ଜ୍ଞାନ ବୃଦ୍ଧି ସହ ଅପପୁଷ୍ଟି ହ୍ରାସ ନିମନ୍ତେ ଏହି କେନ୍ଦ୍ରରେ ସରକାରଙ୍କ ବିଭିନ୍ନ ଯୋଜନା କାର୍ଯ୍ୟକାରୀ କରାଯାଉଛି। ମାତ୍ର ପରିତାପର ବିଷୟ ୮୦ପ୍ରତିଶତ ଅଙ୍ଗନଓ୍ବାଡି କେନ୍ଦ୍ରରେ ଏଯାଏ ଶୌଚାଳୟ କି ବିଦ୍ୟୁତ ସଂଯୋଗ ହୋଇପାରିନାହିଁ। ୫୦ଭାଗ କେନ୍ଦ୍ରରେ ପାନୀୟଜଳ ସମସ୍ୟା ରହିଛି। ଅନ୍ୟପକ୍ଷେ ୧୬୦ଟି ଅଙ୍ଗନଓ୍ବାଡି କେନ୍ଦ୍ର ମଧ୍ୟରୁ ଓଏମ୍‌ବିଏଡିସି ପକ୍ଷରୁ ୨୩ଟି, ବିଧାୟକ ପାଣ୍ଠିରୁ ୧୦ଟି, ତ୍ରୟୋଦଶ ଅନୁଦାନ ପାଣ୍ଠିରୁ ୬ଟି ସମ୍ପୂର୍ଣ୍ଣ ହୋଇଥିବା ବେଳେ ବାହାଗଡ ଅଙ୍ଗନଓ୍ବାଡି କେନ୍ଦ୍ର ନିର୍ମାଣକାର୍ଯ୍ୟ ଚାଲିଛି। ବିଆଇଜିଏଫ୍‌ ଅନୁଦାନରୁ ୫ଟି କେନ୍ଦ୍ର ନିର୍ମାଣ ହୋଇସାରିଛି। ଏତଦ୍‌ ବ୍ୟତୀତ ଆର୍‌ଏମ୍‌ସି ପକ୍ଷରୁ ୩୨ଟି ଅଙ୍ଗନଓ୍ବାଡି କେନ୍ଦ୍ର ନିର୍ମାଣ ପାଇଁ ଆର୍ଥତ୍କ ଅନୁମୋଦନ ହୋଇଛି। ସେହିପରି ୨୦୧୭-୧୮ ଆର୍ଥିକ ବର୍ଷରେ ଆଇଟିଡିଏକୁ ୧୪ଟି ଉନ୍ନତ କେନ୍ଦ୍ର କୋଠା ନିର୍ମାଣ ପାଇଁ ଅନୁଦାନ ଆସିଥିଲେ ମଧ୍ୟ କାର୍ଯ୍ୟରେ ବିଳମ୍ବ ଯୋଗୁ ଉକ୍ତ ଅନୁଦାନ ରାଶି ଫେରିଯାଇଥିବା ଜଣାପଡିଛି। ରାଉରକେଲା ସହରରେ କିଛି କେନ୍ଦ୍ରରେ ପିଲାମାନଙ୍କୁ ନିଆରା ଢଙ୍ଗରେ ଶିକ୍ଷା ପ୍ରଦାନ କରାଯାଉଥିଲେ ମଧ୍ୟ ଏଭଳି ଅଙ୍ଗନଓ୍ବାଡି କେନ୍ଦ୍ରଗୁଡିକୁ ମଡେଲ ପ୍ରମାଣପତ୍ର ପ୍ରଦାନ କରାଯାଇନାହିଁ। ବିଭିନ୍ନ ସମସ୍ୟା ଯୋଗୁ ରାଉରକେଲା ସହରରେ ଶିଶୁ ଓ ଜନନୀ ବିକାଶ ଯୋଜନା ଦିଗହରା ହୋଇ ପଡିଛି। ଅଙ୍ଗନଓ୍ବାଡି କେନ୍ଦ୍ରମାନଙ୍କରେ ଟିକାକରଣ, ମମତା, ସ୍ବାସ୍ଥ୍ୟ ପରୀକ୍ଷଣ ସହ ଅପପୁଷ୍ଟି ନିରାକରଣ ଆଦି ଯୋଜନାର ସଫଳ ରୂପାୟନ ହୋଇପାରୁନି। ଏ ନେଇ ଦୁର୍ଗାପୁର-୧ ଅଙ୍ଗନଓ୍ବାଡି କେନ୍ଦ୍ରର କର୍ମୀ କାପ୍ରା ହାଁସଦା କୁହନ୍ତି, ଆମ କେନ୍ଦ୍ରର ସୌନ୍ଦର୍ଯ୍ୟକରଣ ହୋଇଛି। ମାତ୍ର ଏଯାଏ ପ୍ରମାଣପତ୍ର ପାଇନାହିଁ। କେନ୍ଦ୍ରରେ ପିଇବା ପାଣି ବ୍ୟବସ୍ଥା କି ଶୌଚାଳୟ ନାହିଁ। ସେହିପରି ମାଲଗୋଦାମ-୩ ଅଙ୍ଗନଓ୍ବାଡି କେନ୍ଦ୍ରର କର୍ମୀ ପ୍ରଣତି ନାୟକ କୁହନ୍ତି, ଅଙ୍ଗନଓ୍ବାଡି କେନ୍ଦ୍ର ନିର୍ମାଣ ନିମ୍ନମାନର ଯୋଗୁ ଭାଙ୍ଗିରୁଜି ଗଲାଣି। ଶୌଚାଳୟ ନାହିଁ। ପାଚେରି ଭାଙ୍ଗି ଯାଇଥିବାରୁ ଅସାମାଜିକ ତତ୍ତ୍ୱଙ୍କ ପ୍ରାଦୁର୍ଭାବ ରହୁଛି। ମାଲଗୋଦାମ-୪ ଅଙ୍ଗନଓ୍ବାଡି କେନ୍ଦ୍ରରେ ବିଦ୍ୟୁତ ସଂଯୋଗ ନ ଥିବାରୁ ଶିଶୁମାନେ ସମସ୍ୟା ଭୋଗୁଥିବା କର୍ମୀ ପ୍ରଗତି ନାୟକ କହିଛନ୍ତି। ଏ ସମ୍ପର୍କରେ ରାଉରକେଲା ସହରାଞ୍ଚଳ ସିଡିପିଓ ଦର୍ଶନୀ ଏକ୍କାଙ୍କୁ ପଚାରିବାରୁ ସେ କହିଲେ, ୩୨ଟି ନୂତନ କେନ୍ଦ୍ର ନିର୍ମାଣ ପାଇଁ ଆର୍‌ଏମ୍‌ସିକୁ ଅନୁମୋଦନ ମିଳିଥିବା ବେଳେ ୨୧ଟି ନିର୍ମାଣ ଶେଷ ହୋଇଛି। ଆର୍‌ଏମ୍‌ସିକୁ କେନ୍ଦ୍ରଗୁଡିକର ସମସ୍ୟା ବିଷୟରେ ରିପୋର୍ଟ କରାଯାଇଛି। ସବୁ ସମସ୍ୟାର ସମାଧାନ କରାଯିବ ବୋଲି ଏକ୍କା କହିଥିଲେ।


