ଆଦର୍ଶ ସାଜିଛି ଅଙ୍ଗନଓ୍ବାଡି

ଢେଙ୍କାନାଳ ଅଫିସ, ୭।୫

ପରିଷ୍କାର ପରିଚ୍ଛନ୍ନ ବାତାବରଣ। ନୂଆ ରଙ୍ଗରେ ଝଲସୁଛି କୋଠା। ଅଙ୍କା ଯାଇଛି ଭଳିକି ଭଳି ରଙ୍ଗବେରଙ୍ଗ ଚିତ୍ର। ବାହାର ପରିବେଶଠୁ ଆହୁରି ଚମତ୍କାର ଭିତରର ଦୃଶ୍ୟ। ପଡ଼ିଛି ରଙ୍ଗିନ ପ୍ଲାଷ୍ଟିକ୍‌ ଚେୟାର, ଟେବୁଲ। କୁନି ପିଲାମାନେ ଯେପରି ସହଜରେ ବିଭିନ୍ନ ବିଷୟ ମନେରଖିପାରିବେ, ତାହାକୁ ନଜରରେ ରଖି କରାଯାଇଛି କାନ୍ଥଚିତ୍ର। ରେଖାଚିତ୍ର ମାଧ୍ୟମରେ ଉଲ୍ଲେଖ କରାଯାଇଛି ଗଣିତ, ଜ୍ୟାମିତି, ବିଜ୍ଞାନର ବିଭିନ୍ନ ବିଷୟ। ଏଭଳି କିଛି ଦୃଶ୍ୟ ଦେଖିବାକୁ ମିଳିଛି ଢେଙ୍କାନାଳ ଜିଲା ଗଁଦିଆ ବ୍ଲକ ବାଇଁଶିଆ ପଞ୍ଚାୟତ ଅନ୍ତର୍ଗତ ବହ୍ଲଭ ଅଙ୍ଗନଓ୍ବାଡି କେନ୍ଦ୍ରରେ, ଯେଉଁଥିରୁ ବାରିହୋଇପଡୁଛି ସରକାରୀ ଯୋଜନାର ସଫଳ ରୂପାୟନ। ପରିଚାଳନାଗତ ଅବ୍ୟବସ୍ଥା ଯୋଗୁ ପ୍ରାକ୍‌ ପ୍ରାଥମିକ ଶିକ୍ଷାର ରୁଗ୍‌ଣ ଚିତ୍ର ଚର୍ଚ୍ଚାର ଶିରୋନାମା ପାଲଟୁଥିବାବେଳେ ଏହି ଅଙ୍ଗନଓ୍ବାଡି କେନ୍ଦ୍ର ପାଲଟିଛି ଅନ୍ୟମାନଙ୍କ ପାଇଁ ଆଦର୍ଶ।
ସରକାରୀ ଅର୍ଥର ସୁପରିଚାଳନା ଅଭାବରୁ ରାଜ୍ୟର ଅନେକ ଅଙ୍ଗନଓ୍ବାଡି କେନ୍ଦ୍ର ଅବସ୍ଥା କହିଲେ ନ ସରେ। କେଉଁଠି ଭଙ୍ଗାଘରେ ଶିକ୍ଷାଦାନ ଚାଲୁଛି ତ ଆଉ କେଉଁଠି ପିଲାମାନେ ବସିବା ଲାଗି ଚୌକି ଟେବୁଲ ନାହିଁ। ହେଲେ ପଞ୍ଚାୟତ ଜନପ୍ରତିନିଧିଙ୍କ ଇଚ୍ଛାଶକ୍ତି, ବିଭାଗୀୟ ଅଧିକାରୀଙ୍କ ଉଦ୍ୟମରେ ଗ୍ରାମପଞ୍ଚାୟତ ବିକାଶ ଯୋଜନାରେ ସାମିଲ ହୋଇଥିବା ବହ୍ଲଭ ଗ୍ରାମର ୨ ଅଙ୍ଗନୱାଡି କେନ୍ଦ୍ର ସାରା ଜିଲାରେ ସୃଷ୍ଟି କରିଛି ନିଆରା ଉଦାହରଣ। ଏଠାରେ ନିର୍ମିତ ଅଙ୍ଗନୱାଡି କେନ୍ଦ୍ର (କ)କୁ ୧୪ତମ କେନ୍ଦ୍ରୀୟ ଅର୍ଥ ଆୟୋଗ ଅନୁଦାନ (୧ ଲକ୍ଷ ୫୦ ହଜାର ଟଙ୍କା) ଓ ଅଙ୍ଗନୱାଡି କେନ୍ଦ୍ର (ଖ)କୁ ୧୫ତମ କେନ୍ଦ୍ରୀୟ ଅର୍ଥ ଆୟୋଗ ଅନୁଦାନ (୧ଲକ୍ଷ ୮୦ହଜାର ଟଙ୍କା)ରେ ନୂଆ ରୂପ ଦିଆଯାଇଛି। ପ୍ରାକ୍‌ ବିଦ୍ୟାଳୟରେ ଉପସ୍ଥାନ ବଢ଼ାଇବା, ଶିଶୁଙ୍କୁ ଅଙ୍ଗନୱାଡି କେନ୍ଦ୍ର ପ୍ରତି ଆକୃଷ୍ଟ କରାଇବା ଏହାର ପ୍ରମୁଖ ଉଦ୍ଦେଶ୍ୟ। ସରକାରୀ ଅର୍ଥ ବିନିଯୋଗ କରି ଅଙ୍ଗନୱାଡି କେନ୍ଦ୍ର ପରିସରରେ ଫୁଲ ବଗିଚା କରାଯାଇଛି। ବିଭିନ୍ନ ଶିକ୍ଷଣୀୟ ଚିତ୍ର ଅଙ୍କାଯାଇଥିବାବେଳେ ଚେୟାର ଟେବୁଲ ଯୋଗାଇ ଦିଆଯାଇଛି। ବିଶୁଦ୍ଧ ଜଳ ପାଇଁ ଆକ୍ୱାଗାର୍ଡ ଲଗାଯାଇଛି। ପିଲାଙ୍କ ମନୋରଞ୍ଜନ ପାଇଁ ଟିଭି ମଧ୍ୟ ପ୍ରଦାନ କରାଯାଇଛି। ପଞ୍ଚାୟତ ପ୍ରଶାସନ ଉଦ୍ୟମରେ ଜିଲାରେ ପ୍ରଥମ ଥର ଏଭଳି ଦୁଇଟି ଅଙ୍ଗନଓ୍ବାଡି କେନ୍ଦ୍ରର ବିକାଶ କରାଯାଇଛି। ଆଗାମୀ ଦିନରେ ସବୁ ପଞ୍ଚାୟତ ପକ୍ଷରୁ ଏଭଳି ଉଦ୍ୟମ କରାଗଲେ ଶିଶୁଙ୍କ ପ୍ରାକ୍‌ଶିକ୍ଷା ଫଳପ୍ରଦ ହେବ ବୋଲି ବୁଦ୍ଧିଜୀବୀମାନେ କହିଛନ୍ତି।
ଇଚ୍ଛାଶକ୍ତି ଥିଲେ ସବୁ ସମ୍ଭବ
ଜିଲା ଗ୍ରାମ୍ୟ ଉନ୍ନୟନ ସଂସ୍ଥା ପକ୍ଷରୁ ୨୦୧୯ରେ ବ୍ରହ୍ମପୁରକୁ ଏକ୍ସପୋଜର ଭିଜିଟ୍‌ରେ ଯାଇଥିବାବେଳେ ପଞ୍ଚାୟତ ପକ୍ଷରୁ କରାଯାଇଥିବା ରୁରାଲ ପାର୍କ, ଅଙ୍ଗନୱାଡି କେନ୍ଦ୍ର ବୁଲି ଦେଖିଥିଲୁ। ପଞ୍ଚାୟତରେ ଏହା କାର୍ଯ୍ୟକାରୀ କରିବାକୁ ନିଷ୍ପତ୍ତି ନେଇ ଯୋଜନା ପ୍ରସ୍ତୁତ କରାଯାଇଥିଲା। କେନ୍ଦ୍ରୀୟ ଅର୍ଥ ଆୟୋଗ ଅନୁଦାନ ଟଙ୍କାରେ ୨ ଅଙ୍ଗନଓ୍ବାଡି କେନ୍ଦ୍ରର ଉନ୍ନତୀକରଣ କରାଯାଇଛି। ଇଚ୍ଛାଶକ୍ତି ଓ ମନୋବଳ ଥିଲେ ସବୁ ସମ୍ଭବ।
-ସୁବୋଧ କୁମାର ପଣ୍ଡା, ବାଇଁଶିଆ ସରପଞ୍ଚ
ଆକୃଷ୍ଟ କରୁଛି ବାତାବରଣ
ପଞ୍ଚାୟତ ପକ୍ଷରୁ ଅଙ୍ଗନଓ୍ବାଡି କେନ୍ଦ୍ରରେ ପାନୀୟଜଳ, ବିଦ୍ୟୁତ୍‌ ସଂଯୋଗ ବ୍ୟବସ୍ଥା କରାଯାଇଛି। ଶିକ୍ଷାଦାନକୁ ଅଧିକ ଫଳପ୍ରଦ କରିବାକୁ ଟିଭି ଦିଆଯାଇଛି। ଚିତ୍ର ମାଧ୍ୟମରେ ଶିକ୍ଷାଦାନ ଲାଭଦାୟକ ସାବ୍ୟସ୍ତ ହୋଇଛି। ପ୍ଲେ-ସ୍କୁଲ ଭଳି ଏଠାରେ ସବୁ ଆବଶ୍ୟକ ସୁବିଧା କରାଯାଇଛି। ଏଭଳି ବାତାବରଣ ପିଲାଙ୍କ ମଧ୍ୟରେ ପାଠପଢ଼ିବା ଏବଂ ନିୟମିତ ଅଙ୍ଗନଓ୍ବାଡି କେନ୍ଦ୍ରକୁ ଆସିବା ଲାଗି ଆଗ୍ରହ ସୃଷ୍ଟି କରିଛି।
-ସଂଯୁକ୍ତା ନାୟକ, ଅଙ୍ଗନୱାଡି କର୍ମୀ, ବହ୍ଲଭ (କ) କେନ୍ଦ୍ର
ସବୁ ପଞ୍ଚାୟତରେ ଲାଗୁ ହେଉ
ବଲ୍ଲଭ ଗ୍ରାମର ଦୁଇ ଅଙ୍ଗନଓ୍ବାଡି ଅନ୍ୟମାନଙ୍କ ପାଇଁ ଆଦର୍ଶ। ଭୟମୁକ୍ତ ବାତାବରଣ ଭିତରେ ପିଲାମାନଙ୍କ ପାଠପଢ଼ିବା ଲାଗି ଏଠାରେ ଆବଶ୍ୟକ ସମସ୍ତ ସୁବିଧା କରାଯାଇଛି। ଏହାପରେ ଗ୍ରାମର ସବୁ ଛୋଟ ଛୋଟ ପିଲା ଏଠାକୁ ଆସିବାକୁ ଆଗ୍ରହ ପ୍ରକାଶ କରୁଛନ୍ତି। ପ୍ରତି ପଞ୍ଚାୟତରେ ସରକାରୀ ଅନୁଦାନର ଏଭଳି ସୁବିନିଯୋଗ ହେବା ଉଚିତ। ସମସ୍ତ ଅଙ୍ଗନୱାଡି କେନ୍ଦ୍ରର ଉନ୍ନତୀକରଣ କରାଗଲେ ଡ୍ରପ୍‌ ଆଉଟ୍‌ ହାର କମିବ।
-ଅଭିରାମ ପଣ୍ଡା, ଯାଞ୍ଚ କମିଟି ସଦସ୍ୟ


Enter your email to get our daily news in your inbox.

All Right Reserved By Dharitri.Com

LPG ପରେ ଆଉ ଏକ ବଡ଼ ସଙ୍କଟ; ୧୦ରୁ ୧୫ ପ୍ରତିଶତ ଯାଏ ବଢିପାରେ ଦର…

ନୂଆଦିଲ୍ଲୀ,୨୭।୩: LPG ସଙ୍କଟ ଭିତରେ ଜନତାଙ୍କୁ ବହୁ ଜଲଦି ଆଉ ଏକ ଝଟକା ଲାଗିବାକୁ ଯାଉଛି । ପଶ୍ଚିମ ଏସିଆରେ ଚାଲୁଥିବା ଏହି ଯୁଦ୍ଧ ଯୋଗ ବର୍ତ୍ତମାନ…

ରେଳମନ୍ତ୍ରୀ ଅଶ୍ୱିନୀ ବୈଷ୍ଣବଙ୍କ ବଡ଼ ଘୋଷଣା, ଓଡ଼ିଶାକୁ ୧୦,୫୯୯ କୋଟିର…

ନୂଆଦିଲ୍ଲୀ,୨୭।୩: ଓଡ଼ିଶାର ରେଳ ଭିତ୍ତିଭୂମି ବିକାଶ କ୍ଷେତ୍ରରେ କେନ୍ଦ୍ର ସରକାର ଏକ ବଡ଼ ପଦକ୍ଷେପ ଗ୍ରହଣ କରିଛନ୍ତି। ଆର୍ଥିକ ବର୍ଷ ୨୦୨୫-୨୬ ପାଇଁ ଓଡ଼ିଶାକୁ ରେଳବାଇ କ୍ଷେତ୍ରରେ…

ପଶ୍ଚିମ ଏସିଆ ସଂଘର୍ଷ: ମୁଖ୍ୟମନ୍ତ୍ରୀମାନଙ୍କ ସହ ପ୍ରଧାନମନ୍ତ୍ରୀଙ୍କ ଗୁରୁତ୍ୱପୂର୍ଣ୍ଣ ବୈଠକ; ସାମିଲ ହେଲେ ନାହିଁ ଏସବୁ ରାଜ୍ୟର CM

ନୂଆଦିଲ୍ଲୀ,୨୭।୩: ପଶ୍ଚିମ ଏସିଆରେ ସୃଷ୍ଟି ହୋଇଥିବା ଯୁଦ୍ଧ ପରିସ୍ଥିତି ଏବଂ ଏହାର ବିଶ୍ୱସ୍ତରୀୟ ପ୍ରଭାବକୁ ଦୃଷ୍ଟିରେ ରଖି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଶୁକ୍ରବାର ଭିଡିଓ କନଫରେନ୍ସିଂ ମାଧ୍ୟମରେ…

ଚଳନ୍ତା ଟ୍ରେନ୍‌ରୁ ଡେଇଁ ପଡ଼ିଲେ ଯୁବକ, ଆଉ ତା’ପରେ…

ଛତ୍ରପୁର,୨୭ା୩(ଦିଲୀପ ସାମଲ): ଗଞ୍ଜାମ ଜିଲା ଛତ୍ରପୁର ନିକଟରେ ଚଳନ୍ତା ଟ୍ରେନରୁ ଖସିପଡି ଜଣେ ଯୁବକ ଆହତ ହୋଇଛନ୍ତି। ସେ ହେଲେ କେନ୍ଦୁଝର ଜିଲା ଗୁଣ୍ଠପୁର ଅଞ୍ଚଳର ବିକ୍ରମ…

ରାସ୍ତାକଡ଼ ବୁଦା ଭିତରୁ ମିଳିଲା ପୁଳାପୁଳା ସରକାରୀ ଔଷଧ, ଏକ୍ସପାଏରୀ ଡେଟ୍‌ ଥିଲେ ସୁଦ୍ଧା କିଏ ଫିଙ୍ଗିଲା ସେ ନେଇ…

ସୁନ୍ଦରଗଡ଼, ୨୭।୩(ଜୟ ନାରାୟଣ ମେଣ୍ଡୁଳି): ସରକାର ଗରିବ ଲୋକଙ୍କୁ ମାଗଣାରେ ସ୍ବାସ୍ଥ୍ୟସେବା ଓ ଔଷଧ ଯୋଗାଇବା ପାଇଁ କୋଟି କୋଟି ଟଙ୍କା ଖର୍ଚ୍ଚ କରୁଥିବା ବେଳେ, ସୁନ୍ଦରଗଡ଼ରେ…

ବିଦ୍ୟୁତ୍‌ କାଟ୍‌କୁ ନେଇ ବଢୁଛି ଅସନ୍ତୋଷ

ଶେରଗଡ଼,୨୭ା୩(ସୂର୍ଯ୍ୟ ନାରାୟଣ ଦାଶ): ଶେରଗଡ଼ରେ ବିଦ୍ୟୁତ୍‌ ବିଭ୍ରାଟ ଦିନକୁ ଦିନ ବଢ଼ିବାରେ ଲାଗିଛି। ମେଣ୍ଟେନାନ୍ସ ଆଳରେ ଏପରି ବିଦ୍ୟୁତ୍‌ କାଟ କରାଯାଉଥିବା ଅଭିଯୋଗ ହେଉଛି। ଏପରି ଦିନକୁ…

୩ୟ ବିଶ୍ୱଯୁଦ୍ଧର ଭୟଙ୍କର ରୂପ! ଆମେରିକା ସହ ଯୁଦ୍ଧ କରିବେ ୧୨ବର୍ଷର ପିଲା

ତେହରାନ,୨୭।୩: ଇରାନ-ଇସ୍ରାଏଲ ବିବାଦ ମଧ୍ୟରେ, ଯେତେବେଳେ ଆମେରିକା ଗୋଟିଏ ମୋର୍ଚ୍ଚାରେ ଇରାନରେ ତାର ସୈନ୍ୟ ମୁତୟନ କରିବାକୁ ପ୍ରସ୍ତୁତ ହେଉଛି, ଅନ୍ୟପଟେ ଇରାନ ଏବେ ତାର ସୈନ୍ୟବାହିନୀକୁ…

ଏପ୍ରିଲ ୧ରୁ ଆରମ୍ଭ ହେବ ମାରାଗୁଡ଼ା ଲୋକମହୋତ୍ସବ

ନୂଆପଡ଼ା,୨୭ା୩(ମକାରୁ ବେମାଲ): ନୂଆପଡ଼ା ଜିଲାର ଐତିହ୍ୟ, ଲୋକକଳା ଓ ସଂସ୍କୃତିର ମହାପାର୍ବଣ ମାରାଗୁଡ଼ା ଲୋକମହୋତ୍ସବ ଆସନ୍ତା ଏପ୍ରିଲ ୧ରୁ ୫ ତାରିଖ ପର୍ଯ୍ୟନ୍ତ ନୂଆପଡ଼ାର ନ୍ୟାଶନାଲ ମହାବିଦ୍ୟାଳୟ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri