୧୪ ବର୍ଷ ଧରି ପର ଅଗଣାରେ ଚାଲିଛି ଅଙ୍ଗନଓ୍ବାଡି କେନ୍ଦ୍ର

କୋଡିଙ୍ଗା,୨୪।୧(ଡି.ଏନ୍‌.ଏ.):ଆଜକୁ ୧୪ବର୍ଷ ହେବ ନିଜସ୍ବ କୋଠା ନାହିଁ। କେତେବେଳେ କାହା ଅଗଣାରେ ତ କେତେବେଳେ କାହା ବାରଣ୍ଡାରେ। ଖରା ବର୍ଷାରେ ଚାଲୁଛି ଛୋଟ ପିଲା ଭବିଷ୍ୟତ ତିଆରି। ଏଥିସହ ମା’ ଓ ଶିଶୁଙ୍କ ପାଇଁ ଥିବା ଯୋଜନାର ଲାଭ ଉଠାଇ ପାର ନ ଥିବା ଅଭିଯୋଗ କରିଛନ୍ତି ଗ୍ରାମବାସୀ। ଦିଗହରା ହୋଇପଡିଛି ସରକାରଙ୍କ ମା ଓ ଶିଶୁବିକାଶ ଯୋଜନା। ଏହା ହେଉଛି ନବରଙ୍ଗପୁର ଜିଲା କୋଷାଗୁମୁଡା ବ୍ଲକ ସଦର ବାଲେଙ୍ଗା ପଞ୍ଚାୟତ ୨ନଂ ଅଙ୍ଗନଓ୍ବାଡି କେନ୍ଦ୍ରର ଅବସ୍ଥା।
ବାଲେଙ୍ଗା ପଞ୍ଚାୟତ ୨ନଂ ଅଙ୍ଗନଓ୍ବାଡି। ୨୦୦୭ରେ ନିଜସ୍ବ ଏକ ଘରେ ଏହା ଚାଲୁଥିଲା। କିନ୍ତୁ ୨୦୦୯ରେ ଉକ୍ତ ଘରଟି ଭାଙ୍ଗି ନଷ୍ଟ ହୋଇଯାଇଥିଲା। ୨୦୦୯ରୁ ବର୍ତ୍ତମାନ ପର୍ଯ୍ୟନ୍ତ ଦୀର୍ଘ ୧୪ ବର୍ଷ ଧରି ଉକ୍ତ କେନ୍ଦ୍ରଟି ପ୍ରଥମେ ପ୍ରଥମେ ସ୍କୁଲ ବାରଣ୍ଡା ପରେ ଗ୍ରାମର ଏକ ମନ୍ଦିର ଓ ବିଭିନ୍ନ ଘର ଅଗଣାରେ ଚାଲିଛି। କୋଠା ନ ଥିବା ହେତୁ ଅଙ୍ଗନଓ୍ବାଡି କେନ୍ଦ୍ରର ଯାବତୀୟ ସରଞ୍ଜାମ ଚେୟାର, ଟେବୁଲ ଖେଳନାଠାରୁ ଆରମ୍ଭ କରି ବିଭିନ୍ନ ପ୍ରକାର ଚିକିତ୍ସା ପାଇଁ ଆବଶ୍ୟକୀୟ ଉପକରଣ କାମରେ ଲାଗୁ ନ ଥିବା ଅଙ୍ଗନଓ୍ବାଡି କର୍ମୀ ଦେବକୀ ହରିଜନ କହିଛନ୍ତି । ଏହିପରି କି ଖୋଲା ସ୍ଥାନରେ ଗର୍ଭବତୀମାନେ ସ୍ବାସ୍ଥ୍ୟ ପରୀକ୍ଷା ପାଇଁ ସଙ୍କୋଚ ପ୍ରକାଶ କରୁଛନ୍ତି। କେବଳ ନାମକୁ ମାତ୍ର କେନ୍ଦ୍ରଟି କାର୍ଯ୍ୟକ୍ଷମ ଥିବାବେଳେ ଗ୍ରାମବାସୀ ଏଥିପାଇଁ ବହୁ ଅସୁବିଧାର ସମ୍ମୁଖୀନ ହେଉଥିବା ଅଭିଯୋଗ କରିଛନ୍ତି। ଅଙ୍ଗନଓ୍ବାଡି କେନ୍ଦ୍ରଟିଏ ନିର୍ମାଣ ପାଇଁ ବହୁବାର ଲୋକପ୍ରତିନିଧିଠାରୁ ଆରମ୍ଭ କରି ପ୍ରଶାସନ ନିକଟରେ ଦାବି କରିଆସୁଥିଲେ ମଧ୍ୟ କେହି ଶୁଣୁ ନ ଥିବା ଗ୍ରାମବାସୀ ଅଭିଯୋଗ କରିଛନ୍ତି । ଏନେଇ ଆମେ କୋଷାଗୁମୁଡା ସିଡିପିଓ ଯମୁନା ଭତରାଙ୍କ ସହ ଯୋଗାଯୋଗ କରିବାରୁ ନୂତନ କୋଠା ନିର୍ମାଣ ପାଇଁ ବିଭାଗ ପକ୍ଷରୁ କୌଣସି ବ୍ୟବସ୍ଥା କରାଯାଇନାହିଁ। ଅଙ୍ଗନଓ୍ବାଡି କେନ୍ଦ୍ର ନିର୍ମାଣ ପାଇଁ ଆସିଥିବା ତାଲିକାରେ ମଧ୍ୟ ବାଲେଙ୍ଗାର ନାମ ନାହିଁ। ଏନେଇ ବିଭାଗକୁ ଜଣାଯାଇ ପରବର୍ତ୍ତୀ ପଦକ୍ଷେପ ଗ୍ରହଣ କରାଯିବ ବୋଲି ସେ କହିଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

ଜୟଦୂର୍ଗା ଫାଉଣ୍ଡେସନ ଟ୍ରଷ୍ଟ ଅଧ୍ୟକ୍ଷା ଗିରଫ ମାମଲା; ଖୋଲୁଛି ଗୁମର, ଚାକିରି ଦେବା ନାଁରେ ଠକେଇ…

ହାଟଡିହୀ,୧୫।୨(ଶୁଭକାନ୍ତ ନାୟକ): ଜୟଦୂର୍ଗା ଫାଉଣ୍ଡେସନ ଟ୍ରଷ୍ଟ ଅଧ୍ୟକ୍ଷା ସୁରେଶ୍ୱରୀ ସାଗରୀକା ଜେନା ଏକ ଠକେଇ ମାମଲାରେ ଗତ ଶନିବାର ଗିରଫ ହେବା ପରେ ତାଙ୍କର ଠକେଇ ଗୁମର…

ଥୁଆମୂଳ ରାମପୁର ପୋଲିସର କାର୍ଯ୍ୟାନୁଷ୍ଠାନ, ୩ଟି ବାଲି ବୋଝେଇ ହାଇୱା ଜବତ

ଥୁଆମୂଳ ରାମପୁର, ୧୫ା୨ (ଦୁର୍ଗା କୀର୍ତ୍ତି): କଳାହାଣ୍ଡି ଜିଲା ଥୁଆମୂଳ ରାମପୁର ଥାନା ପୋଲିସ ପକ୍ଷରୁ ବେଆଇନ ବାଲି ଚୋରା ଚାଲାଣ ବିରୋଧରେ ଏକ ବଡ଼ ଧରଣର…

ଜାତୀୟ ସମ୍ମିଳନୀରେ ଯୋଗ ଦେବେ ଆଇନଜୀବୀ ହରପ୍ରସାଦ

ଦିଗପହଣ୍ଡି,୧୫ା୨(ଅଶେଷ ନାଥ ମିଶ୍ର): ଭାରତୀୟ ସାଂସ୍କୃତିକ ସହଯୋଗ ଓ ମୈତ୍ରୀ ସମିତି (ଇସକଫ)ର ଜାତୀୟ ସମ୍ମିଳନୀରେ ଯୋଗଦେବାକୁ ଆଇନଜୀବୀ ହରପ୍ରସାଦ ରଥ ତାମିଲନାଡୁ ଗସ୍ତ କରିବେ ବୋଲି…