Enter your email to get our daily news in your inbox.

All Right Reserved By Dharitri.Com

ଦିନିକିଆ ବିଶ୍ୱକପ୍‌ କାର୍ଯ୍ୟସୂଚୀ ଘୋଷଣା କଲା ଆଇସିସି: ଅକ୍ଟୋବର ୧୦ରେ ଭାରତ-ପାକିସ୍ତାନ ହାଇଭୋଲଟେଜ ମ୍ୟାଚ୍‌

ଦୁବାଇ, ୧ା୧୦: ୨୦୨୭ରେ ଦକ୍ଷିଣ ଆଫ୍ରିକା, ଜିମ୍ବାଓ୍ବେ ଓ ନାମ୍ବିଆରେ ହେବାକୁ ଥିବା ପୁରୁଷ ଦିନିକିଆ ବିଶ୍ୱକପ୍‌ ପାଇଁ ଗୁରୁବାର ଆଇସିସି ପକ୍ଷରୁ କାର୍ଯ୍ୟସୂଚୀ ଘୋଷଣା କରାଯାଇଛି।…

ମିଠା ଦୋକାନରେ ଭୟଙ୍କର ଅଗ୍ନିକାଣ୍ଡ

ଛତ୍ରପୁର,୧।୧୦,(ଦିଲ୍ଲୀପ ସାମଲ/ଦ୍ୱାରିକା ପଟ୍ଟନାୟକ): ଗୁରୁବାର ରାତି ପ୍ରାୟ ସାଢ଼େ ୧୦ଟାରେ ଛତ୍ରପୁର ମେନ୍‌ ରୋଡ଼ସ୍ଥିତ ଏକ ରାଜସ୍ଥାନ ମିଠା ଦୋକାନରେ ଭୟଙ୍କର ଅଗ୍ନିକାଣ୍ଡ ଘଟିଛି। ଫ୍ରିଜ୍‌ରରେ ସର୍ଟସର୍କିଟ…

ଦେଢ଼ମାସ ହେଲା ପିଇବା ପାଣିରୁ ବଞ୍ଚିତ ଗ୍ରାମବାସୀ, ପଞ୍ଚାୟତରେ ତାଲା ପକାଇଲେ ଗ୍ରାମବାସୀ

ନିରାକାରପୁର,୧ା୧୦(ମାନସ ଚନ୍ଦ୍ର ପଟ୍ଟନାୟକ): ଖୋର୍ଦ୍ଧା ବ୍ଲକ ଓରବରସିଂହ ପଞ୍ଚାୟତ ଅନ୍ତର୍ଗତ କୃଷ୍ଣପୁରରେ ଥିବା ପାନୀୟଜଳ ପ୍ରକଳ୍ପର ପାଇପ୍‌ ଅନେକ ସ୍ଥାନରେ ଫାଟି ଯାଇଥିବାରୁ ଦୀର୍ଘ ଦେଢ଼ମାସ ଧରି…

ବନ୍ୟା ପାଣିଘେରରେ ୧୫ପରିବାର, ପ୍ରଶାସନ ନୀରବ…

ମାର୍ଶାଘାଇ, ୧ା୧୦(ଶୁଭେନ୍ଦୁ ପ୍ରସାଦ ଚୌଧୁରୀ): ଲୁଣାନଦୀରେ ବନ୍ୟା ଆସି ମାର୍ଶଘାଇ ବ୍ଲକ ମଣିକୁଣ୍ଡା ପଞ୍ଚାୟତ ବାଲିକଷୋଟି ଘୋଲ ଅଞ୍ଚଳର ୧୫ପରିବାର ଗତ ୫ଦିନ ହେବ ପାଣିଘେରରେ ରହିଛନ୍ତି।…

ବନ୍ୟା ପ୍ରଭାବିତ ଅଞ୍ଚଳ ପରିଦର୍ଶନ କଲେ ମନ୍ତ୍ରୀ

ବରଗଡ଼,୧।୧୦(ପ୍ରେମାନନ୍ଦ ଖମାରୀ): ବରଗଡ଼ ଜିଲା ଅମ୍ବାଭୋନା ବ୍ଲକ ଅନ୍ତର୍ଗତ ଚିଖିଲି ସମେତ ବିଭିନ୍ନ ଗ୍ରାମରେ ଗତ ୨୭ ତାରିଖରୁ ବନ୍ୟା ପରିସ୍ଥିତି ସୃଷ୍ଟି ହୋଇଥିଲା। ଉପରମୁଣ୍ଡରେ ପ୍ରବଳ…

ଜେଜେବାପା ହେଲେ ନବଜୋତ ସିଂହ ସିଦ୍ଧୁ; ଘରକୁ ଆସିଲା ଲକ୍ଷ୍ମୀ

ଚଣ୍ଡିଗଡ଼,୧।୧୦: ପୂର୍ବତନ କ୍ରିକେଟର୍‌ ତଥା ରାଜନେତା ନବଜୋତ ସିଂହ ସିଦ୍ଧୁ ଏକ ଖୁସିର ମୁହୂର୍ତ୍ତ ପାଳନ କରୁଛନ୍ତି: ସେ ଏବେ ଜେଜେବାପା ହୋଇଛନ୍ତି। ତାଙ୍କ ପରିବାରରେ ଏକ…

ନବୀନଙ୍କୁ ଭେଟିଲେ ହିଞ୍ଜିଳିର ବରିଷ୍ଠ ନେତା, କର୍ମୀ

ହିଞ୍ଜିଳିକାଟୁ,୧।୧୦ (ଦ୍ବିତୀକୃଷ୍ଣ ପଣ୍ଡା): ଗଞ୍ଜାମ ଜିଲା ହିଞ୍ଜିଳି ନିର୍ବାଚନ ମଣ୍ଡଳୀ ଅନ୍ତର୍ଗତ ଶେରଗଡ଼ ବ୍ଲକ, ହିଞ୍ଜିଳି ବ୍ଲକ ଓ ହିଞ୍ଜିଳିକାଟୁ ପୌରାଞ୍ଚଳର ବିଜୁ ଜନତା ଦଳ (ବିଜେଡି)ର…

ଅପେକ୍ଷାର ହେଲା ଅନ୍ତ, ICC ଦ୍ୱାରା ୨୦୨୭ ଦିନିକିଆ ବିଶ୍ୱକପର କାର୍ଯ୍ୟସୂଚୀ ଘୋଷଣା; ବର୍ଷକ ପରେ ଲଢିବେ ଭାରତ-ପାକିସ୍ତାନ

କେପ ଟାଉନ,୧।୧୦: ଆନ୍ତର୍ଜାତୀୟ କ୍ରିକେଟ ପରିଷଦ (ICC) ୨୦୨୭ ODI ବିଶ୍ୱକପ ପାଇଁ କାର୍ଯ୍ୟସୂଚୀ ଘୋଷଣା କରିଛି। କ୍ରିକେଟର ଏହି ବୃହତ ଆୟୋଜନ ୨୦୨୭ ମସିହା ଅକ୍ଟୋବର…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala


ଛୁଟିଦିନ
ପିଲାଙ୍କ ଧରିତ୍ରୀ
Trending
Let's Pledge For A 'Plastic Free' Odisha Join The Movement Of 'Plastic Free' Odisha

Akash Das Nayak, supports a Plastic Free Odisha. Do you?