ପଶୁପକ୍ଷୀଙ୍କ ଦୂତପଣିଆ

ଅଲେଖ ଚନ୍ଦ୍ର ମିଶ୍ର

ପରସ୍ପର ମଧ୍ୟରେ ଭାବର ଆଦାନପ୍ରଦାନ, ସନ୍ଦେଶ ପ୍ରେରଣ କିମ୍ବା ଖବର ସରବରାହ କରିବା ଯେତେବେଳେ ବ୍ୟକ୍ତିଗତ ସ୍ତରରେ ସମ୍ଭବ ହୁଏ ନାହଁ ସେତେବେଳେ ଏକ ମାଧ୍ୟମର ଆବଶ୍ୟକତା ଅନୁଭୂତ ହୁଏ। ଏହି ମାଧ୍ୟମକୁ ସାଧାରଣତଃ ଦୂତ, ଚାର, ଡଗର, ବାହକ, ମଧ୍ୟସ୍ଥ, ବାର୍ତ୍ତାବହ, ଖବରଦାତା, ବାବଦୂକ ଇତ୍ୟାଦି କୁହାଯାଇଥାଏ। କିନ୍ତୁ ଏ ଦାୟିତ୍ୱ ଏତେ ଗୁରୁତ୍ୱପୂର୍ଣ୍ଣ ଓ କଷ୍ଟସାଧ୍ୟ ଯେ ଜଣେ ସେମିତି ବିଚକ୍ଷଣ, ବୁଦ୍ଧିମାନ, ଦୂରଦୃଷ୍ଟିସମ୍ପନ୍ନ ଓ ଧୈର୍ଯ୍ୟବାନ୍‌ ଲୋକ ନ ହେଲେ ଏଭଳି କାର୍ଯ୍ୟକୁ ନେଇଆଣି ଥୋଇପାରେ ନାହିଁ। ତେଣୁ ହୁଏତ ଲୋକମୁଖରେ ପ୍ରଚଳିତ ଆପ୍ତବାଣୀ, ”ଚାରୈଃ ପଶ୍ୟନ୍ତି ରାଜାନଃ, ଅଥବା ଜାନିୟାତ୍ମ ପ୍ରେଷଣେ ଭୃତ୍ୟାନ“ ଅନେକଦିନରୁ ଗଡ଼ି ଆସୁଛି। ମାତ୍ର ଆଶ୍ଚର୍ଯ୍ୟର କଥା ଯାହା ମଣିଷ ଦ୍ୱାରା ସମ୍ଭବ ହୁଏନା ତାହାକୁ ଇତରପ୍ରାଣୀ, ପକ୍ଷୀମାନେ ସୁଚାରୁ ରୂପରେ ସମ୍ପାଦନ କରିଥା’ନ୍ତି। ସେ ବିଷୟରେ କିଛି ଆଲୋଚନା କରିବା ଏ ପ୍ରବନ୍ଧଟିର ଉଦ୍ଦେଶ୍ୟ I
ରାମାୟଣର ସୀତା ଚୋରି ଉପାଖ୍ୟାନରେ ଦେବୀ ସୀତା ବନ, ପାହାଡ଼, ପର୍ବତ, ବୃକ୍ଷ, ଲତା ଇତ୍ୟାଦିଙ୍କ ନିକଟରେ ବିଳାପକରି (ହେ ବନଗିରି, ହେ ଲତାଗିରି ମୋ କାନ୍ତ ଗଲେ ମୃଗ ମାରି…) ନିଜର ବାର୍ତ୍ତା କାନ୍ତ ଶ୍ରୀରାମଙ୍କ ପାଖରେ ପହଞ୍ଚେଇଦେବାକୁ ଅନୁରୋଧ କରିଥିଲେ I ପର୍ବତ ଉପରେ ଉପବିଷ୍ଟ କେତେକ ବାନରଙ୍କୁ ଲକ୍ଷ୍ୟକରି ନିଜ ଅଙ୍ଗର କିଛି ଅଳଙ୍କାର ଫିଙ୍ଗିଦେଇଥିଲେ ଯାହା ପରବର୍ତ୍ତୀ ସମୟରେ ଲକ୍ଷ୍ୟସ୍ଥଳରେ ତାଙ୍କର ସୂଚନା ପ୍ରଦାନ କରିଥିଲା I ନଳ ଦମୟନ୍ତୀଙ୍କ ମିଳନ ପାଇଁ ଏକ ରାଜହଂସ ହିଁ ଯୋଗସୂତ୍ରକାରୀ ଥିଲା। ମହାଭାରତରେ ବର୍ଣ୍ଣିତ ଯୁଧିଷ୍ଠିର ଯକ୍ଷ ସମ୍ବାଦରେ ଏକ ବକ (ଧର୍ମବକ) ହିଁ ପାଣ୍ଡବମାନଙ୍କୁ ପ୍ରାକ୍‌ ସୂଚନା ମାଧ୍ୟମରେ ମୃତ୍ୟୁମୁଖରୁ ବଞ୍ଚେଇଥିଲା। ଏପରିକି ସେମାନଙ୍କର ସ୍ବର୍ଗଯାତ୍ରା ସମୟରେ ଏକ ଶାନ (ଧର୍ମ ଦେବତା) ତାଙ୍କର ପଥ ପ୍ରଦର୍ଶକ ହୋଇଥିଲା। ସୀତା ରାମ ନିଜ ନିଜର ଗୁପ୍ତକଥା ହନୁମାନ ମାଧ୍ୟମରେ ହିଁ ବିନିମୟ କରିଥିଲେ।
ଯୁଗ ଯୁଗ ଧରି କପୋତ ଏବଂ ପାରା ସମ୍ବାଦ ଆଦାନ ପ୍ରଦାନର ଏକ ନିର୍ଭରଯୋଗ୍ୟ ମାଧ୍ୟମ ଭାବରେ ବ୍ୟବହୃତ ହୋଇ ଆସୁଛି। ସେଥିପାଇଁ କପୋତକୁ ଶାନ୍ତିର ଦୂତ ଆଖ୍ୟା ଦିଆଯାଇଛି। ସତ୍ୟର ଅନୁସନ୍ଧାନ ପାଇଁ କିମ୍ବା ଅପରାଧର ସୂତ୍ର ଖୋଜି ବାହାର କରିବା ପାଇଁ ଏବେ ବି ଶାନ (ଡଗ୍‌ ସ୍କାଡ୍‌) ବ୍ୟବସ୍ଥା ବଳବତ୍ତର ରହିଅଛି I ଆମ ଦୈନନ୍ଦିନ ଜୀବନରେ ବିଭିନ୍ନ ପ୍ରକାର ପଶୁପକ୍ଷୀ କୌଣସି ଘଟଣା ଘଟିବାର ପୂର୍ବ ସଙ୍କେତ ଦେଇଥାନ୍ତି ଯେପରି କୁଆ ରାବିଲେ ବନ୍ଧୁ ଆଗମନ, ରାତ୍ରିର ସମାପ୍ତି କିମ୍ବା ଅଶୁଭ ସଙ୍କେତର ସୂଚନା ମିଳେ। କୁଆକୁ ଯମଦୂତ (କାକୋସି ଯମଦୂତୋପି) କୁହାଯାଏ। କୁକ୍କୁଟର ରଡ଼ି ଦିନ ଆରମ୍ଭର ନିଦର୍ଶନ, ଝିଟିପିଟିର ଟିକ୍‌ ଟିକ୍‌ ଶବ୍ଦକୁ ସତ ବୋଲି ମାନି ନିଆଯାଏ। କୁକୁର ଭୁକିଲେ ଅଜଣା ଲୋକର ପ୍ରବେଶ, ବିରାଡ଼ି ବୋବାଇଲେ ସାପ ଆସିଥିବା, ଭଦଭଦଳିଆର କୂଜନ ସୁସମ୍ବାଦ, ହଳଦୀବସନ୍ତର ଗତିବିଧିରୁ ପ୍ରଶ୍ନୋତ୍ତର, ଯୋଡ଼ିବଣି ଧନପ୍ରାପ୍ତି, ରାତି ଅଧରେ ଫେରଣ୍ଡା(ଭେରଣ୍ଡା) ଭୁକିଲେ ମୃତ୍ୟୁ ଖବର, ବେଙ୍ଗର ରଡ଼ିରେ କିମ୍ବା ମୟୂରର ନୃତ୍ୟରେ ବର୍ଷାଗମନ, ପିକ ଧ୍ୱନି ବସନ୍ତର ବାବଦୂକ ଇତ୍ୟାଦି ଇତ୍ୟାଦି।
ଏକ ବ୍ୟଥିତ ହୃଦୟର ବିରହବାର୍ତ୍ତାକୁ ତା’ର ମନର ମଣିଷ ପାଖରେ ପହଞ୍ଚେଇ ଦେବାପାଇଁ ମଣିଷ ଯେତେବେଳେ ଭାବବିହ୍ବଳ ହୋଇପଡ଼େ ବାସ୍ତବତାକୁ ଭୁଲିଯାଇ ସେ କିପରି ନିର୍ବାକ ଓ ନିର୍ଜୀବ ବସ୍ତୁକୁ ଆକୁଳ ନିବେଦନ କରେ ତା’ର ମୂକସାକ୍ଷୀ ହୋଇରହିଯାଇଛି ଚିରଭାସ୍ବର, କାଳଜୟୀ ଦୁଇଟି ମହାକାବ୍ୟ ‘ମେଘଦୂତ’ ଏବଂ ‘ରବିନସନ କୃସୋ’ I
ଅଳକାପୁରୀରୁ ବିଚ୍ୟୁତ ଶାପଗ୍ରସ୍ତ ଯକ୍ଷ ମର୍ତ୍ତ୍ୟର ରାମଗିରିରେ ଅବସ୍ଥାପନ କରୁଥିବା ବେଳେ ଆକାଶରେ ଭାସମାନ ମେଘଖଣ୍ଡକୁ ଦେଖି ଏତେ ଭାବବିହ୍ବଳ ହୋଇପଡ଼ିଥିଲା ଯେ ତା’ ମାଧ୍ୟମରେ ନିଜର ପ୍ରାଣପ୍ରିୟା ଯକ୍ଷିଣୀ ନିକଟକୁ ବିରହବିଧୂର ସନ୍ଦେଶ ପ୍ରେରଣପାଇଁ ଆକୁଳ ନିବେଦନ କରିଥିଲା। ସେହିପରି ସ୍କଟିସ ନାବିକ ଆଲେକ୍‌ଣ୍ଡାର ସେଲ୍‌କାର୍କ ନିଜର ସହକର୍ମୀଙ୍କ ଦ୍ୱାରା ପରିତ୍ୟକ୍ତ ହୋଇ ଏକ ଭୟଙ୍କର ନିର୍ଜନ ଅଜ୍ଞାତ ଦୀପରେ ଏକାକୀ ରହୁଥିବା ବେଳେ ନିଜର ଜନ୍ମଭୂମି ଓ ପ୍ରିୟଜନଙ୍କର ବାର୍ତ୍ତା ଆଣି ତାଙ୍କ ନିକଟରେ ପହଞ୍ଚେଇ ଦେବା ପାଇଁ ପବନକୁ ଅନୁନୟ କରିଥିଲେ। ଆଜିର ଇଲେକ୍ଟ୍ରୋନିକ ଯୁଗରେ ଯେଉଁଠି ସମ୍ପର୍କ ସ୍ଥାପନର ସହଜଲଭ୍ୟ ମାଧ୍ୟମ ମଣିଷର ନଖଅଗରେ ପହଞ୍ଚିଗଲାଣି ସେଠି ବି ଉପରୋକ୍ତ ମାଧ୍ୟମଗୁଡିକର ପ୍ରସଙ୍ଗିକତା ସମ୍ପୂର୍ଣ୍ଣ ଅମୂଳକ ନୁହେଁ।
ଶାସ୍ତ୍ରୀନଗର, ଭୁବନେଶ୍ୱର
ମୋ: ୯୪୩୮୬୭୩୮୯୮


Enter your email to get our daily news in your inbox.

All Right Reserved By Dharitri.Com

ମହେନ୍ଦ୍ରଗିରିର ଶିବ ମହିମା

ମହେନ୍ଦ୍ରଗିରି ପର୍ୱତ, ଯେଉଁ ପର୍ୱତ ଦିନେ ଥିଲା ଶ୍ୱେତକମଣ୍ଡଳ ରାଜ୍ୟର ଅଂଶବିଶେଷ, ଯେଉଁ ପର୍ୱତକୁ ନିଜ କବିତାରେ ସ୍ଥାନ ଦେଇଛନ୍ତି ଗୋଦାବରୀଶ ମିଶ୍ର, ଗୋପବନ୍ଧୁ ଦାସ ଏବଂ…

ଦେଶଭକ୍ତି ଚିନ୍ତା

ଆମ ଦେଶରେ ଜାତୀୟତାବାଦର ଅତ୍ୟଧିକ ଚାହିଦା ରହିଛି, ହେଲେ ସବୁବେଳେ ଏଠାରେ ଏହାର ଅଭାବ ଥିବା ମନେହୁଏ। ମୋ ଜୀବନରେ ଅତିବାହିତ ସବୁ ଦଶନ୍ଧିରେ ‘ବନ୍ଦେ ମାତରମ୍‌’କୁ…

ମୁଁ ଗୋଟିଏ ଗାଈ

ହାଁ ହାଁ ବାଇମନ… ରୁହ ରୁହ…! ଶୀର୍ଷକଟିକୁ ପଢ଼ି ଦେଇ ପିଲାବେଳର ରଚନା ଭାବି ଆଖି ବୁଲାଇ ନିଅନ୍ତୁନି! ଯେମିତି ଆପଣଙ୍କର ପିଲାବେଳ ଆଉ ନାହିଁ! ସେମିତି…

ଆମକୁ ଯାହା ଲଜ୍ଜା ନାହିଁ

ଅମ ଓଡ଼ିଶା ଭାଷା, ସାହିତ୍ୟ, ସଂସ୍କୃତି, ଚଳଣି, ଆମ ଖାଦ୍ୟ, ଆମ ବିଚାରଧାରା ସବୁଠି ବର୍ତ୍ତମାନ ଅନୁପ୍ରବେଶର ଉପଦ୍ରବ। ଏସବୁ ଭିତରେ ଊଣା ଅଧିକେ ହଜିବାକୁ ବସିଲାଣି…

ବିକଳ୍ପ ଶେଷ

ବର୍ଷ ବର୍ଷ ଧରି ସିଭିଲ ସର୍ଭିସ ପରୀକ୍ଷାରେ ବ୍ୟବସ୍ଥାଗତ ତ୍ରୁଟି ରହିଥିଲା। ପରୀକ୍ଷାରେ ପାସ୍‌ କରି ଆଇଏଏସ୍‌ କିମ୍ବା ଆଇଏଫ୍‌ଏସ୍‌ରେ ପ୍ରବେଶ କଲେ ମଧ୍ୟ ସେମାନେ ଭଲ…

ଏଇ ଭାରତରେ

ସୁନ୍ଦରବନର ଏକ ଗାଁର ଲୋକେ ଜୀବନ-ଜୀବିକା ସଂଘର୍ଷରେ ବିଜୟୀ ହୋଇଛନ୍ତି। ପଶ୍ଚିମବଙ୍ଗ ସନ୍ଦେଶ୍‌ଖାଲି ବ୍ଲକ ଜେଲିଆଖଲି ଗାଁକୁ ଅନେକ ଛୋଟ ନଦୀ ଘେରିରହିଛି। କୋଲ୍‌କାତାଠାରୁ ୭୨ କି.ମି.…

ରେଡିଓ: ମନର କଥା କହେ

ରେଡିଓ ଆମ ଜୀବନରେ ଏକ ଅବିଚ୍ଛେଦ୍ୟ ଅଙ୍ଗ ହୋଇରହିଛି। ସେ ସୂଚନା ପ୍ରସାରଣ ହେଉ କି ଆନନ୍ଦ ପ୍ରଦାନ, ରେଡିଓ ସବୁବେଳେ ଆମ ସାଥିରେ ରହିଛି। ମନେପଡୁଛି…

ଆସ୍ଥାର ବଜାରୀକରଣ

ଭାରତୀୟ ସଂସ୍କୃତିର ପ୍ରାଣକେନ୍ଦ୍ର ହେଉଛି ଆଧ୍ୟାତ୍ମିକତା। ଏଠାରେ ଦେବଦେବୀମାନେ କେବଳ ପୂଜାପାଠର ମାଧ୍ୟମ ନୁହନ୍ତି, ବରଂ ସେମାନେ ଆମ ଜୀବନଶୈଳୀ, ସଂସ୍କାର ଏବଂ ନୈତିକତାର ପ୍ରତୀକ। ହିନ୍ଦୁ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri