ଅବ୍ୟବସ୍ଥାରେ କୁସୁମଗାଡ଼ିଆ ଅଙ୍ଗନଓ୍ବାଡି କେନ୍ଦ୍ର

ନୂଆଗାଁ,୨।୩ (ଡି.ଏନ.ଏ.): ନୟାଗଡ଼ ଜିଲା ନୂଆଗାଁ ବ୍ଲକ ଗୁମୀ ପଞ୍ଚାୟତ କୁସୁମଗାଡ଼ିଆ ଗ୍ରାମରେ ଥିବା ଅଙ୍ଗନଓ୍ବାଡି କେନ୍ଦ୍ର ନାନା ଅବ୍ୟବସ୍ଥା ମଧ୍ୟରେ ଚାଲିଛି। ୩ ମାସ ହେଲା ଶିଶୁମାନଙ୍କୁ ଅଣ୍ଡା ମିଳୁନାହିଁ। ୮ବର୍ଷ ହେଲା ଉକ୍ତ କେନ୍ଦ୍ର ପ୍ରତିଷ୍ଠା ହୋଇଥିଲେ ମଧ୍ୟ ନିଜସ୍ବ ଘର ନାହିଁ। ଅଙ୍ଗନଓ୍ବାଡି କର୍ମୀଙ୍କ ଘରେ ସେହି କେନ୍ଦ୍ର ଚାଲିଛି।
କୁସୁମଗାଡ଼ିଆ ଗ୍ରାମର ଗର୍ଭବତୀ, ପ୍ରସୂତି ମହିଳା ଓ ଶିଶୁମାନଙ୍କ ଦାୟିତ୍ୱ ନେବା ସହ ଶିଶୁମାନଙ୍କୁ ପୁଷ୍ଟିକର ଖାଦ୍ୟ ଯୋଗାଇ ଖେଳକୁଦ ମାଧ୍ୟମରେ ସେମାନଙ୍କ ଯତ୍ନ ନେବା ପାଇଁ ମିନି ଅଙ୍ଗନଓ୍ବାଡି କେନ୍ଦ୍ର ପ୍ରତିଷ୍ଠା କରାଯାଇଛି । ଦୀର୍ଘ ୮ ବର୍ଷ ହେଲା ମିନି ଅଙ୍ଗନଓ୍ବାଡି ପ୍ରତିଷ୍ଠା କରାଯାଇଥିଲେ ମଧ୍ୟ ଅଦ୍ୟାବଧି ନିଜସ୍ବ ଗୃହ ନିର୍ମାଣ କରାଯାଇ ନାହିଁ । ଯାହା ଫଳରେ କର୍ମୀ ନିଜ ଘରେ କେନ୍ଦ୍ରର ସମସ୍ତ କାମ କରିବା ସହ ଶିଶୁମାନଙ୍କୁ ରୋଷେଇ କରି ଦେଉଛନ୍ତି। ଉକ୍ତ କେନ୍ଦ୍ରରେ ୫ ଜଣ ଶିଶୁଙ୍କ ନାମ ଲେଖା ଯାଇଛି । ତେବେ ଉକ୍ତ ଶିଶୁମାନଙ୍କୁ କେଉଁ ଦିନ ଖାଦ୍ୟ ଦିଆ ଯାଉଛି ତ କେଉଁ ଦିନ ଦିଆ ଯାଉ ନାହିଁ । ଏପରିକି ୩ ମାସ ହେଲା ପ୍ରି ସ୍କୁଲ ଶିଶୁମାନଙ୍କୁ ଅଣ୍ଡା ଦିଆଯାଇ ନ ଥିବା ଗ୍ରାମବାସୀ ଅଭିଯୋଗ କରିଛନ୍ତି। ଗ୍ରାମବାସୀଙ୍କ ଅଭିଯୋଗର ସତ୍ୟାସତ୍ୟ ଜାଣିବା ପାଇଁ ଆମ ଖବରଦାତା କୁସୁମଗାଡିଆ ଗ୍ରାମରେ ପହଞ୍ଚତ୍ ଥିବା ବେଳେ ଅଙ୍ଗନଓ୍ବାଡ଼ି କେନ୍ଦ୍ର ଚାଲୁଥିବା କର୍ମୀଙ୍କ ଘରେ ତାଲା ଝୁଲୁଥିଲା । ଗ୍ରାମବାସୀଙ୍କୁ ପଚାରିବାରେ କର୍ମୀ କୌଣସି ଜଣେ ସମ୍ପର୍କୀୟଙ୍କ ଭୋଜିକୁ ଯାଇଥିବା କହିଥିଲେ। କର୍ମୀଙ୍କ ଅନୁପସ୍ଥିତ ଓ ଅଣ୍ଡା ନ ଦେବା ବାବଦରେ ସୁପରଭାଇଜର ମଞ୍ଜୁଶ୍ରୀ ପଣ୍ଡାଙ୍କୁ ପଚାରିବାରେ କୁସୁମଗାଡିଆ କର୍ମୀ ଡିମିରପଲି କେନ୍ଦ୍ରରେ ଛୁଟି ଦରଖାସ୍ତ ଦେଇ ଯାଇଛନ୍ତି। ସେ ଶିଶୁମାନଙ୍କୁ ଖାଦ୍ୟ ଦେଇ ନ ଥିବାରୁ ତାଙ୍କ ବିରୋଧରେ କାରଣ ଦର୍ଶାଅ ନୋଟିସ ଜାରି ହେବ । ଅଣ୍ଡା ନ ଦେବା ବାବଦରେ ତାଙ୍କୁ ବୁଝିବା ପରେ କହିବି ବୋଲି ସେ କହିଛନ୍ତି। ଅଭିଯୋଗ ବାବଦରେ କୁସୁମଗାଡିଆ ଅଙ୍ଗନଓ୍ବାଡି କର୍ମୀ ରୀନାରାଣୀ ପ୍ରଧାନଙ୍କୁ ଯୋଗଯୋଗ କରାଯାଇଥିଲେ ମଧ୍ୟ ତାହା ସମ୍ଭବ ହୋଇ ନ ଥିଲା।


Enter your email to get our daily news in your inbox.

All Right Reserved By Dharitri.Com

ମୁଖ୍ୟମନ୍ତ୍ରୀଙ୍କ ଗସ୍ତ ପାଇଁ ପ୍ରଶାସନ ତତ୍ପର

କେନ୍ଦୁଝର,୧୧।୨(ସ୍ବ.ପ୍ର.): ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଆସନ୍ତା ୧୩ ତାରିଖରେ କେନ୍ଦୁଝର ଜିଲା ଗସ୍ତରେ ଆସୁଥିବା ନେଇ ଦଳୀୟ ସୂତ୍ରରୁ ଜଣାପଡ଼ିଛି। ଏନେଇ ପ୍ରଶାସନ ପକ୍ଷରୁ ବ୍ୟାପକ...

ଡେଙ୍ଗୁ ପ୍ରତିରୋଧ ପାଇଁ ସାମୂହିକ ଉଦ୍ୟମ ଲୋଡା

ସୋନପୁର,୧୭।୫(ନି.ପ୍ର.)- ସୁବର୍ଣ୍ଣପୁର ଜିଲା ମୁଖ୍ୟ ଚିକିତ୍ସାଳୟ ପରିସରରେ ଜାତୀୟ ଡେଙ୍ଗୁ ଦିବସ ପାଳିତ ହୋଇଯାଇଛି। ଜିଲା ମୁଖ୍ୟ ଚିକିତ୍ସା ଓ ଜନସ୍ବାସ୍ଥ୍ୟ ଅଧିକାରୀ ଡାକ୍ତର ସରୋଜ...

୧୨ଜଣଙ୍କୁ ଦିଆଗଲା କୁକୁର କାମୁଡା ଇଞ୍ଜେକସନ

ଜୁନାଗଡ,୯।୪(ଡି.ଏନ୍‌.ଏ.): କଳାହାଣ୍ଡି ଜିଲା ଜୁନାଗଡ ସହରରେ ଗତ ୨ଦିନ ହେଲା ବୁଲା କୁକୁରଙ୍କ ଆତଙ୍କ ଦେଖିବାକୁ ମିଳିଛି। ସହରର ବିଭିନ୍ନ ପଡାରେ ଏହି କୁକୁରମାନେ ୨୦ଜଣଙ୍କୁ...

ଶ୍ରୀମନ୍ଦିର ଖୋଲିବାକୁ ହାଇକୋର୍ଟରେ ମାମଲା ଦାୟର

କଟକ ଅଫିସ, ୩।୮: କରୋନା ସଂକ୍ରମଣକୁ ଦୃଷ୍ଟିରେ ରଖି ରାଜ୍ୟରେ ଥିବା ବିଭିନ୍ନ ମନ୍ଦିରକୁ ବନ୍ଦ ରଖାଯାଇଛି। ତେବେ ମନ୍ଦିର ଖୋଲିବାକୁ ହାଇକୋର୍ଟରେ ୨ଟି ପୃଥକ...

ଗଞ୍ଜାମ ଏସ୍‌ପିଙ୍କ ପଦୋନ୍ନତି

ଛତ୍ରପୁର,୩୦ା୧୨(ଡି.ଏନ୍‌.ଏ.): ଗଞ୍ଜାମ ପୋଲିସ ଜିଲା ଏସପି ବ୍ରିଜେଶ କୁମାର ରାୟଙ୍କ ଡିଆଇଜି ଭାବେ ପଦୋନ୍ନତିି ହୋଇଛି। ୨୦୦୯ ବ୍ୟାଚର ଆଇପିଏସ ଅଫିସର ରାୟ ପ୍ରଥମେ ନବରଙ୍ଗପୁର...

ଛେଉଁଡ୍‌ ଛୁଆକେ ଉଧାର କଲା ଚାଇଲ୍ଡ ଲାଇନ୍‌

ଲାଠୋର, ୧୧ା୬ (ଡି.ଏନ୍‌.ଏ) : ବଲାଙ୍ଗୀର ଜିଲା ଖପ୍ରାଖୋଲ ବ୍ଲକ ଅଧୀନ ଲାଠୋର ତଲିପଡ଼ାର ଗୁଟେ ଛେଉଁଡ୍‌ ଛୁଆର ବାବ୍‌ଦେ ଗଲା ୬ ତାରିଖ ଗୁରୁବାର...

କିନ୍ନରଙ୍କ ଅଧିକାର ସମ୍ପର୍କିତ ଆଇନ ସଚେତନତା ଶିବିର

ମାଲକାନଗିରି ,୨୨ା୧(ସ୍ବ.ପ୍ର.): ମାଲକାନଗିରି ଜିଲା ଆଇନସେବା ପ୍ରାଧିକରଣ ମାଲକାନଗିରି ଆନୁକୂଲ୍ୟରେ ବୁଧବାର ବାଲିମେଳାସ୍ଥିତ ସରକାରୀ ଉଚ୍ଚ ବିଦ୍ୟାଳୟଠାରେ କିନ୍ନରଙ୍କ ଅଧିକାର ସମ୍ପର୍କିତ ଆଇନ ସଚେତନତା ଶିବିର...

ହାଇକୋର୍ଟଙ୍କୁ ପୁରୁଣା ମାମଲା ଅଡୁଆ

କଟକ ଅଫିସ,୧୨ା୮: ବହୁ ପୁରୁଣା ମାମଲାଗୁଡ଼ିକର ଶୁଣାଣି ବେଳେ ଏବେ ହାଇକୋର୍ଟ ସମସ୍ୟାର ସମ୍ମୁଖୀନ ହେଉଛନ୍ତି। ଏହି ମାମଲାଗୁଡ଼ିକ ପ୍ରାୟ ୧୬ରୁ ୨୦ ବର୍ଷ ହେଲା...

Advertisement
Archives

Model This Week