ପୂର୍ବତନ ସ୍ବାମୀଙ୍କ ନାଁରେ ଗୁରୁତର ଅଭିଯୋଗ ଆଣିଲେ ଆଞ୍ଜେଲିନା ଜୋଲି

ଆଜିକାଲି ହଲିଉଡର ସୁପରଷ୍ଟାର ବ୍ରାଡ ପିଟ ଏବଂ ଅଭିନେତ୍ରୀ ଆଞ୍ଜେଲିନା ଜୋଲି ଚର୍ଚ୍ଚାରେ ଅଛନ୍ତି। ଆଞ୍ଜେଲିନା ତାଙ୍କ ପୂର୍ବତନ ସ୍ବାମୀ ବ୍ରାଡଙ୍କ ବିରୋଧରେ ପ୍ରାୟ ୨୫୦ ମିଲିୟନ ଡଲାରରେ ମକଦ୍ଦମା ଦାୟର କରିଛନ୍ତି। ଏହାସହ ସେ ତାଙ୍କ ବିରୋଧରେ ଅନେକ ଗୁରୁତର ଅଭିଯୋଗ ମଧ୍ୟ କରିଛନ୍ତି। ଅଭିନେତ୍ରୀ କହିଛନ୍ତି ଯେ ତାଙ୍କ ପୂର୍ବତନ ସ୍ବାମୀ ତାଙ୍କ ସହ ଘରୋଇ ହିଂସା କରିଛନ୍ତି।
ଆଞ୍ଜେଲିନା କହିଛନ୍ତି, ବ୍ରାଡ ତାଙ୍କ ପ୍ରତି ଅନ୍ୟାୟ କରିଥିଲେ। ୨୦୧୬ରେ ବ୍ରାଡ ତାଙ୍କ ଉପରେ ଆକ୍ରମଣାତ୍ମକ ହୋଇଥିଲେ। ପିଲାମାନେ ଏଥିରେ ହସ୍ତକ୍ଷେପ କରିବାରୁ ୬ ପିଲାଙ୍କ ମଧ୍ୟରୁ ଜଣଙ୍କ ବେକ ଚିପିଦେବାକୁ ଚେଷ୍ଟା କରିଥିଲେ। ବ୍ରାଡ୍‌ ମୋତେ ବହୁତ ନିର୍ଯାତନା ଦେଇଛନ୍ତି। ଏପରିକି ମାରପିଟ୍‌ ମଧ୍ୟ କରିଛନ୍ତି। ଏନେଇ ବ୍ରାଡ ପିଟଙ୍କ ପ୍ରତିକ୍ରିୟା ମଧ୍ୟ ସାମ୍ନାକୁ ଆସିଛି। ସେ ସମସ୍ତ ଅଭିଯୋଗକୁ ଅସ୍ବୀକାର କରି ଏହାକୁ ଭିତ୍ତିହୀନ ବୋଲି କହିଛନ୍ତି।

Share