ଜାଗରରେ ବିଭତ୍ସ ହତ୍ୟା, ବଡ଼ ଭାଇକୁ କଟୁରୀରେ ହାଣିଲେ ସାନ ଭାଇ

ପାଲଲହଡା,୧୫ା୨(ଦିବ୍ୟଜ୍ୟୋତି ଦାଶ): ବଡ଼ ଭାଇକୁ ହତ୍ୟା କଲେ ସାନ ଭାଇ । କଟୁରୀରେ ବେକ କାଟି ହତ୍ୟା କଲେ ସାନ ଭାଇ। ମୃତକ ଜଣକ ହେଲେ ଲିପୁ…

ନବୀନ ଦେଲେ ଗୁରୁ ଦାୟିତ୍ବ: ସବିତା ପ୍ରଧାନ କଳାହାଣ୍ଡି ବିଜେଡି ମହିଳା ସଭାନେତ୍ରୀ

ଭବାନୀପାଟଣା,୧୫।୨(ଉତ୍ତମ କୁମାର ଦାଶ)-ରାଜ୍ୟ ସଭାପତି ତଥା ବିଜେଡି ସୁପ୍ରିମୋ ନବୀନ ପଟ୍ଟନାୟକ ରବିବାର ରାଜ୍ୟର ବିଭିନ୍ନ ଜିଲାର ମହିଳା ସଭାନେତ୍ରୀଙ୍କ ନାମ ଘୋଷଣା କରିଛନ୍ତି। ଏହି କ୍ରମରେ…

ପୁରୀ ସମୁଦ୍ର କୂଳରେ ଅଘଟଣ, ସ୍ନାନ ବେଳେ ୫ ପର୍ଯ୍ୟଟକ ବୁଡ଼ି…..

ପୁରୀ,୧୫ା୨(ଅଜିତ୍ କୁମାର ମହାନ୍ତି):  ପୁଣି ପୁରୀ ସମୁଦ୍ରରେ ସ୍ନାନ ବେଳେ ଅଘଟଣ । ସମୁଦ୍ର କୂଳର ସେକ୍ଟର ୨ ଓ ସେକ୍ଟର୧୦ରେ ବୁଡୁବୁଡୁ ପର୍ଯ୍ୟଟକମାନେ ବଞ୍ଚିଯାଇଛନ୍ତି ।…

ଆଖଣ୍ଡଳମଣି ପୀଠରେ ଲକ୍ଷାଧିକ ଶ୍ରଦ୍ଧାଳୁଙ୍କ ଭିଡ଼

ଧୂଷୁରୀ,୧୫ା୨(ଦୀପ୍ତି ରଞ୍ଜନ ନାୟକ): ପବିତ୍ର ମହାଶିବରାତ୍ରିରେ ଭଦ୍ରକ ଜିଲାର ପ୍ରସିଦ୍ଧ ଶୈବପୀଠ ଆରଡ଼ି ହୋଇ ଉଠିଛି ଚଳଚଞ୍ଚଳ। ଭୋର୍‌ ୪ଟାରେ ମନ୍ଦିର ପହୁଡ଼ ଖୋଲିବା ପରେ ମଙ୍ଗଳ…

ପାଇପ୍‌ ଫାଟି ଭାସୁଛି ପାଣି, ହେଲେ ଲୋକଙ୍କ ନିକଟରେ ପହଞ୍ଚୁନି

କେନ୍ଦୁଝର,୧୫ା୨(ନରେଶ ଚନ୍ଦ୍ର ପଟ୍ଟନାୟକ): ଯୋଡ଼ା ବ୍ଲକ ଅନ୍ତର୍ଗତ ବଳଦା ପଞ୍ଚାୟତର ଖଣି ଖାଦାନ ଦ୍ୱାରା ପ୍ରଭାବିତ ବି ପ୍ଲଟ ଗ୍ରାମରେ ଦୀର୍ଘ ଏକ ମାସ ହେବ ବସୁଧା…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri