୭ ଦଫା ଦାବିରେ ଅଙ୍ଗନୱାଡ଼ି କର୍ମୀଙ୍କ ଅନିର୍ଦ୍ଦିଷ୍ଟ କାଳ କାର୍ଯ୍ୟବନ୍ଦ ଆନ୍ଦୋଳନ, କୋକସରାରେ ବିକ୍ଷୋଭ

କୋକସରା,୨୫।୧୧(ଦୁଷ୍ମନ୍ତ କୁମାର ପାଟ୍ଟଯୋଷୀ): ଅଲ୍ ଓଡ଼ିଶା ଅଙ୍ଗନୱାଡ଼ି ଲେଡିଜ ୱାର୍କରସ୍ ଆସେସିଏସନ୍ ପକ୍ଷରୁ ସୋମବାରଠାରୁ ୭ଦଫା ଦାବି ନେଇ ଅନିର୍ଦ୍ଧିଷ୍ଟ କାଳ ପାଇଁ କାର୍ଯ୍ୟବନ୍ଦ ଆନ୍ଦୋଳନ ଡ଼ାକରା ଦିଆଯାଇଛି । ଏହି କ୍ରମରେ କୋକସରା ବ୍ଲକରେ ସ୍ବମନିତ ଶିଶୁ ବିକାଶ କାର୍ଯ୍ୟଳୟଠାରେ ବୁଧବାରଠାରୁ ଅଙ୍ଗନୱାଡ଼ି କର୍ମୀ ଓ ସହାୟିକାମାନେ ଅନିର୍ଦ୍ଧିଷ୍ଟ କାଳ ପର୍ଯ୍ୟନ୍ତ କାର୍ଯ୍ୟବନ୍ଦ ଆନ୍ଦୋଳନକୁ ଓହ୍ଲାଇଛନ୍ତି । ଏହାସହ ସିଡିପିଓଙ୍କ କାର୍ଯ୍ୟାଳୟ ଆଗରେ ବିକ୍ଷୋଭ ପ୍ରଦର୍ଶନ କରିଛନ୍ତି ।

ସେମାନଙ୍କ ୭ଟି ପ୍ରମୁଖ ଦାବି ମଧ୍ୟରେ ଅଙ୍ଗନୱାଡ଼ି କର୍ମୀ ଓ ସହାୟିକାମାନଙ୍କୁ ସରକାରୀ କର୍ମଚାରୀର ମାନ୍ୟତା, ମାନ୍ୟତା ପ୍ରଦାନ ନହେବା ପର୍ଯ୍ୟନ୍ତ ଅଙ୍ଗନୱାଡ଼ି କର୍ମୀଙ୍କୁ ୩୦ ହଜାର ଏବଂ ସହାୟିକା ମାନଙ୍କୁ ୧୫ ହଜାର ଟଙ୍କା ପାରିଶ୍ରମିକ ପ୍ରଦାନ, ସମସ୍ତ ଅଙ୍ଗନୱାଡ଼ି ଓ ସହାୟିକାଙ୍କୁ ଗ୍ରାଚ୍ୟୁଇଟି ପ୍ରଦାନ, ୬୦ ବର୍ଷ ସେବା ପୂରଣ ହେବାପରେ ଦୁଇ ବର୍ଷିଆ ସମ୍ପ୍ରସାରିତ ନିଯୁକ୍ତି, ଅଙ୍ଗନୱାଡ଼ି କର୍ମୀଙ୍କୁ ୧୦ ଲକ୍ଷ ଓ ସହାୟିକାଙ୍କୁ ୫ ଲକ୍ଷ ଅବସରକାଳୀନ ସହାୟତା ପ୍ରଦାନ, ଅଙ୍ଗନୱାଡ଼ି କର୍ମୀଙ୍କ ପଦୋନ୍ନତି ପ୍ରକିୟାକୁ ପ୍ରତିବର୍ଷ ନିୟମିତ କାରାଯାଉ ଏବଂ ଅଙ୍ଗନୱାଡ଼ି ସହାୟିକାଙ୍କ ପଦୋନ୍ନତି କ୍ଷେତ୍ରରେ ଥିବା ବୟସ ସୀମା ଉଛେଦ କରାଯିବା ଭଲି ଦାବି ଗୁଡିକ ରହିଛି।

ସରକାର ସେମାନଙ୍କ ଏହି ଦାବି ଗୁଡିକ ପୂରଣ ନକରିବା ପର୍ଯ୍ୟନ୍ତ ଅନିର୍ଦ୍ଦିଷ୍ଟ କାଳ ପାଇଁ କାର୍ଯ୍ୟବନ୍ଦ ଆନ୍ଦୋଳନ କରାଯିବ ବୋଲି ସଂଘ ଚେତାବନୀ ଦେଇଛନ୍ତି । ଅଙ୍ଗନୱାଡ଼ି କର୍ମୀଙ୍କ ଏହି ଆନ୍ଦୋଳନ ଫଳରେ କେନ୍ଦ୍ର ଗୁଡ଼ିକ ଠପ୍ ହୋଇଥିବା ଶିଶୁ, ପ୍ରସୂତି ଓ ଗର୍ଭବତୀମାନେ ନାହିଁ ନଥିବା ଅସୁବିଧାର ସମ୍ମୁଖୀନ ହେଉଛନ୍ତି । ଏହି ଆନ୍ଦୋଳନରେ ସଭାପତି ଦମୟନ୍ତୀ ବେଶ୍ରା, ନୀର ମହାନନ୍ଦ, ସେକ୍ଟର ଲିଡର ସୌଦାମିନୀ ବେହେରା, ଅଭିନ ପଟ୍ଟନାୟକ, ପୂର୍ଣ୍ଣମୀ ନାଏକ, ଚଞ୍ଚଳା ଦଳପତି, ରଶ୍ମିତା ନାଏକ, ଗାୟତ୍ରୀ ମାଝୀ, ଭୂମିସୂତା ମାଝୀ ସମେତ ବିଭିନ୍ନ କେନ୍ଦ୍ରର ଅଙ୍ଗନୱାଡ଼ି କର୍ମୀ ଓ ସହାୟିକାମାନେ ସାମିଲ ହୋଇଛନ୍ତି ।

 

Dharitri – Odisha’s No.1 Odia Daily

Share