ନିଯୁକ୍ତିକୁ ନେଇ କ୍ରୋଧ

ଅଗ୍ନିବୀର ଘଟଣାରେ, ସରକାର ପୁଣି ପ୍ରଥମେ ତାଙ୍କ ପଟରୁ କାର୍ଯ୍ୟ କରିଛନ୍ତି ଓ ପରେ ନୀରବରେ ତା’ର ସମ୍ଭାବ୍ୟ ପରିଣାମ ସମ୍ପର୍କରେ ଚିନ୍ତା କରୁଛନ୍ତି। ହଠାତ୍‌ ଏବକାର ସେନା ନିଯୁକ୍ତି ପ୍ରକ୍ରିୟାକୁ ସମ୍ପୂର୍ଣ୍ଣ ବଦଳାଇବାର ମାନେ କ’ଣ ଥିଲା। ଏହା କିପରି ହେବା ଉଚିତ ସେ ସମ୍ପର୍କରେ କିଛି ଚିନ୍ତା କିମ୍ବା ପ୍ରସ୍ତୁତି ନ କରି ହଠାତ୍‌ ଯୋଜନାର ପରିବର୍ତ୍ତନ କରାଯାଇ ପ୍ରଥମେ ୨୧ ବର୍ଷ ବୟସରୁ ଊର୍ଦ୍ଧ୍ୱଙ୍କୁ ଚଳିତ ବର୍ଷ ଚାକିରି ଲାଗି ଆବେଦନ କରିବାକୁ ଅନୁମତି ଦେବା ଏବଂ ପରେ ବେରୋଜଗାର ଅଗ୍ନିବୀରଙ୍କ ପାଇଁ ଏକ ସଂରକ୍ଷଣ ଯୋଜନା ଘୋଷଣା କରାଯାଇଛି। ଏଥିରୁ ଜଣାପଡ଼ୁଛି ଯେ, ଯେଉଁମାନେ ଏହି ଯୋଜନା ସମ୍ପର୍କରେ ଚିନ୍ତା କରୁଥିଲେ ସେମାନେ ଠିକ୍‌ ଭାବେ ଚିନ୍ତା କରିନାହାନ୍ତି। ଘୋଷଣାକୁ ନେଇ ପ୍ରାୟ ଏଭଳି ହିଂସା ଘଟିବ ବୋଲି ପୂର୍ବରୁ ଆକଳନ କରାଯାଉଥିତ୍ଲା। ଚଳିତ ବର୍ଷ ପ୍ରାରମ୍ଭରୁ ଯେଉଁ ସବୁ ଅଞ୍ଚଳରେ ରେଲଓ୍ବେ ନିଯୁକ୍ତି ପ୍ରକ୍ରିୟାରେ ତ୍ରୁଟି କରାଯାଇଥିଲା ଓ ସେଠାରେ ସମାନ ପ୍ରକାର ଘଟଣା ଘଟିଥିଲା। ସଶସ୍ତ୍ର ସେନାରେ ନିଯୁକ୍ତି ପାଇଁ ପରୀକ୍ଷା ଦେବା ଲାଗି ଯେଉଁମାନେ ଟ୍ରେନିଂ ନେଉଛନ୍ତି ଏବଂ ମହାମାରୀ କାରଣରୁ ଦୁଇବର୍ଷ ହେଲା ଅପେକ୍ଷା କରିଛନ୍ତି (ଯୋଗ୍ୟତା ପାଇଁ ସେମାନଙ୍କ ବୟସ ଅଧିକ ହୋଇଯିବାର ଆଶଙ୍କା ରହିଛି), ଏବେ ସେମାନଙ୍କୁ କୁହାଗଲା ଯେ, ଯେଉଁ ଯୋଜନାରେ ଭର୍ତ୍ତି ହେବା ଲାଗି ସେମାନେ ପ୍ରଶିକ୍ଷଣ ନେଇଛନ୍ତି ତାହା ଏହିଠାରେ ହିଁ ଶେଷ ହୋଇଗଲା। ସେମାନେ ଠିକାରେ ନିଯୁକ୍ତି ପାଇବେ ଏବଂ ସେମାନଙ୍କ ମଧ୍ୟରୁ ଅଧିକାଂଶଙ୍କୁ ୪ ବର୍ଷ ପରେ ଘରକୁ ଫେରାଇ ଦିଆଯିବ। ସେମାନେ ଯାହା ପାଇଁ ପ୍ରଶିକ୍ଷଣ ନେଉଥିଲେ ଏ ସେହି ସେନା ହୋଇ ରହିନାହିଁ।
ଏବେ ପ୍ରକାଶ ପାଇଥିବା ହିଂସା ପାଇଁ ସରକାର ବିରୋଧୀ ଦଳକୁ ଦାୟୀ କରୁଛନ୍ତି। କିନ୍ତୁ ଏଭଳି ଅଭିଯୋଗର କୌଣସି ଗୁରୁତ୍ୱ ନାହିଁ। ଏହି ଯୋଜନାକୁ ପ୍ରଧାନମନ୍ତ୍ରୀ ଘୋଷଣା କିମ୍ବା ଆରମ୍ଭ କରି ନ ଥବାରୁ ଏହାକୁ ଭିତ୍ତିକରି ଏକ ସମସ୍ୟା ଉପୁଜିବାର ଥିଲା ବୋଲି ସରକାର ଜାଣିଥିଲେ। ପ୍ରତିରକ୍ଷା ମନ୍ତ୍ରୀ ଓ ସେନା ମୁଖ୍ୟମାନଙ୍କୁ ଏହି ଯୋଜନା ସମ୍ପର୍କରେ ଘୋଷଣା କରିବାକୁ ପଠାଗଲା। ନରେନ୍ଦ୍ର ମୋଦିଙ୍କ ବିଶ୍ୱସ୍ତମାନେ କହିବେ ଯେ ଏଥିରେ କିଛି ଭୁଲ୍‌ ନାହିଁ। ଅବଶ୍ୟ ଯେଉଁ ବାଟରେ ଏହାକୁ ଘୋଷଣା କରାଯିବାର ଥିଲା ସେଭଳି କରାଯାଇଛି। ହିଁ, ଏଭଳି କୁହାଯାଇପାରେ, କିନ୍ତୁ ୨୦୧୪ରୁ ଯେଉଁଭଳି ବିଭିନ୍ନ ପ୍ରସଙ୍ଗ ଘଟିଚାଲିଛି ତାହା ବାସ୍ତବ ବାଟ ନୁହେଁ। ସେନାର ୨୨୫ ବର୍ଷ ପୁରୁଣା ନିଯୁକ୍ତି ପରମ୍ପରାକୁ ନଷ୍ଟ କରି ରାତାରାତି ଆଉ ଏକ ଯୋଜନା ଲାଗୁ କରିବା ଭଳି ମାଷ୍ଟରଷ୍ଟୋକ୍‌ କେବଳ ମୋଦି ସରକାର ହିଁ ଘୋଷଣା କରିଥାଆନ୍ତି। ଏହା ମଧ୍ୟରେ କୃଷି ଆଇନ, ନାଗରିକତ୍ୱ ସଂଶୋଧନ ଆଇନ(ସିଏଏ), ବିମୁଦ୍ରୀକରଣ ଏବଂ ଲକ୍‌ଡାଉନ ଘୋଷଣା ଅନ୍ତର୍ଭୁକ୍ତ। ଏଗୁଡ଼ିକୁ ସରକାର ପ୍ରଥମେ ଘୋଷଣା କରିବା ପରେ ଏହା ସମ୍ପର୍କରେ ଚିନ୍ତା କରିଛନ୍ତି, ଯାହା ଏବେ ଅଗ୍ନିବୀର କ୍ଷେତ୍ରରେ କରୁଛନ୍ତି। କୃଷି ଆଇନ ଓ ସିଏଏକୁ ପ୍ରବଳ ବିରୋଧ ହେବାରୁ ଯେପରି ସେଗୁଡ଼ିକୁ ପ୍ରତ୍ୟାହାର କିମ୍ବା ସ୍ଥଗିତ ରଖାଯାଇଛି ଅଗ୍ନିବୀର ଯୋଜନାର ଶେଷ ପରିଣାମ ସେଭଳି ହେବ ତ। ମୋ ମତରେ, ଅଗ୍ନିବୀର ଯୋଜନାରେ ସେଭଳି ହିଁ ଘଟିବ ଓ ଏଥିପାଇଁ ଶାନ୍ତିପୂର୍ଣ୍ଣ ଦୀର୍ଘମିଆଦୀ ଆନ୍ଦୋଳନ ଆବଶ୍ୟକ। ଏବେ ନିଜ କ୍ରୋଧ ପ୍ରଦର୍ଶନ କରୁଥିବା ଯୁବକମାନେ ଧୀରେ ଧୀରେ ଦୁର୍ବଳ ହୋଇଯିବେ ଓ ଘରକୁ ଫେରିଯିବେ। ପୂର୍ବରୁ ଚାକିରିକୁ ନେଇ ଆମେ ଏଭଳି ଅନେକ ହିଂସା ଦେଖିଛୁ। ୨୦୧୫ର ହିଂସାମତ୍କ ପଟିଦାର ଆନ୍ଦୋଳନ ଏହାର ଏକ ଦୃଷ୍ଟାନ୍ତ। ମାତ୍ର କିଛିଦିନ ମଧ୍ୟରେ ଏହା ଗଣ ଆନ୍ଦୋଳନ ପାଲଟିଥିଲେ ବି ଧୀରେ ଧୀରେ ଦୁର୍ବଳ ହୋଇଗଲା। ସିଏଏ ଏବଂ କୃଷି ଆଇନଗୁଡ଼ିକ କ୍ଷେତ୍ରରେ କେବଳ ଶାନ୍ତିପୂର୍ଣ୍ଣ ତଥା ଦୀର୍ଘମିଆଦୀ ସକ୍ରିୟ ଆନ୍ଦୋଳନ ତଥା କାର୍ଯ୍ୟକଳାପଗୁଡ଼ିକୁ ସଫଳତା ମିଳିଛି। ଏଣୁ ଅଗ୍ନିବୀର ଯୋଜନାକୁ ନେଇ ଯୁବକମାନେ ଯେଭଳି ହିଂସା ପ୍ରଦର୍ଶନ କରୁଛନ୍ତି ସେଥିରୁ ନିବୃତ୍ତ ରହି ଏଭଳି ଶାନ୍ତପୂର୍ଣ୍ଣ ଓ ଦୀର୍ଘମିଆଦୀ ଆନ୍ଦୋଳନକୁ ଗ୍ରହଣ କରିବା ଦରକାର। କିନ୍ତୁ ସେମାନଙ୍କର ସଂଗଠିତ ନେତୃତ୍ୱ ଥିଲା ଭଳି ମନେହେଉନାହିଁ। କଥାହେଉଛି, ବେକାରି ଏବଂ ବେରୋଜଗାରୀ ସମସ୍ୟାରେ ଲୋକଙ୍କୁ କ୍ରିୟାଶୀଳ କରିବା ସହଜ ନୁହେଁ। ଯଦିବି ସେମାନେ ଏକାଠି ହୁଅନ୍ତି,ଯାହା ଚଳିତ ବର୍ଷ ଦୁଇଥର କରିଛନ୍ତି, ସଂଗଠିତ ଭାବେ ଏକ ଶାନ୍ତିପୂର୍ଣ୍ଣ ଆନ୍ଦୋଳନ କରି ସାହସ ଓ ପ୍ରତିବଦ୍ଧତା ପ୍ରକାଶ କରିବା ବଦଳରେ ନିରାଶ ହୋଇଛନ୍ତି। ଏହି କାରଣରୁ, ମୁୁଁ ଭାବୁଛି, ଉକ୍ତ ଅଧ୍ୟାୟ ଖୁବ୍‌ ଶୀଘ୍ର ଆମ ଦୃଷ୍ଟି ଆଢୁଆଳକୁ ଚଳିଯିବ ଏବଂ ସରକାର ଅଗ୍ନିବୀର ଯୋଜନାକୁ ଆଗକୁ ବଢାଇବା ଲାଗି ସକ୍ଷମ ହେବେ।
ମନେରଖିବାକୁ ହେବ ଯେ, ବେରୋଜଗାରକୁ ନେଇ ଆଖିଦୃଶିଆ ଆନ୍ଦୋଳନ ହେଉନାହିଁ। ଏହି ସମସ୍ୟା ଗମ୍ଭୀର ହେଉଛି ଓ ଏହା ସହଜରେ ଦୂର ହେବନାହିଁ। ଚଳିତ ମାସରେ ସରକାରଙ୍କ ପିରିଓଡିକ୍‌ ଲେବର ଫୋର୍ସ ସର୍ଭେର ତଥ୍ୟରୁ ଜଣାପଡ଼ିଛି ଯେ, ଭାରତ ଚାକିରି ବଢ଼ାଇବା ବଦଳରେ ସେଥିରୁ ପଛକୁ ହଟିଛନ୍ତି। ଇତିହାସରେ ପ୍ରଥମ ଥର ପାଇଁ ଦେଖାଯାଇଛି ଯେ, ଲୋକମାନେ ମାନୁଫାକ୍‌ଚରିଂ ଏବଂ ସର୍ଭିସ ଛାଡ଼ି କୃଷି କ୍ଷେତ୍ରରେ ପ୍ରବେଶ କରିଛନ୍ତି। ଅର୍ଥନୀତିଜ୍ଞ ବିଶ୍ୱାସ କରୁଛନ୍ତି ଯେ, ଅନ୍ୟ କ୍ଷେତ୍ରରେ ବେରୋଜଗାର କାରଣରୁ ଏଭଳି ବୃଦ୍ଧି ହୋଇଛି। ଅର୍ଥାତ୍‌, ଯେଉଁମାନେ ସହରରେ ଚାକିରି ଛାଡ଼ି ଗାଁକୁ ଫେରି ଆସିଛନ୍ତି ସେମାନେ କୃଷିକାର୍ଯ୍ୟ କରୁଥିବା ଦାବି କରୁଛନ୍ତି। କାରଣ କହିବାକୁ ଲାଜ କରୁଛନ୍ତି ଯେ, ସେମାନେ କିଛି କାମ କରୁନାହାନ୍ତି। ଏସବୁକୁ ଦେଖିଲେ, ସରକାରୀ ଏବଂ ସେଣ୍ଟର୍‌ ଫର୍‌ ମନିଟରିଂ ଇକୋନୋମି (ସିଏମ୍‌ଆଇଇ)ର ତଥ୍ୟ ମଧ୍ୟରେ କିଛି ପ୍ରଭେଦ ନାହିଁ। ସିଏମ୍‌ଆଇଇ ତଥ୍ୟ କହେ, ୧୫ ବର୍ଷ ବୟସରୁ ଉର୍ଦ୍ଧ୍ୱ ଯେଉଁମାନେ କାମ କରୁଛନ୍ତି କିମ୍ବା ଚାକିରି ଖୋଜୁଛନ୍ତି, ସେମାନଙ୍କ ସଂଖ୍ୟ ପାଖାପାଖି ୪୦ କୋଟି। ଆମ ଭାଗୀଦାରି ହାର ଦକ୍ଷିଣ ଏସିଆ ଏପରି କି ବିଶ୍ୱରେ ସବୁଠୁ କମ୍‌। ନୂତନ ଭାରତରେ ଚାକିରି ନାହିଁ। ଏବେ ସେନାରେ ଭର୍ତ୍ତି ବା ନିଯୁକ୍ତିକୁ ନେଇ ଦେଖାଦେଇଥିବା କ୍ରୋଧ ବେରୋଜଗାର ଭଳି ଏକ ବୃହତ୍‌ ସମସ୍ୟାର ପ୍ରତୀକାମତ୍କ।


Enter your email to get our daily news in your inbox.

All Right Reserved By Dharitri.Com

ଏଇ ଭାରତରେ

ଦନ୍ତ ଚିକିତ୍ସକ ଡ. ଶାନ୍ତି ତୁମ୍ମାଲା ଚାକିରି ଛାଡ଼ି ବେଙ୍ଗାଲୁରୁରେ ବର୍ଜ୍ୟ ସମସ୍ୟାର ସମାଧାନ ପାଇଁ ପଦକ୍ଷେପ ନେଇଛନ୍ତି। ଥରେ ଜଣେ ମହିଳା ଏକ ଅଳିଆଗଦା ନିକଟରେ…

ତଳ ଅଫିସର

ଆଜିର ଦିନରେ ସବୁଠି ଗହଳଚହଳ ଅଧିକ। ହାଟରେ ଯେମିତି ଘୋ ଘୋ, ନାହିଁ ନ ଥିବା ଭିଡ଼, ଠିକ୍‌ ସେମିତି ଭିଡ଼ ଦେଖାଯାଏ ସବୁଠି। ଟ୍ରେନ୍‌ରେ ଯାତ୍ରୀଙ୍କ…

ବିଶ୍ୱ ପାଇଁ ଚେତାବନୀ

ମଣିଷ ବିଜ୍ଞାନ-ସଭ୍ୟତାର ଶୀର୍ଷରେ ପହଞ୍ଚତ୍ଥିଲେ ମଧ୍ୟ ଯୁଦ୍ଧ ଓ ହିଂସାକୁ ଛାଡ଼ିପାରିନାହିଁ। ଏବେ ସମଗ୍ର ବିଶ୍ୱରେ ଯେମିତି ସଂଘର୍ଷ, ହିଂସା, ପ୍ରତିଶୋଧର ବାତାବରଣ ସୃଷ୍ଟି ହୋଇଛି ତାହା…

ଜୈନଧର୍ମରେ ମହିଳା

ଜୈନଧର୍ମରେ ୨୪ ସନ୍ନ୍ୟାସୀ (ତୀର୍ଥଙ୍କର)ଙ୍କ ପ୍ରଦର୍ଶିତ ପଥ ଜୈନଧର୍ମ ଅନୁସରଣ କରେ। ଜୈନଧର୍ମର ଶ୍ୱେତାମ୍ବର ବିଚାରରେ ପଶ୍ଚିମ ଭାରତରେ ପାର୍ଶ୍ୱନାଥ ଏବଂ ମହାବୀର ଯଥାକ୍ରମେ ୨୩ ଓ…

ପ୍ରଜାପତି ପ୍ରଭାବ

ପ୍ରଜାପତି ପ୍ରଭାବ ହେଉଛି ପଦାର୍ଥ ବିଜ୍ଞାନ ଓ ଗଣିତର ଏକ ଗୁରୁତ୍ୱପୂର୍ଣ୍ଣ ତତ୍ତ୍ୱ। ଏହା ହେଉଛି ଏକ ଅବଧାରଣା ଯେଉଁଥିରେ ଗୋଟିଏ ଜଟିଳ ପ୍ରଣାଳୀରେ କ୍ଷୁଦ୍ର ତଥା…

ଓଡ଼ିଶା ଦିବସର ଅନୁଚିନ୍ତା: ସମୃଦ୍ଧ, ସଶକ୍ତ ଓଡ଼ିଶା

ଆଜିର ଦିନଟି ପ୍ରତ୍ୟେକ ଓଡ଼ିଶାବାସୀଙ୍କ ପାଇଁ ବାର୍ଷିକ କ୍ୟାଲେଣ୍ଡରରେ ଏକ ମହତ୍ତ୍ୱପୂର୍ଣ୍ଣ ଦିନ। ୯୦ବର୍ଷ ତଳେ ଆଜିର ଦିନରେ ସ୍ବତନ୍ତ୍ର ଓଡ଼ିଶା ଗଠିତ ହୋଇଥିଲା, ଯାହା ଭାରତର…

ସଂଜ୍ଞା ବଦଳିପାରେ

ଧାର୍ଯ୍ୟ ସମୟସୀମାର ଦିନକ ପୂର୍ବରୁ ଅର୍ଥାତ୍‌ ୩୦ ମାର୍ଚ୍ଚରେ ଭାରତ ‘ମାଓବାଦୀ ମୁକ୍ତ’ ବୋଲି ସଂସଦରେ ସ୍ବରାଷ୍ଟ୍ରମନ୍ତ୍ରୀ ଅମିତ ଶାହା ଘୋଷଣା କରିଦେଇଛନ୍ତି। ଏହା ନିଶ୍ଚିତ ଭାବେ…

ସୁନା, କଳି ଓ ଅର୍ଥନୀତି

ଏକଦା ରାଜା ପରିକ୍ଷିତ ନିଜ ରାଜ୍ୟ ତଥା ରାଜ୍ୟବାସୀଙ୍କ ଭଲମନ୍ଦ ଜାଣିବା ପାଇଁ ଭ୍ରମଣାର୍ଥେ ବାହାରିଥିଲେ। ଠିକ୍‌ ସେହି ସମୟରେ ଏକ ବିଶାଳ ବପୁଧାରୀ ବ୍ୟକ୍ତି (ଯେକି…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri